ଦିନେ ଜଣେ ଗୃହୀଙ୍କ ଘରେ ପହଞ୍ଚିଲେ ତିନି ଜଣ ସନ୍ନ୍ୟାସୀ। ଗୃହୀ ସେମାନଙ୍କୁ ଗୃହ ମଧ୍ୟକୁ ଆମନ୍ତ୍ରଣ କରନ୍ତେ ଜଣେ କହିଲେ- ଆ‌େମ କୌଣସି ଗୃହୀଙ୍କ ଘରକୁ ଏକତ୍ର ପ୍ରବେଶ କରୁନା। ଆମ ଭିତରୁ ମାତ୍ର ଜଣେ ହିଁ ତୁମର ଅତିଥି ହୋଇପାରିବେ।

Advertisment

ତା’ ପରେ ସନ୍ନ୍ୟାସୀ କହିଲେ- ମୁଁ ହେଉଛି ସ˚ପଦ। ସେ ଦୁହେଁ ସମୃଦ୍ଧି ଓ ଶ୍ରଦ୍ଧା। ତୁମେ ଭିତରକୁ ଯାଅ। ପତ୍ନୀ ତଥା ପରିବାରର ଅନ୍ୟମାନଙ୍କୁ ପଚାରି ସ୍ଥିର କର କାହାକୁ ଅତିଥି ଭାବେ ବରଣ କରିବ!
ଗୃହସ୍ବାମୀ ପତ୍ନୀଙ୍କୁ ସବୁ କଥା କହି ମତ ଦେଲେ ଯେ ଆମେ ସ˚ପଦଙ୍କୁ ଆତିଥ୍ୟ ପ୍ରଦାନ କରିବା। ଆମ ଘର ଧନ-ସ˚ପଦରେ ଭରିଯିବ। ଆମେ ଚିର ଆନନ୍ଦରେ ରହିପାରିବା। ପତ୍ନୀ କହିଲେ- ଠିକ୍‌ କହୁଛ; ହେଲେ, ଆମର ସମୃଦ୍ଧି ଦରକାର। ସ˚ପଦ ଆଜି ଅଛି, କାଲି ନାହିଁ। ସମୃଦ୍ଧି କାଳ କାଳକୁ ରହିବ। ସେମାନଙ୍କର ଏକ ମାତ୍ର କନ୍ୟା ସବୁ ଶୁଣୁଥିଲା। ସେ ମଧ୍ୟ ନିଜର ମତ ଦେଲା- ଧନ-ସ˚ପଦ, ସମୃଦ୍ଧି ସବୁ କିଛି ମୂଲ୍ୟହୀନ ଯଦି ପରିବାରରେ ଶ୍ରଦ୍ଧା ରହିବ ନାହିଁ। ତେଣୁ ଶ୍ରଦ୍ଧା ଅତିଥି ହୁଅନ୍ତୁ।

ପିତା-ମାତା ମଧ୍ୟ କନ୍ୟା ସହ ଏକମତ ହେଲେ। ଗୃହସ୍ବାମୀ ବାହାରକୁ ଆସି ସନ୍ନ୍ୟାସୀ ରୂପୀ ଶ୍ରଦ୍ଧାଙ୍କୁ ଆତିଥ୍ୟ ଗ୍ରହଣ କରିବା ପାଇଁ ଅନୁରୋଧ କଲେ। ଶ୍ରଦ୍ଧା ଘରେ ପ୍ରବେଶ କଲେ ଏବ˚ ତାଙ୍କ ପଛେପଛେ ସ˚ପଦ ଓ ସମୃଦ୍ଧି ମଧ୍ୟ। ଗୃହସ୍ବାମୀଙ୍କ ବିସ୍ମୟର ସୀମା ରହିଲା ନାହିଁ। ସେ ଏହାର କାରଣ ଜାଣିବା ପାଇଁ ଇଚ୍ଛା କଲେ।

ସେଇଠୁ ସଂପଦ କହିଲେ- ତୁମେ ସ˚ପଦ ବା ସମୃଦ୍ଧି ଚାହିଁଥିଲେ, କେବଳ ସେହି ଜଣକ ଯାଇଥାଆନ୍ତେ। କିନ୍ତୁ ଶ୍ରଦ୍ଧାଙ୍କ ବିଶେଷ ଗୁଣ ହେଲା ସେ ଯେଉଁ ଆଡ଼େ ଯିବେ, ସଂପଦ ଓ ସମୃଦ୍ଧି ତାଙ୍କୁ ଅନୁସରଣ କରିବେ।