ମିର୍ଦ୍ଧାସ ନୁହେଁ ମିର୍ଦ୍ଧା, ଆଦିବାସୀ ତାଲିକାରେ ସଂଶୋଧନ ହେଉ

ଆଦିବାସୀ ମିର୍ଦ୍ଧା ଜାତିକୁ ମିର୍ଦ୍ଧାସ୍‌ (MIRDHAS) ବୋଲି ଆଦିବାସୀ ତାଲିକାରେ ଲେଖାଯାଇଛି। ଏହାର ସଂଶୋଧନ ପାଇଁ ଆବେଦନ କରାଯାଇଥିବା ସତ୍ତ୍ବେ ଏ ପର୍ଯ୍ୟନ୍ତ କୌଣସି ଲାଭ ମିଳିନାହିଁ। ଏହା ଦ୍ବାରା ବିଭିନ୍ନ ଅସୁବିଧା ହେଉଛି। ସରକାରଙ୍କ ଆଦିବାସୀ ତାଲିକାରେ ମିର୍ଦ୍ଧାସ ରହିଥିବାରୁ ମିର୍ଦ୍ଧା ଜାତିର ଲୋକଙ୍କୁ ଆଦିବାସୀ ମାନ୍ୟତା ମିଳିପାରୁନାହିଁ।

ପ୍ରକାଶ ଥାଉ କି ସୂଚନା ଅଧିକାର ଆଇନ ଆଧାରରେ ମୁଁ ରାଜ୍ୟର ସମସ୍ତ ରାଜସ୍ବ କମିସନର, ସମସ୍ତ ଜିଲ୍ଲାପାଳ, ତହସିଲଦାର, ବିଡିଓ ମାନଙ୍କ ଠାରୁ ଜାଣିବାକୁ ଚାହିଥିଲି ଯେ ଆମ ରାଜ୍ୟରେ ମିର୍ଦ୍ଧାସ ଜାତିର ଲୋକ ଅଛନ୍ତି କି? ସେଥିରୁ ଜଣାପଡ଼ିଛି ଯେ କୌଣସି ଠାରେ ମିର୍ଦ୍ଧାସ ଜାତିର ଲୋକ ନାହାନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ କରିଥିବା ଆବେଦନରେ ମୁଁ ଏହି ତଥ୍ୟକୁ ମଧ୍ୟ ଗୁନ୍ଥିଛି। ଆଶ୍ଚର୍ଯ୍ୟର କଥା ଯେ ମିର୍ଦ୍ଧାସ ବୋଲି ଜାତି ନ ଥାଇ ସୁଦ୍ଧା ତାହା ଆଦିବାସୀ ତାଲିକାରେ ଉଲ୍ଲିଖିତ ହେଲା କିପରି? ଦୀର୍ଘ ୫ ବର୍ଷ ହେଲାଣି ଏହି ଆବେଦନ ପତ୍ରର ବିଚାର କରାଯାଇ ନ ଥିବା ଦୁଃଖଦାୟକ। ସୁତରାଂ, ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଇ ତାଲିକାର ସଂଶୋଧନ କରାଯାଉ।
ଗୋବିନ୍ଦ ପଧାନ
ମିର୍ଦ୍ଧାପଡ଼ା, ଲୋଇସିଂହା, ବଲାଙ୍ଗୀର

ସମ୍ବନ୍ଧିତ ଖବର