ଆମ ରାଜ୍ୟର ସରକାରୀ ଚିକିତ୍ସାନୁଷ୍ଠାନଗୁଡ଼ିକରେ ଠିକ୍ ଭାବେ ସ୍ବାସ୍ଥ୍ୟ ସେବା ମିଳୁନାହିଁ। ଏଣୁ ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି। ଡାକ୍ତରଙ୍କ ଅଭାବ ସହିତ ବିଭିନ୍ନ ପ୍ରକାର ଉତ୍କଟ ସମସ୍ୟା ହେତୁ ସରକାରୀ ଡାକ୍ତରଖାନାଗୁଡ଼ିକ ସାଧାରଣ ରୋଗୀଙ୍କ ଚାହିଦା ପୂରଣ କରିବାରେ ଅସମର୍ଥ। ଏ ସବୁରେ ଭିତ୍ତିଭୂମିଗତ ଦୁର୍ବଳତା ଅନେକ। ଉପାନ୍ତ ଅଞ୍ଚଳର ଅଧିକାଂଶ ଡାକ୍ତରଖାନା ଅପରିଷ୍କାର ଓ ଅପରିଚ୍ଛନ୍ନ। ସେହି କାରଣରୁ ରୋଗୀମାନଙ୍କ ସଂକ୍ରମଣ ଆହୁରି ଜଟିଳ ହୋଇ ପଡ଼ୁଥିବା ଦେଖାଯାଉଛି।
ଡାକ୍ତରଖାନାରେ ମାଗଣା ଔଷଧ ମଧ୍ୟ ନିୟମିତ ଭାବେ ମିଳେନାହିଁ। ଅନେକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଘରଗୁଡ଼ିକ ଭଙ୍ଗାରୁଜା ଅବସ୍ଥାରେ ଅଛି। କେଉଁଠି ଛାତରୁ ପାଣି ଗଳୁଛି ତ କେଉଁଠି ଲାଇଟ୍ ଓ ପଙ୍ଖା ଆଦି ଚାଲୁନାହିଁ। ବେଡ୍ଗୁଡ଼ିକ ଅପରିଷ୍କାର। ବାରଣ୍ଡାରେ କୁକୁର ଏବଂ ରୋଗୀ ଏକା ସାଙ୍ଗରେ ଶୁଅନ୍ତି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ରୋଗୀମାନେ ଡାକ୍ତରଖାନା ଖଟ ଛାଡ଼ି ବାହାରେ ଗଛ ମୂଳରେ ବସିଥିବାର ବା ଶୋଇ ଥିବାର ଫେଟା ଅନେକ ସମୟରେ ଗଣମାଧ୍ୟମରେ ବାହାରିଥାଏ। ଏ ବର୍ଷ ବଜେଟ୍ରେ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗ ଲାଗି ଅଧିକ ବ୍ୟୟର ବ୍ୟବସ୍ଥା କରିଛନ୍ତି। ତେଣୁ, ଡାକ୍ତରଙ୍କ ଅଭାବ ପୂରଣ ସହିତ ସବୁ ଅଭାବ ଓ ଅସୁବିଧା ଦୂର କରାଯିବାର ଉଦ୍ୟମ ହେବା ଜରୁରୀ।
ସଂଗ୍ରାମ କେଶରୀ ରାୟ
ଜଙ୍କିଆ, ଖୋର୍ଦ୍ଧା