ଏଠାରେ ଯେଉଁ ବେଲୁନ ସ˚ପର୍କରେ ଆଲୋଚନା ହେବାକୁ ଯାଉଛି, ତାହାକୁ ଆକାଶରେ ଭାସି ବୁଲୁଥିବା ଦେଖି ମୁହଁରେ ଶିଶୁ ସୁଲଭ ହସ ଫୁଟି ଉଠିବା ପରିବର୍ତ୍ତେ କୌତୂହଳ, ଉଦ୍ବେଗ ଏପରିକି କେତେକଙ୍କ ଠାରେ କ୍ରୋଧ ସୃଷ୍ଟି ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ସ୍ଫଟିକ ସ୍ବଚ୍ଛ ନୀଳ ଆକାଶ ବକ୍ଷରେ ଏହି ବିଶାଳକାୟ ଧଳା ବେଲୁନଟିର ଆବିର୍ଭାବ ଘଟିବା ସହିତ ଯେଉଁ ବିବାଦଟି ଜନ୍ମ ନେଇଥିଲା, ଗଲା ୪ ତାରିଖ ଦିନ କ୍ଷେପଣାସ୍ତ୍ର ପ୍ରହାର କରି ତାକୁ ଖସାଇ ଦିଆଯିବା ସତ୍ତ୍ବେ ବିବାଦ ପ୍ରଶମିତ ନ ହୋଇ ଅଧିକ ଘନୀଭୂତ ହୋଇଛି; ଯହିଁରେ ଗୋଟିଏ ପଟେ ଆମେରିକା ଓ ଚୀନ ପାରସ୍ପରିକ ଦୋଷାରୋପରେ ବ୍ୟାପୃତ ଥିବା ବେଳେ ଆଉ ଗୋଟିଏ ପଟେ ଆମେରିକାର ଆଭ୍ୟନ୍ତରୀଣ ରାଜନୀତିରେ ମଧୢ ପରସ୍ପର ବିରୋଧୀ କୋଳାହଳ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ ଆପଣା ଜନ୍ମଜାତ ନିରୀହତା ହରାଇ ସାରିଥିବା ବେଲୁନଗୁଡ଼ିକ କିଭଳି ଅନ୍ତର୍ରାଷ୍ଟ୍ରୀୟ ବିବାଦର କେନ୍ଦ୍ର ହେଲେଣି, ତା’ ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଇପାରେ।
ତେବେ ପ୍ରଥମେ ବିବାଦର ସୂତ୍ରପାତ ହୋଇଥିଲା, ଯେତେବେଳେ ଏକ ଅତିକାୟ ଚୀନା-ବେଲୁନ ଆମେରିକା ଭୂପୃଷ୍ଠ ଠାରୁ ପ୍ରାୟ ୬୦ ହଜାର ଫୁଟ ଉଚ୍ଚ ଆକାଶରେ ମନ୍ଥର ଗତିରେ ଭାସି ଚାଲିଥିବା ଦୃଶ୍ୟମାନ ହୋଇଥିଲା। ସୁତରା˚, ଏହା ଏକ ଚୀନା ପ୍ରେରିତ ଦୁରଭିସନ୍ଧିସ˚ପନ୍ନ ଗୁପ୍ତଚର ବେଲୁନ ବୋଲି ସ୍ବାଭାବିକ ଭାବେ ଆମେରିକା ମନରେ ସନ୍ଦେହ ଉତ୍ପନ୍ନ ହୋଇଥିଲା; ଏବ˚ ତାହା ଦୃଢ଼ମୂଳ ହୋଇଥିଲା ଯେତେବେଳେ ତାହା ଅବଲୀଳା କ୍ରମେ ମଣ୍ଟାନା ପ୍ରଦେଶର ଆକାଶରେ ପହଞ୍ଚି ଥିଲା, ଯେଉଁ ନିର୍ଜନ ପାର୍ବତ୍ୟ ଇଲାକାରେ ଆମେରିକାର ଗୁପ୍ତ ଆଣବିକ ଅସ୍ତ୍ରାଗାର ତଥା କେତେକ ଅତ୍ୟନ୍ତ ସ୍ପର୍ଶକାତର ପ୍ରତିରକ୍ଷା ନିର୍ମାଣମାନ ବିଦ୍ୟମାନ। ଯଦିଓ, ଚୀନ ପକ୍ଷରୁ ବେଲୁନ୍ର ନିରୀହତା ପ୍ରତିପାଦନ କରିବାର ବାରମ୍ବାର ଉଦ୍ୟମ ସହିତ ପବନର ଆଶ୍ରିତ ଏହି ପାଣିପାଗ ଅନୁଧୢାନକାରୀ ବେଲୁନଟି ଦୈବାତ୍ ଆମେରିକୀୟ ଆକାଶରେ ପ୍ରବେଶ କରିଛି ବୋଲି ସଫେଇ ଦିଆଗଲା, ତାହା ବିଶ୍ବାସଯୋଗ୍ୟ ହୋଇ ନ ପାରି ଅବିଳମ୍ବେ ଆମେରିକା ଦ୍ବାରା ଅସ୍ତିତ୍ବ ହରାଇବାକୁ ବାଧୢ ହେଲା। ପ୍ରଶ୍ନ ଉଠିଥାଏ ଯେ ଉପଗ୍ରହ ମାଧୢମରେ ଅତି ସନ୍ତର୍ପଣରେ ଉଭୟ ଆମେରିକା ଏବ˚ ଚୀନ ପରସ୍ପରର କାର୍ଯ୍ୟକଳାପ ଉପରେ ଦୃଷ୍ଟି ନିବଦ୍ଧ କରିଥିବା ବିଷୟ କାହାକୁ ଅଛପା ନ ଥିବା ବେଳେ ଏହି ବେଲୁନଟି କାହିଁକି ବିବାଦର ସୂତ୍ରପାତ କଲା? ଏହାର କାରଣ ସମ୍ଭବତଃ ଏୟା ଯେ ଖାଲି ଆଖିକୁ ଅଦୃଶ୍ୟ ଉପଗ୍ରହମାନର ଅନ୍ତରୀକ୍ଷରେ ଅବସ୍ଥିତି କୌଣସି ରାଷ୍ଟ୍ରର ଭୌଗୋଳିକ ସାର୍ବଭୌମତ୍ବରେ ଅନୁପ୍ରବେଶ କରିବାର ଧାରଣା ସୃଷ୍ଟି କରି ନ ଥାଆନ୍ତି, ଯାହା ଏହି ବେଲୁନ୍ଟି କରିଥିଲା; କାରଣ ତାହା ଆମେରିକା ଅତିକ୍ରମଣର ଚୀନୀୟ ଆସ୍ପର୍ଦ୍ଧାର ପ୍ରତୀକ ସ୍ବରୂପ ଉଭା ହୋଇଥିଲା। ସୁତରା˚, ଏହି ନିରସ୍ତ୍ର ଓ ମନ୍ଥର ବେଗରେ ଭାସମାନ ଶତ୍ରୁଟି ଆମେରିକୀୟ ଯୁଦ୍ଧ ବିମନକୁ ମଧୢ ଚଳଚଞ୍ଚଳ କରି ପକାଇଲା। କହିବା ବାହୁଲ୍ୟ ଯେ ଏହା ଚୀନର ଅହ˚କାରକୁ ମଧୢ ଆଘାତ ପହଞ୍ଚାଇଥିବ, ଯାହା ଏହି ଦୁଇ ରାଷ୍ଟ୍ର ମଧୢରେ କ୍ରମ ବର୍ଦ୍ଧମାନ ତିକ୍ତତାକୁ ଅଧିକ ତୀବ୍ର କରିପାରେ।
ଯୁକ୍ତରାଷ୍ଟ୍ର ଆମେରିକାର ଗଣମାଧୢମଗୁଡ଼ିକ ଏଭଳି ଅଭିଯୋଗ ମଧୢ କରିଥାଆନ୍ତି ଯେ ଚୀନ କୁଆଡ଼େ ତିବ୍ବତ ଆକାଶରେ ଏଭଳି ବେଲୁନ ଉଡ଼ାଇ ଭାରତ ଉପରେ ଗୁପ୍ତଚରଗିରି କରିବାର ଉଦ୍ୟମ ଆରମ୍ଭ କରିଥିଲା, ଯାହା ସେ ଅଞ୍ଚଳର ପ୍ରତିକୂଳ ପାଣିପାଗ କାରଣରୁ ବିଫଳ ହୋଇଥିଲା। ତେବେ, ଏ ସମସ୍ତ ବିବାଦ ପରିପ୍ରେକ୍ଷୀରେ ଏକ ପ୍ରଶ୍ନ ମଧୢ ଉଠିଥାଏ ଯେ ଖାଲି ଆଖିରେ ଦୃୃଶ୍ୟମାନ ହେଉଥିବା ଏକ ବିଶାଳ ଶ୍ବେତ ବର୍ଣ୍ଣୀ ବେଲୁନ, ଯାହା ନୀଳ ଆକାଶର ପୃଷ୍ଠଭୂମିରେ ସହଜରେ ଚିହ୍ନା ପଡ଼ି ଯାଉଥିବ ଏବ˚ ଅତ୍ୟନ୍ତ ମନ୍ଥର ଗତିରେ ଭାସି ବୁଲୁଥିବ, କ’ଣ ଏକ ଗୁପ୍ତଚର ବେଲୁନ ହେବା ସମ୍ଭବ? ସୁତରା˚, ଏହା କୌଣସି ଗୋପନୀୟ ସାମରିକ ତଥ୍ୟ ଆହରଣର ଲକ୍ଷ୍ୟ ରଖି ନ ଥିବା ଏବ˚ କୌଣସି ଗବେଷଣା କାର୍ଯ୍ୟରେ ନିୟୋଜିତ ଏକ ନିରୀହ ବେଲୁନଟିଏ ହୋଇଥିବା ସମ୍ଭବ! ଏଣେ, ଭୂପତିତ ବେଲୁନଟିର ସତର୍କ ଯାଞ୍ଚ ପରେ ତହିଁରୁ କୌଣସି ସମ୍ବେଦନଶୀଳ ତଥ୍ୟର ଆବିଷ୍କାର ସ˚ପର୍କରେ ଆମେରିକା ପକ୍ଷରୁ ଏ ଯାବତ୍ ବିଧିବଦ୍ଧ ମନ୍ତବ୍ୟ ପ୍ରଦାନ କରାଯାଇନାହିଁ।
କିନ୍ତୁ ଏହାକୁ କେନ୍ଦ୍ର କରି ଆମେରିକାର ରାଜନୀତିରେ ଯେଉଁ କୋଳାହଳ ଶୁଣିବାକୁ ମିଳୁଛି ତହିଁରେ କ୍ଷମତାସୀନ ଡେମୋକ୍ରାଟିକ୍ ପାର୍ଟି ରାଷ୍ଟ୍ର ସୁରକ୍ଷା ଦିଗରେ ବିଫଳ ହୋଇଥିବା ଭଳି ଆରୋପ ଅନ୍ତର୍ଭୁକ୍ତ। ସେମାନେ ପ୍ରଶ୍ନ କରିଥାଆନ୍ତି ଯେ ଏହି ବେଲୁନ ବିସ୍ତୀର୍ଣ୍ଣ ଆଲାସ୍କା ଅଞ୍ଚଳ ଅତିକ୍ରମ କରି ମଣ୍ଟାନାରେ ପ୍ରବେଶ କରି ପାରିଲା କେମିତି? ଆମେରିକା ଅନୁପ୍ରବେଶ କରିବା ପୂର୍ବରୁ ତାକୁ ଖସାଇ ଦିଆଗଲା ନାହିଁ କାହିଁକି? ତେବେ ଏହାର ପ୍ରତ୍ୟୁତ୍ତରରେ ଶାସକ ଦଳ ତଥ୍ୟ ଆଧାରରେ ଯାହା ପ୍ରମାଣ କରିବାକୁ ଚେଷ୍ଟା କରିବାରେ ଲାଗିଛନ୍ତି, ତାହା ହେଲା ପୂର୍ବ ‘ରିିପବ୍ଲିକାନ’ ଶାସନ କାଳରେ ମଧୢ ଏଭଳି ବେଲୁନ୍ ଆମେରିକା ଆକାଶ ଅତିକ୍ରମ କରିଛନ୍ତି, ଅଥଚ ମୃଦୁ ଗୁ˚ଜରଣ ମଧୢ ଶୁଣିବାକୁ ମିଳିନାହିଁ! ତେବେ, ଏହି ପରିପ୍ରେକ୍ଷୀରେ ଗୋଟିଏ କୌତୂହଳ ସୃଷ୍ଟିକାରୀ ପ୍ରାସଙ୍ଗିକ ପ୍ରଶ୍ନ ହେଲା ଏହି ମାସର ପ୍ରଥମ ସପ୍ତାହରେ ଆମେରିକାର ସ୍ବଦେଶ ମନ୍ତ୍ରୀ ଆନ୍ଥୋନୀ ବିଲକିନଙ୍କ ଚୀନ ଗସ୍ତର କାର୍ଯ୍ୟକ୍ରମ ଥିବା ବେଳେ ଅଗତ୍ୟା ଚୀନ କାହିଁକି ଏଭଳି ଅବା˚ଛିତ କାର୍ଯ୍ୟଟିଏ କରି ବସିବ? କିନ୍ତୁ ଚୀନର ଦୁର୍ବୋଧୢ ଆଚରଣ ସମ୍ବନ୍ଧରେ ଅବଗତ ଥିବା ଲୋକେ ପାଲଟା ପ୍ରଶ୍ନ କରନ୍ତି ଯେ ‘ହିନ୍ଦୀ-ଚୀନ ଭାଇ ଭାଇ’ ସ୍ଲୋଗାନରେ ଉଭୟ ଭାରତ ଓ ଚୀନ ଅନୁରଣିତ ହେଉ ଥିବା ବେଳେ ୧୯୬୨ ମସିହାରେ ଚୀନ ଭାରତ ଉପରେ ଆକ୍ରମଣ କରି ନ ଥିଲା କି? ୨୦୧୯ ମସିହାରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଭ୍ରମଣରୁ ବାହୁଡ଼ି ଯିବା ପରେ ପରେ ପୂର୍ବ ଲଦାଖରେ ଚୀନ ଭାରତ ବିରୋଧରେ ରକ୍ତାକ୍ତ ସ˚ଘର୍ଷ ସୃଷ୍ଟି କରି ନ ଥିଲା କି?
ପୃଥିବୀ ପୃଷ୍ଠରୁ ସର୍ବପ୍ରଥମ ବେଲୁନ ଉଡ଼ାଇବାର କାର୍ଯ୍ୟ ଓ ତାହା ଉଡୁଥିବାର ଦୃଶ୍ୟ ସେହି ସମୟରେ ଉପସ୍ଥିତ ମନୁଷ୍ୟ ଠାରେ ତା’ର ବୟସ ନିର୍ବିଶେଷରେ ଏକ ଅପୂର୍ବ ଶିଶୁ ସୁଲଭ ପୁଲକ ସୃଷ୍ଟି କରିଥିବ। ସେହି ବେଲୁନରୁ ଆରମ୍ଭ କରି ମନୁଷ୍ୟକୁ ପ୍ରଥମ କରି ଆକାଶମାର୍ଗୀ ହେବାର ଅବର୍ଣ୍ଣନୀୟ ଅନୁଭୂତି ପ୍ରଦାନ କରିଥିବା ପ୍ରଥମ ‘ହଟ୍ ଏୟାର ବେଲୁନ୍’ ପର୍ଯ୍ୟନ୍ତ ବିବର୍ତ୍ତନ ଯାତ୍ରାରେ ବେଲୁନର ଏହି ନିରୀହ ଆନନ୍ଦ ପ୍ରଦାନକାରୀ ସ୍ବଭାବ ଦେଖିହୁଏ, ଯାହା ଅଗତ୍ୟା ଲୋପ ପାଇଗଲା ୧୭୯୦ ଦଶକରେ ଫରାସୀ ବିପ୍ଳବ କାଳରେ, ଯେତେବେଳେ ସ˚ଘର୍ଷରତ ପକ୍ଷର ଚରମାନେ ‘ହଟ୍ ଏୟାର ବେଲୁନ’ ଆରୋହଣ କରି ଉଚ୍ଚାକାଶରୁ ପ୍ରତିପକ୍ଷର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିବା ଆରମ୍ଭ କରିଥିଲେ। ଉଡ଼ାଜାହାଜ ଉଦ୍ଭାବନର ୪୭ ବର୍ଷ ପୂର୍ବରୁ ଆମେରିକୀୟ ଗୃହ ଯୁଦ୍ଧ କାଳରେ ମଧୢ ‘ହଟ୍ ଏୟାର ବେଲୁନ’ ଚରର ଭୂମିକା ନିର୍ବାହ କରିଥିଲେ। ସୁତରା˚, ବେଲୁନର ଭୂମିକା ସନ୍ଦେହାସ୍ପଦ ହେବା ଆରମ୍ଭ କରିଥିଲା, ଯେଉଁ ସନ୍ଦେହ ତା’ର ସା˚ପ୍ରତିକ ମାନବ ରହିତ ନିରୀକ୍ଷଣକାରୀ ରୂପ ସହିତ ସ˚ପୂର୍ଣ୍ଣ ଦୃଢ଼ୀଭୂତ ହୋଇଛି। ସ˚ପ୍ରତି ପୃଥିବୀର ପ୍ରାୟ ସମସ୍ତ ଦେଶ ବେଲୁନ୍ ବ୍ୟବହାର କରି କିଛି ନା କିଛି କାରଣରୁ ଭୂପୃଷ୍ଠ ଅବଲୋକନ କରି ତଥ୍ୟ ସ˚ଗ୍ରହ କରୁଛନ୍ତି।
ଭାରତର ବିମାନବାହିନୀ ନିକଟରେ ମଧୢ ୩୦୦ କୋଟି ଟଙ୍କା ମୂଲ୍ୟର ‘ଏରୋଷ୍ଟାର୍’ ନାମଧାରୀ ଅତ୍ୟାଧୁନିକ ସର˚ଜାମ ଖଚିତ ଦୁଇଟି ବିଶାଳ ବେଲୁନ୍ ଅଛନ୍ତି, ଯାହା ଅନେକ ସମୟରେ ପଶ୍ଚିମ ସୀମାନ୍ତରେ ଉଡ଼ି ୧୬ ହଜାର ଫୁଟ ଉଚ୍ଚତାରୁ ସାମରିକ ଗତିବିଧି ଉପରେ ନଜର ରଖିଥାଏ। କିନ୍ତୁ କହିବାର ଆବଶ୍ୟକତା ନାହିଁ ଯେ ଏହି କ୍ରମରେ ବେଲୁନ ତା’ର ନିରୀହତା ହରାଇ ସାରିଛି।
ଏହି ସ˚ଦର୍ଭରେ ସ୍ମରଣକୁ ଆସୁଥିବା ଏହି କ୍ଷୁଦ୍ର ଗଳ୍ପଟି କହିଥାଏ କିଭଳି ଦୁଇଟି ପିଲାଙ୍କ କଳିରେ ଉତ୍ତେଜିତ ସେମାନଙ୍କ ଗାର୍ଜନମାନେ ପରସ୍ପର ବିରୋଧରେ ମାତି ଯାଇ ଏକ ବଡ଼ ଗୋଷ୍ଠୀ ସ˚ଘର୍ଷକୁ ରୂପ ଦେବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ଅଗତ୍ୟା ଲକ୍ଷ୍ୟ କରନ୍ତି ଯେ ପିଲା ଦ୍ବୟ ସେମାନଙ୍କ କଳି ଭୁଲି ପୁଣି ଖେଳରେ ଲାଗି ଯାଇଛନ୍ତି। ଏହା କହିବାର ତାତ୍ପର୍ଯ୍ୟ ଏୟା ଯେ ଶିଶୁ ସୁଲଭ ନିରୀହତା ହୁଏ’ତ ବୟସ ବୃଦ୍ଧି ହେବା କ୍ରମରେ ଲୋପ ପାଇଯାଇଥାଏ, ଯାହା ସେ ଦିନ ପିଲା ଦୁଇଟିଙ୍କ ଗାର୍ଜନମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ଏହି ବିଚାରରେ କ’ଣ କହିହେବ ଯେ ବେଲୁନ ମଧୢ ତା’ର ବୟଃବୃଦ୍ଧି ସହିତ ନିରୀହତା ହରାଇ ସାରିଛି? ବୋଧହୁଏ, ହଁ! କାରଣ ତାହା ହୋଇ ନ ଥିଲେ ଆକାଶ ବକ୍ଷରେ ଏକ ବିଶାଳ ଧଳା ବେଲୁନ ଦର୍ଶନରେ ଆମେରିକା ମୁହଁରୁ ଏକ ଶିଶୁ ସୁଲଭ ହସ ଫୁଟି ଉଠି ନ ଥାଆନ୍ତା କି? କିନ୍ତୁ ତାହା ଆଉ ସମ୍ଭବ ନୁହେଁ। ତେବେ, କେବଳ ବେଲୁନ କାହିଁକି, ମନୁଷ୍ୟର ପ୍ରାଦୁର୍ଭାବରୁ ସମ୍ଭବତଃ ପୃଥିବୀରେ ଆଉ କିଛି ହେଲେ ନିରୋଳା ନିରୀହ ହୋଇ ରହି ନାହାନ୍ତି!