ଭାରତକୁ ଶାସନ କରୁଛି କିଏ?

ଏଇ ମାସ ୧୮ ତାରିଖରେ ‘ସମ୍ବାଦ’ରେ ପ୍ରକାଶିତ ରାଜନୈତିକ ଦଳଙ୍କ ମାଗଣା ଉପହାର ପ୍ରସଙ୍ଗରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଅତ୍ୟନ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ମନ୍ତବ୍ୟ ‘ଆମେ ବାରଣ କରିପାରିବୁନି’; ଆମ ଦେଶ ଲାଗି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥିରୁ ମନେପଡ଼ିଗଲା ନଅ ବର୍ଷ ତଳେ (୨୯.୦୫.୨୦୧୩) ‘ସମ୍ବାଦ’ର ‘ବିତର୍କ ମହାସମର’ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ଭୂଷଣ ମିଶ୍ର କହିଥିବା ଗୋଟିଏ ଉକ୍ତି।

ସେ କହିଥିଲେ, ‘‘ଏବେ ପ୍ରଶାସନର ବିଭିନ୍ନ କ୍ଷେତ୍ରରେ ବହୁ ପରିମାଣରେ ବେନିୟମ କାମ ଓ ଦୁର୍ନୀତି ହେଉଛି। କିନ୍ତୁ ସେ ସବୁକୁ ଦୃଷ୍ଟିକୁ ଆଣି ପ୍ରତିକାର କରିବାକୁ କହିଲେ ଅଧିକାରୀମାନେ ଅସହାୟତା ପ୍ରକାଶ କରୁଛନ୍ତି। କହୁଛନ୍ତି, ଆମେ କିଛି କରିପାରିବୁ ନାହିଁ: ଅଦାଲତକୁ ଯାଅ, ଅର୍ଡର ଆଣ।’’ ଏଥିରୁ ସ୍ପଷ୍ଟ ହେଉଛି ଯେ ଆଜିର ଗଣତନ୍ତ୍ରରେ ବା ଅଦାଲତ ହିଁ ଶାସନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଛି, ସରକାର ନୁହେଁ।’’ ମୋର ମନେହୁଏ ଏଇ ମାଗଣା ଉପହାର ପ୍ରସଙ୍ଗ ସବୁଦିନ ପାଇଁ ଏହିପରି ହିଁ ରହିଯିବ। କିମିଆ କଲାବାଲା ରହିଥିବେ, କିମିଆରେ ଭୁଲିଯିବା ଲୋକ ବି ରହିଥିବେ। ଗୋଟାଏ ଆଇନକୁ କାଟି ଦେବା ପାଇଁ ପାରିଲା ବାଲାମାନେ କେତେ କେତେ ନୂଆ ଆଇନ ପାସ୍ କରାଇ ନେଉଥିବେ।ରାଜେନ୍ଦ୍ର ନାରାୟଣ ଦାସ
ଗିଲ୍‌ବାଖ୍ ଷ୍ଟ୍ରାସେ ୯୫ଇ,
୪୧୪୬୬ ନଏସ୍‌, ଜର୍ମାନୀ

ସମ୍ବନ୍ଧିତ ଖବର