କ୍ୟାନସର ନେଇ ସଚେତନତା ବଢୁ

ନିକଟରେ ମିଳିଥିବା ଏକ ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ଦିନକୁ ଦିନ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସବୁ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ପ୍ରତିଦିନ ଅାମ ରାଜ୍ୟରେ ୩୨ ଜଣ କ୍ୟାନସର ରୋଗୀଙ୍କର ମୃତ୍ୟୁ ହେଉଛି। ଗତ ୩ ବର୍ଷରେ ରାଜ୍ୟରେ ୯୨,୬୯୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

‌େକବଳ ୨୦୨୧-୨୨ ଗୋଟିଏ ବର୍ଷରେ ୧,୨୨୭ ଜଣ କ୍ୟାନସର ରୋଗୀଙ୍କର ମୃତ୍ୟୁ ହୋଇଛି। ଆବଶ୍ୟକତା ଅନୁସାରେ କ୍ୟାନସର ଚିକିତ୍ସା ‌ପାଇଁ ରାଜ୍ୟରେ ଡାକ୍ତରଖାନାର ଅଭାବ ଥିବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇ ପାରୁନାହାନ୍ତି। ସଚେତନତାର ଅଭାବ କ୍ୟାନସର ରୋଗ ବୃଦ୍ଧିର ମୁଖ୍ୟ କାରଣ। ବିଶେଷଜ୍ଞଙ୍କ ମତରେ ଉପଯୁକ୍ତ ବ୍ୟାୟାମର ଅଭାବ, ପନିପରିବା ଓ ଫଳ ଜାତୀୟ ଖାଦ୍ୟ କମ୍‌ ଖାଇବା, କମ୍‌ ନିଦ୍ରାଯିବା, ନିଶା ସେବନ କରିବା, ଜୀବନଶୈଳୀରେ ଶୃଙ୍ଖଳା ଓ ସଂଯମର ଅଭାବ କ୍ୟାନସର ବୃଦ୍ଧିର ମୁଖ୍ୟ କାରଣ। କ୍ୟାନସର ପରି ଦୁରାରୋଗ୍ୟରୁ ମୁକ୍ତି ପାଇବା ପାଇଁ ସରକାର ସଚେତନତା ସୃଷ୍ଟି କରନ୍ତୁ।
ଅକ୍ଷୟ କୁମାର ମହାନ୍ତି
ହାଜିପୁର, ବିରିଡ଼ି, ଜଗତ୍‌ସିଂହପୁର

ସମ୍ବନ୍ଧିତ ଖବର