ଜାତିସଂଘର ବିଶ୍ବ ଖାଦ୍ୟ ଓ କୃଷି ସଂଗଠନର ଏକ ତାଜା ରିପୋର୍ଟ ଅନୁସାରେ ଭାରତରେ ୭୦ ପ୍ରତିଶତ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ଏସିଆ ମହାଦେଶରେ ଏହି ହାର ୪୩.୫ ପ୍ରତିଶତ। ଅଥଚ ଚୀନ୍ରେ ଏହା ମାତ୍ର ୧୨ ପ୍ରତିଶତ। ସ୍ବାସ୍ଥ୍ୟକର ଆହାର କହିଲେ- ଖାଦ୍ୟଶସ୍ୟ, ଫଳ, ପନିପରିବା, ବାଦାମ ଓ ଅଳ୍ପ ପରିମାଣ ପ୍ରାଣୀଜ ପ୍ରୋଟିନ।
ଏହି ପୁଷ୍ଟିକର ଆହାର ପାଇବା ପାଇଁ ପ୍ରତି ବ୍ୟକ୍ତି ପିଛା ଦୈନିକ ଖର୍ଚ୍ଚର ପରିମାଣ ୨.୯୬ ଡଲାର ବା ୨୩୬ ଟଙ୍କା। ଜଣକ ପାଇଁ ଏଥିଲାଗି ମାସକୁ ୭୦୮୦ ଟଙ୍କା ଦରକାର। ଯେଉଁମାନେ କେବଳ ଖାଇବା ପାଇଁ ଏତିକି ଟଙ୍କା ଖର୍ଚ୍ଚ କରିପାରିବେ, ସେହିମାନଙ୍କର ପୁଷ୍ଟିହୀନତା ଦୋଷ ଦୂର ହେବ । ଭାରତରେ ୮୦ କୋଟି ଲୋକଙ୍କୁ ଦିଆଯାଉଥିବା ମାଗଣା ଖାଦ୍ୟ ଯୋଜନା କ୍ଷୁଧା ନିବାରଣ କରିବାରେ କିଛି ମାତ୍ରାରେ ସହାୟକ ହେଉଥିଲେ ମଧ୍ୟ ପୁଷ୍ଟି ଯୋଗାଇବାରେ ସହାୟକ ହୋଇନାହିଁ। େତଣୁ ଏଥିପାଇଁ ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି।
ଅକ୍ଷୟ କୁମାର ମହାନ୍ତି
ହାଜିପୁର, ବିରିଡ଼ି, ଜଗତ୍ସିଂହପୁର