ଜଣେ ବ୍ୟକ୍ତି ପ୍ରତିଦିନ ନିଜକୁ ଯେଉଁ ସମସ୍ତ କାର୍ଯ୍ୟ ସମ୍ପାଦନରେ ନିୟୋଜିତ କରିଥାଏ, ସେଥିମଧୢରୁ କେତେକ ତା’ପାଇଁ ପାରିଶ୍ରମିକ ବହନ କରିଥିବା ବେଳେ, ଅନ୍ୟଗୁଡ଼ିକ ପାରିଶ୍ରମିକହୀନ ହୋଇଥାନ୍ତି। ସାଧାରଣତଃ ଦେଖାଯାଇଥାଏ ଅଧିକା˚ଶ ସମାଜରେ ପୁରୁଷମାନଙ୍କ ତୁଳନାରେ ନାରୀମାନଙ୍କର ପାରିଶ୍ରମିକହୀନ କାର୍ଯ୍ୟ ସମ୍ପାଦନ କରିବା ସମ୍ଭାବନା ବହୁ ଅଧିକ ହୋଇଥାଏ। ଏହାର କାରଣ ଯାହା ହୋଇଥାଉ ନା କାହିଁକି, ଏହି ଅସମତୁଲ ବିଭାଜନ ଯୋଗୁଁ ଏକ ଧାରଣା ବଳବତ୍ତର ହୋଇଥାଏ ଯେ ନାରୀମାନେ ପାରିଶ୍ରମିକହୀନ କାର୍ଯ୍ୟ ବୋଝ ଅଧିକ ବହନ କରିବା ହେଉଛି ଏକ ସମ୍ପୂର୍ଣ୍ଣ ସ୍ବାଭାବିକ ନିୟମ। ଏହା ଏପରି ସ୍ବାଭାବିକ ମନେ ହୋଇଥାଏ ଯେ ଏହାର ଉପସ୍ଥିତି କାହାର ଦୃଷ୍ଟିଗୋଚର ହୋଇନଥାଏ କିମ୍ବା ସାମାନ୍ୟତମ ଭ୍ରୂକୁଞ୍ଚନ ମଧୢ ସୃଷ୍ଟି କରିନଥାଏ। (ବିଚକ୍ଷଣ ନାରୀଅଧିକାରବାଦୀ ଲେଖିକା କ୍ୟାରୋଲିନ୍‌ କ୍ରିଆଡୋ ପେରେଜ୍‌ ତାଙ୍କର ଚହଳ ସୃଷ୍ଟିକାରୀ ପୁସ୍ତକ, ‘ଇନ୍‌ଭିଜିବ୍‌ଲ ଵିମେନ୍‌’ ବା ‘ଅଦୃଶ୍ୟ ନାରୀ’ରେ ସମାଜର ଅସ୍ଥିମଜ୍ଜାଗତ ହୋଇଥିବା ଏଇଭଳି ଅନେକ ନାରୀବିରୋଧୀ ଅଦୃଶ୍ୟ ପାତର ଅନ୍ତର ଆଭିମୁଖ୍ୟ ଓ ଅବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି।)

Advertisment

ଭାରତରେ ଏହି ଅଦୃଶ୍ୟ ସତ୍ୟର ଉନ୍ମୋଚନ ଘଟିଥିଲା ଯେତେବେଳେ ‘ନେସନାଲ୍‌ ଷ୍ଟାଟିଷ୍ଟିକାଲ୍‌ ଅଫିସ୍‌’ (‘ଏନ୍‌ଏସ୍‌ଓ’) ୨୦୧୯ରେ ଦେଶର ସର୍ବପ୍ରଥମ ‘ଟାଇମ୍‌ ଇଉଜ୍‌ ସର୍ଭେ’ ବା ‘ସମୟ ବ୍ୟବହାର ସର୍ବେକ୍ଷଣ’ ସମ୍ପାଦନ କରିଥିଲା। ଏଥିରେ ୨୦୧୯ ଜାନୁଆରିରୁ ଡିସେମ୍ବର ମଧୢରେ ଲୋକମାନେ ଅ˚ଶଗ୍ରହଣ କରିଥିବା ବିଭିନ୍ନ ଶ୍ରେଣୀର କାର୍ଯ୍ୟ ସମ୍ପାଦନରେ ବିତାଇଥିବା ସମୟର ଆକଳନ କରାଯାଇଥିଲା, ଯେଉଁଥିରେ ପାରିଶ୍ରମିକ ବହନକାରୀ ଓ ପାରିଶ୍ରମିକହୀନ କାର୍ଯ୍ୟମାନ ଅନ୍ତର୍ଭୁକ୍ତ ଥିଲା। ଏଥିରୁ ଜଣା ପଡ଼ିଥିଲା ଯେ ଦେଶରେ କର୍ମକ୍ଷମ କାଳ ରୂପେ ବିବେଚିତ ହେଉଥିବା ୧୫-୫୯ ବର୍ଷ ବୟସ ସୀମା ମଧୢରେ ଥିବା ମହିଳାମାନଙ୍କ ମଧୢରୁ ମାତ୍ର ୨୦.୬ ଶତା˚ଶ କୌଣସି ପାରିଶ୍ରମିକ ବହନକାରୀ କାର୍ଯ୍ୟ ସମ୍ପାଦନରେ ସମ୍ପୃକ୍ତ ଥିବା ବେଳେ, ୯୪ ଶତା˚ଶ ବିଭିନ୍ନ ପ୍ରକାରର ପାରିଶ୍ରମିକହୀନ କାର୍ଯ୍ୟ ସମ୍ପାଦନରେ ସମ୍ପୃକ୍ତ ଥିଲେ। ଉଲ୍ଲେଖ ନିଷ୍ପ୍ରୟୋଜନ, ଏ ସମସ୍ତ ପାରିଶ୍ରମିକହୀନ କାର୍ଯ୍ୟ ମୁଖ୍ୟତଃ ନିଜର ଗୃହ ମଧୢରେ ହିଁ ସମ୍ପାଦିତ ହୋଇଥାଏ। ଅପରପକ୍ଷେ ପୁରୁଷମାନଙ୍କ କ୍ଷେତ୍ରରେ ପାରିଶ୍ରମିକ ବହନକାରୀ କାର୍ଯ୍ୟର ଅ˚ଶ ୭୦ ଶତା˚ଶ ହୋଇଥିବା ବେଳେ ପାରିଶ୍ରମିକହୀନ କାର୍ଯ୍ୟର ଅ˚ଶ ହୋଇଥାଏ ୪୯ ଶତା˚ଶ ମାତ୍ର। ଯାହା ଏହି ଅସମତୁଲ କାର୍ଯ୍ୟ ବଣ୍ଟନକୁ ଆହୁରି ତୀବ୍ର କରିଥାଏ, ତାହା ହେଲା ନାରୀମାନେ ଏହି ପାରିଶ୍ରମିକଶୂନ୍ୟ କାର୍ଯ୍ୟ ସମ୍ପାଦନରେ ପୁରୁଷମାନଙ୍କ ତୁଳନାରେ ବହୁ ଅଧିକ ସମୟ ମଧୢ ବିତାଇଥାନ୍ତି।

ମନେହେଉଛି କ୍ରିଆଡୋ ପେରେଜ୍‌ଙ୍କୁ ବିବ୍ରତ କରୁଥିବା ଏହି ଅଦୃଶ୍ୟ ନାରୀମାନେ ଶେଷରେ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି। ଆଉ ଯାହା ହେଉଛି ଏକ ବିଡ଼ମ୍ବନା, ତାହା ହେଲା ଏଥିପାଇଁ ଆ˚ଶିକ ଶ୍ରେୟର ହକ୍‌ଦାର ହେଉଛି ବିଗତ ଦୁଇବର୍ଷ ପ୍ରାୟ ଧରି ସାରା ପୃଥିବୀ ସମେତ ଆମ ଅର୍ଥନୀତିକୁ ମଧୢ ବିପର୍ଯ୍ୟସ୍ତ କରି ଦେଇଥିବା ଚୀନା କରୋନାଜନିତ ପାଣ୍ତେମିକ୍‌ କୋଭିଡ୍‌-୧୯। ଗତ ଗୁୁରୁବାର ଦିନ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ଶ୍ରମମନ୍ତ୍ରୀ ଓ ସଚିବମାନଙ୍କର ୪୪ତମ ଜାତୀୟ ସମ୍ମିଳନୀର ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ‘ଘରୁ କାମ’ ବ୍ୟବସ୍ଥା ଓ ନମନୀୟ କାର୍ଯ୍ୟ ନିର୍ଘଣ୍ଟର ଆବଶ୍ୟକତା ଓ ପ୍ରବର୍ତ୍ତନ ସପକ୍ଷରେ ଆହ୍ବାନ ଦେଇଛନ୍ତି, ତାହା ମହିଳାମାନଙ୍କୁ ଅଧିକ ସ˚ଖ୍ୟାରେ ପାରିଶ୍ରମିକ ବହନକାରୀ ନିଯୁକ୍ତିରେ ଅ˚ଶ ଗ୍ରହଣ କରିବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ମହିଳାମାନେ ପୁରୁଷମାନଙ୍କ ଭଳି ଉତ୍ପାଦନଶୀଳ କାର୍ଯ୍ୟରେ ଅ˚ଶ ଗ୍ରହଣ କରିପାରନ୍ତି, କିନ୍ତୁ ସେମାନଙ୍କୁ ପ୍ରାୟ ସମ୍ପୂର୍ଣ୍ଣ ଏକଚାଟିଆ ଭାବରେ ଅନ୍ୟ ଏକ କିସମର କାର୍ଯ୍ୟରେ ମଧୢ ଅ˚ଶ ଗ୍ରହଣ କରିବାକୁ ହୋଇଥାଏ, ଯାହା ପରିବାରର ରକ୍ଷଣାବେକ୍ଷଣ ପାଇଁ (ସନ୍ତାନ ପ୍ରସବରୁ ଖାଦ୍ୟ ପ୍ରସ୍ତୁତି ଆଦି ପର୍ଯ୍ୟନ୍ତ) ଉଦ୍ଦିଷ୍ଟ ଓ ଯାହାକୁ ନାରୀର ‘ପ୍ରଜନନୀୟ ଭୂମିକା’ ରୂପେ ନାମିତ କରାଯାଇଥାଏ। ଏହି ଦ୍ବିତୀୟ ଭୂମିକା ହିଁ ନାରୀକୁ ପୁରୁଷମାନଙ୍କ ତୁଳନାରେ ଅଧିକ ଗୃହ ମଧୢରେ ଆବଦ୍ଧ ରହିବାକୁ ବାଧୢ କରିଥାଏ। ଯଦି କାର୍ଯ୍ୟ ନିର୍ଘଣ୍ଟକୁ ଅଫିସ ସମୟ ମଧୢରେ ଆବଦ୍ଧ ନ ରଖି ନାରୀକୁ ଘରେ ରହି ତା’ର ପ୍ରଜନନୀୟ ଭୂମିକା ସହ ଉତ୍ପାଦନଶୀଳ ଭୂମିକା ମଧୢ ନିର୍ବାହ କରିବାକୁ ସୁଯୋଗ ଦିଆଯାଏ, ତେବେ ଅଧିକ ସ˚ଖ୍ୟକ ମହିଳା ଯେ ପାରିଶ୍ରମିକ ବହନକାରୀ ନିଯୁକ୍ତିରେ ଅ˚ଶ ଗ୍ରହଣ କରିବା ପାଇଁ ସକ୍ଷମ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ।

କେତେକ କଳା ବାଦଲର ରୁପେଲି ଧାର ଥିବା ଭଳି କୋଭିଡ୍‌ ଫାଣ୍ତେମିକ୍‌ ସମୟରେ ଅନେକ କମ୍ପାନିମାନଙ୍କ ଦ୍ବାରା ଅନୁସୃତ ହୋଇଥିବା ‘ଘରୁ କାମ’ (‘ଵାର୍କ ଫ୍ରମ୍‌ ହୋମ୍‌’) ବ୍ୟବସ୍ଥା ଅନେକ କର୍ମଜୀବୀ ନାରୀମାନଙ୍କ ପାଇଁ ଏ ଦୃଷ୍ଟିରୁ ବେଶ୍‌ ଅନୁକୂଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବେ ଯେଉଁ ‘ଘରୁ କାମ’ ପାଇଁ ଆହ୍ବାନ ଦେଇଛନ୍ତି, ତାହା ସେଇ କୋଭିଡ୍‌କାଳୀନ ବ୍ୟବସ୍ଥାକୁ ଏକ ସ୍ଥାୟୀ ବ୍ୟବସ୍ଥାରେ ପରିଣତ କରିବା ପାଇଁ ସମ୍ପୃକ୍ତ ନିଯୁକ୍ତିଦାତାମାନଙ୍କୁ ଏକ ଆହ୍ବାନ କହିଲେ ଭୁଲ୍‌ ହେବ ନାହିଁ। ନିକଟରେ କେତେକ କମ୍ପାନି ପୁଣି ସେମାନଙ୍କର କର୍ମଚାରୀମାନଙ୍କୁ ‘ଘରୁ କାମ’ରେ ଅନ୍ତ ଘଟାଇ ଅଫିସ ଆସି କାମ କରିବାକୁ ବାଧୢ କରିବାକୁ ଆରମ୍ଭ କରିବା ପରିପ୍ରେକ୍ଷୀରେ ମୋଦୀଙ୍କର ଏହି ଆହ୍ବାନ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। ଉଦାହରଣସ୍ବରୂପ କେତେ ଦିନ ତଳେ ‘ଆର‌୍‌ପିଜି ଗ୍ରୁପ୍‌’ର ଚେୟାରମ୍ୟାନ୍‌ ହର୍ଷ ଗୋଏଙ୍କା ତାଙ୍କର କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଏଇଭଳି ଏକ ଅଫିସ ବାହୁଡ଼ା ଆହ୍ବାନ ଦେବା ଦେଖାଯାଇଥିଲା।

କିନ୍ତୁ ଯଦି ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ‘ନାରୀ ଶକ୍ତି’ର ଉପଯୁକ୍ତ ବ୍ୟବହାର ପ୍ରତି ଆରୋପ କରିଥିବା ପ୍ରାଧାନ୍ୟ ସାକାର କରିବା ଆମର ଉଦ୍ଦେଶ୍ୟ ହୋଇଥାଏ, ତେବେ କମ୍ପାନିମାନେ ଅନ୍ତତଃ ସେମାନଙ୍କର ମହିଳା କର୍ମଚାରୀମାନଙ୍କ ପାଇଁ ‘ଘରୁ କାମ’ ବ୍ୟବସ୍ଥା ସ୍ଥାୟୀ ଭାବରେ ଉପଲବ୍‌ଧ କରିବା ଉଚିତ୍‌ ହେବ। କାରଣ ୨୦୨୦-୨୧ ପାଇଁ କରାଯାଇଥିବା ସବିଶେଷ ‘ପିରିଅଡିକ୍‌ ଲେବର ଫୋର୍ସ ସର୍ଭେ’ ରିପୋର୍ଟ ଅନୁସାରେ ଭାରତରେ ଶ୍ରମଶକ୍ତିରେ ମହିଳାମାନଙ୍କର ଅ˚ଶ ଗ୍ରହଣ ହାର (‘ଲେବରଫୋର୍ସ ପାର୍ଟିସିିପେସନ୍‌ ରେଟ୍‌’- ‘ଏଲ୍‌ଏଫ୍‌ପିଆର‌୍‌’) ହେଉଛି ପୃଥିବୀରେ ସର୍ବନିମ୍ନ ମଧୢରୁ ଅନ୍ୟତମ: ୨୫.୧ ଶତା˚ଶ। ପୁରୁଷମାନଙ୍କ ପାଇଁ ଏହା ହେଉଛି ୫୭.୫ ଶତା˚ଶ। ଅର୍ଥାତ୍‌, କ୍ରିଆଡୋ ପେରେଜ୍‌ଙ୍କ ଭାଷାରେ ଭାରତରେ ନାରୀ ଶକ୍ତିର ପ୍ରାୟ ତିନି-ଚତୁର୍ଥା˚ଶ ଅଦୃଶ୍ୟ ଓ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ‘ଘରୁ କାମ’ ମାଧୢମରେ ଏହାର ଯଦି ଉପଯୁକ୍ତ ଉପଯୋଗ କରାଯାଏ, ତାହା ଯେ ଭାରତକୁ ଏକ ପ୍ରମୁଖ ଦୃଶ୍ୟମାନ ଅର୍ଥନୈତିକ ଶକ୍ତିରେ ପରିଣତ କରିବ, ତାହା ହର୍ଷ ଗୋଏଙ୍କା ମଧୢ ଅସ୍ବୀକାର କରିବେ ନାହିଁ।