କି˚ବଦନ୍ତୀୟ ଭାରତୀୟ ସେନାଧୢକ୍ଷ ଫିଲ୍‌ଡ ମାର୍ସାଲ ସାମ୍‌ ମାନେକ୍‌ସ ଏକଦା ତାଙ୍କ ସ୍ମୃତିଚାରଣରେ ଭାରତୀୟ ସାମରିକ ବାହିନୀରେ କାର୍ଯ୍ୟରତ ଗୋର୍ଖା ସୈନିକମାନଙ୍କ ଅପୂର୍ବ ସାହସିକତା ସମ୍ବନ୍ଧରେ ଉଲ୍ଲେଖ କରିବାକୁ ଯାଇ ଯାହା କହିଥିଲେ ତାହା ଥିଲା ଏହିଭଳି: ଥରେ ଗୋଟିଏ ଗୋର୍ଖା ବାଟାଲିଅନର ସୈନିକମାନଙ୍କୁ ଏକ ‘ଅପରେସନ’ ସକାଶେ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ଦେବା ବେଳେ ଯେତେବେଳେ ସେ ପ୍ରଶ୍ନ କରିଥିଲେ ଯେ ଉଡ଼ନ୍ତା ହେଲିକପ୍‌ଟରରୁ ଏକ ପର୍ବତ ମଧୢକୁ କୁଦି ପଡ଼ିବା ଲାଗି କେତେ ଜଣ ପ୍ରସ୍ତୁତ?; ଉତ୍ତରରେ ମାତ୍ର ଦଶ ପନ୍ଦରଟି ସମ୍ମତିସୂଚକ ହାତ ଉପରକୁ ଉଠିଥିଲା। ଏଥିରେ ବିସ୍ମିତ ମାନେକ୍‌ସ କ୍ଷୋଭ ଭରା କଣ୍ଠରେ ଯେତେବେଳେ ପୁଣି ପ୍ରଶ୍ନ କରିଥିଲେ ଯେ ପାରାଚ୍ୟୁଟ୍‌ରେ କୁଦିବାକୁ ଏତେ କୁଣ୍ଠା କାହିଁକି?; ସେତିକି ବେଳେ ହୃଦୟଙ୍ଗମ କରିଥିଲେ ଯେ ତାଙ୍କ ପ୍ରଥମ ପ୍ରଶ୍ନରେ ସେ ପାରାଚ୍ୟୁଟ୍‌ ବିଷୟ ଉଲ୍ଲେଖ କରିବାକୁ ହିଁ ଭୁଲି ଯାଇଛନ୍ତି।

Advertisment

ସୁତରା˚, ସେ ଦିନ ବିନା ପାରାଚ୍ୟୁଟ୍‌ରେ ହେଲିକପ୍‌ଟରରୁ ନିଜ ‘ମୃତ୍ୟୁ’କୁ ଲ˚ଫ ପ୍ରଦାନ କରିବା ନିମନ୍ତେ ତଥାପି ଡଜନେରୁ ଅଧିକ ଗୋର୍ଖା ସୈନିକ ପ୍ରସ୍ତୁତ ହୋଇଯାଇଥିଲେ। ଭାରତର ସ୍ବାଧୀନତା ପରେ ତରୁଣ ମାନେକ୍‌ସ ପ୍ରଥମେ ଗୋର୍ଖା ରେଜିମେଣ୍ଟରେ ଯୋଗ ଦେଇଥିଲେ ଏବ˚ ସେହି ସୂତ୍ରରୁ ଲାଭ କରିଥିବା ଶ୍ରଦ୍ଧା ନାମ ‘ସାମ ବାହାଦୁର’କୁ େଶଷ ପର୍ଯ୍ୟନ୍ତ ନିଜ ହୃଦୟରେ ଦୀପ ଭଳି ପ୍ରଜ୍ଜ୍ବଳିତ କରି ରଖିଥିଲେ। କେହି କେହି ପଚାରି ପାରନ୍ତି ଆଜି ଏହି ସ୍ତମ୍ଭରେ ଉପରୋକ୍ତ ଉପାଖ୍ୟାନ ବର୍ଣ୍ଣନା କରିବାର ଆବଶ୍ୟକତା କ’ଣ? ଏହାର କାରଣ ହେଲା ସ୍ବାଧୀନତା ପରବର୍ତ୍ତୀ ଭାରତର ଇତିହାସରେ ପ୍ରଥମ ଥର ଲାଗି ଚଳିତ ବର୍ଷ ନେପାଳରୁ ଜଣେ ହେଲେ ମଧୢ ଗୋର୍ଖା ଯୁବକ ଭାରତୀୟ ସୈନ୍ୟବାହିନୀରେ ଯୋଗ ଦେବା ଲାଗି ଆସି ନାହାନ୍ତି; ଯେଉଁ ପରିପ୍ରେକ୍ଷୀରେ ଏକ ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ଉଲ୍ଲେଖଯୋଗ୍ୟ ଯେ ଭାରତ ଭୂଖଣ୍ତ ସହିତ ଗୋର୍ଖା ସୈନିକମାନଙ୍କ ସ˚ପୃକ୍ତି ଦୁଇ ଶହ ବର୍ଷରୁ (୧୮୧୫ ମସିହା) ଅଧିକ ପୁରୁଣା। ବ୍ରିଟିସ ଶାସନ କାଳରେ ସ˚ଘଟିତ ହୋଇଥିବା ଭାରତ-ନେପାଳ ଯୁଦ୍ଧରେ ଅକଳ୍ପନୀୟ ଜୀବନ ହାନିର ସମ୍ମୁଖୀନ ହୋଇଥିବା ବ୍ରିଟିସ ସେନା ପାର୍ବତ୍ୟ ଯୁଦ୍ଧପଟୁ ଗୋର୍ଖାମାନଙ୍କ ସାହସ ଓ ସମର କୌଶଳରେ ତଟସ୍ଥ ହେବା ସହିତ ସେମାନଙ୍କୁ ବ୍ରିଟିସ ସେନାବାହିନୀରେ ଭର୍ତ୍ତି କରିବାର ପ୍ରକରଣ ଆରମ୍ଭ କରିଥିଲେ। ଭାରତ ସ୍ବାଧୀନତା ଲାଭ କରିବା ସମୟରେ ବ୍ରିଟେନ-ଭାରତ-ନେପାଳ ମଧୢରେ ସ˚ପାଦିତ ତ୍ରି-ପାକ୍ଷିକ ରାଜିନାମା ଅନୁସାରେ ସେତେବେଳର ସମୁଦାୟ ଦଶଟି ଗୋର୍ଖା ରେଜିମେଣ୍ଟ ମଧୢରୁ ଛଅଟି ଭାରତର ଏବ˚ ଚାରିଟି ବ୍ରିଟିସ ସେନାବାହିନୀର ଅ˚ଶ ହୋଇଥିଲେ; ସେମାନଙ୍କୁ ଲାଭ କରିବାର ପାକିସ୍ତାନୀ ଅଭିଳାଷ ନେପାଳ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଥିଲା।

ସ˚ପ୍ରତି ଭାରତରେ ସାତଟି ଗୋର୍ଖା ରେଜିମେଣ୍ଟ ରହିଛି, ଯହିଁରେ ୪୦,୦୦୦ (୪୦ଟି ବାଟାଲିଅନ) ସୈନିକ କାର୍ଯ୍ୟରତ ଏବ˚ ପ୍ରତି ବର୍ଷ ୧୩୦୦ ଗୋର୍ଖା ଯୁବକ ଏହି ବାହିନୀରେ ପ୍ରବେଶ କରନ୍ତି। ନେପାଳର ଗୋର୍ଖା ଯୁବକମାନଙ୍କ ସକାଶେ ଭାରତୀୟ ସାମରିକ ବାହିନୀରେ ଯୋଗ ଦେବା ସର୍ବାଧିକ ଆକର୍ଷଣୀୟ ହୋଇ ରହିଆସିଛି। ଏହାର କାରଣ ଭାରତୀୟ ସେନାରେ ମିଳୁଥିବା ଉଚ୍ଚ ହାରର ବେତନ (ନେପାଳର ସେନା ବେତନ ହାରର ପ୍ରାୟ ଅଢ଼େଇ ଗୁଣ), ଆକର୍ଷଣୀୟ ପେନ୍‌ସନ୍‌ ଯୋଜନା ଏବ˚ ଭାରତରେ ବସବାସ କରିପାରିବାର ସୁଯୋଗ। ପ୍ରକାଶ ଥାଉ କି ନେପାଳରୁ ଆସି ଭାରତୀୟ ସେନାରେ ଯୋଗ ଦେଇଥିବା ଗୋର୍ଖା ସୈନିକମାନଙ୍କ ଆୟର ପରିମାଣ ହେଉଛି ୬.୨ ନିୟୁତ ଆମେରିକୀୟ ଡଲାର, ଯାହା ନେପାଳର ସମୁଦାୟ ସାମରିକ ବଜେଟ୍‌ ଠାରୁ ମଧୢ ୨ ନିୟୁତ ଡଲାର ଅଧିକ; ଏବ˚ ତା’ର ପ୍ରତିଦାନରେ ୧୯୪୭ ମସିହା ଠାରୁ ଭାରତ ସମ୍ମୁଖୀନ ହୋଇଥିବା ତିନିଟି ପୂର୍ଣ୍ଣାଙ୍ଗ ଯୁଦ୍ଧ ଏବ˚ ଦୁଇଟି ଆ˚ଶିକ ଯୁଦ୍ଧରେ ଗୋର୍ଖା ସୈନିକମାନଙ୍କ ଅପୂର୍ବ ସାହସ ଓ ବଳିଦାନର ଗାଥା କି˚ବଦନ୍ତିସୁଲଭ ଚରିତ୍ର ଧାରଣ କରିଥାଏ।

ତେବେ, ଚଳିତ ବର୍ଷ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତହିଁରେ ନିହିତ ମୁଖ୍ୟ କାରଣ ହେଲା ସେନାବାହିନୀରେ ନିଯୁକ୍ତି ସକାଶେ ଭାରତ ସରକାରଙ୍କ ଦ୍ବାରା ସଦ୍ୟ ପ୍ରବର୍ତ୍ତିତ ‘ଅଗ୍ନିବୀର’ ଯୋଜନା; ଯହିଁରେ ଚାରି ବର୍ଷର ସଘନ ସାମରିକ ପ୍ରଶିକ୍ଷଣ ପରେ ମାତ୍ର ଏକ-ଚତୁର୍ଥା˚ଶ ‘ଅଗ୍ନିବୀର’ ସେନା ବାହିନୀରେ ସ୍ଥାୟୀ ନିଯୁକ୍ତିର ସୁଯୋଗ ଲାଭ କରିବାର ବ୍ୟବସ୍ଥା ରହିଛି। ସ୍ବାଭାବିକ ଭାବେ ଉଚ୍ଚ ବେତନ ଓ ପେନ୍‌ସନ୍‌ ବ୍ୟବସ୍ଥା ସହିତ ସ୍ଥାୟୀ ନିଯୁକ୍ତିର ଆଶା ରଖିଥିବା ଅସ˚ଖ୍ୟଙ୍କୁ ଏହା ନିରୁତ୍ସାହିତ କରିଛି, ଯାହା ନେପାଳର ଗ୍ରାମାଞ୍ଚଳରୁ ଆସୁଥିବା ଗୋର୍ଖା ଯୁବକମାନଙ୍କ କ୍ଷେତ୍ରରେ ମଧୢ ପ୍ରଯୁଜ୍ୟ। ନେପାଳ ସରକାର ମଧୢ ଏଭଳି ନିଯୁକ୍ତି ପ୍ରଣାଳିକୁ ୧୯୪୭ ମସିହାରେ ହୋଇଥିବା ତ୍ରି-ପାକ୍ଷିକ ଚୁକ୍ତିର ଉଲ୍ଲ˚ଘନ ବୋଲି ଦର୍ଶାଇଛନ୍ତି।

ଏହି ପରିପ୍ରେକ୍ଷୀରେ ନେପାଳରୁ ଆସୁଥିବା ଗୋର୍ଖା ଯୁବକମାନଙ୍କ ନିଯୁକ୍ତି ସକାଶେ ପୂର୍ବ ପଦ୍ଧତିର ଅନୁସରଣ କରାଯାଉ ବୋଲି ନେପାଳ ସରକାରଙ୍କ ଆଗ୍ରହ ଭାରତ ସରକାରଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେବା ପରିଶେଷରେ ଏଭଳି ଏକ ସ୍ଥିତିକୁ ଜନ୍ମ ଦେଇଛି। କିନ୍ତୁ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଏଭଳି ଏକ ସ୍ଥିତିର ସୁଯୋଗ ନେବା ସକାଶେ ଚୀନ ଅତ୍ୟନ୍ତ ଉଦ୍‌ଗ୍ରୀବ ବୋଲି ଜଣାଯାଇଥାଏ। ସ˚ପ୍ରତି ଏହା ସୁବିଦିତ ଯେ ସମୁଦ୍ର ପତ୍ତନ ଠାରୁ ଖୁବ୍‌ ଅଧିକ ଉଚ୍ଚତାରେ ରହିଥିବା ପାର୍ବତ୍ୟାଞ୍ଚଳର ବନ୍ଧୁର ଭୂମି ଓ ଜଳବାୟୁ ଚୀନା ସୈନିକମାନଙ୍କୁ କଠିନ ପରୀକ୍ଷାରେ ପକାଉଛି। ନିକଟରେ ପ୍ରସାରିତ ଏକ ଭିଡିଓ ଦର୍ଶାଇଥିଲା କିଭଳି ଭାରତ-ଚୀନ ସୀମା ଅର୍ଥାତ୍‌ ‘ଏଲ.ଏ.ସି.’ରେ ଅବସ୍ଥାପିତ ହେବା ଲାଗି ନିର୍ଦ୍ଦେଶ ପାଇବା ପରେ ଚୀନା ଯୁବ ସୈନିକମାନେ ଅଶ୍ରୁ ଜର୍ଜର ହୋଇପଡ଼ିଛନ୍ତି!

ତାଇଵାନୀ ଗଣମାଧୢମ ସୂତ୍ର କହିଥାଏ ଯେ ଏବର ଚୀନା ଯୁବକମାନେ ସାମରିକ ବାହିନୀରେ ଯୋଗ ଦେବା ଲାଗି ଅନିଚ୍ଛୁକ ଏବ˚ ସେଠାକାର କ୍ଷୁଦ୍ର ପରିବାରଗୁଡ଼ିକ ମଧୢ ସେମାନଙ୍କ ଏକମାତ୍ର ସନ୍ତାନମାନଙ୍କୁ ଯୁଦ୍ଧଭୂମିକୁ ପ୍ରେରଣ କରିବାକୁ ସ˚ପୂର୍ଣ୍ଣ କୁଣ୍ଠିତ। ସୁତରା˚, ଚୀନର ‘ପିପୁଲ୍‌ସ ଲିବରେସନ୍‌ ଆର୍ମି’ ବା ‘ପି.ଏଲ.ଏ.’ ପକ୍ଷରୁ ଗୋର୍ଖା ଯୁବକମାନଙ୍କୁ ନିଯୁକ୍ତି ଦେବାର ଉଦ୍ୟମ ପ୍ରାରମ୍ଭ ହୋଇଛି। ପୂର୍ବରୁ ଚୀନ ଦ୍ବାରା ହୋଇଥିବା ଏଭଳି ଉଦ୍ୟମ ନେପାଳ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଥିଲା; କିନ୍ତୁ ସ˚ପ୍ରତି ନେପାଳର କମ୍ୟୁନିଷ୍ଟ ସରକାର ଚୀନ ପ୍ରତି ଅଧିକ ଅନୁକୂଳ ମନୋଭାବ ପୋଷଣ କରୁଥିବାରୁ ଏ ନେଇ ଚୀନର ଆଶା ଫଳବତୀ ହେବାର ସମ୍ଭାବନା ଅଧିକ। ସୁତରା˚, ଏଭଳି ସ୍ଥିତିରେ ଚୀନର ସେନାବାହିନୀ ଏକ ଦୁର୍ବାର ପଦାତିକ ସାମର୍ଥ୍ୟ ଲାଭ କରିବାର ସମ୍ଭାବନା ଅଧିକ।

ସେହି ଦୃଷ୍ଟିରୁ ଅନେକ ବିଶେଷଜ୍ଞ ମତ ଦିଅନ୍ତି ଯେ ୧୩୦୦ ଗୋର୍ଖା ସୈନିକଙ୍କ ନିଯୁକ୍ତିକୁ ଏକ ସ୍ବତନ୍ତ୍ର ମାନ୍ୟତା ଦେଇ ସ୍ଥାୟିତ୍ବ ପ୍ରଦାନ କରିବା ଉଚିତ, ଯାହା ନେପାଳର ପାର୍ବତ୍ୟାଞ୍ଚଳରୁ ସାହସୀ ଗୋର୍ଖା ଯୁବକମାନଙ୍କୁ ଏ ଦିଗରେ ଆକର୍ଷଣ କରିବ। କିନ୍ତୁ ଏହାକୁ ଅସ୍ବୀକାର କରୁଥିବା ଆଉ ଏକ ମତ ହେଲା ଭାରତରେ ବସବାସ କରୁଥିବା ଗୋର୍ଖା ପରିବାରର ଯୁବକମାନେ ମଧୢ ସମତୁଲ ସାହସୀ ଓ ଯୁଦ୍ଧ-ପଟୁ, ଯେଉଁମାନେ ‘ଅଗ୍ନିିବୀର’ ଯୋଜନାକୁ ସ୍ବୀକାର କରି ସାମରିକ ପ୍ରଶିକ୍ଷଣ ନେବାକୁ ପ୍ରସ୍ତୁତ ହୋଇ ଅଛନ୍ତି। ସେମାନେ ଆହୁରି କହନ୍ତି ଯେ ଉଚ୍ଚ ପାର୍ବତ୍ୟାଞ୍ଚଳ ସମର କୌଶଳ ତାଲିମ ଲାଗି ଭାରତୀୟ ପ୍ରତିଷ୍ଠାନଗୁଡ଼ିିକ ପୃଥିବୀରେ ସର୍ବଶ୍ରେଷ୍ଠ, ଯହିଁରୁ ଗୋର୍ଖା-ଅଣଗୋର୍ଖା ନିର୍ବିଶେଷରେ ପାର୍ବତ୍ୟ ସମର ପଟୁମାନେ ଅବଶ୍ୟ ବାହାରିବେ।

ତେବେ, ସାମ ବାହଦୁର ମାନକ୍‌ସଙ୍କ ସ୍ମୃତିଚାରଣ ବିଷୟ ଉଲ୍ଲେଖ କଲା ବେଳେ ତାଙ୍କର ସେହି ପ୍ରସିଦ୍ଧ ଉକ୍ତିଟି ମନେ ପଡ଼ିଯାଏ, ଯାହା କହିିଥିଲା: ‘ଯଦି କେହି କହୁଥାଏ ଯେ ସେ ମୃତ୍ୟୁକୁ ଭୟ କରେନାହିଁ; ତେବେ ସେ ହୁଏ’ତ ମିଛ କହୁଛି, ନଚେତ୍‌ ସେ ଜଣେ ଗୋର୍ଖା।’ ସୁତରା˚, ଅତୁଳନୀୟ ସାହସର ପର˚ପରା ସୃଷ୍ଟି କରିଥିବା ଗୋର୍ଖା ରେଜିମେଣ୍ଟ ଯଦି ଉପର ବର୍ଣ୍ଣିତ କାରଣମାନ ଯୋଗୁଁ କ୍ରମେ ନିଷ୍ପ୍ରଭ ହୋଇଉଠେ, ତେବେ ତାହା ଭାରତ ଲାଗି ଆଦୌ ଉତ୍ସାହପ୍ରଦ ହେବ ନାହିଁ; ବର˚ ତାହା ଚୀନ ଲାଗି ଡବଲ୍‌ ସୁଯୋଗ ସୃଷ୍ଟି କରିବ; ଭାରତର ସାମରିକ ଶାଣ ଯେତେବେଳେ କୌଣସି କୋଣରେ ମାନ୍ଦା ପଡୁଥିବ, ଚୀନର ସାମରିକ ଶାଣ ଉଜ୍ଜ୍ବଳତା ଲାଭ କରୁଥିବ!