ଥରେ ୟୁଜି କୃଷ୍ଣମୂର୍ତ୍ତି କହିଲେ- ଆଜି ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ନିରୋଳା ମଜା କଥାଟିଏ ଶୁଣ।
ଥରେ ମୁଲ୍ଲା ନସିରୁଦ୍ଦିନଙ୍କୁ ଏକ ଅଜବ କାମ କରୁଥିବାର ଦେଖାଗଲା। ସେ ଏକ ଛକରେ ଛିଡ଼ା ହୋଇ କହୁଥିଲେ- କାହାର ମୁଣିରୁ ଟଙ୍କା ବିଡ଼ା ଗଳି ପଡ଼ି ନାହିଁ ତ?

Advertisment

ଏହା ଶୁଣି ସେହି ବାଟେ ଯାଉଥିବା ଲୋକେ ସ୍ବାଭାବିକ ଭାବେ ସତର୍କ ହୋଇ ସେମାନଙ୍କ ପାଖରେ ଥିବା ଟଙ୍କା ମୁଣି ଉପରେ ହାତ ପକାଇ ତାହା ଠିକ୍‌ ଅଛି କି ନାହିଁ ଦେଖୁଥିଲେ ଓ ଆଗକୁ ଚାଲି ଯାଉଥିଲେ।
ହେଲେ, ସେଇ ବାଟ ଦେଇ ଯାଉଥିବା ମୁଲ୍ଲାଙ୍କ ପଡ଼ୋଶୀ ଫଜଲୁ ସେମିତି କଲା ନାହିଁ। ମୁଲ୍ଲାଙ୍କ କଥା ଶୁଣିବା ମାତ୍ରକେ ଫଜଲୁ ଅଟକି ଯାଇ କହିଲା- ମୋ ମୁଣିରୁ ଟଙ୍କା ବିଡ଼ା ପଡ଼ି ଯାଇଛି। ମୋତେ ଦିଅ।
ମୁଲ୍ଲା କହିଲେ- ଟଙ୍କା ବିଡ଼ା କାହିଁ?

ଫଜଲୁ କହିଲା- ଏବେ ତ କହୁଥିଲ ଯେ କାହା ଟଙ୍କା ବିଡ଼ା ପଡ଼ିଯାଇଛି କହ!
ମୁଲ୍ଲା କହିଲେ- ସତରେ ଫଜଲୁ ତୁ ଗୋଟାଏ ଗଧ। ଆରେ ବାବୁ ମୁଁ ରାସ୍ତାରୁ ଗୋଟିଏ ସୂତୁଲି ପାଇଛି। ତେଣୁ ଭାବିଲି ପଚାରି ଦେବି ଯଦି କାହା ଟଙ୍କା ମୁଣିରେ କଣା ହୋଇ ଟଙ୍କା ଗଳି ପଡୁଥିବ, ତେବେ ସେ ଏହି ସୂତୁଲିରେ ସେହି କଣାକୁ ବାନ୍ଧି ଦେଇପାରେ!