ପ୍ରସିଦ୍ଧ ଜେନ୍ ଗୁରୁ ହା ହୁଇ ନିଜ ଜୀବନରୁ ଗୋଟିଏ ଘଟଣା କହିଥାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି- ଆମ ଗୁରୁ ଯେତେବେଳେ ଇଚ୍ଛା ସେତେବେଳେ ହଠାତ୍ ଓ ଅତର୍କିତ ଭାବେ ଆମମାନଙ୍କୁ ପାହାର ଦେଉଥିଲେ। ଦିନେ ଜଣେ ଶିଷ୍ୟ ନମ୍ରତାର ସହିତ ପଚାରିଲା- ମହାଭାଗ, ଆପଣ ଏମିତି ବାଡ଼ଉଛନ୍ତି କାହିଁକି?
ଗୁରୁ ସବୁ ଶିଷ୍ୟଙ୍କୁ ଗୋଟିଏ କୋଠରିକୁ ନେଇଗଲେ। ସେଠାରେ ଜଣେ ଯୁବ ଶିଷ୍ୟ ନିଦ୍ରାଗତ ଥିଲା। ଗୁରୁ ପଚାରିଲେ- ୟେ ଏବେ କ’ଣ କରୁଛି? ସମସ୍ତେ ଉତ୍ତର ଦେଲେ- ଶୋଇଛି।
ଗୁରୁ କହିଲେ- ତୁମେମାନେ ଜାଗ୍ରତ ଅଛ ବୋଲି ସିନା ଜାଣୁଛ ଏ ଶୋଇଛି ବୋଲି। ୟେ ନିଜେ କ’ଣ ଜାଣିଛି ଯେ ୟେ ଶୋଇଛି? ଶୋଇଛି ବୋଲି ସେ ନିଜେ ଜାଣିବା ଲାଗି ତାକୁ ଉଠିବା ଦରକାର। ଏହା କହି ଗୁରୁ ଶୋଇଥିବା ଶିଷ୍ୟକୁ ପାହାରେ ଦେଲେ। ସେ ଉଠି ବସିଲା।
ତା ପରେ ଗୁରୁ ସେ ଆଡ଼କୁ ଆଦୌ ନ ଚାହିଁ କହିଲେ- ତୁମେମାନେ ଚାଲୁଛ, ବୁଲୁଛ, ସବୁ କାମ କରୁଛ, କିନ୍ତୁ ସବୁ କିଛି ବେହାସ ଅବସ୍ଥାରେ ଥିଲା ଭଳି କରୁଛ। ତୁମର ପ୍ରତି କ୍ଷଣ ହୋସ ପୂର୍ବକ କଟିବା କଥା। ସେଥିଲାଗି ତୁମକୁ ସର୍ବଦା ଚେଇଁ ରହିବା ଦରକାର। ସେଇ କାରଣରୁ ତୁମମାନଙ୍କୁ ପାହାରେ ପାହାେର ବି ଦରକାର।