ଗୁରୁ ୟୁଜିେକ ଥରେ ତାଙ୍କ ଅନୁଗାମୀମାନଙ୍କୁ ଭୟ ବିଷୟରେ ଗୋଟିଏ ଗଳ୍ପ ମାଧ୍ୟମରେ ଉଦାହରଣ ଦେଲେ।
ଜଣେ ବଡ଼ ସନ୍ତରଣକାରୀ ଥିଲେ। ଥରେ ସେ ରାଜ୍ୟର ରାଜା ତାଙ୍କୁ ନିଜ ସାମର୍ଥ୍ୟ ପ୍ରତିପାଦନ କରିବାକୁ ଡାକିଲେ। ସେହି ରାଜ୍ୟରେ ପ୍ରବାହିତ ହେଉଥିଲା ଏକ ବିଶାଳ ନଦୀ, ଯାହା ଆଖି ନ ପାଇବା ଭଳି ଓସାରିଆ ଥିଲା। ରାଜା ସନ୍ତରଣକାରୀଙ୍କୁ ପଚାରିଲେ- ଏହି ନଦୀକୁ ଅତିକ୍ରମ କରିପାରିବ କି?
ସନ୍ତରଣକାରୀଙ୍କ ମନରେ ବିଶ୍ବାସ ଥିଲା ଯେ ସେ ତାହା କରି ପାରିବେ। ତେଣୁ ସେ ହଁ ଭରିଲେ।
ନିର୍ଦ୍ଦିଷ୍ଟ ଦିନ ସନ୍ତରଣକାରୀ ପହଁରିବା ଆରମ୍ଭ କଲେ। ନଦୀର ଅଧା ବାଟରେ ପହଞ୍ଚିବା ବେଳକୁ ସେ ଏତେ ହାଲିଆ ହୋଇଯାଇଥିଲେ ଯେ ତାଙ୍କୁ ଲାଗିଲା ଯେ ସେ ପହଁରି ପହଁରି ଆର କୂଳରେ ପହଞ୍ଚି ପାରିବେ ନାହିଁ। ସୁତରାଂ, ସେ ସେହିଠାରୁ ଫେରି ଆସିଲେ।
ଫେରିବା ପରେ ରାଜାଙ୍କୁ ନିଜ ଅସାମର୍ଥ୍ୟ ବିଷୟ ଜଣାଇ କହିଲେ- ଭୟ ଲାଗିବା କାରଣରୁ ଫେରି ଆସିଲି।
ରାଜା କହିଲେ- କିନ୍ତୁ ମୁଁ ଭାବୁଛି ଭୟ ତୁମ ବିଚାରକୁ ଅସ୍ପଷ୍ଟ କରିଦେଲା ବୋଲି ତୁମେ ଅଧା ବାଟରୁ ଫେରି ଆସିଲ। ପ୍ରକୃତରେ ତୁମେ ଯେତିକି ବାଟ ଫେରିଲ, ସେତିକି ବାଟ ଆଗକୁ ଯାଇଥିଲେ ଆର କୂଳରେ ପହଞ୍ଚି ପାରିଥାଆନ୍ତ।
ଏହା କହି ୟୁଜିକେ କହିଲେ ଯେ ଭୟ ହିଁ ଜୀବନର ଗୋଟିଏ ବଡ଼ ପ୍ରତିବନ୍ଧ, ଯାହାକୁ ଅତିକ୍ରମ କରିଗଲେ ହିଁ ବିଜୟ ମିଳିଥାଏ।