ରାଜା ଓ ନସିରୁଦ୍ଦିନ

କଥାଟିଏ - ଯାଯାବର

ନସିରୁଦ୍ଦିନ ଥରେ ମଦ ପିଇ ମାତାଲ ହୋଇ ରାସ୍ତାକୁ ବାହାରିଲେ। ସଂଧ୍ୟା ସମୟ। ରାଜା ହାତୀ ପିଠିରେ ବସି ପ୍ରାସାଦକୁ ଫେରୁଥିଲେ।

ଏବେ ରାସ୍ତାରେ ହାତୀର ବାଟ ଓଗାଳିଲେ ମାତାଲ ନସିରୁଦ୍ଦିନ ଓ ବଡ଼ ପାଟିରେ ରାଜାଙ୍କ ଆଡ଼କୁ ଚାହିଁ ଚିତ୍କାର କଲେ- ୟେ, ହାତୀ ପିଠିରେ କିଏ ବସିଛ, ଓହ୍ଲା। ମୁଁ ଏହି ହାତୀକୁ କିଣିବି। ଏହାର ଦର କେତେ କହ!
ରାଜା ତାଙ୍କ ପାଖ ଲୋକଙ୍କୁ କହିଲେ- ନସିରୁଦ୍ଦିନକୁ ବାନ୍ଧି ଜେଲରେ ପୂରାଇ ଦିଅ। ରାଜାଙ୍କ ଆଦେଶ ତତ୍‌କ୍ଷଣାତ୍‌ ପାଳନ କରାଗଲା।

ପରଦିନ ସକାଳେ ରାଜା ନସିରୁଦ୍ଦିନଙ୍କୁ ଡକାଇଲେ। ସେତିକି ବେଳକୁ ତାଙ୍କ ମୁଣ୍ଡରୁ ନିଶା ଓହ୍ଲାଇ ଗଲାଣି।
ଏବେ ରାଜା ପଚାରିଲେ- କ’ଣ ନସିରୁଦ୍ଦିନ ହାତୀ କିଣିବ ପରା?

ନସିରୁଦ୍ଦିନ କହିଲେ- ମଣିମା, ମୁଁ କିଣିବି? କି କଥା? ଯିଏ କିଣିବା କଥା ସେ ପଳାଇ ଗଲାଣି। ଆଉ ହଜୁର ମୋତେ ଯଦି ଏବେ ଛାଡ଼ିଦେବେ, ତେବେ ହୁଏ’ତ ପୁଣି ସଂଧ୍ୟାକୁ ସେ ଆସିପାରେ!
ଏହି କଥାଟି କହି ସାରି ୟୁଜିକେ କହିଲେ- ନିଶା ଜଣକୁ ଆଉ ଜଣେରେ ବଦଳାଇ ଦିଏ। ଏବେ ତୁମେ ସ୍ଥିର କର ତୁମେ ‘ତୁମେ’ ହୋଇ ରହିବାକୁ ଚାହଁ ନା ଅନ୍ୟ କେହି ହୋଇଯିବାକୁ ଚାହଁ। ତେଣୁ ନିଶା ଅଭ୍ୟାସ ଛାଡ଼ି ଦେବା ଶ୍ରେୟସ୍କର।

ସମ୍ବନ୍ଧିତ ଖବର