ରାଜାଙ୍କ ଉପଦେଶ

କଥାଟିଏ - ଯାଯାବର

ଦିନକର କଥା। ଜଣେ ଲୋକ ରାସ୍ତାରେ ଅନ୍ୟମନସ୍କ ହୋଇ ଚାଲି ଯାଉଥିବା ବେଳେ ଅପର ଦିଗରୁ ଆସୁଥିବା ଅହ˚କାରୀ ଯୁବରାଜଙ୍କୁ ଦେଖି ପାରିଲେ ନାହିଁ। ତେଣୁ ସେ ତାଙ୍କୁ ଅଭିବାଦନ କରିବାର ସୁଯୋଗ ପାଇଲେ ନାହିଁ। ହଠାତ୍‌ ଯୁବରାଜଙ୍କ ସାଙ୍ଗରେ ଥିବା ପାଖଲୋକଙ୍କ ଭିତରୁ ଜଣେ ତାଙ୍କୁ ଧକ୍କା ଦେଇ କହିିଲା- ଯୁବରାଜ ଆସୁଛନ୍ତି ଦେଖାଯାଉ ନାହିଁ କି?

ଲୋକ ଜଣକ ପ୍ରକୃତିସ୍ଥ ହୋଇଗଲେ ଏବ˚ ଅଭିବାଦନ ଜଣାଇଲେ। ଯୁବରାଜ ସେହି ବାଟେ ଯାଉ ଯାଉ ଘୋଡ଼ା ପିଠିରୁ ଗୋଇଠା ମାରି କହିଲେ- ସୌଜନ୍ୟ ଜଣା ନାହିଁ। ଛୋଟ ଲୋକ କୋଉଠିକାର!
ସେ ଦିନ ସଂଧ୍ୟାରେ ରାଜା ଛଦ୍ମ ବେଶରେ ନଗର ବୁଲି ବାହାରିଲେ। ଗୋଟିଏ ଚଉତରା ଦେଖି ସେ ବସି ପଡ଼ିଲେ ଓ ଲୋକଙ୍କ କଥୋପକଥନକୁ କାନେଇଲେ। ସେଇଠି ବସି କଥାବାର୍ତ୍ତା ହେଉଥିବା ଲୋକଙ୍କ ଭିତରୁ ଜଣେ ଅନ୍ୟମାନଙ୍କୁ କହୁଥିଲେ- ନିରୀହ ଲୋକଟିକୁ ଯୁବରାଜ ବିନା କାରଣରେ ଗୋଇଠା ମାରି ‘ଛୋଟ ଲୋକ’ ବୋଲି କହିଲେ। କିନ୍ତୁ କିଏ ଛୋଟ ଲୋକ କୁହ ତ?

ରାଜା ଚମକି ପଡ଼ିଲେ। ସେ ସାଙ୍ଗେସାଙ୍ଗେ ରାଜଉଆସକୁ ଫେରିଲେ। ଯୁବରାଜଙ୍କୁ ଡକାଇ ସବୁ ଶୁଣିବା ପରେ କହିଲେ- ବାବୁ ଛୋଟ ଲୋକୀ ଥାଏ ବିଚାରରେ। ତୁମେ ରାଜପୁତ୍ର ହୋଇଥିଲେ ବି ତୁମ ବିଚାର ଅତି ସଂକୀର୍ଣ୍ଣ। ତୁମେ ଯଦି ସତରେ ସମ୍ମାନ ପାଇବାକୁ ଇଚ୍ଛା କର, ତେବେ ବିଚାରରେ ଉଦାରତା ଦେଖାଅ। ତାହା ନ ହେଲେ ତୁମେ ହିଁ ଛୋଟ ଲୋକ ହୋଇ ରହିଯିବ।

ସମ୍ବନ୍ଧିତ ଖବର