ଜେନ୍ ଗୁରୁ ନେନେଙ୍କୁ ଥରେ ତାଙ୍କର ଜଣେ ବନ୍ଧୁ ରାଜା ସଲୋମନଙ୍କ ବୁଦ୍ଧି ବିଷୟରେ କହିବାକୁ ଯାଇ ସେଇ ପୁରୁଣା ଗପଟି କହିଲେ।
ଥରେ ଜଣେ ଲୋକ ସଲୋମନଙ୍କ ବୁଦ୍ଧିକୁ ପରୀକ୍ଷା କରିବା ଲାଗି ଦୁଇଟି ଫୁଲ ହାର ନେଇ ଦରବାରକୁ ଆସିଲେ। ଗୋଟିଏ ଥିଲା ଅସଲି ଓ ଅନ୍ୟଟି ନକଲି। କିନ୍ତୁ ଆଖିରେ ଦେଖି କେହି କହିପାରିବେ ନାହିଁ, କେଉଁଟି ଅସଲି ଓ କେଉଁଟି ନକଲି! ସେ କହିଲା- ସଲୋମନ, ଆପଣ ଏ ଫୁଲ ହାରକୁ ନ ଛୁଇଁ କହି ପାରିବେ କି କେଉଁଟି ଅସଲି ଓ କେଉଁଟି ନକଲି?
ସଲୋମନ ଥିଲେ ବୁଦ୍ଧିମାନ। ସେ ତାଙ୍କ ଲୋକମାନଙ୍କୁ କହିଲେ- ବଗିଚା ପାଖ ଝରକା ଖୋଲିଦିଅ। ଝରକା ଖୋଲା ଗଲା ପରେ ଦେଖାଗଲା କିଛି ଭ୍ରମର ପଶି ଆସିଲେ ଏବଂ ଅସଲି ଫୁଲ ହାର ପାଖରେ ଉଡ଼ିବାକୁ ଲାଗିଲେ। ସଲୋମନ ଏବେ କହିଦେଲେ କେଉଁ ହାରଟି ଅସଲି। ଦେଖିଲେ ତ ବୁଦ୍ଧି!
ଏହା ଶୁଣି ନେନେ କିଛି ସମୟ ଚୁପ୍ ରହିଲେ। ତା ପରେ କହିଲେ- ତୁମ ଗପରୁ ସଲୋମନଙ୍କ ବୁଦ୍ଧି ମୋତେ ଦିଶିଲା ନାହିଁ। ମୁଁ ଭାବୁଛି ଭଅଁରମାନେ ଏତେ ଦୂରରୁ ଜାଣିଗଲେ ଅସଲ ଫୁଲ ହାର କେଉଁଁଟା, ଅଥଚ ସଲୋମନ ଜାଣି ପାରିଲେ ନାହିଁ? ଭଅଁରମାନେ ତ ବେଶି ବୁଦ୍ଧିଆ ଭଳି ମୋତେ ଲାଗିଲା!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/foot.jpg)