ଆଗରୁ ଜୁଲିଅନ୍ ନାଇରେ, ବାବା ଆମ୍ତେ, ନେଲ୍ସନ୍ ମାଣ୍ତେଲା, ଭାକ୍ଲାଭ୍ ହାଭେଲ୍, ଦେଶମଣ୍ତ୍ ଟୁଟୁ ଓ ଚଣ୍ତୀ ପ୍ରସାଦ ଭଟ୍ଟ ପ୍ରଭୃତିଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ବ ଏବ˚ ରାମକୃଷ୍ଣ ମିସନ୍, ଗ୍ରାମୀଣ ବ୍ୟାଙ୍କ୍, ଭାରତୀୟ ବିଦ୍ୟା ଭବନ, ଇସ୍ରୋ, ବିବେକାନନ୍ଦ କେନ୍ଦ୍ର, ଅକ୍ଷୟ ପାତ୍ର ଫାଉଣ୍ତେସନ୍ ଓ ସୁଲଭ ଇଣ୍ଟର୍ନ୍ୟାସ୍ନାଲ୍ ଆଦି ଧରଣର ବିଖ୍ୟାତ ଅନୁଷ୍ଠାନ ଲାଭ କରିଥିବା ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ମସିହା ପାଇଁ ଗୋରଖପୁରର ଗୀତା ପ୍ରେସ୍କୁ ମିଳିବ ବୋଲି ଜଣାପଡ଼ନ୍ତେ କେତେକ ମତ ଓ ପ୍ରତିମତକୁ ନେଇ ଗଣମାଧ୍ୟମରେ ବିତର୍କର ସୂତ୍ରପାତ ହେବା ପଢ଼ିବାକୁ-ଶୁଣିବାକୁ ପାଠକ ପାଠିକାମାନେ ପାଇସାରିବେଣି। ସେଥିରୁ କେତେକ ମତ ଓ ମନ୍ତବ୍ୟ ଅତି ଚରମ ଶ୍ରେଣୀର ଯାହା ନିଶ୍ଚୟ ବର୍ଜନୀୟ ଥିଲା। ଅହି˚ସା ଓ ଅନ୍ୟ ଗାନ୍ଧୀବାଦୀ ପଦ୍ଧତି ଜରିଆରେ ସାମାଜିକ, ଅର୍ଥନୀତିକ ଓ ରାଜନୀତିକ କ୍ଷେତ୍ରରେ ରୂପାନ୍ତର ସକାଶେ ପ୍ରୟାସ ତଥା ଅବଦାନ ନିମନ୍ତେ ଉପରୋକ୍ତ ପୁରସ୍କାରଟି ଦିଆଯାଇଥାଏ, ଯାହା ଭିତରେ ସାମିଲ ମାନପତ୍ର ଓ ଫଳକ ସାଙ୍ଗକୁ ଏକ କୋଟି ଟଙ୍କାର ଅର୍ଥ ରାଶି। ଅବଶ୍ୟ ସ୍ବଅନୁସୃତ ନୀତି ମୁତାବକ ଗୀତା ପ୍ରେସ୍ ଅର୍ଥରାଶି ଗ୍ରହଣ ନ କରି ପୁରସ୍କାର ନାମକ ସମ୍ମାନକୁ ଗ୍ରହଣ କରିବ ବୋଲି ସୂଚେଇ ସାରିଲାଣି।
୧୯୨୩ ମସିହାରେ ଆରମ୍ଭ ହୋଇଥିବା ଗୀତା ପ୍ରେସ୍କୁ ଚଳିତ ବର୍ଷ ସୁଦ୍ଧା ଶହେ ବର୍ଷ ପୂରିସାରିଲାଣି। ଗୀତା ପ୍ରେସ୍ର ଯେ କୌଣସି ଜୀବନୀ ଓ ଇତିହାସର ପରିକଳ୍ପନା ଦୁଇ ପ୍ରବାଦ ପୁରୁଷ ଜୟଦୟାଲ ଗୋୟନ୍ଦକା (୧୮୮୫-୧୯୬୫) ଓ ହନୁମାନ ପ୍ରସାଦ ପୋଦ୍ଦାର (୧୮୯୨-୧୯୭୧)ଙ୍କୁ ବାଦ୍ ଦେଇ ସମ୍ଭବ ଆଉ ସମ୍ପୂର୍ଣ୍ଣ ନୁହେଁ। ଜୟଦୟାଲ ଥିଲେ ସ˚ସ୍ଥାଟିର ପ୍ରାଣ ପ୍ରତିଷ୍ଠାତା ଏବ˚ ହନୁମାନ ପ୍ରସାଦ ଗୀତା ପ୍ରେସ୍ ତରଫରୁ ପ୍ରକାଶ ପାଉଥିବା ‘କଲ୍ୟାଣ’ ପତ୍ରିକାର ପ୍ରତିଷ୍ଠାତା ସ˚ପାଦକ, ଯିଏ କି ୧୯୨୬ରୁ ୧୯୭୧ ମସିହା ଯାଏ ୪୫ ବର୍ଷ ଧରି ଥିଲେ ପତ୍ରିକାଟିର ସ˚ପାଦକ। ଗୀତା ପ୍ରେସ୍ର ଉତ୍ଥାନ, ପ୍ରତିଷ୍ଠା ଓ ପ୍ରଭାବ ଜୟଦଲାଲ୍-ହନୁମାନ ପ୍ରସାଦ ଯୋଡ଼ିଙ୍କ ଚିନ୍ତାଚେତନା ତଥା କର୍ମପ୍ରବଣତା ଯୋଗୁଁ ହିଁ ମୂର୍ତ୍ତିମନ୍ତ ରୂପ ଧାରଣ କରିପାରିଥିଲା।
ବ˚ଶଲତା କହେ ଥର୍ ମରୁଭୂମିର ଦ୍ବାର ପଥ ରୂପେ ପରିଗଣିତ ଚୁରୁ ଅଞ୍ଚଳର ଥିଲେ ଜୟଦୟାଲଙ୍କ ପୂର୍ବପୁରୁଷ ଓ ତାଙ୍କ ପରିବାରର ଅନେକ ବଙ୍ଗ (ଏବର ପଶ୍ଚିମବଙ୍ଗ) ଆଡ଼େ ଆସିଥିଲେ କୌଳିକ ବ୍ୟବସାୟର ଆହ୍ବାନରେ। ଆରମ୍ଭରୁ ବାଙ୍କୁଡ଼ାରେ ଅବସ୍ଥାପିତ ଗୋୟନ୍ଦକା କପା, କିରାସିନି, ବସ୍ତ୍ର ଓ ବାସନକୁସନ ବ୍ୟବସାୟରେ ମନୋନିବେଶ କରିଥିଲେ ଏବ˚ ସେ ସବୁ କାମର ଡାକରାରେ ସିଏ ଚକ୍ରଧରପୁର, ସୀତାମଢ଼ି, ଖଡ଼ଗପୁର ଓ କଲିକତା ମଝିରେ ମଝିରେ ଯାଉଥିଲେ। ନିଜ ସାଧୁତା ପାଇଁ ତାଙ୍କର ବେଶ୍ ଖ୍ୟାତି ଥିଲା; କାରଣ ତାଙ୍କୁ ସଭିଏଁ ‘ସହି ଭାଓ’ (ଠିକ୍ ଦରଦାମ୍) ଓ ‘ସହି ଭେଲ୍’ (ସଠିକ୍ ଓଜନ) ପାଇଁ ଜାଣିଥିଲେ, ଖାତିର କରୁଥିଲେ। ଦିନ ବେଳା ‘ବୃତ୍ତି’ ପାଇଁ ସମୟ ଦେଉଥିବା ଜୟଦୟାଲ ସଞ୍ଜ ନଇଁଲେ ଗୀତା ପଠନ ଓ ଚର୍ଚ୍ଚାରେ ମଜ୍ଜି ଯାଉଥିଲେ।
ରେଳ କିମ୍ବା ଶଗଡ଼ ଗାଡ଼ିରେ ଉତ୍ତର ଭାରତର ବିଭିନ୍ନ ଜାଗା ଯାତ୍ରା ଓ ସେଠାରେ ରହଣି ଅବସରରେ ସିଏ ସତ୍ସଙ୍ଗ ଗୋଷ୍ଠୀମାନ ଗଢ଼ିଥିଲେ। ସେ କାଟର ଗୋଷ୍ଠୀମାନଙ୍କ ଭିତରୁ ସବୁଠୁ ବଡ଼ଟି ଗଢ଼ି ଉଠିଥିଲା କଲିକତାରେ, ଏଡେନ୍ ଗାର୍ଡେନ୍ସ୍ ପାଖରେ। ଜାଗା ନିଅଣ୍ଟ ପଡ଼ିବାରୁ ବନସ୍ଥଳ ଷ୍ଟ୍ରିଟ୍ରେ ଘରଟିଏ ସିଏ ଭଡ଼ା ନେଲେ ଏବ˚ ତା’ର ନାଁ ଦେଲେ ଗୋବିନ୍ଦ ଭବନ, ଯାହା ହୋଇଗଲା ଜୟଦୟାଲଙ୍କ ନୂଆ ବସା ଘର। ମୁଦ୍ରିତ ବାଇବେଲ୍ ବହୁଳ ସ˚ଖ୍ୟାରେ ବିତରିତ ହେଉଥିବା ଦେଖି କଲିକତାରେ ଥିଲା ବେଳେ ଗୋୟନ୍ଦକା ଭାବିଲେ ଯେ ସେଇ ଭଳିଆ କିମ୍ବା ତା’ଠାରୁ ଭଲ ଭାବେ ଗୀତା କାହିଁକି ଛପା ଯାଇ ଲୋକଙ୍କ ପାଖରେ ପହଞ୍ଚେଇ ହେବନି? ବିଶ୍ବସ୍ତ ଅନୁବାଦ ସ˚ପନ୍ନ ଓ ନିର୍ଭରଯୋଗ୍ୟ ଭାଷା ସମ୍ବଳିତ ଗୀତା ଛାପିବା ଭାବନା ତାଙ୍କୁ ଆଚ୍ଛନ୍ନ କଲା। ଗୋବିନ୍ଦ ଭବନ ଆନୁକୂଲ୍ୟରେ କଲିକତାର ବଣିକ ପ୍ରେସ୍ ଦ୍ବାରା ଜୟଦୟାଲ୍ଙ୍କ ସେ ସ୍ବପ୍ନ ସାକାର ହେଲା ଯେତେବେଳେ ୧୧,୦୦୦ ଖଣ୍ତ ଗୀତା ବାହାରିଲା। କିନ୍ତୁ ସେ ସବୁର ମାନ ଗୋୟନ୍ଦକାଙ୍କ ଦୃଷ୍ଟିରେ ସନ୍ତୋଷଜନକ ନଥିଲା।
ଉପରୋକ୍ତ ପୃଷ୍ଠଭୂମିରେ ଜୟଦୟାଲ ଓ ତାଙ୍କ ସତୀର୍ଥମାନଙ୍କ ମନ ଆଉ କେଉଁଥିରେ ଲାଗୁ ନଥାଏ। ସେମାନେ ପୂରା ଗୀତା-ମନସ୍କ ହୋଇଯାଇଥିଲେ ଓ ସେମାନେ ନିଜର ଏକ ପ୍ରକାଶନୀ ସ˚ସ୍ଥା ଆରମ୍ଭ କରିବାକୁ ଚାହିଁଲେ, ଯାହା ନିର୍ଭୁଲ୍ ଗୀତା ବାହାର କରିବାରେ ସହାୟକ ହେବ। ଗୋରଖପୁରରେ ଗୋୟନ୍ଦକାଙ୍କ ଜଣେ ବନ୍ଧୁ ଓ ଦୂର ସମ୍ପର୍କୀୟ ଘନଶ୍ୟାମ ଦାସ ଜଲାନ ରହୁଥାନ୍ତି। ସିଏ ସହଯୋଗର ହାତ ବଢ଼େଇ କହିଲେ- ଆସ, ଆମର ଏଠି ରୁହ, ପ୍ରେସ୍ ଦାୟିତ୍ବ ମୁଁ ନେବି, ଜାଗା ଓ ଘର ବୁଝିଦେବି। ଗୋୟନ୍ଦକାଙ୍କ ଆନନ୍ଦର ସୀମା ରହିଲାନି। ସିଏ ଗୋରଖପୁରରେ ପହଞ୍ଚିବା ପୂର୍ବରୁ କଲିକତାରୁ ଆସି ସେଠି ବିଭିନ୍ନ କିସ୍ତିରେ ପହଞ୍ଚିଯାଉଥିଲା ଗୀତାର ପାଣ୍ତୁଲିପି। ଆଉ ୧୯୨୩ ମସିହା ଏପ୍ରିଲ୍ ମାସରୁ ଗୋରଖପୁରରେ ଆରମ୍ଭ ହୋଇଗଲା ଗୀତା ପ୍ରେସ୍, ୬୦୦ ଟଙ୍କାରେ କିଣା ହୋଇଥିବା ଏକ ହସ୍ତ ଚାଳିତ ପ୍ରେସ୍ ଛାପା କାମର ଦାୟିତ୍ବ ସ˚ପନ୍ନ କଲା। ପୃଥିବୀରେ ଧର୍ମ, ଭକ୍ତି ଓ ଆଧ୍ୟାତ୍ମିକତା ଭିତ୍ତିକ ଭାଷା-ସାହିତ୍ୟ ଛପେଇବାରେ ଆଉ ଏକ ବୃହତ୍ତମ ଅନୁଷ୍ଠାନ ଆତ୍ମପ୍ରକାଶ କଲା।
ଭାରତ ଓ ଭାରତ ବାହାରେ ଅନୁରାଗୀ ଓ ବିଶ୍ବାସୀମାନେ କହିଲେ- ଜୟଦୟାଲଙ୍କ ଜୟ ହେଉ। ଗୋରଖପୁରର ଗୀତା ପ୍ରେସ୍ରୁ ବାହାରି ଚାଲିଲା ଲକ୍ଷ ଲକ୍ଷ ସଂଖ୍ୟାରେ ଗୀତା, ରାମଚରିତ ମାନସ, ମହାଭାରତ, ରାମାୟଣ, ପୁରାଣ, ଉପନିଷଦ, ହନୁମାନ ଚାଳିଶା ଏବ˚ ସେଇ ଧରଣର ଛୋଟ ବଡ଼ ଅନେକ ପବିତ୍ର ଗ୍ରନ୍ଥ, ପୁସ୍ତକ ଓ ପୁସ୍ତିକା। ସେ ସବୁର ବଡ଼ ଆକର୍ଷଣ ଥିଲା ଏଇଆ- ସମସ୍ତେ ବୁଝିପାରିଲା ଭଳି, ଅତି ଶସ୍ତା ଦାମ୍ର ଯାହା ସଭିଁଙ୍କୁ ସୁହାଇଲା, ମୁଦ୍ରଣର ମାନ ପୁଣି ଅତି ଉତ୍କୃଷ୍ଟ ଏବ˚ ଟୀକାଟିପ୍ପଣୀ ଖଚିତ ହୋଇଥିଲା ସେ ପ୍ରକାଶନମାନଙ୍କରେ।
ଅତୁଳନୀୟ ଜୟଦୟାଲଙ୍କ ଠାରୁ ସାତ ବର୍ଷ ସାନ ହନୁମାନ ପ୍ରସାଦ ନିଜ ପରିବାରର ପାରମ୍ପରିକ ବ୍ୟବସାୟ ଅତି ସଫଳତାର ସହ ସ˚ପନ୍ନ କରୁଥିଲେ କଲିକତା ସହରରେ। ତାଙ୍କ ପୂର୍ବପୁରୁଷମାନେ ବଙ୍ଗ ଆସିଥିଲେ ବିକାନୀର ପାଖ ରତନଗଡ଼ରୁ। କଲିକତାରେ ରହଣି କାଳରେ ପୋଦ୍ଦାର ଅଧିକରୁ ଅଧିକ ଜାତୀୟତାବାଦୀ ଭାବଧାରା ଓ ସ୍ବାଧୀନତା ସ˚ଗ୍ରାମ ଆଡ଼କୁ ଆକର୍ଷିତ ହେଲେ। ସେଠି ସିଏ ଅରବିନ୍ଦ ଘୋଷ ଓ ଚିତ୍ତର˚ଜନ ଦାସଙ୍କ ସ˚ସ୍ପର୍ଶରେ ଆସିଥିଲେ ଏବ˚ ଅନେକ ବିପ୍ଳବୀଙ୍କ ସହ ପରିଚିତ ହୋଇଥିଲେ। ୧୯୧୮ରେ ତାଙ୍କୁ ବମ୍ବେ ଯାଇ ସେଠି ରହିବାକୁ ପଡ଼ିଲା, ଯେଉଁଠି ତାଙ୍କର ତିଳକ, ଗାନ୍ଧୀ ଓ ମଦନ ମୋହନ ମାଲବ୍ୟଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ୧୯୨୬ ମସିହାରେ ପୋଦ୍ଦାର ବମ୍ବେରେ ଥିଲା ବେଳେ ଆରମ୍ଭ ହୋଇଥିଲା ‘କଲ୍ୟାଣ’ ପତ୍ରିକା ସେଠାକାର ସତ୍ସଂଗ ଭବନ ତରଫରୁ, ଯାହାକୁ ଛାପିଥିଲା ଭେଙ୍କେଟେଶ୍ବର ପ୍ରେସ୍। ପତ୍ରିକାଟିର ଘୋଷିତ ଲକ୍ଷ୍ୟ ଥିଲା ଭକ୍ତି, ଜ୍ଞାନ, ଧର୍ମ ଓ ବୈରାଗ୍ୟ ଭିତ୍ତିକ ଲେଖା ବାହାର କରିବା। ୧୯୨୭ରେ ପତ୍ରିକାର ଠିକଣା ହେଲା ଗୋରଖପୁରର ଗୀତା ପ୍ରେସ୍, ଯେଉଁଠି ଯାଇ ଯୋଗ ଦେଲେ ପୋଦ୍ଦାର ‘କଲ୍ୟାଣ’ର ପ୍ରଥମ ଓ ପ୍ରତିଷ୍ଠାତା ସଂପାଦକ ଭାବେ। ୧୯୨୭ ମସିହାରେ ଗାନ୍ଧୀଜୀଙ୍କ ପୁଅ ଦେବଦାସ ଗିରଫ ହେବା ପରେ ଗୋରଖପୁର ଜେଲ୍ରେ ଥାଆନ୍ତି। ତାଙ୍କୁ ଭେଟି ପୋଦ୍ଦାର ଗାନ୍ଧୀଙ୍କୁ ଦେବଦାସଙ୍କ ଭଲମନ୍ଦ ବାବଦରେ ଜଣାଉଥିଲେ, ଯେଉଁଥିପାଇଁ ଗାନ୍ଧୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
‘କଲ୍ୟାଣ’ ପତ୍ରିକା ସ˚ପର୍କିତ କେତେକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଗାନ୍ଧୀ ପୋଦ୍ଦାରଙ୍କୁ ଦେଇଥିଲେ; ଯେମିତି କି ବିଜ୍ଞାପନ ବାହାର ନକରିବା, କାହାକୁ ସମାଲୋଚନା ନକରିବା ଓ କୌଣସି ପୁସ୍ତକ ସମୀକ୍ଷା ବାହାର ନକରିବା। ଏସବୁକୁ ‘କଲ୍ୟାଣ’ ପତ୍ରିକା ଓ ଗୀତା ପ୍ରେସ୍ ଏ ଯାଏଁ ମୋଟାମୋଟି ପାଳନ କରୁଛି ବୋଲି କୁହାଯାଏ। ଗାନ୍ଧୀଙ୍କର ୫୪ଟି ଲେଖା ‘କଲ୍ୟାଣ’ ପତ୍ରିକାରେ ବାହାରିଥିଲା। ସେ ଲେଖାମାନ ପାଇବା ପାଇଁ ପୋଦ୍ଦାରଙ୍କୁ ମହାଦେବ ଦେଶାଇ ଓ ପ୍ୟାରେଲାଲଙ୍କ ସାହାଯ୍ୟ ନେବାକୁ ପଡ଼ିଥିଲା। ୧୯୩୫ ମସିହାର ଏକ ଚିଠିରେ ଗାନ୍ଧୀଜୀ ପୋଦ୍ଦାରଙ୍କୁ ଲେଖିଥିବା ଭାଷା ଥିଲା ଏମିତି- ଗୀତା ପ୍ରେସ୍ ଓ ‘କଲ୍ୟାଣ’ର କାମ ଈଶ୍ବରଙ୍କ କାମ, ମୋ ମନକୁ ପାଇଲା ଭଳି କାମ। ଏହାର ଦୁଇ ବର୍ଷ ପରେ ଭାଇଜୀ ଭାବେ ସସମ୍ମାନ ସମ୍ବୋଧିତ ହେଉଥିବା ପୋଦ୍ଦାର ଏକ ବଡ଼ିଭୋର୍ର ସ୍ବପ୍ନ କଥା ତାଙ୍କ ଚିଠିରେ ଲେଖିଥିଲେ ଗାନ୍ଧୀଙ୍କୁ। ସେଥିରେ ସିଏ ଲେଖିଥିଲେ- ମୁଁ ସ୍ବପ୍ନରେ ଦୁଃସ୍ବପ୍ନ ଦେଖିଛି, ଆପଣଙ୍କ ମୃତ୍ୟୁ ବାବଦରେ। ତେଣୁ ଅନୁରୋଧ କରିବି ଆପଣ ଅଧିକରୁ ଅଧିକ ଭଗବାନଙ୍କୁ ଡାକନ୍ତୁ। ଉତ୍ତରରେ ଗାନ୍ଧୀ ତାଙ୍କୁ ଧନ୍ୟବାଦ ଜଣାଇ କହିଥିଲେ- ଚିଠିଟି ଆପଣଙ୍କର ମୋ ପ୍ରତି ଭଲ ପାଇବା ସୂଚାଏ। ୧୯୩୬ ମସିହାରେ ଗୋରଖପୁର ଅଞ୍ଚଳରେ ଭୟଙ୍କର ବନ୍ୟା ଦାଉ ସାଧିଥାଏ। ନେହରୁ ଆସି ସେ ଅଞ୍ଚଳ ଗସ୍ତ କରିବା ପାଇଁ ଗୋରଖପୁରରେ ପହଞ୍ଚିଲେ। କାର୍ଟିଏ ଲୋଡ଼ା ପଡ଼ିଲା। ହନୁମାନ ପ୍ରସାଦ ସାଙ୍ଗେ ସାଙ୍ଗେ ନିଜ କାର୍ ଯୋଗାଇ ଦେବାକୁ ଆଗେଇ ଆସିଥିଲେ ଯଦିଓ ବ୍ରିଟିସ୍ ସରକାର ଚେତେଇ ଦେଇଥିଲେ ଯେ ଯିଏ ନେହରୁଙ୍କୁ ନିଜ ଯାନବାହନ ଯୋଗାଇ ଦେବ ସିଏ ବିଦ୍ରୋହୀ ସାବ୍ୟସ୍ତ ହେବ।
ବିଦ୍ବାନ, ମୁକ୍ତଚିତ୍ତ ଗବେଷକ, ଲେଖକ ଓ ପତ୍ରକାର ଅକ୍ଷୟ ମୁକୁଳ ଗୀତା ପ୍ରେସ୍ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ଓ ଚର୍ଚ୍ଚିତ ପୁସ୍ତକ ଲେଖିଛନ୍ତି, ଯାହାକୁ ଆଧାର କରି ରାଜନେତା ଓ ଲେଖକ ଜୟରାମ ରମେଶ ନିକଟରେ କେତେକ ମନ୍ତବ୍ୟ ଦେଇଥିଲେ ଓ ସେ ମନ୍ତବ୍ୟର ମଧ୍ୟ ଅନେକ ଖଣ୍ତନ କରିଛନ୍ତି। ଗାନ୍ଧୀ-ପୋଦ୍ଦାର ସମ୍ପର୍କ ସବୁବେଳେ ସରଳରୈଖିକ, ମଧୁର ଓ ଉଷ୍ଣ ନ ଥିଲା। ସେ ସମ୍ପର୍କରେ ସମସ୍ୟା ଓ ମତଭେଦ ମଧ୍ୟ ଉପୁଜି ଥିଲା ଗୀତାର ଅନୁବାଦ, ଧର୍ମ, ଧାର୍ମିକତା, ପୁନା ଚୁକ୍ତି, ଜାତିପ୍ରଥା, ଅସ୍ପୃଶ୍ୟତା, ସମସ୍ତଙ୍କ ଦେବାଳୟ ପ୍ରବେଶ ଓ ସ˚ଖ୍ୟାଲଘୁ ସଂପ୍ରଦାୟଙ୍କ ପ୍ରଶ୍ନମାନ ନେଇ। ପୋଦ୍ଦାର କିନ୍ତୁ କହୁଥିଲେ ଗାନ୍ଧୀଙ୍କ ସହ ତାଙ୍କ ବୈଚାରିକ ମତାନ୍ତର କୌଣସି ପ୍ରକାରେ ତାଙ୍କ ବାପୁ ଭକ୍ତିକୁ ମଳିନ କରିପାରିବନି ବୋଲି ତାଙ୍କର ହୃଦ୍ବୋଧ ହୁଏ।
ଗଡ୍ସେ ଗାନ୍ଧୀଙ୍କୁ ଗୁଳି ମାରି ହତ୍ୟା କରିବା ପରର କଥା। ଦେଶସାରା ୨୫,୦୦୦ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ଏବ˚ ସେମାନଙ୍କ ଭିତରେ ସାମିଲ ଥିଲେ ହନୁମାନ ପ୍ରସାଦ। ଏପରିକି ସେ ବର୍ଷର ଏପ୍ରିଲ୍ ସ˚ଖ୍ୟା ଯାଏ ‘କଲ୍ୟାଣ’ରେ ଗାନ୍ଧୀ ସମ୍ପର୍କିତ କୌଣସି ଶୋକାଲ୍ଲେଖ୍ୟ ବା ଅନ୍ୟ କୌଣସି ଲେଖା ସ୍ଥାନ ପାଇ ନଥିଲା। ଲେଖକ, ରାଜନେତା ଓ ପୂର୍ବତନ କୂଟନୀତିଜ୍ଞ ପବନ ବର୍ମା ନିଜେ, ଜୟରାମ ରମେଶଙ୍କ ମତର ପ୍ରତ୍ୟୁତ୍ତରରେ ଲେଖିଛନ୍ତି- ଗିରଫ ହୋଇଥିବା ପୋଦ୍ଦାରଙ୍କୁ ପରେ ଛାଡ଼ି ଦିଆଯାଇଥିଲା ଓ ସିଏ ଦୋଷୀ ସାବ୍ୟସ୍ତ ହୋଇ ନଥିଲେ।
ଆଦୃତି, ଜନପ୍ରିୟତା ଓ ଗ୍ରହଣୀୟତା ଦୃଷ୍ଟିରୁ ଗୀତା ପ୍ରେସ୍ର ମାନ୍ୟତା ଏଭଳି ଯେ ବେଳେ ବେଳେ ଅନ୍ୟ ଧର୍ମର ଲୋକେ ଦାବି କରିଥିବାର କୁହାଯାଏ- ଆମ ଧର୍ମର ବହି ଛପେଇଲେ ଭଲ ହୁଅନ୍ତାନି! ସେମାନଙ୍କୁ ଉତ୍ତର ମିଳେ- ଏ ପର୍ଯ୍ୟନ୍ତ ଆମେ ବେଦ ଓ ସ୍ମୃତି ବି ବାହାର କାରିପାରିନୁ। ହିନ୍ଦୀ ଓ ଓଡ଼ିଆ ଛଡ଼ା ଅନ୍ୟ ପ୍ରାୟ ୧୩ଟି ଭାଷାରେ ଧାର୍ମିକ ପୁସ୍ତକ ବାହାର କରୁଥିବା ଗୀତା ପ୍ରେସ୍ ନିଶୁଳ୍କ ଯାତ୍ରୀ ନିବାସ, ହସ୍ତ ନିର୍ମିତ ବସ୍ତ୍ର, ଆୟୁର୍ବେଦ ସ˚ସ୍ଥା ଓ ନିଜ ସେବା ଦଳ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ଧାର୍ମିକ ବିଶ୍ବାସ ଓ ଆସ୍ଥା ଆଧାରିତ ଭାଷା-ସାହିତ୍ୟକୁ ଆଧୁନିକ ମୁଦ୍ରଣ ଶିଳ୍ପ କିଭଳି ଶିଖରକୁ ନେଇପାରେ ଓ ପ୍ରବଳ ସଫଳତା ଦେଇପାରେ ଏବ˚ ପ୍ରଚଣ୍ତ ପ୍ରଭାବ ସୃଷ୍ଟି କରିପାରେ; ତା’ର ପ୍ରମାଣ ଗୀତା ପ୍ରେସ୍। କୁହାଯାଏ ଗୋରଖପୁର ନଯାଇ ବି ଗୀତା ପ୍ରେସ୍ ବହି ଆପଣ ପାଇପାରିବେ ଅନେକ ରେଳ ଷ୍ଟେସନ୍ରୁ ହୁଇଲର୍ ଓ ସର୍ବୋଦୟ ଷ୍ଟଲ୍ ସହ ଶୋଭା ପାଉଥିବା ଗୀତା ପ୍ରେସ୍ ଷ୍ଟଲ୍ରୁ। ମୁଦ୍ରିତ ଶବ୍ଦ ଅକାଟ୍ୟ ସତ୍ୟ ବଚନ ବୋଲି କଥାଟିଏ ଅଛି। ପୁଣି ଗୀତା ପ୍ରେସ୍ର ପ୍ରଶ˚ସାରେ କେହି କେହି କହନ୍ତି- ‘ତାହା ଈଶ୍ବରଙ୍କ ନିଜ ପ୍ରକାଶକ’।
ମୋ: ୯୪୩୭୩୦୭୦୭୯