ଥରେ ୟୁଜିକେ ନସିରୁଦ୍ଦିନଙ୍କୁ ନେଇ ଏହି କାହାଣୀଟି କହୁଥିଲେ।
ଥରେ ନସିରୁଦ୍ଦିନ ତାଙ୍କ ବନ୍ଧୁ ଓ ପଡ଼ୋଶୀ ଫଜଲୁ ସହିତ ଗୋଟିଏ ନୂଆ ସହରରେ ପହଞ୍ଚି ହୋଟେଲରେ ରହିଲେ। କିନ୍ତୁ ସେ ଶୁଣିଲେ ଯେ ହୋଟେଲରେ ବିଶେଷ କେହି ଯାତ୍ରୀ ରହନ୍ତି ନାହିଁ। କାରଣ ସେଠାରେ ଗୋଟିଏ

Advertisment

ପ୍ରେତାତ୍ମା ଘୂରି ବୁଲେ, ଯିଏ ବେଳେ ବେଳେ ହୋଟେଲର ଗ୍ରାହକମାନଙ୍କୁ ଦେଖା ଦିଏ।
ଏହା ଶୁଣି ନସିରୁଦ୍ଦିନ ହୋଟେଲ ଛାଡ଼ିବାକୁ ବାହାରିଲେ। କିନ୍ତୁ ଫଜଲୁ କହିଲା- ଟିକେ ଥୟ ଧର। ଲୋକଙ୍କ କଥାରେ ସତ୍ୟତା ନ ଥାଏ। ଗୋଟିଏ ରାତି ଦେଖିବା ପରେ ଯାହା ବିଚାର କରିବା।
କିନ୍ତୁ ନସିରୁଦ୍ଦିନ କହିଲେ- ନା, ନା ତୁରନ୍ତ ହୋଟେଲ ଛାଡ଼ିବା।

ତାଙ୍କୁ ଏଭଳି ବଦ୍ଧପରିକର ଦେଖି ଫଜଲୁ କହିଲା- ତୁମେ ପରା କୁହ ଯେ ତୁମେ ଭୂତପ୍ରେତରେ ବିଶ୍ବାସ କରନାହିଁ। ଏବେ ପୁଣି କେମିତି ହୋଟେଲ ଛାଡ଼ିବାକୁ ବାହାରୁଛ।
ନସିରୁଦ୍ଦିନ କହିଲେ- ସତ କଥା। ମୁଁ ଭୂତପ୍ରେତରେ ବିଶ୍ବାସ କରେ ନାହିଁ। କିନ୍ତୁ ମୋ ବିଶ୍ବାସ ଉପରେ କି ଭରସା? ତାହା ଯେ ଭୁଲ୍‌ ନ ଥିବ, ତା’ର କି ଗ୍ୟାରେଣ୍ଟି ଅଛି? ତେଣୁ ଚାଲ ଆଉ ଗୋଟିଏ ଜାଗାକୁ ଯିବା।