ଗୋଟିଏ ସହରରେ ସସ୍ତ୍ରୀକ ରହୁଥିଲେ ଜଣେ ଭଦ୍ରଲୋକ। ସେ ଥିଲେ ଜଣେ ସଫଳ ବ୍ୟବସାୟୀ। ସ୍ବାମୀ ସ୍ତ୍ରୀ ଉଭୟ ଥିଲେ ସୁସ˚ସ୍କୃତ, ବିନୟୀ ଓ ମର୍ଯ୍ୟାଦାବନ୍ତ। କିନ୍ତୁ ସଦାବେଳେ ସମୟ ସମାନ ନ ଥାଏ। ଥରେ ଖରାପ ବେଳ ପଡ଼ିଲା। ଭଦ୍ରବ୍ୟକ୍ତିଙ୍କ ବ୍ୟବସାୟ ବୁଡ଼ିଗଲା ଓ ସେ ଦରିଦ୍ର ହୋଇଗଲେ। ଚଳିବା ଲାଗି ତାଙ୍କୁ ନିଜ ଘରର ଜିନିଷକୁ ବି ବିକ୍ରି କରିବାକୁ ହେଲା। ଏମିତି ସ୍ଥିତିରେ ବି ଭଦ୍ରଲୋକ ଏବ˚ ତାଙ୍କ ପତ୍ନୀ ଆପଣା ଧୈର୍ଯ୍ୟକୁ ଅତୁଟ ରଖିଲେ। ସେମାନେ ଭାବୁଥିଲେ ଯେ ଭଗବାନ ଦେଇଛନ୍ତି; ତେଣୁ ସେ ନେଇ ମଧୢ ଯାଇପାରନ୍ତି।

Advertisment

କିନ୍ତୁ ଏଇ ସମୟ ଭିତରେ ଭଦ୍ରଲୋକଙ୍କ ପଡ଼ୋଶୀ, ଯେ ମଧୢ ଜଣେ ବ୍ୟବସାୟୀ ଥିଲେ ଏବ˚ ବେପାର କରି ଆଦୌ ଉଧେଇ ପାରୁ ନ ଥିଲେ ହଠାତ୍‌ ଖୁବ୍‌ ଦ୍ରୁତ ଗତିରେ ଉନ୍ନତି କରିବାକୁ ଲାଗିଲେ। ସେ ଯେଉଁଥିରେ ହାତ ଦେଲେ ତାହା ସୁନା ପାଲଟି ଗଲା। ଏମିତି ଦିନ ସବୁ ଗଡ଼ି ଚାଲିଥିଲା।

ଦିନକର କଥା। ଭଦ୍ରଲୋକ ସକାଳୁ ଚିନ୍ତା କରୁଥାଆନ୍ତି ସେ ଦିନଟି କେମିତି ଭଲରେ କଟାଇବେ, କେମିତି ଋଣଦାତାମାନଙ୍କୁ ଟଙ୍କା ଶୁଝାଯିବ, କଅଣ କଲେ ଏ ଅନ୍ଧକାର ଭିତରେ ଆଲୁଅର କ୍ଷୀଣ ରେଖା ଦିଶିବ; ଏଇ ସମୟରେ ସେ ନିଜ ସ୍ତ୍ରୀଙ୍କର ପାଟି ଶୁଣିଲେ। ତାଙ୍କ ସ୍ତ୍ରୀ ଏମିତି ଉଚ୍ଚ ସ୍ବରରେ କାହା ଉପରେ ପାଟି କରିବା ଥିଲା ଅତି ବିରଳ। ସମ୍ଭବତଃ ତାଙ୍କ ପତ୍ନୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗି ସାରିଥିଲା ଏବ˚ କେଉଁ ଏକ ସାମାନ୍ୟ କାରଣରୁ ତାଙ୍କ ଠାରୁ କ୍ରୋଧର ଉଦ୍‌ଗୀରଣ ହେଲା।

ଭଦ୍ରବ୍ୟକ୍ତି ତାଙ୍କୁ ପ୍ରକୃତିସ୍ଥ କଲେ ଓ କହିଲେ- ୟେ କ’ଣ? ଭଗବାନ ଆମ ଠାରୁ ସବୁ ନେଇଗଲେ ଦୁଃଖ ନାହିଁ, କାରଣ ଏ ପର୍ଯ୍ୟନ୍ତ ଆମେ ତାଙ୍କ ଅଧୀନରେ ରହିଛୁ। କିନ୍ତୁ ସୈତାନ ଆମକୁ ଅଧୀନସ୍ଥ କରିବାକୁ ଆରମ୍ଭ କରିବା ହେଉଛି ଦୁଃଖ। ଏମିତି ସୈତାନର କବ୍‌ଜାକୁ ଚାଲିଗଲେ ଚଳିବ?
ପତ୍ନୀ ପ୍ରକୃତିସ୍ଥ ହେଲେ ଓ ସ୍ବାମୀଙ୍କ କହିବାର ମର୍ମ ବୁଝି ପାରୁଥିଲେ।