ଲାଓତ୍ ସେ ଜଣେ ଭିକାରି ଭଳି କାଳାତିପାତ କରୁଥିଲେ। ଗୋଟିଏ ଦଦରା କୁଡ଼ିଆରେ ରହୁଥିଲେ ଏବଂ ତାଙ୍କର ସଂପତ୍ତି ବୋଲି କିଛି ନ ଥିଲା। ଏହା ଶୁଣି ରାଜା ବିଚଳିତ ହେଲେ। କାରଣ ଲାଓତ୍ ସେଙ୍କ ଭଳି ଜଣେ ଯୋଗଜନ୍ମା ପ୍ରଜ୍ଞା ପୁରୁଷ ସେ ସମୟରେ ଚୀନରେ କେହି ନ ଥିଲେ।
ତେଣୁ ରାଜା ସୁନା, ରୁପା ଓ ମୁଦ୍ରା ବୋଝେଇ କରି ଲାଓତ୍ ସେଙ୍କ କୁଡ଼ିଆ ଆଗରେ ପହଞ୍ଚିଲେ। ଲାଓତ୍ ସେ ସବୁ ଶୁଣିବା ପରେ ହସିେଲ ଓ କହିଲେ- ମହାରାଜ, ମୋ ଜୀବନକୁ ମୁଁ ନିଜ ମାଲିକାନାରେ ଚଳାଉଛି! ମୁଁ ଆଜି ଯେମିତି ଚଳୁଛି ତାହା ମୋ ନିଜ ନିଷ୍ପତ୍ତି ଅନୁସାରେ। କିନ୍ତୁ ଆପଣ ମୋତେ ସତରେ ଆଜି ଭିକାରି କରି ଦେବାକୁ ବସିଛନ୍ତି!
ରାଜା ଚମକି ପଡ଼ିଲେ। ସେ କହିଲେ- ଲାଓତ୍ ସେ ଆପଣ ଏ କି କଥା କହୁଛନ୍ତି? ମୁଁ ଆପଣଙ୍କୁ ଭିକାରି କରିବାକୁ ବସିଛି? ଆପଣ ଭିକାରି ଭଳି ଚଳୁଛନ୍ତି ଶୁଣି ଆପଣଙ୍କୁ ଏ ସବୁ ଦେବାକୁ ମୁଁ ଅାସିଥିଲି!
ଲାଓତ୍ ସେ କହିଲେ- ମହାରାଜ ଗୋଟିଏ ସୂକ୍ଷ୍ମ ପ୍ରଭେଦ ବୁଝନ୍ତୁ। ଯେଉଁ ଦରିଦ୍ରମାନେ ନିଜର କିଛି ନ ଥିବା କାରଣରୁ ସବୁ କିଛି ପାଇବାକୁ ହାଇଁପାଇଁ ହୁଅନ୍ତି ସେମାନେ ପ୍ରକୃତରେ ଭିକ୍ଷୁକ। କିନ୍ତୁ ଭିକ୍ଷୁକ ହେବା ଲାଗି ଦରିଦ୍ର ହେବା ଜରୁରୀ ନୁହେଁ। ଯେଉଁ ରାଜା-ମହାରାଜାମାନେ ସେମାନଙ୍କ ଠାରେ ସବୁ କିଛି ଥିବା ସତ୍ତ୍ବେ ଆହୁରି ପାଇବାରେ ମାତି ରହନ୍ତି, ସେମାନେ ମଧ୍ୟ ଭିକ୍ଷୁକ। କିନ୍ତୁ ଯଦି ଜଣେ ଦରିଦ୍ର ହୋଇ ସୁଦ୍ଧା ତା’ର କିଛି ଲୋଡ଼ା ନ ଥାଏ, ଯିଏ ଆପଣା ସ୍ଥିତିରେ ବି ଅତ୍ୟନ୍ତ ଖୁସିରେ ଥାଏ ଓ ଜୀବନକୁ ଏକ ଉତ୍ସବରେ ପରିଣତ କରିଥାଏ, ସେ ଭିକାରି ନୁହେଁ। ସେ ପ୍ରକୃତରେ ହେଉଛି ଜଣେ ରାଜଚକ୍ରବର୍ତ୍ତୀ।
ରାଜା ଏହା ଶୁଣି କହିଲେ- ମୋ ମନରୁ ଭ୍ରାନ୍ତି ଦୂର ହେଲା ଲାଓତ୍ ସେ।