ରବିବାର ଦିନ ଦିଲ୍ଲୀରେ ଗୋଟିଏ ‘ମଙ୍କି ପକ୍ସ’ (‘ବାନର ବସନ୍ତ’) ଆକ୍ରାନ୍ତ ରୋଗୀ ବା ଡାକ୍ତରୀ ଭାଷାରେ ‘କେସ୍‌’ ଚିହ୍ନଟ ହେବା ପରେ ଭାରତରେ ଏହି ସଦ୍ୟତମ ଆନ୍ତର୍ଜାତିକ ଆତଙ୍କ ସୃଷ୍ଟି କରିବା ଆରମ୍ଭ କରିଥିବା ଭୂତାଣୁ ସ˚କ୍ରମଣର ଶିକାର ହୋଇଥିବା ରୋଗୀ ସ˚ଖ୍ୟା ଚାରି ଛୁଇଁଛି। ଆନ୍ତର୍ଜାତିକ ଆତଙ୍କ, କାରଣ ଠିକ୍‌ ଏହା ପୂର୍ବ ଦିନ ଅର୍ଥାତ୍ ଶନିବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ (‘ହୁ’) ଏହି ‘ମଙ୍କି ପକ୍ସ’କୁ ଏକ ‘ଆନ୍ତର୍ଜାତିକ ଚିନ୍ତା ଉଦ୍ରେକକାରୀ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା’ (‘ଫେଇକ୍‌’) ରୂପେ ଘୋଷଣା କରିଛି।

Advertisment

‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ପୃଥିବୀବାସୀ ସମ୍ମୁଖୀନ ହେବାକୁ ଯାଉଥିବା ବିଭିନ୍ନ ସ୍ବାସ୍ଥ୍ୟ ବିପଦ ସମ୍ବନ୍ଧରେ ପ୍ରଦାନ କରୁଥିବା ସତର୍କ ସୂଚନାର ଯେଉଁ ଶ୍ରେଣୀ ବିଭାଜନ କରିଥାଏ, ସେଥିରେ ‘ଫେଇକ୍‌’କୁ ସର୍ବାଧିକ ବିପଜ୍ଜନକ ଶ୍ରେଣୀଭୁକ୍ତ କରାଯାଇଥାଏ। ଅବଶ୍ୟ ସୂଚନାଯୋଗ୍ୟ ଯେଉଁ ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ଏହି ଶ୍ରେଣୀ ବିଭାଜନ ସମ୍ବନ୍ଧରେ ‘ହୁ’ର ମହାନିର୍ଦ୍ଦେଶକଙ୍କୁ ଉପଦେଶ ପ୍ରଦାନ କରିଥାନ୍ତି, ସେମାନେ ‘ମଙ୍କି ପକ୍ସ’କୁ ଏହି ଶ୍ରେଣୀଭୁକ୍ତ କରାଯିବା ନେଇ ସର୍ବସମ୍ମତ ନ ଥିଲେ; ସେମାନଙ୍କ ମଧୢରୁ ଛ’ଜଣ ‘ମଙ୍କି ପକ୍ସ’କୁ ‘ଫେଇକ୍‌’ ରୂପେ ଚିହ୍ନିତ କରିବା ସପକ୍ଷରେ ମତ ଦେଇଥିବା ବେଳେ, କମିଟିର ବାକି ନ’ଜଣ ଅର୍ଥାତ୍‌ ସ˚ଖ୍ୟାଗରିଷ୍ଠ ସଦସ୍ୟ ଏହାର ବିରୋଧ କରିଥିଲେ। ‘ହୁ’ର ମହାନିର୍ଦ୍ଦେଶକ ଟେଡ୍ରସ ଆଧାନମ୍‌ ଘେବ୍ରେୟେସସ୍‌ କିନ୍ତୁ ସ˚ଖ୍ୟାଲଘୁ ସଦସ୍ୟମାନଙ୍କର ଉପଦେଶ ଗ୍ରହଣ କରି ‘ବାନର ବସନ୍ତ’କୁ ଏକ ‘ଫେଇକ୍‌’ର ମର୍ଯ୍ୟାଦା ବା ଅମର୍ଯ୍ୟାଦା ପ୍ରଦାନ କରି ସତର୍କ ସୂଚନା ପ୍ରସାର କରିଛନ୍ତି।

ଟେଡ୍ରସ୍‌ଙ୍କ ଏହି ନିଷ୍ପତ୍ତି ପଛରେ ନିହିତ ଥିବା ତାଙ୍କର ଚିନ୍ତାଧାରା ବୁଝିବା ଅବଶ୍ୟ କଷ୍ଟକର ନୁହେଁ। ସାରା ପୃଥିବୀକୁ କଲବଲ କରିବାରେ ଲାଗିଥିବା ଚୀନା କରୋନା ଭୂତାଣୁଜନିତ କୋଭିଡ୍‌-୧୯ ପାଣ୍ତେମିକ୍‌ର ଆରମ୍ଭ ସମୟରେ ଟେଡ୍ରସ ପ୍ରକାଶ କରିଥିବା ଦ୍ବିଧା ଓ ବିଳମ୍ବ ଯୋଗୁଁ ତାଙ୍କୁ ଓ ତାଙ୍କର ସ˚ଗଠନକୁ ବହୁ ଭର୍ତ୍ସନା ସହିବାକୁ ପଡ଼ିଛି। ତେଣୁ ଯା’ ପୁଅକୁ ସାପ କାମୁଡ଼ିଥାଏ, ତା’ ମା’ ପାଳ ଦଉଡ଼ି ଦେଖି ଡରିବା ନ୍ୟାୟରେ ଟେଡ୍ରସ୍‌ଙ୍କ ଆଚରଣ ଏଭଳି ହୋଇଛି ବୋଲି ଏକ ଧାରଣା ସୃଷ୍ଟି ହେବା ସ୍ବାଭାବିକ।

ଅନ୍ୟ ଅନେକ ଭୂତାଣୁ ସ˚କ୍ରମଣ ଭଳି ‘ବାନର ବସନ୍ତ’ର ପ୍ରଥମ ଆବିର୍ଭାବ ମଧୢ ଘଟିଛି ଆଫ୍ରିକାରେ। ସେଠାରେ ଆରମ୍ଭରେ ବାନର ଶିକାରୀମାନଙ୍କ ଠାରେ ଏହାର ଆବିର୍ଭାବ ଘଟିଥିଲା, ଯେଉଁମାନେ ଏହି ରୋଗରେ ସ˚କ୍ରମିତ ମାଙ୍କଡ଼କୁ ଶିକାର କରି ତା’ର ମା˚ସ ଭକ୍ଷଣ କରୁଥିଲେ। ଆରମ୍ଭ ସମୟରେ କେବଳ ମାଙ୍କଡ଼ଠାରୁ ମନୁଷ୍ୟ ଶରୀରକୁ ଏହି ସ˚କ୍ରମଣ ଘଟୁଥିଲା। ସ˚କ୍ରମିତ ମନୁଷ୍ୟଠାରୁ ଅନ୍ୟ ଜଣେ ସୁସ୍ଥ ମନୁଷ୍ୟ ପାଖକୁ ଏହା ପ୍ରସାରିତ ହେବା ପ୍ରାୟ ଦେଖାଯାଉ ନ ଥିଲା। ଗତ ମଇ ମାସରେ କିନ୍ତୁ ଏହି ଭୂତାଣୁ ହଠାତ୍‌ ଭୌଗୋଳିକ ଓ ଶାରୀରିକ ସୀମା ଅତିକ୍ରମ କରି ଆତ୍ମପ୍ରକାଶ କଲା ଇଉରୋପରେ ଏବ˚ ଯାହା ଅତ୍ୟନ୍ତ ବିପଜ୍ଜନକ, ତାହା ହେଲା- ଏହି ଭୂତାଣୁ ମନୁଷ୍ୟ ଶରୀରରୁ ଅନ୍ୟ ମନୁଷ୍ୟ ଶରୀରକୁ ଡେଇଁବା ଦେଖାଗଲା। ପୂର୍ବ ଭଳି ଏହାର ପ୍ରସାର ଆଉ ମର୍କଟ ଶରୀର ଉପରେ ନିର୍ଭରଶୀଳ ହୋଇ ରହିଲା ନାହିଁ। ଏଥିରେ ଯାହା ଏକ ଅସମାହିତ ପ୍ରଶ୍ନ ହୋଇ ରହିଛି, ତାହା ହେଲା- ଆଫ୍ରିକାକୁ ଆଦୌ ଯାତ୍ରା କରିନଥିବା ବ୍ୟକ୍ତିମାନଙ୍କ ଠାରେ ଏହି ରୋଗର ଆବିର୍ଭାବ ଘଟିବା ଦେଖାଗଲା। ଏହି ବ୍ୟାଧିଗ୍ରସ୍ତମାନଙ୍କ ଠାରେ ‘ଫ୍ଲୁ’ ଭଳି ଲକ୍ଷଣ ପ୍ରକାଶ ପାଇବା ସହିତ ଚର୍ମରେ ହାଡ଼ଫୁଟି ବା ବସନ୍ତ ଭଳି ଫୋଟକାମାନ ବାହାରିଥାଏ।

‘ହୁ’ ଶନିବାର ଦିନ ସତର୍କ ସୂଚନା ଘୋଷଣା କଲା ବେଳକୁ ‘ବାନର ବସନ୍ତ’ ୭୫ଟି ଦେଶରେ ପ୍ରାୟ ୧୭,୦୦୦ ଲୋକଙ୍କୁ ସ˚କ୍ରମିତ କରି ସାରିଥିଲା। ତେବେ ଅଧିକା˚ଶ ସ˚କ୍ରମଣ ଘଟିଛି ଇଉରୋପ (ପ୍ରାୟ ୭୦ ଶତା˚ଶ) ଓ ଆମେରିକା (୧୫ ଶତା˚ଶ)ରେ। ଆଉ ଏଠାରେ ଏହି ସ˚କ୍ରମଣର ଯେଉଁ ଏକ ଚରିତ୍ର ଦୃଶ୍ୟମାନ ହୋଇଛି, ତାହାର ୧୯୮୦ ଦଶକରେ ସେଇ ଆଫ୍ରିକାରୁ ଉଦ୍ଭବ ହୋଇ ପୃଥିବୀ ସାରା ଆତଙ୍କ ସୃଷ୍ଟି କରିଥିବା ଅନ୍ୟ ଏକ ଭୂତାଣୁଜନିତ ବ୍ୟାଧି ସହିତ ଥିବା ସାମଞ୍ଜସ୍ୟ, ଯେତିକି ଚିନ୍ତା ଓ ଆତ୍ମସମୀକ୍ଷାର କାରଣ ହୋଇଥାଏ, ସେତିକି ଭୟର କାରଣ ହୋଇଥାଏ। ତାହା ମଧୢ ଥିଲା ଏକ ଆଫ୍ରିକୀୟ ମର୍କଟ ସୂତ୍ରରୁ ଆସିଥିବା- ସବୁଜ ମର୍କଟ- ଭୟଙ୍କର ବ୍ୟାଧି ‘ଏଡ୍‌ସ’।

ସେଇ ବ୍ୟାଧି ଯେତେବେଳେ ପ୍ରଥମେ ପାଶ୍ଚାତ୍ୟ ଦେଶମାନଙ୍କରେ ବ୍ୟାପିବାକୁ ଆରମ୍ଭ କଲା, ସେତେବେଳେ ତାହା ପ୍ରାୟ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧୢରେ ସୀମିତ ହୋଇ ରହିଥିଲା- ସମଲିଙ୍ଗୀ ପୁରୁଷମାନଙ୍କ ମଧୢରେ। ଠିକ୍‌ ‘ଏଡ୍‌ସ’କୁ ଅନୁକରଣ କଲା ଭଳି ବର୍ତ୍ତମାନ ଇଉରୋପ ଓ ଆମେରିକାରେ ଯେଉଁମାନେ ‘ମଙ୍କି ପକ୍ସ’ ଦ୍ବାରା ସ˚କ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି, ସେମାନେ ପ୍ରାୟ ସମସ୍ତେ ହେଉଛନ୍ତି ପୁରୁଷମାନଙ୍କ ସହିତ ଯୌନ ସମ୍ପର୍କ ରଖିଥିବା ପୁରୁଷ। ସେମାନଙ୍କ ମଧୢରୁ ଅନେକ ‘ମଙ୍କି ପକ୍ସ’ ଦ୍ବାରା ସ˚କ୍ରମିତ ହେବା ପୂର୍ବର ଏକ ବର୍ଷ ମଧୢରେ ଅନ୍ୟ କୌଣସି ଯୌନ-ସ˚କ୍ରମିତ ବ୍ୟାଧି ଦ୍ବାରା ପୀଡ଼ିତ ହୋଇଥିବା ମଧୢ ଜଣାପଡ଼ିଛି। ସ˚କ୍ରମିତମାନଙ୍କ ମଧୢରୁ ପ୍ରାୟ ଏକ-ତୃତୀୟା˚ଶ ବହୁସ˚ଖ୍ୟକ ସାଥୀମାନଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିବାରେ ଅଭ୍ୟସ୍ତ ଥିବା ମଧୢ ପ୍ରକାଶ କରିଛନ୍ତି। ପ୍ରକାଶିତ ଖବର ଅନୁସାରେ ଦିଲ୍ଲୀରେ ଚିହ୍ନଟ ହୋଇଥିବା ‘ମଙ୍କି ପକ୍ସ’ ସ˚କ୍ରମିତ ବ୍ୟକ୍ତିଜଣକ ହିମାଚଳ ପ୍ରଦେଶର ମନାଲିଠାରେ ଏକ ପୁରୁଷ-କେବଳ ପାର୍ଟିରେ ସାମିଲ ହୋଇ ମଉଜ ମସ୍ତି କରି ଫେରିଥିଲେ।

ବୈଜ୍ଞାନିକମାନେ ପ୍ରାୟ ଏକମତ ଯେ ଶ୍ବାସପ୍ରଶ୍ବାସରୁ ନିର୍ଗତ କଣିକା ବା ‘ଡ୍ରପ୍‌ଲେଟ୍‌’ ମାଧୢମରେ (ଯେମିତି କୋଭିଡ୍‌ ସ˚କ୍ରମଣ କ୍ଷେତ୍ରରେ ଘଟିଥାଏ) ‘ମଙ୍କି ପକ୍ସ’ ଭୂତାଣୁର ପ୍ରସାର ଘଟିନଥାଏ। ସେମାନେ ନିଶ୍ଚିତ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଘଟିଥିବା ‘ବାନର ବସନ୍ତ’ ସ˚କ୍ରମଣ ପ୍ରାୟ ସମ୍ପୂର୍ଣ୍ଣ ରୂପେ ଚର୍ମ-ଚର୍ମ ସ୍ପର୍ଶ ମାଧୢମରେ ସ˚ଘଟିତ ହୋଇଛି; ଯେଉଁଥିରେ ଯୌନ ସମ୍ପର୍କ ଅନ୍ତର୍ଭୁକ୍ତ।
କିଛି ଲୋକ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପ୍ରାକୃତିକ ଓ ଅନୈତିକ କହୁଥିବା ବେଳେ ଅନ୍ୟମାନେ ସମଲିଙ୍ଗୀ ଆଚରଣକୁ ଏକ ଗର୍ବବୋଧର ବାହକ ବୋଲି ବିଶ୍ବାସ କରନ୍ତି। ଏହା ଏପରି ଏକ ଶକ୍ତିଶାଳୀ ଆନ୍ଦୋଳନର ରୂପ ନେଇଛି ଯେ ଗୋଟିକ ପରେ ଗୋଟିଏ ଦେଶରେ ସମଲିଙ୍ଗୀ ବିବାହକୁ ମଧୢ ଆଇନଗତ ସ୍ବୀକୃତି ପ୍ରଦାନ କରାଯିବାରେ ଲାଗିଛି। ଏହାର ସମର୍ଥକମାନଙ୍କ ଦୃଷ୍ଟିରେ କିନ୍ତୁ ସମଲିଙ୍ଗୀ ସମ୍ପର୍କରେ କୌଣସି ଅନୈତିକତାର ଦାଗ ନ ଥାଏ। ଯେଉଁମାନେ ଆପେକ୍ଷିକ ନୈତିକତାବାଦରେ ବିଶ୍ବାସ କରନ୍ତି, ସେମାନଙ୍କ ପାଇଁ ବିଶୁଦ୍ଧ ନୀତି ବା ବିଶୁଦ୍ଧ ଅନୀତି କିମ୍ବା ବିଶୁଦ୍ଧ ପାପ ବା ବିଶୁଦ୍ଧ ପୁଣ୍ୟ ବୋଲି କିଛି ନ ଥାଏ।

କିନ୍ତୁ ସାଧାରଣ ଜ୍ଞାନ ଅନୁସାରେ ଯାହା ପ୍ରକୃତି-ବିରୁଦ୍ଧ ହୋଇଥାଏ, ତାହା ହେଉଛି ଅନୀତି ବା ପାପ। ପ୍ରକୃତି-ବିରୁଦ୍ଧ ଆଚରଣର ପରିଣାମ କେବେହେଲେ ଶୁଭଙ୍କର ହୋଇନଥାଏ; ତାହା ହୋଇଥାଏ ପାପର ଫସଲ। ଅନେକଙ୍କ ମତରେ ଅତୀତରେ ‘ଏଡ୍‌ସ’ ଯଦି ଏହା ପ୍ରମାଣିତ କରିଥିଲା, ବର୍ତ୍ତମାନ ‘ମଙ୍କି ପକ୍ସ’ ତାହାକୁ ଆଉ ଥରେ ପ୍ରମାଣ କରିଛି। ବିପଦର କଥା ହେଲା ଏହି ଫସଲ ସେହି ସମଲିଙ୍ଗୀ ପୁରୁଷ ଗୋଷ୍ଠୀରେ ସୀମିତ ନ ରହି କ୍ରମେ ଅନ୍ୟ କ୍ଷେତକୁ ମଧୢ ମାଡ଼ିଯାଏ, ଯେମିତି ଘଟିଛି ‘ଏଡ୍‌ସ’ କ୍ଷେତ୍ରରେ। ଉଦାହରଣ ସ୍ବରୂପ ଆମେରିକାରେ ବର୍ତ୍ତମାନ ନୂତନ ଏଡ୍‌ସ ସ˚କ୍ରମିତମାନଙ୍କ ମଧୢରୁ ଏକ-ଚତୁର୍ଥା˚ଶ ହେଉଛନ୍ତି ମହିଳା! ‘ମଙ୍କି ପକ୍ସ’ କ୍ଷେତ୍ରରେ ମଧୢ ତାହା ଘଟିବା ନିଶ୍ଚିତ। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପାପ ପାଇଁ ବୃହତ୍ତର ସମାଜକୁ ପ୍ରାୟଶ୍ଚିତ କରିବାକୁ ପଡ଼ିଥାଏ।

ଏକ ଆଶ୍ବାସନର କଥା ଏହା ଯେ ବସନ୍ତ ରୋଗ ପାଇଁ ଉଦ୍ଭାବିତ ହୋଇଥିବା ଏକ ଟିକା ‘ମଙ୍କି ପକ୍ସ’ ନିରାକରଣରେ ମଧୢ ଫଳପ୍ରଦ ହେଉଛି। ‘ହୁ’ ଏବେ ‘ମଙ୍କି ପକ୍ସ’କୁ ଏକ ଆନ୍ତର୍ଜାତିକ ଏମର୍ଜେନ୍‌ସି (ଫେଇକ୍‌) ରୂପେ ଘୋଷଣା କଲା ପରେ ଏହି ଟିକା ଉତ୍ପାଦନ ଓ ବଣ୍ଟନକୁ ନିୟନ୍ତ୍ରଣ କରି ଏହି ନୂତନ ବିପଦର ମୁକାବିଲା କରିବାକୁ ଅଧିକ ସକ୍ଷମ ହେବ। ଆଶା ‘ହୁ’ର ଏହି ସମୟୋଚିତ ପଦକ୍ଷେପ ଏଥିରେ ସେଇଭଳି ସଫଳତା ହାସଲ କରିବ ଯାହା ‘କୋଭିଡ୍‌’କୁ କାବୁ କରିବାରେ ହାସଲ କରି ପାରିନଥିଲା।