ବିଶେଷ ସ୍ଥିତିରେ ଦଣ୍ଡ କମୁ

ଦୁଇଚକିଆ ଯାନରେ ତିନି ଜଣ ବସି ଗଲେ ଅର୍ଥ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଯଦି ଗୋଟିଏ ପରିବାରର ଜଣେ ବୟସ୍କ ବ୍ୟକ୍ତିଙ୍କର ଦେହ ଗୁରୁତର ଅସୁସ୍ଥ ହୋଇଥାଏ, ତାଙ୍କୁ ଆମ୍ବୁଲାନ୍‌ସ ସେବା ତତ୍କାଳ ନ ମିଳେ ଓ ସେଥି ଲାଗି ତାଙ୍କୁ ଦୁଇଚକିଆ ଯାନରେ ମେଡିକାଲ ନେଇ ଯିବାକୁ ହୁଏ, ତେବେ ଚାଳକ ଏବଂ ସହାୟକଙ୍କ ସହ ତାଙ୍କୁ ମିଶାଇ ଗାଡ଼ି‌େର ତିନି ଜଣ ବସିବାକୁ ବାଧ୍ୟ ହେବେ। ସେମିତି ଗୋଟିଏ ସନ୍ତାନ ବିଶିଷ୍ଟ ତିନି ଜଣିଆ ପରିବାର କୌଣସି ଏକ ସ୍ଥାନକୁ ଗଲେ ନିଜ ଦୁଇ ଚକିଆ ଥାଉଁ ଥାଉଁ କ’ଣ ଗାଡ଼ି ଭଡ଼ା କରି ଯିବେ?

ଭାରତର ମଧ୍ୟବିତ୍ତମାନଙ୍କ ପରିବାରରେ ଦୁଇଚକିଆ ଯାନ ଯେ କି କି ଅବତାରରେ ଦାୟିତ୍ବ ସଂପନ୍ନ କରେ ଓ ସେଭଳି କରିବାକୁ ଲୋକେ ଯେ କିଭଳି ବାଧ୍ୟ ହୁଅନ୍ତି, ତାହା ନୀତି ନିର୍ଦ୍ଧାରଣକାରୀମାନେ ଜାଣନ୍ତି ନାହିଁ। ତେଣୁ କିଛି ବିଶେଷ ସ୍ଥିତି ଲାଗି ଏଭଳି ଦଣ୍ଡ ବ୍ୟବସ୍ଥାକୁ କୋହଳ କରାଯାଉ।
ଗୁରୁକୃଷ୍ଣ ମିଶ୍ର
ଶୈଳଶ୍ରୀ ବିହାର, ଭୁବନେଶ୍ବର

ସମ୍ବନ୍ଧିତ ଖବର