ଗଲା ୧୨ ତାରିଖରେ ‘ଟ୍ବିଟର୍’ର ପୂର୍ବତନ ପ୍ରତିଷ୍ଠାତା-ମୁଖ୍ୟ ଜାକ୍ ଡୋର୍ସିଙ୍କ ଦ୍ବାରା ପ୍ରଦତ୍ତ କେତେକ ମନ୍ତବ୍ୟ ଭାରତ ସରକାରଙ୍କୁ କ୍ଷୁବ୍ଧ କରିଛି; ଯହିଁରେ ସେ କହିଥିବା ଶୁଣିବାକୁ ମିଳିଥିଲା ଯେ ୨୦୨୧ ମସିହାର କୃଷକ ଆନ୍ଦୋଳନ କାଳରେ କିଛି ଟ୍ବିଟର ‘ହାଣ୍ତଲ’ (ଆକାଉଣ୍ଟ)କୁ ହଟାଇବା ସକାଶେ କୁଆଡ଼େ ଭାରତ ସରକାର ତଥା ବିଜେପି ସପକ୍ଷବାଦୀ ବ୍ୟକ୍ତି ଏବ˚ ଗୋଷ୍ଠୀ ପ୍ରବଳ ଚାପ ପକାଇଥିଲେ ଏବ˚ ସରକାରଙ୍କ ଦ୍ବାରା ଏକ ପ୍ରକାର ଧମକ ମଧୢ ଦିଆଯାଇଥିଲା ଯେ ପ୍ରଚଳିତ ଆଇ.ଟି. (ସୂଚନା ପ୍ରଯୁକ୍ତି) ଆଇନକୁ ଅମାନ୍ୟ କଲେ ଭାରତରେ ଏହି ‘ଟେକ୍’ କ˚ପାନି ସକାଶେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପୁଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି। ଏକ ‘ୟୁଟ୍ୟୁବ୍’ ଚ୍ୟାନେଲକୁ ପ୍ରଦତ୍ତ ସାକ୍ଷାତକାରରେ ଡୋର୍ସିଙ୍କ ମତ ହେଲା ସା˚ପ୍ରତିକ ଭାରତୀୟ ଗଣତନ୍ତ୍ର ନିକୃଷ୍ଟ ଧରଣର। କହିବା ନିଷ୍ପ୍ରୟୋଜନ ଯେ ଡୋର୍ସିଙ୍କ ମତ ଓ ମନ୍ତବ୍ୟଗୁଡ଼ିକୁ ଭାରତ ସରକାର ତୁରନ୍ତ ଏବ˚ ତୀବ୍ର ଭାବେ ଖଣ୍ତନ କରିଛନ୍ତି। କିନ୍ତୁ, ପ୍ରଶ୍ନ ଉଠେ ଯେ ଯଦିବା ଡୋର୍ସିଙ୍କୁ ବିଶ୍ବାସ କରାଯାଏ, ତଥାପି ସରକାରଙ୍କୁ ସିଧାସଳଖ ଦୋଷାରୋପ କରିବା ଭଳି ଏକ ଉପସ˚ହାରରେ ଅଗତ୍ୟା ପହଞ୍ଚି ହେବ କି? କାରଣ ଏହି ବ୍ୟାପାରରେ ଏଭଳି ସୂକ୍ଷ୍ମ ବିଭାବମାନ ସ˚ଶ୍ଳିଷ୍ଟ ଯେ ଏକ ସଯତ୍ନ ଏବ˚ ବହୁପ୍ରସ୍ଥୀ ଆଲୋଚନା ପରେ ଯାଇ କୌଣସି ଉତ୍ତର ମିଳିପାରେ!
ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ଏକ ବର୍ଷର ଦୀର୍ଘ କୃଷକ ଆନ୍ଦୋଳନ ଗୋଟିଏ ପର୍ଯ୍ୟାୟରେ ଅତ୍ୟନ୍ତ ତୀବ୍ର ହୋଇ ଅରାଜକ ହୋଇ ପଡ଼ିବାର ଲକ୍ଷଣ ପ୍ରଦର୍ଶନ କରିଥିଲା, ଯେତେବେଳେ ଆନ୍ଦୋଳନକାରୀଙ୍କ ଏକ ଗୋଷ୍ଠୀ ଳାଲକିଲ୍ଲା ଭିତରକୁ ପ୍ରବେଶ କରି ସେଠାରେ ଭାରତୀୟ ଜାତୀୟ ପତାକାକୁ ଅପସାରଣ କରିବା ସହିତ ଖାଲସା ପତାକା ଉତ୍ତୋଳନ କରିଥିଲେ। ସେହି ଅତ୍ୟନ୍ତ ଉଦ୍ବେଳିତ ସମୟ ଦେଖିଥିଲା ଶାନ୍ତିପୂର୍ଣ୍ଣ କୃଷକ ଆନ୍ଦୋଳନ ଉପରେ ଦୀପ ସିଦ୍ଧୁ ନାମକ ଜଣେ ଲୋକପ୍ରିୟ ଶିଖ ଗାୟକଙ୍କ ନେତୃତ୍ବାଧୀନ ଚରମପନ୍ଥୀ ଏବ˚ ବିଚ୍ଛନ୍ନତାବାଦୀ ଗୋଷ୍ଠୀର ପ୍ରଭାବ ବିସ୍ତାର। ସେହି ସମୟରେ ସହସା ଅସ˚ଖ୍ୟ ଟ୍ବିଟର ‘ହାଣ୍ତଲ’ମାନ ଆବିର୍ଭୂତ ହୋଇ ଉଭୟ ସରକାର ଏବ˚ ରାଷ୍ଟ୍ର ବିରୋଧୀ ଅବା˚ଛିତ ‘ଟୁଇଟ୍’ର ଏକ ପ୍ଳାବନ ସୃଷ୍ଟି କରିଥିଲେ, ଯାହା ପ୍ରମୁଖ ଭାବେ ବହି ଆସିଥିଲା କାନାଡା ଏବ˚ ୟୁ.କେ.ର ଶିଖ ବିଚ୍ଛିନ୍ନତାବାଦୀଙ୍କ ସ୍ରୋତରୁ। ଏହା ଦ୍ବାରା ଦେଶ ତଥା ବିଦେଶରେ ଭାରତ ସରକାର ବିରୋଧୀ ଜନମତ ସୃଷ୍ଟି ହେବାର ଆଶଙ୍କାରେ ସରକାରଙ୍କ ପକ୍ଷରୁ ୧୨୦୦ ସନ୍ଦିଗ୍ଧ ‘ହାଣ୍ତଲ୍’ ହଟାଇବା ସକାଶେ ଟ୍ବିଟରକୁ ନିର୍ଦ୍ଦେଶ ଦିଆଯାଇଥିଲା, ଯଦିଓ ସ˚ସ୍ଥା ପକ୍ଷରୁ ମାତ୍ର ପାଞ୍ଚ ଶହଟି ‘ହାଣ୍ତଲ’ ଅପସାରଣ କରି କୁହାଯାଇଥିଲା ଯେ ଅବଶିଷ୍ଟ ସାତ ଶହ ‘ହାଣ୍ତଲ’ ଦ୍ବାରା ପ୍ରସାରିତ ମନ୍ତବ୍ୟମାନ ଯଥାର୍ଥ, ଯାହାକୁ ଅପସାରଣ କରିବାର ଅର୍ଥ ଭାରତୀୟ ନାଗରିକମାନଙ୍କ ଠାରୁ ମୁକ୍ତ ଅଭିବ୍ୟକ୍ତିର ଅଧିକାର ଓ ସ୍ବାଧୀନତାକୁ ଛିନ୍ନ କରିବା। ସ୍ବାଭାବିକ ଭାବେ ଏହା କେନ୍ଦ୍ର ସରକାର ଏବ˚ ଟ୍ବିଟର ମଧୢରେ ଏକ ସ˚ଘାତମୂଳକ ସ୍ଥିତି ଉତ୍ପନ୍ନ କରିଥିଲା।
ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ‘ଟ୍ବିଟର’ ଭଳି ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକ ମୁକ୍ତ ଅଭିବ୍ୟକ୍ତିର ନିଃସର୍ତ୍ତ ବାହନ ହେବାକୁ ଦାବି କରୁଥିବା ବେଳେ ଦାୟିତ୍ବହୀନ ମନ୍ତବ୍ୟଗୁଡ଼ିକ ଦ୍ବାରା ସୃଷ୍ଟ ବିଭ୍ରାଟ ସକାଶେ ଉତ୍ତରଦାୟୀ ହେବା ଉଚିତ କି ନୁହେଁଁ? ଏହି ସ˚ଦର୍ଭରେ ଭାରତୀୟ ‘ଆଇ.ଟି. ଆକ୍ଟ’ର ଧାରା ୭୯ରେ ଉଲ୍ଲିଖିତ ‘ସେଫ୍ ହାରବୋର୍’ ନିୟମକୁ ଦର୍ଶାଇ ୨୦୨୧ ମସିହାରେ ‘ଟ୍ବିଟର’ ପକ୍ଷରୁ କୁହାଯାଇଥିଲା ଯେ ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକ କେବଳ ତହିଁରେ ପହଞ୍ଚୁଥିବା ବାର୍ତ୍ତାଗୁଡ଼ିକର ନିସ୍ପୃହ ବାହନ ମାତ୍ର; ଏବ˚ ସେହି ସବୁ ବାର୍ତ୍ତାରେ ନିହିତ ମତାମତ ସହିତ ସେହି ମଞ୍ଚଗୁଡ଼ିକର କୌଣସି ସ˚ପୃକ୍ତି ନାହିଁ। କିନ୍ତୁ ପ୍ରଶ୍ନ ହେଲା ଏକ ବିଦେଶୀ ‘ଟେକ୍’ କ˚ପାନି ତା’ ନିଜସ୍ବ ପରିଭାଷିତ କତିପୟ ମୂଲ୍ୟବୋଧକୁ ଗୁରୁତ୍ବ ଦେଇ ଏକ ରାଷ୍ଟ୍ରର ସାର୍ବଭୌମତ୍ବ, ସ˚ହତି, ଧର୍ମୀୟ ଓ ସା˚ସ୍କୃତିକ ସମ୍ବେଦନଶୀଳତାକୁ କ୍ଷୁଣ୍ଣ କରୁଥିବା ଭଳି ପରିସ୍ଥିତି ସୃଷ୍ଟି କରିବା ଯଥାର୍ଥ କି? ଏହି ‘ଟେକ୍’ କ˚ପାନିଗୁଡ଼ିକ ନିଜ ଅଭିସନ୍ଧି ପୂରଣ ସକାଶେ ‘କୃତ୍ରିମ ବୁଦ୍ଧିମତ୍ତା’ ବା ‘ଏ.ଆଇ.’ର ଉପଯୋଗ କରି ଏଭଳି ‘ଅଲ୍ଗରିଦମ’ ସୃଷ୍ଟି କରିପାରନ୍ତି, ଯହିଁରେ ସେହି ଅଭିସନ୍ଧିବହନକାରୀ ବାର୍ତ୍ତାମାନ ବାରମ୍ବାର ଆତ୍ମପ୍ରକାଶ କରି ଜନ-ଧାରଣା ଓ ଜନମତକୁ ଗଭୀର ଭାବେ ପ୍ରଭାବିତ କରିପାରନ୍ତି; ସା˚ପ୍ରଦାୟିକ ହି˚ସା ସୃଷ୍ଟି, ଅଶ୍ଳୀଳତାର ଅବାଧ ପ୍ରସାର ଠାରୁ ଆରମ୍ଭ କରି ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବା ପର୍ଯ୍ୟନ୍ତ ଅନେକ ପ୍ରକାର ଅନ୍ତର୍ଘାତ ଭିଆଇ ପାରନ୍ତି; ଯାହାର ସଦ୍ୟତମ ଉଦାହରଣ ହେଉଛି ମିଆଁମାରରେ ସ˚ଘଟିତ ହେଉଥିବା ରୋହିଙ୍ଗ୍ୟାଙ୍କ ଗଣହତ୍ୟା ଯାହା ପଛରେ ରହିଛି ସାମାଜିକ ଗଣମାଧୢମର ‘ଆଲ୍ଗରିଦମ’।
ଏକ ବିଡ଼ମ୍ବିତ ବାସ୍ତବତା ହେଲା ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକ ଛଦ୍ମ ପରିଚୟ ଆଢୁଆଳରେ ଅଦୃଶ୍ୟ ରହିଥିବା କୁବୁଦ୍ଧିସ˚ପନ୍ନ ଅସ˚ଖ୍ୟ ‘ସ୍ନାଇପର୍ ସୁଟର’ଙ୍କ ବିଚରଣ ଭୂମି ପାଲଟିଛି, ଯେଉଁମାନେ ବିଧିବଦ୍ଧ ଭାବେ ଜନ ସମାଜରେ ଅସ୍ଥିରତା, ସନ୍ଦେହ ଓ ସ˚ଘର୍ଷ ସୃଷ୍ଟି କରିବା ସକାଶେ ସେମାନଙ୍କ ବାର୍ତ୍ତାକୁ ଗୁଳି ଭଳି ବ୍ୟବହାର କରୁଛନ୍ତି। ଏଭଳି ସ୍ଥିତିରେ ୨୦୨୧ ମସିହାର ନୂତନ ଓ ସ˚ଶୋଧିତ ‘ଆଇ.ଟି. ଆକ୍ଟ’ ଅନୁସାରେ ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକ ସକାଶେ ଉତ୍ତରଦାୟିତ୍ବ ନିର୍ଦ୍ଧାରଣ କରାଯିବାରେ କୌଣସି ଅସ˚ଗତି ନାହିଁ, ଯଦିଓ ଏଭଳି କଟକଣାକୁ ବିରୋଧ କରି ଟ୍ବିଟର ୨୦୨୧ ମସିହାରେ କର୍ଣ୍ଣାଟକ ଉଚ୍ଚ ଅଦାଲତର ଆଶ୍ରୟ ନେଇଛି।
ଏଠାରେ ପ୍ରକାଶ ଥାଉ କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଟ୍ବିଟର ବ୍ୟବହାରକାରୀ ସର୍ବପ୍ରଥମ ରାଜନେତାମାନଙ୍କ (ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା କାଳରୁ)ମଧୢରୁ ଅନ୍ୟତମ।
୨୦୧୪ ପୂର୍ବରୁ ବିରୋଧୀ ଦଳରେ ଥିବା ମୋଦୀ ଟ୍ବିଟରକୁ ତତ୍କାଳୀନ ସରକାରଙ୍କ ବିରୋଧରେ ଆକ୍ରମଣର ଏକ ବଳିଷ୍ଠ ମାଧୢମ ରୂପେ ବ୍ୟବହାର କରି ଆସିଥିଲେ। ସେହି ସମୟରେ ଟ୍ବିଟର ଓ ମୋଦୀଙ୍କ ମଧୢରେ ଗଢ଼ି ଉଠିଥିଲା ଏକ ମିତ୍ରଭାବାପନ୍ନ ସ˚ପର୍କ। କହିବା ଅନାବଶ୍ୟକ ମୋଦୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବିଜେପି ନେତୃବୃନ୍ଦ ‘ଟ୍ବିଟର ପରିଚାଳନାକୁ ଏକ କଳାରେ ପରିଣତ କରି ସାରିଛନ୍ତି। କିନ୍ତୁ, ୨୦୧୪ ମସିହା ପର ଠାରୁ ଦେଖା ଦେଇଥିବା ବିଡ଼ମ୍ବନାଟି ହେଲା ସେହି ମିତ୍ର ‘ଟ୍ବିଟର’ ସ˚ପ୍ରତି ସରକାରଙ୍କ ବିରୋଧରେ ବିରୋଧୀମାନଙ୍କ ଦ୍ବାରା ବ୍ୟବହୃତ ଅସ୍ତ୍ରରେ ପରିଣତ ହୋଇଛି; ଏବ˚ ଯେଉଁ ଅପ୍ରିୟ ପରିସ୍ଥିତିକୁ ସହ୍ୟ କରିବା ସରକାରଙ୍କ ସକାଶେ ସମ୍ଭବତଃ କଷ୍ଟପ୍ରଦ ହେଉଛି।
ଏଠାରେ ପ୍ରଣିଧାନଯୋଗ୍ୟ ଯେ ୨୦୧୮ ମସିହାରେ ଟ୍ବିଟର୍ର ପ୍ରତିଷ୍ଠାତା-ମୁଖ୍ୟ ଭାବେ ଡୋର୍ସିଙ୍କ ଭାରତ ଆଗମନ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଉଷ୍ମ ଆତିଥେୟତା ପ୍ରଦାନ କରିଥିଲେ। କିନ୍ତୁ ସେହି ଗସ୍ତ କାଳରେ କେତେକ ବାମପନ୍ଥୀ ମହିଳା ସାମ୍ବାଦିକା ଓ ଜନ ବିଦ୍ବାନଙ୍କ ସହିତ ଡୋର୍ସିଙ୍କ ସାକ୍ଷାତ ଏବ˚ ଫଟୋ ଗ୍ରହଣ ଏବ˚ ସେହି ସମୟରେ ଡୋର୍ସିଙ୍କ ଦ୍ବାରା ଏକ ହିନ୍ଦୁ ପ୍ରତିକୂଳ ବାର୍ତ୍ତା ବହନକାରୀ ପ୍ଳାକାର୍ଡ ପ୍ରଦର୍ଶନ ଏହି ଉଷ୍ମତାକୁ ସହସା ଶୀତଳ କରି ପକାଇଥିଲା, ଯହିଁରୁ ସରକାର ଏବ˚ ଟ୍ବିଟର ମଧୢରେ ଏକ ସନ୍ଦେହର ବୀଜ ବୁଣା ହୋଇ ଯାଇଥିଲା, ଯାହାର ପରିଣତି ହେଉଛି ଡୋର୍ସିଙ୍କ ଟ୍ବିଟର ଏବ˚ ସରକାରଙ୍କ ମଧୢରେ ସୃଷ୍ଟ ବିବାଦ। ଅବଶ୍ୟ, ଇତିମଧୢରେ ଟ୍ବିଟର୍ର ସ୍ବତ୍ତ୍ବାଧିକାର ଜାକ ଡୋର୍ସିଙ୍କ ହାତରୁ ଏଲନ ମସ୍କଙ୍କ ନିକଟକୁ ଆସିଛି, ଯିଏ ଡୋର୍ସିଙ୍କ ରାଜନୈତିକ ଆଗ୍ରହ, ଅଭିସନ୍ଧି ଓ ଦୃଷ୍ଟିଭଙ୍ଗୀରୁ ଟ୍ବିଟରକୁ ମୁକ୍ତ ରଖି କିଭଳି ତାକୁ ଏକ ଲାଭଜନକ ବ୍ୟବସାୟ ପ୍ରକଳ୍ପରେ ପରିଣତ କରାଯାଇପାରିବ, ସେ ଦିଗରେ ଉଦ୍ୟମଶୀଳ। ସେହି ପରିପ୍ରେକ୍ଷୀରେ ମସ୍କ ଯାହା କହିଛନ୍ତି, ତାହା ହେଲା ଭାରତୀୟ ଆଇନ ଅତ୍ୟନ୍ତ କଡ଼ା। ତାକୁ ନ ମାନି ତାଙ୍କ କର୍ମଚାରୀମାନେ ଜେଲରେ ପଶନ୍ତୁ ବୋଲି ସେ ଚାହାଁନ୍ତି ନାହିଁ। ଏହାର ଅର୍ଥ ଏବେ ‘ଟ୍ବିଟର’ରେ ଲଗାମ ଲାଗିବ। ତେବେ, ପ୍ରଶ୍ନ ହେଲା ମସ୍କଙ୍କ ମନ୍ତବ୍ୟରେ ପ୍ରକଟିତ ଭୟ କ’ଣ ଭାରତୀୟ ଗଣତନ୍ତ୍ରକୁ ଉଜ୍ଜ୍ବଳ ଆଲୋକରେ ଦେଖାଉଛି? ଏହା ମଧ୍ୟ ଏକ ବିବେଚନାଯୋଗ୍ୟ ବିଷୟ।