ଆମ ରାଜ୍ୟର ଅନେକ ଅଞ୍ଚଳର ଲୋକେ ସର୍ବନିମ୍ନ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ। ଗ୍ରାମାଞ୍ଚଳକୁ ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଯାଉ ନାହାନ୍ତି। ସରକାର ଉଚ୍ଚାଭିଳାଷୀ ଜାତୀୟ ସ୍ବାସ୍ଥ୍ୟ ମିସନ ଜରିଆରେ ଲୋକଙ୍କ ପାଖକୁ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଲାଗି ଉଦ୍ୟମ କରୁଛନ୍ତି, କିନ୍ତୁ ତାହା ଫଳପ୍ରଦ ହେଉନାହିଁ।

Advertisment

ତେଣୁ ବ୍ୟାଧିରେ ପଡ଼ିଲେ ଲୋକେ ଗୁଣିଗାରେଡ଼ି, ତନ୍ତ୍ରମନ୍ତ୍ର ଆଦିର ଆଶ୍ରୟ ନେଉଛନ୍ତି। ଅନେକ ସ୍ଥାନରେ ଏହି କାରଣରୁ ସାଧାରଣ ରୋଗ ବି ମହାମାରୀର ରୂପ ନେଉଛି। କେଉଁଠି କେଉଁଠି ରୋଗର କାରଣ ରୂପେ ନିରୀହ ଲୋକଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯାଉଛି। ତେଣୁ ଏଭଳି ପରିସ୍ଥିତିରେ ସୁଧାର ଆଣିବା ଲାଗି ଗ୍ରାମାଞ୍ଚଳରେ ଚିକିତ୍ସା ସେବାକୁ ଦୋରସ୍ତ କରାଯାଉ।
ପ୍ରଭାକର ରଥ
‌େସାରୋ, ବାଲେଶ୍ବର