ମୁଁ ମୋର ପ୍ରଭୁ

କଥାଟିଏ - ଯାଯାବର

ଯେତେବେଳେ ମହାବୀର ଘର ଓ ପରିବାର ଛାଡ଼ି ଚାଲି ଯିବାକୁ ବାହାରିଲେ ସେତିକି ବେଳେ ତାଙ୍କ ବଡ଼ଭାଇ ତାଙ୍କୁ କହିଲେ- ମହାବୀର ତୁମେ ନିର୍ବୋଧ। ତା’ ହୋଇ ନ ଥିଲେ ଏ ରାଜପଦ, ରାଜସି˚ହାସନ ଓ ରାଜ୍ୟ ଛାଡ଼ି ଚାଲି ଯାଉ ନ ଥାଆନ୍ତ।

ସେତିକି ବେଳେ ମହାବୀର ତାଙ୍କ ଶରୀରରେ ଥିବା ଏକମାତ୍ର ବସ୍ତ୍ର କୌପୀନଟିକୁ ଖୋଲିବାର ଉପକ୍ରମ କରୁଥିଲେ। ଭାଇଙ୍କ କଥା ଶୁଣି ସେ ହସି ଦେଲେ ଓ କହିଲେ- ଭାଇ, ମୁଁ ଓ ଏଇ କୌପୀନ ପରସ୍ପରକୁ ବାନ୍ଧି ରଖିଛୁ। ସେ କେବଳ ମୋତେ ବାନ୍ଧି ନାହିଁ, ମୁଁ ବି ତା’ ସହିତ ବନ୍ଧା ହୋଇ ରହିଛି। ଏବେ ମୁଁ ସ˚ପୂର୍ଣ୍ଣ ମୁକ୍ତ।

ଏହା କହି ସ˚ପୂର୍ଣ୍ଣ ଉଲଗ୍ନ ମହାବୀର ରାଜଉଆସ ଛାଡ଼ି ଚାଲିଗଲେ ଏବ˚ ଗଲା ବେଳେ କହିଗଲେ ମୁଁ ଏବେ ସ˚ପୂର୍ଣ୍ଣ ମୁକ୍ତ। ମୁଁ ଏବେ ଆଉ କାହାର ଦାସ ନୁହେଁ।
ମହାବୀର ଗଲା ପରେ ତାଙ୍କ ଭାଇ ବୃଦ୍ଧ ମନ୍ତ୍ରୀଙ୍କୁ ପଚାରିଲେ- ମହାବୀର କ’ଣ ଠିକ୍‌ କଥା କହିଦେଇ ଗଲା? ମୁଁ ପରା ଏ ରାଜ୍ୟର ରାଜା। ଏ ରାଜ୍ୟର ପ୍ରଭୁ। ମୁଁ କ’ଣ କାହାର ଦାସ? ଦାସ ନ ହେବା ଲାଗି ରାଜା ହେବା ଜରୁରୀ। ଏମିତି ଘରଦ୍ବାର ଛାଡ଼ିବା ଜରୁରୀ ନୁହେଁ।

ସେତେବେଳେ ଲୋକେ ସତ୍ୟନିଷ୍ଠ ଥିଲେ। ତେଣୁ ମନ୍ତ୍ରୀ ମହୋଦୟ କହିଲେ- ନା, ମହାରାଜ, ଆପଣ ପ୍ରଭୁ ସତ, କିନ୍ତୁ ଗହୀରେଇ ଦେଖିଲେ ଆପଣ ଏ ପ୍ରଭୁପଣର ଦାସ। ଆପଣ ରାଜକୀୟ ଅହ˚କାରର ଦାସ। ଆପଣ ମୁକ୍ତ ନୁହନ୍ତି। ମହାବୀର ସତରେ ମୁକ୍ତ ହୋଇଗଲେ।
ମହାବୀରଙ୍କ ଏହି ଅନାସକ୍ତ ଭାବ ହେତୁ ସେ ଜିତେନ୍ଦ୍ରିୟ ନାମରେ ପରିଚିତ ହେଲେ। ଏହା ତାଙ୍କୁ ଏମିତି ଏକ ପ୍ରଭୁପଣ ଦେଲା ଯାହା ରାଜଚକ୍ରବର୍ତ୍ତୀମାନଙ୍କ ପାଖରେ ବି ନ ଥିଲା।

ସମ୍ବନ୍ଧିତ ଖବର