ଜଣେ ବିଚାରବନ୍ତ ରାଜା ଥିଲେ। ଥରେ ତାଙ୍କ ରାଣୀ ଉଦ୍ୟାନରେ ବୁଲୁଥିବା ବେଳେ ମଜାରେ ତୀର ଚାଳନା କରୁଥିଲେ। ଅନ୍ଧାର ହୋଇଆସୁଥିଲା। ହଠାତ୍ ସେ ଏକ ଆର୍ତ୍ତନାଦ ଶୁଣିଲେ। ତୀର ଉଦ୍ୟାନର ଯୁବ ମାଳୀ ଦେହରେ ବାଜିଥିଲା। ମାଳୀ ସେଇଠି ମରିଗଲା। ମାଳୀର ଯୁବତୀ ସ୍ତ୍ରୀ ଆସି ରାଜାଙ୍କ ପାଖରେ କାନ୍ଦିଲା ଏବ˚ ନ୍ୟାୟ ମାଗିଲା।
ରାଜା ସମସ୍ୟାରେ ପଡ଼ିଗଲେ। କ’ଣ କରିବେ? ରାଣୀଙ୍କ ଭୁଲ୍ ହୋଇଛି, ଯଦିଓ ଅଜାଣତରେ। ତେବେ, ତାଙ୍କୁ ନ୍ୟାୟ ଦେବାକୁ ହେବ। ସେ ବିଚାର କଲେ ଏବ˚ ତତ୍କ୍ଷଣାତ୍ ନ୍ୟାୟ ବି ଦେଲେ। କହିଲେ- ‘ରାଣୀଙ୍କ ତୀରରେ ତୋ ସ୍ବାମୀ ମରିଛି। ଏବେ ନେ, ଏ ଧନୁତୀର। ମୋତେ ମାରିଦେ। ରାଣୀଙ୍କୁ ବି ତୋ ଭଳି ବୈଧବ୍ୟ ଯନ୍ତ୍ରଣା ଭୋଗିବାକୁ ଦେ।’
ମାଳୀର ସ୍ତ୍ରୀ ରାଜାଙ୍କ ପାଦ ତଳେ ପଡ଼ିଗଲା ଓ କହିଲା- ‘ମୋ ଭଳି ଅକି˚ଚନ ଏ ସ˚ସାରରେ ଅନେକ ଅଛନ୍ତି। କିନ୍ତୁ ମୋ ପାଇଁ ନ୍ୟାୟ ଦେଇ ଆପଣଙ୍କ ଭଳି ଜଣେ ବିଚାରବନ୍ତ ରାଜାଙ୍କୁ ହରାଇବାର ଅର୍ଥ ଗୋଟିଏ। ରାଜ୍ୟ ତଥା ରାଜ୍ୟବାସୀ ଅପୂରଣୀୟ କ୍ଷତି ସହିବେ।’
ଏଭଳି କଥାଟିଏ କହି ସାରି ଗୁରୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ- ବିଚାରବନ୍ତ ରାଜାଙ୍କ ଏ କାହାଣୀ ଯୁଗଯୁଗ ଧରି ରହି ଆସିଛି। ହେଲେ କୁହ ତ କିଏ ଅଧିକ ବିଚାରବନ୍ତ ରାଜା ନା ମୃତ ମାଳୀର ପତ୍ନୀ?
ଶିଷ୍ୟଙ୍କ ଭିତରୁ ଜଣେ କହିଲେ- ଏହି ଗଳ୍ପର ବର୍ଣ୍ଣନା ଅନୁସାରେ ମାଳୀର ପତ୍ନୀ ଅଧିକ ବିଚାରବନ୍ତ। ଆମେ କହିଥାଏଁ ଯଥା ରାଜା, ତଥା ପ୍ରଜା। ଏହା ହେଉଛି ତା’ର ଉଦାହରଣ। ଏକ ବିଚାରବନ୍ତ ରାଜାଙ୍କ ପ୍ରଜାମାନେ ମଧୢ ଉତ୍କୃଷ୍ଟ ବିବେଚନାବୋଧର ପରିଚୟ ଦିଅନ୍ତି।