ନିକଟରେ ଜଣେ ଭାରତୀୟ ‘ବାବା’ ବା ‘ଗଡ୍ ମ୍ୟାନ୍’ଙ୍କ ଏକ ଅଭୂତପୂର୍ବ ବହପ ଆଧୢାତ୍ମିକ ଜଗତ୍ ବଦଳରେ ପାର୍ଥିବ ଜଗତ୍ରେ ପ୍ରବଳ ହୁଲସ୍ତୁଲ ସୃଷ୍ଟି କରିଛି। ସ୍ବାମୀ ନିତ୍ୟାନନ୍ଦ ବା ଆତ୍ମ-ଘୋଷିତ ‘ପରମ ଶିବମ୍’ ନାମଧାରୀ ଏହି ‘ବାବା’ଙ୍କ କାରନାମାଟି ହେଲା ସେ ‘ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ କୈଳାସ’ ବା ‘ୟୁ.ଏସ୍.କେ.’ ନାମକ ଏକ ସ୍ବତନ୍ତ୍ର ରାଷ୍ଟ୍ର ଗଠନ କରିଛନ୍ତି। ତାଙ୍କ ଦାବି ଅନୁସାରେ ଗଲା ଫେବ୍ରୁଆରି ୨୪ ତାରିଖରେ ଏହି ରାଷ୍ଟ୍ର ପକ୍ଷରୁ ନିଯୁକ୍ତ ଜଣେ ସ୍ଥାୟୀ ରାଷ୍ଟ୍ରଦୂତ ଜାତିସ˚ଘର ଏକ କମିଟିରେ ଯୋଗ ଦେଇ ଆଲୋଚନାରେ ଅ˚ଶ ମଧ୍ୟ ଗ୍ରହଣ କରି ସାରିଲେଣି। ଉଲ୍ଲେଖଯୋଗ୍ୟ ଯେ ଏହାର ପ୍ରମାଣ ବହନକାରୀ ଗୋଟିଏ ଭିଡିଓ ସ˚ପ୍ରତି ଭାଇରାଲ ହେବାରେ ଲାଗିଛି ଯହିଁରେ ଦେଖିବାକୁ ମିଳିଛି ଯେ ଏହି ତଥାକଥିତ ରାଷ୍ଟ୍ରଦୂତ (ବିଜୟପ୍ରିୟା ନିତ୍ୟାନନ୍ଦ ନାମଧାରିଣୀ ଜଣେ ମହିଳା) ଏକ ସ˚ଭ୍ରାନ୍ତ ବୈଠକରେ ଭାରତ ବିରୋଧୀ ଆରୋପ ଉପସ୍ଥାପନ କରି କହୁଛନ୍ତି କିଭଳି ହିନ୍ଦୁ ଧର୍ମର ଶୀର୍ଷତମ ପୁରୁଷ ସ୍ବାମୀ ନିତ୍ୟାନନ୍ଦଙ୍କୁ ତାଙ୍କ ନିଜ ମାତୃଭୂମିରେ ଦଣ୍ତିତ କରାଯାଉଛି।
ଏହି ‘ବାବା’ ନିତ୍ୟାନନ୍ଦଙ୍କ ସୂଚନା ଅନୁଯାୟୀ ପ୍ରାଚୀନତମ ହିନ୍ଦୁ ପର˚ପରାକୁ ଅନୁସରଣ କରୁଥିବା ଦିବ୍ୟ ଚେତନାଯୁକ୍ତ ଦୁଇ ନିୟୁତ ହିନ୍ଦୁଙ୍କୁ ଏହି ଦେଶ ‘ୟୁ.ଏସ୍.କେ.’ ଧାରଣ କରିଛି। ଏହି ଅବସରରେ ପାଠକ-ପାଠିକାମାନଙ୍କୁ ସ୍ମରଣ କରାଇ ଦିଆଯାଇପାରେ କି ଅପହରଣ, ଦୁଷ୍କର୍ମ, ଅର୍ଥ ହେରଫେର ଇତ୍ୟାଦି ମାମଲାରେ ଅଭିଯୁକ୍ତ ହୋଇ ୨୦୧୯ ମସିହାରେ ସ୍ବାମୀ ନିତ୍ୟାନନ୍ଦ ଭାରତରୁ ପଳାୟନ କରିଥିଲେ ଏବ˚ ୨୦୨୦ ମସିହାରେ ସହସା ଆତ୍ମପ୍ରକାଶ କରି ନିଜ ଦ୍ବାରା ସୃଷ୍ଟ ରାଷ୍ଟ୍ର ‘ୟୁ.ଏସ୍.କେ.’ର ଅଧୀଶ୍ବର ହୋଇଥିବା ବିଷୟ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଏଭଳି ଏକ ରାଷ୍ଟ୍ର ଗଠନ ଆନ୍ତର୍ଜାତିକ ‘କନ୍ଭେନ୍ସନ’ ବା ନିୟମାନୁସାରେ କ’ଣ ସମ୍ଭବ? କେବଳ ସେତିକି ନୁହେଁ, ଏଭଳି ସନ୍ଦିଗ୍ଧ ‘ବାବା’ମାନଙ୍କ ଦ୍ବାରା ସୁଆଙ୍ଗ ରଚନା କରିବାର ସୀମା କେତେ ଦୂର ପର୍ଯ୍ୟନ୍ତ ଯାଇପାରେ?
‘ଭର୍ଚ୍ୟୁଆଲ୍’ ଦୁନିଆରେ ‘ୟୁ.ଏସ୍.କେ.’ର ଉପସ୍ଥିତି ଥିବା ସତ୍ତ୍ବେ ଏହାର ଭୌଗୋଳିକ ଅବସ୍ଥିତି ଏ ଯାବତ୍ ପ୍ରାୟତଃ ଅନିର୍ଦ୍ଦିଷ୍ଟ; ତେବେ ଶୁଣାଯାଏ ଯେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଇକ୍ବେଡର ସମୀପବର୍ତ୍ତୀ କୌଣସି ଏକ ମାନବ ବିହୀନ କ୍ଷୁଦ୍ର ଦ୍ବୀପକୁ କ୍ରୟ କରାଯାଇ ‘ୟୁ.ଏସ୍.କେ.’ର ସ୍ଥାପନା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଇକ୍ବେଡର ସମୀପବର୍ତ୍ତୀ ଏଭଳି ଦ୍ବୀପମାନ କ୍ରୟ-ବିକ୍ରୟଯୋଗ୍ୟ ସ˚ପତ୍ତି ହୋଇଥିବାରୁ ବିତ୍ତଶାଳୀ ବ୍ୟକ୍ତିମାନେ ତାହା ଖର୍ଦ୍ଦି କରି ବିଳାସପୂର୍ଣ୍ଣ ଆବାସ ସ୍ଥଳୀରେ ପରିଣତ କରିଥାଆନ୍ତି। ‘ୟୁ.ଏସ୍.କେ.’ର ‘େଵବ୍ସାଇଟ୍’ରେ ପ୍ରଦତ୍ତ ସୂଚନା ଅନୁସାରେ ଏହି ରାଷ୍ଟ୍ରର ଜାତୀୟ ପତାକା (ବୃଷଭ ଉପରେ ଆସୀନ ନିତ୍ୟାନନ୍ଦଙ୍କ ଚିତ୍ର ସହିତ), ଜାତୀୟ ସ˚ଗୀତ, ଜାତୀୟ ଚିହ୍ନ, ଜାତୀୟ ଫଳ, ଜାତୀୟ ପୁଷ୍ପ, ସ˚ବିଧାନ, ମୁଦ୍ରା ଏବ˚ ବିଭିନ୍ନ ସରକାରୀ ବିଭାଗମାନ ମଧୢ ରହିଛି। କେବଳ ସେତିକି ନୁହେଁ ଏହି ‘େଵବ୍ସାଇଟ୍’ରେ ଆବେଦନ ଜରିଆରେ ଏହି ଦେଶକୁ ମାତ୍ର ତିନି ଦିନ ସକାଶେ ଭିସାର ପ୍ରାବଧାନ ମଧୢ ଅଛି ଏବ˚ ‘ୟୁ.ଏସ୍.କେ’ରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆରୁ ‘ଗରୁଡ଼’ ନାମକ ଭଡ଼ା ବିମାନର ବ୍ୟବସ୍ଥା ମଧୢ ରହିଛି। ନିତ୍ୟାନନ୍ଦ ଦାବି କରିଥାଆନ୍ତି ଯେ ଅନ୍ତତଃ ଦେଢ଼ ଶହ ସରିକି ରାଷ୍ଟ୍ରରେ ‘ୟୁ.ଏସ୍.କେ.’ର ଦୂତାବାସ ବିଦ୍ୟମାନ। ତେବେ, ଉଦ୍ଭଟ ଭଳି ପ୍ରତୀୟମାନ ହେଉଥିବା ଏହି ସବୁ ବିବରଣୀ ସତ୍ତ୍ବେ ପ୍ରଶ୍ନ ଉଠିଥାଏ ଯେ ଦୈବାତ୍ ଯଦି ଏ ସବୁ ବାସ୍ତବ ହୋଇଥାଏ ତେବେ ‘ୟୁ.ଏସ୍.କେ.’ କ’ଣ ଜାତିସ˚ଘ ଦ୍ବାରା ସ୍ବୀକୃତ ଏକ ବିଧିବଦ୍ଧ ରାଷ୍ଟ୍ରରେ ପରିଣତ ହୋଇପାରିବ?
ଏ ପରିପ୍ରେକ୍ଷୀରେ ୧୯୩୩ ମସିହାର ‘ମଣ୍ଟିଭିଡିଓ କନ୍ଭେନ୍ସନ୍’ ଉପରେ ଦୃଷ୍ଟି ନିକ୍ଷେପ କରାଯିବା ଆବଶ୍ୟକ। ଏହା ଅନୁସାରେ ଏକ ରାଷ୍ଟ୍ର ଜାତିସ˚ଘର ସ୍ବୀକୃତି ଲାଭ କରିବା ଲାଗି ଯେଉଁ ଚାରିଟି ସର୍ବନିମ୍ନ ସର୍ତ୍ତ ଆବଶ୍ୟକ କରିଥାଏ, ସେଗୁଡ଼ିକ ହେଲେ ସୁଚିହ୍ନିତ ସୀମାରେଖା, ସ୍ଥାୟୀ ବାସିନ୍ଦା, ଗୋଟିଏ ସରକାର ଏବ˚ ବାହ୍ୟ ରାଷ୍ଟ୍ର ସହିତ ସ˚ପର୍କ ସ୍ଥାପନ କରି ପାରିବାର ସାମର୍ଥ୍ୟ। େଵବ୍ସାଇଟ୍ର ଦାବି ଅନୁସାରେ ଏ ସମସ୍ତ ସର୍ତ୍ତ ‘ୟୁ.ଏସ୍.କେ.’ ପୂରଣ କରିଥାଏ; ଯେଉଁ କାରଣରୁ ଜାତିସ˚ଘ ଦ୍ବାରା ଏହି ଦେଶକୁ ସ୍ବୀକୃତି ପ୍ରଦାନ କରାଯିବାର ସମ୍ଭାବନା ଅଧିକ ବିତର୍କିତ ପ୍ରସଙ୍ଗ ହୋଇପଡ଼େ। ପୁଣି ଯେତେବେଳେ ଦେଖିବାକୁ ମିଳିଥାଏ ଯେ ତାଇଵାନ ଭଳି ଏକ ଅତ୍ୟନ୍ତ ସମୃଦ୍ଧ ଦ୍ବୀପ ରାଷ୍ଟ୍ର ଏ ଯାବତ୍ ଜାତିସ˚ଘ ଦ୍ବାରା ସ୍ବୀକୃତି ଲାଭ କରିନାହିଁ, ସେତେବେଳେ ଏହି ପ୍ରସଙ୍ଗ ଅଧିକ ଜଟିଳତା ମଧୢକୁ ପ୍ରବେଶ କରିଥାଏ।
ଅବଶ୍ୟ, ଶ˚ସିତ ଭିଡିଓକୁ ନଜରଅନ୍ଦାଜ କରିବା ଲାଗି ଜାତିସ˚ଘ ପକ୍ଷରୁ ପରାମର୍ଶ ଦିଆଯାଇଛି ଏବ˚ କୁହାଯାଇଛି ଯେ ‘ୟୁ.ଏସ୍.କେ.’ ଏକ ‘ଏନ୍ଜିଓ’ ରୂପେ ଆଲୋଚନାରେ ଅ˚ଶ ଗ୍ରହଣ କରିଥିଲା। ତେବେ, ଏ ସ˚ଦର୍ଭରେ ଆଶଙ୍କା ପ୍ରକାଶ ପାଇଥାଏ ଯେ ଅବଲୀଳା କ୍ରମେ ‘ୟୁ.ଏସ୍.କେ.’ ଏହି ‘ବାବା’ଙ୍କ ଅଗଣିତ ଅନ୍ଧାନୁଗାମୀଙ୍କ ଆକର୍ଷଣର କେନ୍ଦ୍ର ପାଲଟିଯିବ ଏବ˚ ଖୁବ୍ ସମ୍ଭବ ବିଦେଶାଗତ ପ୍ରଭାବଶାଳୀ ଧନୀକ ଭକ୍ତଙ୍କ ହସ୍ତକ୍ଷେପ ଏହାକୁ ଏକ ବିଧିବଦ୍ଧ ରାଷ୍ଟ୍ରରେ ମଧୢ ପରିଣତ କରିଦେବ। ସୁତରା˚, ଭାରତରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା ଜଣେ ଅଭିଯୁକ୍ତଙ୍କ ଏଭଳି ଉଦ୍ୟମକୁ ପ୍ରତିହତ କରିବା ଲାଗି ଯେ ସରକାରଙ୍କ ପକ୍ଷରୁ କୂଟନୈତିକ ଚାପ ପ୍ରୟୋଗ ଏକାନ୍ତ ଆବଶ୍ୟକ, ତାହା କହିବା ଅନାବଶ୍ୟକ।
ଏହି ପୃଷ୍ଠଭୂମିରେ ଉଠୁଥିବା ଏକ ଅତ୍ୟନ୍ତ ଅସ୍ବସ୍ତିକର ପ୍ରଶ୍ନ ହେଲା, କିଛି ଆତ୍ମ ଘୋଷିତ ‘ଗଡ୍ ମ୍ୟାନ’ଙ୍କ ଘୃଣ୍ୟ ଚେହେରା ଉଜାଗର ହେବା ସତ୍ତ୍ବେ ସେମାନଙ୍କ ଅଧିକା˚ଶ ଅନୁଗାମୀଙ୍କ ଠାରେ କୌଣସି ଭାବାନ୍ତର ସୃଷ୍ଟି ହୋଇ ନ ଥାଏ କାହିଁକି? ଏହାର ପ୍ରମାଣ ମିଳିଥିଲା ଏକାଧିକ ହତ୍ୟା ଅଭିଯୋଗରେ ସ˚ପୃକ୍ତ ସନ୍ଥ ରାମପାଲର ଗିରଫ (୨୦୧୪) କାଳରେ ହରିଆଣା ପୁଲିସ ସହିତ ଭକ୍ତମାନଙ୍କ ସଶସ୍ତ୍ର ଖଣ୍ତଯୁଦ୍ଧରେ ଏବ˚ ହତ୍ୟା ଅଭିଯୋଗରେ ଗିରଫ ‘ଡେରା ସଚ୍ଚା ସୌଦା’ର ମୁଖ୍ୟ ବାବା ଗୁରମିତ ରାମ ରହିମର ଗିରଫ ପରବର୍ତ୍ତୀ ଭକ୍ତମାନଙ୍କ ଦ୍ବାରା ସ˚ଘଟିତ ହି˚ସାରେ, ଯହିଁରେ ୩୨ ଜଣ ନିହତ ଏବ˚ ୩୫୦ ଆହତ ହୋଇଥିଲେ। ବିଡ଼ମ୍ବନାଟି ହେଲା ରାମରହିମ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାବାସ କାଟୁଥିବା ସତ୍ତ୍ବେ ତା’ର ଭକ୍ତଙ୍କ ସ˚ଖ୍ୟାରେ କୌଣସି ଅବନତି ଘଟିନାହିଁ। ଏଭଳି ଦୃଷ୍ଟାନ୍ତ କିଛି କମ୍ ନୁହେଁ; ଆଶାରାମ ବାପୁ ବା ନିର୍ମଳ ବାବା ବା ବୀରେନ୍ଦ୍ର ଦେବ ଦୀକ୍ଷିତ ଆଦିଙ୍କ ଭଳି ଗିରଫ ଅଥବା ନିରୁଦ୍ଦିଷ୍ଟ ହୋଇଥିବା ସନ୍ଦିଗ୍ଧ ଚରିତ୍ରଧାରୀ ‘ବାବା’ମାନେ ସେମାନଙ୍କ ଭକ୍ତମାନଙ୍କ ଆନୁଗତ୍ୟ ବଜାୟ ରଖି ପାରିଛନ୍ତି।
ପ୍ରାଚୀନ କାଳରୁ ହିନ୍ଦୁ ଆଧୢାତ୍ମିକ ପର˚ପରାରେ ସଦ୍ଗୁରୁମାନଙ୍କ ଏକ ବଳିଷ୍ଠ ଉପସ୍ଥିତି ରହି ଆସିଛି, ଯେଉଁମାନେ ବ୍ୟକ୍ତି ଓ ସମାଜ ଲାଗି ପଥ ପ୍ରଦର୍ଶକ ରୂପେ ଆବିର୍ଭୂତ ହୋଇ ଦେବତୁଲ୍ୟ ସମ୍ମାନ ଲାଭ କରିଛନ୍ତି। ବୈଦିକ ଓ ପୁରାଣ କାଳରେ ତ୍ରିକାଳଦ୍ରଷ୍ଟା ଋଷିମାନେ ଥିଲେ ଏହି ସଦ୍ଗୁରୁ ସ୍ଥାନୀୟ। କିନ୍ତୁ ଅସୁରକ୍ଷାର ଭାବନା ଓ ଅଦୃଷ୍ଟର ଭୟ ଦ୍ବାରା ଜର୍ଜର ମନୁଷ୍ୟ ଦିଗ୍ଦର୍ଶନ ସକାଶେ ସଦ୍ଗୁରୁମାନଙ୍କ ଅନ୍ବେଷଣରେ ଯାଇ ଅନେକ ଶଠ ଗୁରୁମାନଙ୍କୁ ମଧୢ ଲାଭ କରିଛି। କଥା ହେଲା, ଯେଉଁ ସମାଜରେ କେବଳ ମାତ୍ର ଗୈରିକ ବସନ ପରିଧାନ କରି ସମ୍ମୁଖସ୍ଥ ମନୁଷ୍ୟ ମନରେ ଭକ୍ତି ଭାବ ଉଦ୍ରେକ କରାଇ ତାକୁ ନତମସ୍ତକ କରାଯାଇପାରେ, ସେଭଳି ସମାଜରେ ସାଧୁସୁଲଭ ଭେକ ବା କାମଚଳା ମନ୍ତ୍ର ଜ୍ଞାନ ବା ମୁଖସ୍ଥ ହିତୋପଦେଶ ବା ଅତି ଅଧିକରେ ଜଣେ ସାଧାରଣ ଯାଦୁକରତୁଲ୍ୟ ଶୂନ୍ୟରୁ ବିଭୂତି ବା ଫୁଲ ତୋଳି ଆଣିବାର ଫନ୍ଦି ଦ୍ବାରା ଅସ˚ଖ୍ୟ ଶ୍ରଦ୍ଧାଳୁଙ୍କ ଠାରୁ ଆଜୀବନ ଅନ୍ଧାନୁଗତ୍ୟ ମଧୢ ହାସଲ କରାଯାଇପାରେ।
ରାମାୟଣରେ ବର୍ଣ୍ଣନା ଥିବା ଭଳି ମା’ ସୀତାଙ୍କ ମନରେ ବିଶ୍ବାସ ଜନ୍ମାଇବା ସକାଶେ ଦୈତ୍ୟ ରାବଣ ଜଟାଜୁଟ ସହିତ କେବଳ ଗୈରିକ ବସ୍ତ୍ରଟିଏ ମାତ୍ର ପରିଧାନ କରି ତା’ର ଅଭିସନ୍ଧିରେ ସଫଳ ହୋଇଥିଲା। କିନ୍ତୁ, ଏହା ସହିତ ଶଠତାକୁ ଢାଙ୍କିବା ଲାଗି ଗୈରିକ ବସ୍ତ୍ର ଉପଯୋଗର ଦୃଷ୍ଟାନ୍ତ ସ୍ଥାପିତ ହୋଇଗଲା, ଯାହା ଏ ଯାବତ୍ ବଳବତ୍ତର ରହିଛି। ସେହି ରାମାୟଣରେ ଏକାଧାରରେ ଦେଖିବାକୁ ମିଳିଥାଏ ଯେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ପଦ ସ୍ପର୍ଶରେ ପାଷାଣୀ ଅହଲ୍ୟା ପ୍ରାଣ ଲାଭ କରିବାର ‘ଅଲୌକିକତା’ ଏବ˚ ଦୈତ୍ୟ ମାରୀଚ ସ୍ବୟ˚ ସୁବର୍ଣ୍ଣ ମୃଗରେ ପରିଣତ ହେବାର ‘ମାୟା’। କିନ୍ତୁ ସମସ୍ୟା ହେଲା ସ୍ଥୂଳ ଦୃଷ୍ଟିରେ ‘ଅଲୌକିକତା’ ଏବ˚ ‘ମାୟା’ ମଧୢରେ କୌଣସି ପ୍ରଭେଦ ଦିଶି ନ ଥାଏ; ଯେଉଁ କାରଣରୁ ଅସ˚ଖ୍ୟ ମାରୀଚ ବ˚ଶଜ ସେମାନଙ୍କ ରଚିତ ମାୟା ଜାଲ ଦ୍ବାରା ଅଲୌକିକ ଦେବ ପୁରୁଷରେ ପରିଣତ ହୋଇ ପାରିଛନ୍ତି। ସ୍ବାମୀ ନିତ୍ୟାନନ୍ଦଙ୍କ ଆଉ ଏକ ଭାଇରାଲ ଭିଡିଓରେ ତାଙ୍କର ଏକ ଆସ୍ଫାଳନ ଶୁଣିବାକୁ ମିଳିଥାଏ, ଯାହା ହେଲା ସେ କୁଆଡ଼େ ତାଙ୍କର ଇଚ୍ଛାନୁସାରେ ସେହି ଦିନ ସୂର୍ଯ୍ୟୋଦୟକୁ ଚାଳିଶ ମିନିଟ୍ ବିଳମ୍ବିତ କରି ଦେଇଥିଲେ। ଏହାର ପ୍ରତିକ୍ରିୟାରେ ଯାହା ଶୁଣିବାକୁ ମିଳେ, ତାହା ହେଲା ଭକ୍ତମାନଙ୍କ ଠାରୁ ଗହଗହ କରତାଳି। ବାସ୍ତବରେ ଏହା ହିଁ ହେଉଛି ଏକ ଅନ୍ତହୀନ ବିଡ଼ମ୍ବନା!