ଅନେକ ଦିନ ପରେ ରାମ ଓ ଶ୍ୟାମଙ୍କର ଦେଖା ହେଲା। ଦୁହେଁ ଥିଲେ ଘନିଷ୍ଠ ବନ୍ଧୁ। ଯୌବନରେ ଦୁହେଁ କୁସଙ୍ଗରେ ପଡ଼ି ମଦ୍ୟପ ହୋଇଯାଇଥିଲେ। ତେବେ ଜୀବିକା ଲାଗି ଦୁହେଁ ଅଲଗା ଅଲଗା ଜାଗାକୁ ଯିବା ପରେ ଅନେକ ବର୍ଷ ପରେ ସେମାନଙ୍କ ଦେଖା ହୋଇଥିଲା। ତେବେ, ରାମ ଦିଶୁଥିଲା ପ୍ରଫୁଲ୍ଲ ଓ ସୁସ୍ଥ ଏବ˚ ଶ୍ୟାମ ରୁଗ୍‌ଣ ଏବ˚ ଦରିଦ୍ର।

Advertisment

ରାମ ଓ ଶ୍ୟାମଙ୍କ କଥୋପକଥନ ପରେ ଜଣାପଡ଼ିଲା ଯେ ରାମ ଯାହିତାହି ଅଳ୍ପ ଦରମାର ଚାକିରି କରୁଛି, କିନ୍ତୁ ଶ୍ୟାମ ଯେଉଁ କାମ କରୁଛି ସେଥିରେ ଦରମା ଓ ଉପୁରି ଉଭୟ ଅଛି। କଥା ପ୍ରସଙ୍ଗରେ ରାମ କହିଲା- ଭାଇ, ପ୍ରଭୁ ମୋତେ ବଞ୍ଚାଇ ଦେଇଛନ୍ତି। ମୁଁ ମଦ ପିଇବା ଛାଡ଼ି ଦେଇଛି। ତେଣୁ ଯାହା ଆୟ କରୁଛି ସେଥିରେ ଭଲରେ ଚଳିପାରୁଛି।

ଶ୍ୟାମ ଟିକିଏ ବିସ୍ମିତ ହୋଇ କହିଲା- ତୁମେ ମଦ ପୂରା ଛାଡ଼ି ଦେଇଛ? ଆଶ୍ଚର୍ଯ୍ୟ! ତୁମର ତ ଦିନେ ନ ହେଲେ ଚଳୁ ନ ଥିଲା। ମୁଁ ଶତ ଚେଷ୍ଟା କରି ଛାଡ଼ି ପାରୁନାହିଁ।

ରାମ କହିଲା- ଏ ସବୁ ଅଭ୍ୟାସ ଛାଡ଼ିବା ଲାଗି ଆଖି ଖୋଲିଯିବା ଦରକାର। ମୋର ଖୋଲିଗଲା। କେମିତି ଶୁଣ। ନୂଆ ସହରରେ ଅଳ୍ପ ଦରମାର ଚାକିରିରେ ମଦ ପିଇବାର ଅଭ୍ୟାସ। ମାସର ପ୍ରଥମ ସପ୍ତାହରେ ସବୁ ପଇସା ସରିଗଲା। କ’ଣ କରିବି? ମଦ ନ ହେଲେ ନ ହୁଏ। ସେ ଦିନ ମୁଁ ମଦ ଦୋକାନକୁ ଗଲି ଏବ˚ ମାଲିକଙ୍କୁ କହିଲି- ମୋ ପାଖରେ ପଇସା ନାହିଁ, ଏ ଘଡ଼ିଟି ରଖ ଏବ˚ ମଦ ପିଇବାକୁ ଦିଅ।

ମାଲିକ ରୁକ୍ଷ ଗଳାରେ କହିଲେ- ମୁଁ ସେମିତି ମଦ ବିକେ ନାହିଁ। ଗୋଟିଏ ନିହାତି ଅଦରକାରୀ ଜିନିଷ ଲାଗି ତୁମର ଗୋଟିଏ ଦରକାରୀ ଜିନିଷ ବିକି ଦେବ?
ବାସ୍‌ ଏଇ ଧାଡ଼ିକ କଥା। ଏମିତି କଥା ପଦକରେ କି ମନ୍ତ୍ର ଥିଲା କେଜାଣି ମୋ ଆଖି ଖୋଲିଗଲା। ତା’ ପର ଠାରୁ ମୁଁ ମଦ ଛାଡ଼ିଦେଲି।
ଶ୍ୟାମ କହିଲା- ତୁମ କଥାର ମର୍ମ ମୁଁ ଏବେ ବୁଝୁଛି। କାରଣ ମୁଁ ଆଜି ନିଃସ୍ବପ୍ରାୟ।