ସନ୍ଥ ଫରିଦ ଏକ ରାଜ୍ୟରେ ବୁଲୁଥିବା ବେଳେ ଜଣେ ସୈନିକ ତାଙ୍କର ପାଗଳ ଭଳି ବେଶଭୂଷା ଦେଖି ତାଙ୍କୁ ଧରିଲା ଏବ˚ ଗୁପ୍ତଚର ବୋଲି ସନ୍ଦେହ କରି ବାନ୍ଧି ପକାଇଲା। ତା ପରେ ତାଙ୍କୁ ରାଜାଙ୍କ ସମକ୍ଷକୁ ଅଣାଗଲା। ରାଜା ଥିଲେ ଗୁଣଗ୍ରାହୀ। ତାଙ୍କ ଦୃଷ୍ଟି, ବିଚାରବୁଦ୍ଧି ସବୁ କିଛି ଥିଲା ମାର୍ଜିତ। ସନ୍ଥ ଫରିଦଙ୍କ ପାଗଳ ସୁଲଭ ବେଶ ତଳେ ବି ସେ ଆଭାସ ପାଇଲେ ଯେ ୟେ ସାଧାରଣ ଲୋକ ନୁହେଁ, ଏ ଅଲଗା କିଛି।
ତା ପରେ ରାଜା ସନ୍ଥ ଫରିଦଙ୍କୁ ପାଖକୁ ଡାକିଲେ ଏବ˚ ଅତି ନିକଟରୁ ଦେଖିବା ପରେ ସେ ତାଙ୍କୁ ଚିହ୍ନି ବି ପାରିଲେ। ତା ପରେ ରାଜା ସନ୍ଥଙ୍କ ହାତ ଧରି ପକାଇ ନିଜ ସୈନିକର ମୂଢ଼ତା ଲାଗି କ୍ଷମା ମାଗିଲେ ଏବ˚ ସମ୍ମାନର ସହିତ ତାଙ୍କୁ ରାଜଭବନରେ ଆତିଥ୍ୟ ପ୍ରଦାନ କଲେ।
ଏଇ ସମୟରେ ରାଜା କୌତୂହଳୀ ହୋଇ ସନ୍ଥ ଫରିଦଙ୍କୁ ପ୍ରଶ୍ନ କଲେ- ମୁଁ ବୁଝିପାରୁନାହିଁ, ଆପଣଙ୍କୁ ଯେତେବେଳେ ସୈନିକ ବାନ୍ଧିଲା, ଆପଣ ନିରବ ରହିଲେ କାହିଁକି? କେବଳ ନିଜ ପରିଚୟ ଦେବା ହିଁ ଯଥେଷ୍ଟ ହୋଇଥାଆନ୍ତା।
ଫରିଦ କହିଲେ- ଯେଉଁ ସୈନିକ ମୋତେ ବାନ୍ଧିଲା, ସେ ମୋତେ ଚିହ୍ନି ପାରି ନ ଥାଆନ୍ତା, ମୋ କଥାର ମର୍ମ ବୁଝିପାରି ନ ଥାଆନ୍ତା, ତେଣୁ ତା’ ଆଗରେ ତୁଣ୍ତ ଖୋଲିବା ମୋ’ ଲାଗି ନିର୍ବୋଧତା ହୋଇଥାଆନ୍ତା। ମୁଁ ଜାଣିଥିଲି ଆପଣଙ୍କ ନିକଟକୁ ମୁଁ ଆସିବି। ମୋର ଏଭଳି ବେଶଭୂଷା ସତ୍ତ୍ବେ ଆପଣ ମୋତେ ଚିହ୍ନି ପାରିବେ। ତେଣୁ କିଛି କହିବାର ଅବକାଶ ନ ଥିଲା। ତେଣୁ ଅଯଥାରେ ତୁଣ୍ଡ ଖୋଲନ୍ତି କାହିଁକି?