ଜଣେ ଫକିର ଥିଲେ। ଜଣେ ଧନୀ ବ୍ୟବସାୟୀ ତାଙ୍କର ଅନୁଗାମୀ ଥିଲେ। ଥରେ ଫକିର ସେଇ ବ୍ୟବସାୟୀଙ୍କ ସହରରେ ପହଞ୍ଚିଲେ। ବ୍ୟବସାୟୀ ଜଣକ ତାଙ୍କୁ ଅଭ୍ୟର୍ଥନା ଜଣାଇଲେ। ସ˚ଧୢା ବେଳେ ଫକିର ଏକା ଥିବା ବେଳେ ବ୍ୟବସାୟୀ ତାଙ୍କୁ କହିଲେ- ବାବା, ମୁଁ ଆପଣଙ୍କ ପ୍ରକୃତ ସେବା କରିବାକୁ ଚାହୁଁଛି। ମୋ ପାଖରେ ସବୁ କିଛି ଅଛି। ଖାଲି କହନ୍ତୁ କି ସେବା କରିବି? ଥରେ ସୁଯୋଗ ଦିଅନ୍ତୁ।
ଫକିର ଏହା ଶୁଣି ନିଜ ମୁଣିରୁ ଛୁଞ୍ଚିଟିଏ ବାହାର କରି କହିଲେ- ବାବୁ ଗୋଟିଏ କଥା ଲାଗି ମୁଁ ଚିନ୍ତାରେ ଘାରି ହେଉଥିଲି। ଏବେ ତୁମେ ସେବା କରିବା ଲାଗି ରାଜି ମାନେ ମୋର ଚିନ୍ତା ଗଲା। କଥା ହେଲା, ମୁଁ ବୁଢ଼ା ହେଲିଣି। କେବେ ମରିବି କିଏ ଜାଣେ? ମୋ ଚିନ୍ତା ମୁଁ ମଲା ପରେ ମୋ ଜାମା କେମିତି ସିଲାଇ କରିବି? ତୁମେ ଏ ଛୁଞ୍ଚିଟି ରଖିଥାଅ। ମୋ ମୃତ୍ୟୁ ପରେ ଏହା ଯେମିତି ମୋ ସହିତ ଯାଏ ତା’ର ବ୍ୟବସ୍ଥା କରିଦେବ।
ବ୍ୟବସାୟୀ ଏହା ଶୁଣି ଆଚମ୍ବିତ ହୋଇ କହିଲେ- କି କଥା କହୁଛନ୍ତି ବାବା, ମୃତ୍ୟୁ ପରେ ଆମେ ଯେଉଁଠିକୁ ଯିବା ଏଠାରୁ ସେଠାକୁ ଛୁଞ୍ଚି କ’ଣ ଧୂଳିକଣାଟିଏ ବି ନେବା ସମ୍ଭବ ନୁହେଁ। ଆପଣ ମୋତେ ଏ କି ବିଚିତ୍ର ସେବାର ମଉକା ଦେଉଛନ୍ତି!
ଫକିର ଗମ୍ଭୀର ହୋଇ କହିଲେ- ତାହା ହେଲେ ସିଧା କହୁନ ପାରିବ ନାହିଁ ବୋଲି?
ତା’ ପରେ ଫକିର ତୁରନ୍ତ ସେଠାରୁ ଚାଲିଗଲେ।
ବ୍ୟବସାୟୀ ଫକିରଙ୍କ ଏ ପ୍ରକାର ଆଚରଣରେ ବ୍ୟଥିତ ହେଲେ ସତ କିନ୍ତୁ ଚିନ୍ତା କରିବାକୁ ଲାଗିଲେ। ହଠାତ୍ ତାଙ୍କର ମନେ ହେଲା ଏ ସ˚ପତ୍ତି ଠୁଳ କରିବା ଲାଗି ସେ କରୁଥିବା ଶ୍ରମ ଓ ଚିନ୍ତାରେ କାଟୁଥିବା ସମୟ ସବୁ ନିରର୍ଥକ। ଏବେ ସେ ନିଜ ଜୀବନର ଆଭିମୁଖ୍ୟ ବଦଳାଇବାକୁ ଚେଷ୍ଟା କଲେ।