ଥରେ ଜଣେ ରାଜା ରାଜ-ଉଦ୍ୟାନରେ ବିଚରଣ କରୁଥିଲେ। ହଠାତ୍ ଏକ ପଥରରେ ଝୁଣ୍ଟି ହୋଇ ସେ ଖସି ପଡ଼ିଲେ। ସାଙ୍ଗରେ ଥିବା ପରିଚାରକମାନେ ତାଙ୍କୁ ଉଠାଇ ସାଷ୍ଟମ କଲେ। ମନ୍ତ୍ରୀ ବିଚଳିତ ହୋଇ ଚିତ୍କାର କରି ମାଳୀକୁ ଡକାଇଲେ, କାରଣ ରାଜ-ଉଦ୍ୟାନର ଚଲାପଥରେ ପଥରଟିଏ ରହିବା ଦୋଷାବାହ ଥିଲା।
ମାଳୀ ଆସି କାକୁସ୍ଥ ଭାବେ ଛିଡ଼ା ହେଲା। ଦଣ୍ଡ ପାଇବା ନିଧାର୍ଯ୍ୟ। କିନ୍ତୁ ମନ୍ତ୍ରୀ କିଛି କହିବା ପୂର୍ବରୁ ରାଜା ତାଙ୍କୁ ଅଟକାଇ ଦେଲେ ଏବଂ କହିଲେ- ଉଦ୍ୟାନର ଚଲାପଥ ସଫା ରଖିବା ମାଳୀର ଦାୟିତ୍ବ ଏବଂ ତାହା କରି ନ ଥିବାରୁ ତାକୁ ତାଗିଦା କରି ଛାଡ଼ି ଦିଆଯାଉ। କୌଣସି ବିଶେଷ ଦଣ୍ଡ ଦିଆ ନ ଯାଉ।
ମନ୍ତ୍ରୀ କହିଲେ- କିନ୍ତୁ ମଣିମା ଏହା ଏକ ସାଧାରଣ କଥା ନୁହେଁ। ଏହି କାରଣରୁ ଆପଣ ତଳେ ପଡ଼ିଗଲେ। ଆପଣଙ୍କ ଅଙ୍ଗରେ କ୍ଷତ ହେଲା। ଏଣୁ ମାଳୀ ସମୁଚିତ ଦଣ୍ଡ ପାଇବା ଉଚିତ।
ରାଜା କହିଲେ- ନା, ପଥରରେ ଝୁଣ୍ଟି ହୋଇ ପଡ଼ିବାରେ ଦୋଷ ପଥରର ନୁହେଁ, ଦୋଷ ଚାଲିବା ବାଲାର। ଚାଲିବା ବେଳେ ରାସ୍ତା ଉପରେ ମୋର ନଜର ନ ଥିଲା। ରାସ୍ତାରେ କଦବା କେମିତି ପଥର ପଡ଼ିଥାଇପାରେ, କିନ୍ତୁ ସଚେତନ ପଥିକ ତାହା ଦେଖି ସତର୍କତାର ସହିତ ଚାଲେ। ମୁଁ ଅସତର୍କ ଥିଲି ଏବଂ ଦୋଷ ମୋର!
ରାଜାଙ୍କ ଏଭଳି ଏକ ବିବେଚନାପୂର୍ଣ୍ଣ ବିଚାରରେ ସମସ୍ତେ ନତମସ୍ତକ ହେଲେ।