ହୀରାକୁଦ ଜଳଭଣ୍ଡାରରେ ଜମିଥିବା ପଙ୍କ ସଫା କରି ଏହାର ଗଭୀରତା ବୃଦ୍ଧି କରିବା ଜରୁରୀ। ଏହାର ଜଳଧାରଣ କ୍ଷମତା ବୃଦ୍ଧି ପାଇଲେ ହଠାତ୍ ଅଧିକ ଗେଟ୍ ଖୋଲିବାକୁ ପଡ଼ିବ ନାହିଁ। ଫଳରେ ବନ୍ୟାର ଆଶଙ୍କା କମିବ। ଦ୍ବିତୀୟ କଥା ହେଲା ହୀରାକୁଦ ବନ୍ଧର ମରାମତି ଓରକ୍ଷଣାବେକ୍ଷଣ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉ।
ଏଥିରେ ଫାଟ ସୃଷ୍ଟି ହୋଇଥିବାର ଖବର ଆସୁଛି। ଯଦିଓ ସରକାରୀ ଭାବେ କୁହାଯାଉଛି ଯେ ଚିନ୍ତାର କିଛି କାରଣ ନାହିଁ, ତଥାପି କିଏ କହି ପାରିବ? ହୀରାକୁଦ ବନ୍ଧର ବୟସ ୬୫ ବର୍ଷ ହୋଇଗଲାଣି। ଏଭଳି ବିଶାଳ ବନ୍ଧ ପୁରୁଣା ହୋଇ ଦୁର୍ବଳ ହୋଇଗଲେ ବିପଦର ଆଶଙ୍କା ସୃଷ୍ଟି କରେ। ଭୂମିକଂପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦୁର୍ବଳ ବନ୍ଧ ଲାଗି ବଡ଼ ବିପଦ। ତେଣୁ, ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ।
ମକରନ୍ଦ ମିଶ୍ର
ଧନୁପାଲି, ସମ୍ବଲପୁର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/9-21.jpg)