ଉତ୍ତର କାହିଁ?

ଏକ ଅତ୍ୟନ୍ତ ସ୍ପର୍ଶକାତର ଏବ˚ ଅବର୍ଣ୍ଣନୀୟ ଭାବେ ନିଷ୍ଠୁର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଯାବଜ୍ଜୀବନ କାରାଦଣ୍ତ ଭୋଗୁଥିବା ୧୧ ଜଣ ଅପରାଧୀଙ୍କ ସଜା ଅବଧିରେ ହ୍ରାସ ଘଟାଇ ଗଲା ଅଗଷ୍ଟ ୧୫ ତାରିଖରେ ସେମାନଙ୍କୁ ମୁକ୍ତ କରିଦିଆଯିବା ଘଟଣା ଅସ˚ଖ୍ୟ ଦେଶବାସୀଙ୍କୁ ମର୍ମାହତ କରିଛି। ଏହି ସ˚ଦର୍ଭରେ ଗୁଜରାଟ ସରକାରଙ୍କ ଦ୍ବାରା ପ୍ରଦତ୍ତ ମୁକ୍ତିର ଆଦେଶକୁ ପ୍ରତ୍ୟାହାର କରିବା ସକାଶେ ୬୦୦୦ ବିଶିଷ୍ଟ ନାଗରିକଙ୍କ ଦସ୍ତଖତ ସମ୍ବଳିତ ଏକ ଦରଖାସ୍ତ ଇତିମଧୢରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କୁ ପ୍ରଦାନ କରାଯାଇଛି।

ଏହି ସ୍ତମ୍ଭର ପାଠକପାଠିକାମାନେ ଅବଗତ ହୋଇ ସାରିବେଣି ଯେ ଏଠାରେ ୨୦୦୨ ମସିହାରେ ଗୁଜରାଟରେ ଘଟିଥିବା ଭୟାବହ ସା˚ପ୍ରଦାୟିକ ଦଙ୍ଗା କାଳରେ ବିଲକିସ ବାନୋଙ୍କ ପରିବାରର ୭ ଜଣ ସଦସ୍ୟ ଏକ ଉନ୍ମତ୍ତ ଭିଡ଼ ଦ୍ବାରା ହତ୍ୟାର ଶିକାର ହେବା (ଯହିଁରେ ବିଲକିସଙ୍କ ତିନି ବର୍ଷ ବୟସର ଝିଅ ମଧୢ ଅନ୍ତର୍ଭୁକ୍ତ ଥିଲା) ଏବ˚ ସେହି ଭିଡ଼ ଦ୍ବାରା ପାଞ୍ଚ ମାସର ଗର୍ଭବତୀ ଥିବା ବିଲକିସ ବାନୋ ଗଣ ଦୁଷ୍କର୍ମର ଶିକାର ହେବା ଘଟଣା ବିଷୟରେ ଏଠାରେ ଆଲୋଚନା ହେବାକୁ ଯାଉଛି। ପ୍ରକାଶ ଥାଉ କି ଏହି ଅତ୍ୟନ୍ତ ଜଘନ୍ୟ ଘଟଣା ପରେ ଗୁଜରାଟ ପୁଲିସ୍‌ ଦ୍ବାରା ଅବହେଳାର ଶିକାର ହୋଇଥିବା ବିଲକିସଙ୍କୁ ନ୍ୟାୟ ଦେବାର ଉଦ୍ୟମ ମାନବ ଅଧିକାର ସ˚ଗଠନ ଜରିଆରେ ଅବଲୀଳା କ୍ରମେ ସୁପ୍ରିମ୍‌ କୋର୍ଟରେ ପହଞ୍ଚିବା ପରେ ଅଦାଲତୀ ଆଦେଶ ବଳରେ ସିବିଆଇ ତଦନ୍ତାଧୀନ ହୋଇଥିଲା; ଯହିଁରେ ୧୧ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ; ଯାହାକୁ ଉଚ୍ଚତମ ଅଦାଲତ କାଏମ ରଖିଥିଲେ।

ଏହା ଅବଶ୍ୟ ସତ ଯେ ଯାବଜ୍ଜୀବନ କାରାଦଣ୍ତ ଭୋଗୁଥିବା ଅପରାଧୀମାନଙ୍କ ସଜାର ଅବଧିରେ ହ୍ରାସ ଘଟାଇବାର ନିୟମ ଆମ ଆଇନ ବ୍ୟବସ୍ଥାରେ ବିଦ୍ୟମାନ। କିନ୍ତୁ ଉପରୋକ୍ତ ଘଟଣାଟି ଅତ୍ୟନ୍ତ ବିରଳ ତଥା ସମ୍ବେଦନଶୀଳ ହୋଇଥିବାରୁ ଏହା କେତେକ ଆଇନଗତ, ନୈତିକ ଏବ˚ ରାଜନୈତିକ ପ୍ରଶ୍ନ ଉତ୍‌ଥାପନ କରିଥାଏ, ଯାହା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ।

ପ୍ରଥମେ ଏହି ସଜା ଅବଧି ହ୍ରାସ ନେଇ ଉଠୁଥିବା ଆଇନଗତ ପ୍ରଶ୍ନ ଉପରେ ଦୃଷ୍ଟି ପକାଯାଉ। ଯଦିଓ ଏହି ଅପରାଧୀମାନଙ୍କ ମଧୢରୁ ଜଣେ ଜେଲ ଭିତରେ ୧୪ ବର୍ଷରୁ ଅଧିକ କାଳ ଅତିବାହିତ କରି ସାରିଥିବା କାରଣରୁ ସର୍ବୋଚ୍ଚ ଅଦାଲତଙ୍କୁ ଆବେଦନ କରି ଅଦାଲତଙ୍କ ପରାମର୍ଶ କ୍ରମେ ଗୁଜରାଟ ସରକାରଙ୍କ ଦ୍ବାରା ଗଠିତ ଏକ କମିଟି ଦ୍ବାରା ଦଣ୍ତ ଅବଧିରେ ହ୍ରାସ ଘଟାଇ ସମସ୍ତ ୧୧ ଜଣ ଯାକ ଅପରାଧୀଙ୍କ ଲାଗି ମୁକ୍ତିର ମାର୍ଗ ଉନ୍ମୁକ୍ତ କରିଦେଲେ, ପ୍ରଶ୍ନ ଉଠୁଛି ଯେ ୨୦୧୪ ମସିହାରେ ‘ଦଣ୍ତ ହ୍ରାସ’ ନିୟମରେ ଅଣାଯାଇଥିବା ପରିବର୍ତ୍ତନକୁ ଆଧାର କରା ନ ଯାଇ କାହିଁକି ପୁରୁଣା ୧୯୯୨ ମସିହାର ନୀତିକୁ କାର୍ଯ୍ୟକାରୀ କରାଗଲା?

ତେବେ, ଏ ସ˚ଦର୍ଭରେ ଗୁଜରାଟ ସରକାର ଅନୁସରଣ କରିଥିବା ରାୟଟି ହରିୟାଣା ରାଜ୍ୟ ବନାମ ଜଗଦୀଶ ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଦତ୍ତ ହୋଇଥିଲା, ଯହିଁରେ କୁହାଯାଇଥିଲା ଯେ ଦୋଷୀଙ୍କୁ ଦଣ୍ତବିଧାନ କରାଯାଇଥିବା ସମୟରେ ବଳବତ୍ତର ଥିବା ଦଣ୍ତ ହ୍ରାସ ଆଇନକୁ ହିଁ ‘ସଜା ମାଫି’ ଲାଗି ବ୍ୟବହାର କରାଯିବ। ଏହି ଆଦେଶ ଅନୁସାରେ ୨୦୦୮ ମସିହାରେ ଯାବଜ୍ଜୀବନ କାରାଦଣ୍ତ ପାଇଥିବା ଅପରାଧୀମାନଙ୍କ ଲାଗି ୧୯୯୨ ମସିହାରେ ବଳବତ୍ତର ଥିବା ଦଣ୍ତ ହ୍ରାସର ନିୟମ ଲାଗୁ ହେବା ଯଥାର୍ଥ।

କିନ୍ତୁ, ଦଣ୍ତ ହ୍ରାସ ନେଇ ୨୦୧୪ ମସିହାରେ ପ୍ରଣୀତ ନୂତନ ନୀତିରେ ରହିଥିବା କେତେକ ପ୍ରାବଧାନ ଏ କ୍ଷେତ୍ରରେ ସ˚ଶୟ ସୃଷ୍ଟି କରିଥାଏ। ସେହି ପ୍ରାବଧାନଗୁଡ଼ିକ ଏହିଭଳି: ଦଣ୍ତ ହ୍ରାସ କରାଯିବା ପୂର୍ବରୁ ଯେ କୌଣସି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିବା ଅନିବାର୍ଯ୍ୟ। ଦୁଷ୍କର୍ମ ବା ହତ୍ୟା ଭଳି ସା˚ଘାତିକ ଅପରାଧରେ ଦୋଷୀ ସାବ୍ୟସ୍ତମାନଙ୍କ ସକାଶେ ‘ଦଣ୍ତ ହ୍ରାସ’ ବ୍ୟବସ୍ଥା ଲାଗୁ କରାଯାଇ ପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ଗୁଜରାଟ ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପରେ ୨୦୧୪ ମସିହାର ନିୟମର ସ˚ପୂର୍ଣ୍ଣ ଉଲ୍ଲ˚ଘନ ଦୃଷ୍ଟିଗୋଚର ହେବା ସହିତ ଏକ ଅଡୁଆ ପ୍ରଶ୍ନ ଉଠାଇଥାଏ ଯେ ୨୦୧୪ ପୂର୍ବରୁ ଏଭଳି ଜଘନ୍ୟ ଅପରାଧୀଙ୍କ ଅପରାଧର ମାତ୍ରା କ’ଣ ୨୦୧୪ ପରବର୍ତ୍ତୀ କାଳରେ ଏଭଳି ଅପରାଧୀଙ୍କ ଅପରାଧ ତୁଳନାରେ କମ୍‌, ଯାହା ସେମାନଙ୍କୁ ଘଟଣାକ୍ରମେ ମୁକ୍ତିର ସୁଯୋଗ ପ୍ରଦାନ କରିବ? ସା˚ପ୍ରତିକ ପରିପ୍ରେକ୍ଷୀରେ ଏଭଳି ପ୍ରଶ୍ନର ଉତ୍ତର ପାଇବା ଅପାତତଃ କଷ୍ଟକର ଭଳି ମନେ ହୋଇଥାଏ।

ଦ୍ବିତୀୟରେ ଆସିବ ଦଣ୍ତ ଅବଧି ହ୍ରାସ ପ୍ରକରଣକୁ କେନ୍ଦ୍ର କରି ଉଠିଥିବା ନୈତିକ ପ୍ରଶ୍ନ। ଏହି ଅପରାଧୀମାନେ ମୁକ୍ତି ଲାଭ କରିବା ସମୟରେ ସେମାନଙ୍କୁ ଯେଉଁଭଳି ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଗଲା, ତାହା ଅସ˚ଖ୍ୟ ଭାରତୀୟଙ୍କ ବିବେକ ଦ˚ଶନ କରିଛି। କହିବା ଅନାବଶ୍ୟକ ଯେ ଆଜିକୁ ଦୁଇ ଦଶନ୍ଧି ପୂର୍ବେ ବିଲକିସ ବାନୋ ସହନ କରିଥିବା ଅକଥନୀୟ କ୍ରୂରତାର ଝାଞ୍ଜିର ଧାସ ସେ ପୁଣି ଥରେ ଅନୁଭବ କରିବା ଆରମ୍ଭ କରିବେ, ଯେତେବେଳେ ତାଙ୍କ ସମ୍ମୁଖରେ ଏହି ଅପରାଧୀମାନେ ଦର୍ପ ଭରେ ବିଚରଣ କରିବେ। ଏହି ପରିପ୍ରେକ୍ଷୀରେ ୨୦୦୮ ମସିହାରେ ଏହି ଅପରାଧୀମାନେ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହେବାର କ୍ଷଣ ସ୍ମରଣକୁ ଆସିଥାଏ, ଯେଉଁ ସମୟରେ ଏହି ସ˚ଦର୍ଭରେ ପ୍ରକାଶିତ ସମ୍ବାଦମାନ କହିଥିଲା କିଭଳି ଏକ ଗଭୀର ସା˚ପ୍ରଦାୟିକ ଧ୍ରୁବୀକରଣ ଦ୍ବାରା ଆକ୍ରାନ୍ତ ଗୁଜରାଟରେ ଏହି ଅପରାଧୀମାନଙ୍କ ଲାଗି ସମବେଦନାର ତରଙ୍ଗ ସୃଷ୍ଟି ହୋଇଥିଲା।

ସେହି ଦୃଷ୍ଟିରୁ ସ˚ପ୍ରତି ସେମାନଙ୍କ ମୁକ୍ତି ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିବାରେ ଅନେକ ବିସ୍ମୟ ପ୍ରକଟ କରି ନ ଥାଆନ୍ତି। କିନ୍ତୁ ପ୍ରଶ୍ନ ଉଠେ ଯେ ୨୦୧୨ ମସିହାରେ ନିର୍ଭୟା ଗଣ ବଳାତ୍କାର ଘଟଣା ସମଗ୍ର ଭାରତୀୟ ସମାଜକୁ ଯେମିତି ତୀବ୍ର ରୂପେ ମର୍ମାହତ କରିଥିଲା ଏବ˚ ଅପରାଧୀମାନଙ୍କ ମୃତ୍ୟୁ ଦଣ୍ତ ପରେ ଯାଇ ଦେଶ ଶ୍ବସ୍ତିରେ ନିଃଶ୍ବାସ ମାରିଥିଲା, ସେଭଳି ମର୍ମବେଦନା ଏଠାରେ ଦୃଷ୍ଟିଗୋଚର ହୋଇଥାଏ କି? ଏହାର ଉତ୍ତର ସ୍ପଷ୍ଟ ଏବ˚ ତାହା ପଛରେ ନିହିତ କାରଣ ମଧୢ ପ୍ରା˚ଜଳ; କିନ୍ତୁ ଏଭଳି ଆପେକ୍ଷିକ ନୈତିକତାକୁ ଯଥାର୍ଥତା ପ୍ରଦାନ କରିବା ସକାଶେ ମଧୢ କୌଣସି ବଳଶାଳୀ ତର୍କ ନାହିଁ।

ତୃତୀୟରେ ଏହି ଘଟଣାକୁ କେନ୍ଦ୍ର କରି ଉଠିଥିବା ରାଜନୈତିକ ପ୍ରଶ୍ନ ଉପରେ ମଧୢ ଏକ କ୍ଷିପ୍ର ଦୃଷ୍ଟି ପକାଯାଉ। ଅନେକଙ୍କର ଏକ ବଦ୍ଧମୂଳ ଧାରଣା ଯେ ଆଗାମୀ ଡିସେମ୍ବର ମାସରେ ହେବାକୁ ଥିବା ଗୁଜରାଟ ନିର୍ବାଚନ ପୂର୍ବରୁ ଏହି ଅପରାଧୀମାନଙ୍କୁ ମୁକ୍ତ କରାଯିବାର ଉଦ୍ଦେଶ୍ୟ ହେଉଛି ଗୁଜରାଟର ତୀବ୍ର ଧ୍ରୁବିକୃତ ପରିବେଶରେ ଶାସକ ବିଜେପି ଦ୍ବାରା ସ˚ଖ୍ୟାଗରିଷ୍ଠ ହିନ୍ଦୁ ଭୋଟ ବ୍ୟାଙ୍କକୁ ସନ୍ତୁଷ୍ଟ କରିବା, ଯହିଁରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ। ତେବେ ଏହି ପରିପ୍ରେକ୍ଷୀରେ ପ୍ରକୃତ ବିସ୍ମୟର କାରଣ ହୋଇଛି ଏହି ପ୍ରକରଣକୁ ନେଇ ଆମ ଆଦମି ପାର୍ଟି ବା ‘ଆପ୍‌’ ଦ୍ବାରା ଅବଲମ୍ବନ କରାଯାଇଥିବା ଅସ୍ବସ୍ତିକର ନିରବତା। କହିବା ଅନାବଶ୍ୟକ ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପିର ଏକ ଦୃଢ଼ ଓ ମୁଖର ବିରୋଧୀ ଭାବେ ଅରବିନ୍ଦ କେଜ୍ରିଵାଲଙ୍କ ନେତୃତ୍ବାଧୀନ ‘ଆପ୍‌’ ପକ୍ଷ ବିସ୍ତାର କରିବାରେ ଲାଗିଛି।

ସେହି ପରିପ୍ରେକ୍ଷୀରେ ବିଜେପି ବା ନରେନ୍ଦ୍ର ମୋଦୀଙ୍କ ସବୁଠାରୁ ତୀବ୍ର ଓ ଉଚ୍ଚାଟ ସମାଲୋଚକ ଭାବେ ଅରବିନ୍ଦ କେଜ୍ରିଵାଲ ଉଭା ହୋଇଛନ୍ତି। କେବଳ ସେତିକି ନୁହେଁ, ଦିଲ୍ଲୀରେ ଦୁଇ ଦୁଇ ଥର ବିଜେପିକୁ ଶାସନରୁ ବାହରେ ରଖିବା ସହିତ ପଞ୍ଜାବରେ କ୍ଷମତା ଅଧିକାର କରିବା ପର୍ଯ୍ୟନ୍ତ ଉପଲବ୍‌ଧି ମାଧୢମରେ ରାଜନୀତି କ୍ଷେତ୍ରକୁ ଏକ ଅର୍ବାଚୀନ ଭାବେ ପ୍ରବେଶ କରିଥିବା ‘ଆପ୍‌’ ସ୍ବଳ୍ପ ସମୟ କାଳ ମଧୢରେ ନିଜର ସ୍ବାକ୍ଷରକୁ ସ୍ପଷ୍ଟ କରି ସାରିଲାଣି। ସେହି ଦୃଷ୍ଟିରୁ ଆସନ୍ତା ଗୁଜରାଟ ନିର୍ବାଚନରେ ଅ˚ଶଗ୍ରହଣ କରିଥିବା ‘ଆପ୍‌’ ପକ୍ଷରୁ ଶାସକ ବିଜେପି ସକାଶେ ଅନେକ ଅସହଜ ପରିସ୍ଥିତି ସୃଷ୍ଟି କରାଯିବାର ସମ୍ଭାବନା ରହିଛି। ସେହି କାରଣରୁ ଏଗାର ଜଣ ଅପରାଧୀଙ୍କ ଦଣ୍ତ ହ୍ରାସ ଘଟଣାକୁ ସମାଲୋଚନା କରି ‘ଆପ୍‌’ ସ˚ଖ୍ୟାଲଘୁ ତୁଷ୍ଟୀକରଣର ଆରୋପରେ ଆଖ୍ୟାୟିତ ହେବାକୁ ଇଚ୍ଛା କରି ନ ଥାଏ, କାରଣ ତାହା ତାର ହିନ୍ଦୁ ଭୋଟ ଭିତ୍ତିକୁ କ୍ଷୁଣ୍ଣ କରିବାର ଭୟ ରଖିଥାଏ।

ଏହି ପରିପ୍ରେକ୍ଷୀରେ ଏକ ଧର୍ମ ନିରପେକ୍ଷ ଦଳ ଭାବେ ପରିଚୟ ପ୍ରଦାନ କରି ଆସିଥିବା ‘ଆପ୍‌’ର ନିରବତା ଯେଉଁ ପ୍ରଶ୍ନଟି ଉଠାଇଥାଏ, ତାହା ହେଲା ରାଜନୈତିକ ସଫଳତା ଲାଭର ଆଗ୍ରହ କ’ଣ ଏକ ଦଳକୁ ତାର ମତାଦର୍ଶରୁ ବିଚ୍ୟୁତ କରିବ? କେବଳ ସେତିକି ନୁହେଁ, ଏହା ପରଠାରୁ ‘ଆପ୍‌’ ନିଜ ରାଜନୈତିକ ମତାଦର୍ଶ ମଧ୍ୟ ସ୍ପଷ୍ଟ କରିବା ଉଚିତ, ଯାହାର ଅଭାବରେ ଦଳ କ୍ରମେ ଏକ ସୁବିଧାବାଦୀ ଦଳ ରୂପେ ପରିଚିତ ହୋଇ ବିଶ୍ବସନୀୟତା ହରାଇପାରେ।

ଏହା ସ୍ବୀକାର୍ଯ୍ୟ ଯେ ବିଲକିସ ବାନୋ ମାମଲାରେ ଅପରାଧୀମାନଙ୍କ ମୁକ୍ତି ଅନେକ ପ୍ରଶ୍ନ ଉଠାଇଛି; କିନ୍ତୁ ବିଡ଼ମ୍ବନା ହେଲା ଏକ ଗଭୀର ଭାବେ ଧ୍ରୁବିକୃତ ସମାଜ ଏବ˚ ରାଜନୀତି ପରିପ୍ରେକ୍ଷୀରେ ସେ ସବୁର ଏକ ନିର୍ଦ୍ଦିଷ୍ଟ ଓ ପ୍ରାୟ ସମସ୍ତଙ୍କ ଦ୍ବାରା ସ୍ବୀକୃତ ହେଉଥିବା ଭଳି ଉତ୍ତର ମିଳିବା କଷ୍ଟକର।

ସମ୍ବନ୍ଧିତ ଖବର