ଗୋଟିଏ ଗାଁରେ ଲୋକଙ୍କ କାମ ଥିଲା ବଣୁଆ ଗଧଙ୍କୁ ବୋଲ ମନାଇବା। ସେଥି ଲାଗି ସେମାନେ ଗଧକୁ ଗୋଟିଏ ଜାଗାରେ ବାନ୍ଧି ରଖୁଥିଲେ ଏବ˚ ବେଳ ଅବେଳରେ ଛାଟରେ ପିଟୁଥିଲେ। ଏମିତି କିଛି ଦିନ ପରେ ଗଧ ବୋଲ ମାନୁଥିଲା। ଖୁଣ୍ଟରୁ ଖୋଲି ଦେଲେ ବି କୁଆଡ଼େ ଯାଉ ନ ଥିଲା। କାକୁସ୍ଥ ହୋଇ ଛିଡ଼ା ହୋଇ ରହୁଥିଲା। ସର୍ବଦା ମୁଣ୍ତ ପୋତି ରହୁଥିଲା।
ଥରେ ସେଇ ଗାଁକୁ ଆସିଲା ଜଣେ ବିଦେଶୀ ଯୁବକ। ସେ କହିଲା ଯେ ତାଙ୍କ ଗାଁରେ ବି ଲୋକେ ଗଧଙ୍କୁ ବୋଲ ମନାନ୍ତି। କିନ୍ତୁ ଆଉ ଗୋଟିଏ ବାଗରେ।
ଏ ଗାଁର ଲୋକେ ସେଇ ନୂଆ ବାଗଟି ବିଷୟରେ ଜାଣିବାକୁ ଚାହିଁଲେ। ସେମାନେ ଗୋଟିଏ ଅବୋଲକରା ଗଧକୁ ଆଣି ଯୁବକକୁ ଦେଲେ। ଯୁବକ ଗଧଟିକୁ ବାନ୍ଧିଲା ନାହିଁ କି ବାଡ଼େଇଲା ନାହିଁ। ଗୋଟିଏ ବାଡ଼ ଘେରା ପଡ଼ିଆରେ ତାକୁ ଖୋଲା ଛାଡ଼ିଦେଲା। କିନ୍ତୁ ସର୍ବଦା ତା’ ପାଖେ ପାଖେ ରହିଲା। ଦୁଇ ଦିନ ଭିତରେ ସେ ଗଧର ବିଶ୍ବାସ ଜିତିଗଲା ଏବ˚ ତା’ ପରେ ଏମିତି ହେଲା ଯେ ଗଧଟି ଯୁବକ ପଛେ ପଛେ ଚାଲିଲା।
ଏ ଗପଟି କହି ଗୁରୁ କହିଲେ- ଛୋଟ କଥାଟିଏ, ମାତ୍ର ଏଇଠି ଜିଣିବାର ସୂତ୍ରଟି ଅଛି। ତୁମେ ଭୟ ଦେଖାଇ ଜଣକୁ ବଶମ୍ବଦ କରି ଦେଇପାର, ତାକୁ ହରାଇ ଦେଇପାର, କିନ୍ତୁ ତାକୁ ଜିଣି ପାରିବ ନାହିଁ। କେବଳ ପ୍ରେମ ବା ସ୍ନେହ ଦ୍ବାରା ଅନ୍ୟକୁ ଜିଣି ହୁଏ, ଅଥଚ ହରାଇବାର ଆବଶ୍ୟକତା ପଡ଼େନାହିଁ। ପ୍ରେମ ବଳରେ ଉଭୟ କେବଳ ଉଭୟଙ୍କୁ ଜିଣନ୍ତି।