ଗଲା ୪ ତାରିଖ ଦିନ କାନାଡାର ଓଣ୍ଟାରିଓ ପ୍ରଦେଶର ବ୍ରା˚ପଟନ୍ ସହରରେ ସେଠାକାର ଶିଖ ଧର୍ମାବଲମ୍ବୀ ନାଗରିକମାନଙ୍କ ଦ୍ବାରା ଆୟୋଜିତ ଏକ ପାଞ୍ଚ କିଲୋମିଟର ଦୀର୍ଘ ଶୋଭାଯାତ୍ରା ଅସ˚ଖ୍ୟ ଭାରତୀୟଙ୍କୁ ମର୍ମାହତ କରିଛି। ତହିଁରେ ୧୯୮୨ ମସିହାରେ ସ˚ଘଟିତ ‘ଅପରେସନ୍ ବ୍ଲୁଷ୍ଟାର୍’ର ପ୍ରତିଶୋଧ ସ୍ବରୂପ ଇନ୍ଦିରା ଗାନ୍ଧୀଙ୍କ ବର୍ବରୋଚିତ ହତ୍ୟାକୁ ଏକ ପୈଶାଚିକ ବିଜୟୋଲ୍ଲାସ ସହିତ ଉତ୍ସବାୟିତ କରାଯାଇଥିଲା। ‘ଅପରେସନ ବ୍ଲୁଷ୍ଟାର’ର ବର୍ଷ ପୂର୍ତ୍ତି ଅବସରରେ ପଟୁଆରରେ ବାହାରିଥିବା ଏକ ‘ଟାବଲ୍ୟୁ’ (ପ୍ରଜ୍ଞାପନ ମେଢ଼)ରେ ଦୁଇ ଶିଖ ଅଙ୍ଗରକ୍ଷୀଙ୍କ ଗୁଳି ମାଡ଼ରେ ଇନ୍ଦିରାଙ୍କ ଶ୍ବେତ ବସ୍ତ୍ର କିଭଳି ରକ୍ତ ର˚ଜିତ ହୋଇ ଉଠିଛି, ସେହି ଦୃଶ୍ୟକୁ ପିତୁଳା ମାଧୢମରେ ଦର୍ଶାଇ ଦିଆଯାଇଥିଲା।
ଏହି ପରିପ୍ରେକ୍ଷୀରେ ସ୍ବାଭାବିକ ଭାବେ ଯେଉଁ ପ୍ରଶ୍ନଟି ଉଠିଥାଏ, ତାହା ହେଲା ନିଜକୁ ଏକ ଅତି ସମୃଦ୍ଧ ଗଣତନ୍ତ୍ର ରୂପେ ବିବେଚନା କରି ବିଶ୍ବକୁ ପ୍ରବଚନ ପ୍ରଦାନ କରିବାର ଧୃଷ୍ଟତା ରଖିଥିବା ରାଷ୍ଟ୍ର କାନାଡାରେ କେମିତି ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ହତ୍ୟାର ସ୍ମୃତି ଏକ ଜାନ୍ତବ ଉତ୍ସବର ରୂପ ନେବାକୁ ପ୍ରଶ୍ରୟ ପାଇଲା? ଅବଶ୍ୟ, କାନାଡାରେ ବସବାସ କରୁଥିବା ଖଲିସ୍ତାନ ସମର୍ଥକ ଶିଖ ଗୋଷ୍ଠୀ ପ୍ରତି ସେଠାକାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ କୋମଳ ମନୋଭାବ ପରିପ୍ରେକ୍ଷୀରେ ଏଭଳି ଏକ ଘଟଣା ଅନେକଙ୍କୁ ବିଶେଷ ବିସ୍ମିତ କରି ନ ଥିବ। କିନ୍ତୁ ପ୍ରଶ୍ନ ହେଲା, କାନାଡା ସରକାରଙ୍କ ଏଭଳି ଆଭିମୁଖ୍ୟ କିଭଳି ଅପରିଣାମଦର୍ଶୀ ଏବ˚ ସମୟ କ୍ରମେ ଆତ୍ମଘାତୀ ମଧୢ ହୋଇପାରେ; ତାହା ସାମନ୍ୟ ଦୂରଦୃଷ୍ଟିରେ ହୃଦ୍ବୋଧ ହୋଇ ପାରୁଥିବା ସ୍ଥଳେ କାନାଡା ସରକାର ତାହା ହୃଦୟଙ୍ଗମ କରି ପାରୁ ନାହାନ୍ତି କେମିତି?
କହିବାରେ ଦ୍ବିଧା ନାହିଁ ଯେ ଜଷ୍ଟିନ ଟ୍ରୁଡୋ ସରକାରଙ୍କ ଏଭଳି ଆଭିମୁଖ୍ୟ ପଛରେ ନିହିତ ଅଛି ଏକ କ୍ଷୁଦ୍ରମନା ଭୋଟ ବ୍ୟାଙ୍କ ରାଜନୀତି। କାନାଡା ଜନସ˚ଖ୍ୟା (ପ୍ରାୟ ୩.୮ କୋଟି)ର ମାତ୍ର ୨ ପ୍ରତିଶତ ଅର୍ଥାତ୍ ୮ ଲକ୍ଷ ହେଉଛନ୍ତି ଶିଖ, ଯେଉଁମାନେ ବିଦେଶ ଭୂମିରେ ବସବାସ କରୁଥିବା ପ୍ରାୟ ସମସ୍ତ ସ˚ଖ୍ୟା ଲଘୁ ସ˚ପ୍ରଦାୟଗୁଡ଼ିକ ତୁଲ୍ୟ ଧର୍ମୀୟ ଓ ସା˚ସ୍କୃତିକ ପରିଚିତିକୁ ନେଇ ଅତ୍ୟନ୍ତ ସ୍ପର୍ଶକାତର। ସେହି ଦୃଷ୍ଟିରୁ କାନାଡ଼ାରେ ଗୁରୁଦ୍ବାରଗୁଡ଼ିକ ଏକ ଆସ୍ଥା ପୀଠ ରୂପେ ରହି ଶିଖମାନଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଥାନ୍ତି ଏବ˚ ଗୁରୁଦ୍ବାରର ନେତୃତ୍ବ ଇଚ୍ଛା କଲେ ଯେ କୌଣସି ରାଜନୈତିକ ଦଳ ସକାଶେ ବିପୁଳ ଭୋଟ ସମ୍ଭବ କରାଇପାରନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଜଷ୍ଟିନ ଟ୍ରୁଡୋଙ୍କ ଦ୍ବାରା ଶିଖ ତୁଷ୍ଟୀକରଣର ଉଦ୍ୟମ ଏକ ସ୍ବାଭାବିକ ସୁବିଧାବାଦୀ ରାଜନୈତିକ କୌଶଳ ମାତ୍ର। କିନ୍ତୁ, ବିଡ଼ମ୍ବନା ହେଲା, ତୁଷ୍ଟୀକରଣ କ୍ରମରେ ସେ ଖଲିସ୍ତାନ ସମର୍ଥନକାରୀ ବିଚ୍ଛିନ୍ନତାବାଦୀ ଏପରିକି ଆତଙ୍କବାଦୀମାନଙ୍କ ପକ୍ଷଭୁକ୍ତ ହେବାରେ ଲାଗିଛନ୍ତି। ତାହା ହୋଇ ନ ଥିଲେ ଭାରତର ତୀବ୍ର ପ୍ରତିବାଦ ସତ୍ତ୍ବେ ଗତ ବର୍ଷ ସେପ୍ଟେମ୍ବର ୧୯ ତାରିଖରେ ବ୍ରା˚ପଟନ୍ ଠାରେ ଖଲିସ୍ତାନ ‘ରେଫରେଣ୍ତମ୍’ ବା ‘ଜନମତ ସ˚ଗ୍ରହ’ ଅଭିଯାନ ଅବାଧରେ ଅନୁଷ୍ଠିତ ହୋଇଥାଆନ୍ତା କିପରି?
ଯଶପାଲ ଅଠଵାଲ ନାମକ ଜଣେ କାନାଡୀୟ ଶିଖ ଚରମ ପନ୍ଥୀଙ୍କ ପରିବାରରେ ଅନୁଷ୍ଠିତ ହେଉଥିବା ବିବାହୋତ୍ସବରେ ଅ˚ଶ ଗ୍ରହଣ କରିବା ଲାଗି ଟ୍ରୁଡୋ ଅମୃତସର ଆସନ୍ତେ କାହିଁକି? ଶିଖ ସ˚ପ୍ରଦାୟ କାନାଡା ଜନସ˚ଖ୍ୟାର ୨ ପ୍ରତିଶତ ହୋଇଥିବା ସତ୍ତ୍ବେ ତାଙ୍କ କ୍ୟାବିନେଟ୍ରେ ଶିଖ ପ୍ରତିନିଧିତ୍ବ ହେଉଛି ୬ ପ୍ରତିଶତ; ଯାହା ତାଙ୍କର ଭୋଟ ବ୍ୟାଙ୍କ ରାଜନୀତିର ଏକ ନଗ୍ନ ପ୍ରମାଣ।
କିନ୍ତୁ, ଏହା ସତ୍ତ୍ବେ କାନାଡାର ଶିଖ ନାଗରିକମାନଙ୍କୁ ସେଠାକାର ସ˚ଖ୍ୟାଗରିଷ୍ଠ ଶ୍ବେତାଙ୍ଗମାନଙ୍କ ଚକ୍ଷୁ ହେୟ ଦୃଷ୍ଟିରେ ଦେଖିଥାଏ। ଗୋଟିଏ ଉଦାହରଣରୁ ଏହା ସ୍ପଷ୍ଟ ହୋଇପାରେ। ୧୯୮୫ ମସିହା ଜୁନ୍ ୨୩ ତାରିଖ ଦିନ କାନାଡାରେ ବସବାସ କରୁଥିବା ଖଲିସ୍ତାନ ସମର୍ଥକ ଶିଖ ବିଚ୍ଛିନ୍ନତାବାଦୀମାନଙ୍କ ଦ୍ବାରା ଖଞ୍ଜା ଯାଇଥିବା ବୋମା ବିସ୍ଫୋରଣରେ ମଣ୍ଟ୍ରିଲରୁ ଲଣ୍ତନ ଦେଇ ମୁମ୍ବାଇ ଅଭିମୁଖେ ଯାତ୍ର କରୁଥିବା ‘କନିଷ୍କ’ ନାମଧାରୀ ଏ.ଆଇ-୧୮୫ ବୋଇ˚ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାରୁ ତହିଁରେ ଥିବା ସମସ୍ତ ୩୨୯ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏହି ଯାତ୍ରୀମାନଙ୍କ ମଧୢରୁ ୨୬୮ ଜଣ ଥିଲେ କାନାଡୀୟ ନାଗରିକ, ୨୭ ଜଣ ଥିଲେ ବ୍ରିଟିସ୍ ନାଗରିକ ଏବ˚ ଅବଶିଷ୍ଟ ୨୪ ଜଣ ଥିଲେ ଭାରତୀୟ ନାଗରିକ, ଯେଉଁମାନେ ଅଗତ୍ୟା ଥିଲେ ସେହି ବିମାନର କର୍ମଚାରୀ ବୃନ୍ଦ।
କାନାଡାର ଇତିହାସରେ ଏହା ଥିଲା ସର୍ବାଧିକ ଭୟାବହ ଆତଙ୍କବାଦୀ ଆକ୍ରମଣ ଯହିଁରେ ସର୍ବାଧିକ ସ˚ଖ୍ୟକ କାନାଡୀୟ ନାଗରିକଙ୍କ ନିଧନ ହୋଇଥିଲା। ଅଥଚ, ଏହାର ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଥିଲା ୨୦ ବର୍ଷ ପରେ ଅର୍ଥାତ୍ ୨୦୦୫ ମସିହାରେ। ଏହି ଅନୁସନ୍ଧାନ ରିପୋର୍ଟରେ କାନାଡୀୟ ପୁଲିସ, ପ୍ରଶାସନ ଓ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ସ˚ପୂର୍ଣ୍ଣ ଦାୟୀ କରାଯାଇଥିଲା, ଯେଉଁମାନେ ଏ ନେଇ ବାରମ୍ବାର ସୂଚନା ଓ ପ୍ରାୟ ପ୍ରାମାଣିକ ତଥ୍ୟ ଲାଭ କରିଥିଲେ ସୁଦ୍ଧା ତା’ ଉପରେ କୌଣସି ଗୁରୁତ୍ବ ପ୍ରଦାନ କରି ନ ଥିଲେ; ବିମାନ ବନ୍ଦରରେ ‘ଚେକି˚’ ସମୟରେ ବୋମା ବହନକାରୀ ସୁଟକେସ୍ ସକାଶେ ସତର୍କତାମୂଳକ ଆଲାର୍ମ ବାଜି ଉଠିଥିଲେ ମଧୢ ତାହାକୁ ଅଗ୍ରାହ୍ୟ କରି ଦିଆଯାଇଥିଲା।
ଏଭଳି ଭୟାବହ ଚକ୍ରାନ୍ତରେ ଅନେକଙ୍କ ସ˚ପୃକ୍ତି ଥିଲେ ମଧୢ ଜଣେ ମାତ୍ର ଦୋଷୀ ସାବ୍ୟସ୍ତ ହୋଇଥିଲେ, ଯିଏ ଅବଲୀଳା କ୍ରମେ ମୁକ୍ତ ହୋଇ ବର୍ତ୍ତମାନ ସେଠାରେ ସ୍ବାଭାବିକ ଜୀବନଯାପନ କରୁଛନ୍ତି। ପ୍ରକାଶ ଥାଉ କି ଆୟର୍ଲାଣ୍ତ ନିକଟରେ ଘଟିଥିବା ଏହି ଦୁର୍ଘଟଣାର ଏକ ସ୍ମାରକୀ ଆୟର୍ଲାଣ୍ତରେ ନିର୍ମିତ ହେଲା ସତ, କାନାଡାରେ ବର୍ତ୍ତମାନ ସୁଦ୍ଧା ସେଭଳି କିଛି ନାହିଁ। ଏହି ଦୁର୍ଘଟଣା ଘଟିବାର ୨୧ ବର୍ଷ ପରେ ଅର୍ଥାତ୍ ୨୦୦୬ ମସିହାରେ ପ୍ରଥମ ଥର ଲାଗି କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଲ୍ ମାର୍ଟିନ୍ ଆୟର୍ଲାଣ୍ତ ଯାଇ ବିମାନ ଦୁର୍ଘଟଣାର ସ୍ମାରକୀ ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଥମ ଥର ସକାଶେ ତାହା ଏକ ‘କାନାଡୀୟ ଟ୍ରାଜେଡି’ ବୋଲି ସ୍ବୀକାର କରିଥିଲେ। ସୁତରାଂ, ପ୍ରଶ୍ନ ହେଲା ଏଭଳି କାନାଡୀୟ ବୀତସ୍ପୃହତାର କାରଣ କ’ଣ ହୋଇପାରେ? ଏହାର କାରଣ, ଏଥିରେ ମୃତ୍ୟୁ ବରଣ କରିଥିବା କାନାଡୀୟ ନାଗରିକଗଣ ‘ଶ୍ବେତାଙ୍ଗ’ ନ ହୋଇ ଥିଲେ ଭାରତୀୟ ମୂଳୋଦ୍ଭବ, ସୁତରା˚, ନଜରଅନ୍ଦାଜ ଏବ˚ ହେୟ ଦୃଷ୍ଟିର ଶରବ୍ୟ ହେବାକୁ ଯୋଗ୍ୟ! କିନ୍ତୁ ବିଡ଼ମ୍ବନା, ଟ୍ରୁଡୋଙ୍କ ତୁଷ୍ଟୀକରଣ ରାଜନୀତିର ଲଲିପପ୍ ବିମୋହିତ କାନାଡୀୟ ଶିଖ ସଂପ୍ରଦାୟ ଏତକ ହୃଦୟଙ୍ଗମ କରିବାକୁ ଅକ୍ଷମ ଯେ ସେମାନେ ସେଠାରେ ଏକ ଦ୍ବିତୀୟ ଶ୍ରେଣୀ ନାଗରିକର ଜୀବନ ବିତାଉଛନ୍ତି।
ଅବଶ୍ୟ, ଇତିମଧ୍ୟରେ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଭାରତରେ ଅବସ୍ଥାପିତ କାନାଡୀୟ ରାଷ୍ଟ୍ରଦୂତ ମଧୢ ଏହାର ନିନ୍ଦା କରିଛନ୍ତି। କିନ୍ତୁ ବାସ୍ତବତା ହେଲା, ଯେ ପର୍ଯ୍ୟନ୍ତ ଟ୍ରୁଡୋ ସରକାର ଖଲିସ୍ତାନ ସମର୍ଥକ ବିଚ୍ଛିନ୍ନତାବାଦୀମାନଙ୍କୁ ଦମନ କରିବା ପରିବର୍ତ୍ତେ ସମର୍ଥନ କରୁଥିବେ, ସେ ପର୍ଯ୍ୟନ୍ତ କାନାଡା ହାଇକମିସନରଙ୍କ ପ୍ରତିକ୍ରିୟା କେବଳ ନିରୁଦ୍ବେଗ ଚର୍ବିତଚର୍ବଣତା ଭଳି ବୋଧ ହେବ। ବଡ଼ କଥା ହେଲା, ଭାରତ ଏବ˚ କାନାଡା ପାର˚ପରିକ ଭାବେ ଦୀର୍ଘ କାଳ ଧରି ବନ୍ଧୁଭାବାପନ୍ନ ସ˚ପର୍କ ରଖି ଆସିଛନ୍ତି। ଏଭଳି ସ୍ଥିତିରେ ସେଠାରେ ଭାରତ ବିରୋଧୀ ବିଚ୍ଛିନତାବାଦକୁ ପ୍ରୋତ୍ସାହନ ପ୍ରଦାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଏକ ବିଡ଼ମ୍ବନା ଯେ କେତେକ ପାଶ୍ଚାତ୍ୟ ଗଣତନ୍ତ୍ରଗୁଡ଼ିକ ଭଳି କାନାଡା ମଧୢ ଉଦାରବାଦର ଚରମ ପରାକାଷ୍ଠା ସ୍ବରୂପ ମୁକ୍ତ ଅଭିବ୍ୟକ୍ତିକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରିଥାଏ ବୋଲି ଦାବି କରେ।
କିନ୍ତୁ ପ୍ରଶ୍ନ ହେଲା ଯଦି ତାହା ସତ, ତେବେ କାନାଡାରେ କୌଣସି ଇସଲାମୀୟ ଜେହାଦୀ ଦଳ ପକ୍ଷରୁ ନ୍ୟୁୟର୍କସ୍ଥିତ ‘ଵର୍ଲଡ ଟ୍ରେଡ୍ ସେଣ୍ଟର’ର ଧ୍ବ˚ସ ଲୀଳାର ବର୍ଷ ପୂର୍ତ୍ତି ପାଳନର ପଟୁଆର ବାହାରି ପାରନ୍ତା କି? ଏହାର ଉତ୍ତର ଦେବାର ଆବଶ୍ୟକତା ନାହିଁ। ‘ମୁକ୍ତ ଅଭିବ୍ୟକ୍ତି’ର ଆଳ ସମ୍ଭବତଃ କେବଳ ଭାରତ ଭଳି ରାଷ୍ଟ୍ରଙ୍କ ଲାଗି ଉଦ୍ଦିଷ୍ଟ! ଦ୍ବିତୀୟ ବିଷୟ ହେଲା, ଚରମ ଉଦାରବାଦ ମଧୢ ଚରମ ମୌଳବାଦ ଭଳି ଅନ୍ଧତ୍ବ ସୃଷ୍ଟି କରେ। ସେହି ଅନ୍ଧତ୍ବ କାରଣରୁ ‘ସମୃଦ୍ଧ ଗଣତନ୍ତ୍ର’ କାନାଡା ଓ ‘ଉପଦ୍ରବୀ ରାଷ୍ଟ୍ର’ ପାକିସ୍ତାନ ଗୋଟିଏ ସମତଳରେ ବିଦ୍ୟମାନ; ଯେଉଁଠି ଭାରତ ବିରୋଧୀ ବିଚ୍ଛିନ୍ନତାବାଦ ଓ ଆତଙ୍କବାଦ ପରିପୁଷ୍ଟ ହେବାରେ ଲାଗିଛି। ତେଣୁ ଏହି ପରିପ୍ରେକ୍ଷୀରେ ୨୦୧୧ ମସିହାରେ ପାକିସ୍ତାନକୁ ସତର୍କ କରି ଦେଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ବିେଦଶ ମନ୍ତ୍ରୀ ହିଲାରି କ୍ଲିଣ୍ଟନଙ୍କ ବକ୍ତବ୍ୟ ସ୍ମରଣକୁ ଆସେ। ସେ କହିଥିଲେ: ‘ନିଜ ବାରି ଅଗଣାରେ ସାପ ପୋଷିଲେ, ତାହା ଦିନେ ତୁମକୁ ମଧୢ ଦ˚ଶନ କରିବ।’ କାନାଡାର ଜଷ୍ଟିନ ଟ୍ରୁଡୋଙ୍କ କର୍ଣ୍ଣରେ ମଧୢ ଏହା ପ୍ରବେଶ କରୁ।