ଜଣେ ପର୍ବତାରୋହୀ ଥିଲେ। ଦେଶର ପ୍ରାୟ ସବୁ ପର୍ବତର ଶିଖରକୁ ସେ ଯାଇ ପାରିଥିଲେ ସିନା ସବୁଠାରୁ ଉଚ୍ଚ ପର୍ବତର ଶୃଙ୍ଗକୁ ଛୁଇଁବାର ଇଚ୍ଛା ତାଙ୍କର ଅପୂର୍ଣ୍ଣ ଥିଲା। କ୍ରମେ ସେ ଇଚ୍ଛା ମନ ଭିତରେ ପ୍ରବଳତର ହୋଇ ଏକମାତ୍ର ଅଭୀଷ୍ଟରେ ପରିଣତ ହେଲା। ସୁତରା˚ ଦିନେ ପର୍ବତାରୋହୀ ସେଇ ଶୃଙ୍ଗକୁ ଆରୋହଣ କରିବାକୁ ବାହାରିଲେ।

Advertisment

ପର୍ବତାରୋହଣ ବାବଦରେ ସମସ୍ତ କୌଶଳ ତାଙ୍କ ପାଖରେ ଥିଲା। କିନ୍ତୁ ସେଇ ପର୍ବତଟି ଆରୋହଣ କଲା ବେଳେ ସେ ଅନୁଭବ କଲେ ଯେ ତାହା ତାଙ୍କ ଲାଗି ଏକ ଆହ୍ବାନ ଭାବେ ଛିଡ଼ା ହୋଇଛି। ଏଭଳି ବିପଦପୂର୍ଣ୍ଣ ପର୍ବତାରୋହଣ ସେ କେବେ ବି କରି ନ ଥିଲେ। କିନ୍ତୁ, ଶେଷରେ ସେ ଜିତିଲେ ଓ ପାହାଡ଼ର ଶିଖରରେ ପହଞ୍ଚିଲେ। ସେଠାରେ ପହଞ୍ଚିବା ପରେ ସେ ଆନନ୍ଦରେ ଆତ୍ମହରା ହୋଇ ଉଠିଲେ। ଗର୍ବରେ ତାଙ୍କ ଛାତି ଫୁଲି ଉଠିଲା। ତଳକୁ ଅବତରଣ କଲା ପରେ ତାଙ୍କୁ କିଭଳି ଜଣେ ତାରକାର ସମ୍ମାନ ମିଳିବ ସେଇ ଭାବନାରେ ସେ ଆହ୍ଲାଦିତ ହୋଇ ଉଠିଲେ। କିନ୍ତୁ ହଠାତ୍‌ ତାଙ୍କ ମନରେ ଭାସି ଉଠିଲା ଗୁରୁ ବୋଲି ମଣୁଥିବା ତାଙ୍କ ଆଦ୍ୟ ପ୍ରଶିକ୍ଷକଙ୍କ ସର୍ବଶ୍ରେଷ୍ଠ ଧାଡ଼ି- ଅବରୋହଣ କରିବା ଆରୋହଣ କରିବା ଠାରୁ ଅଧିକ ଆହ୍ବାନଭରା।

ସେ ପ୍ରକୃତିସ୍ଥ ହେଲେ। ସେ ବୁଝିଲେ ଶୃଙ୍ଗରେ ପହଞ୍ଚିବା କେବଳ ଆ˚ଶିକ ସଫଳତା।
ଗପଟି କହି ସାରି ୟୁଜିକେ କହିଲେ- ଶିଖରରେ ପହଞ୍ଚିବା ପରେ ସ୍ଥିତପ୍ରଜ୍ଞ ରହିବା ହେଉଛି ସବୁଠାରୁ ବଡ଼ କଥା। ତାହା ଯିଏ କରି ନ ପାରେ ତା’ର ପତନ ଅବଶ୍ୟମ୍ଭାବୀ।