ଗଲା ଚାରି ଦିନ ମଧୢରେ ଆମ ଦେଶରେ ଏଭଳି ତିନିଟି ଘଟଣା ଘଟିଯାଇଛି, ଯାହା ସା˚ପ୍ରତିକ ରାଜନୈତିକ ଏବ˚ ସାମାଜିକ ଧ୍ରୁବୀକରଣର ବାତାବରଣ ମଧୢରେ ଏକ କ୍ଷୀଣ ଆଶାର ଆଲୋକ ସୃଷ୍ଟି କରିଛି। ସେହି ଘଟଣା ତ୍ରୟ ହେଲେ କେନ୍ଦ୍ର ସୂଚନା ଏବ˚ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପ୍ରଦାନ କରିଥିବା ଏକ ଭାଷଣ; ଭାରତର ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଦତ୍ତ ମତ ଏବ˚ ‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ର ମୁଖ୍ୟ ମୋହନ ଭାଗବତ ପ୍ରଦର୍ଶନ କରିଥିବା ଆଭିମୁଖ୍ୟ। କହିବା ଅନାବଶ୍ୟକ ଯେ ଏହି ତିନିଟି ଘଟଣାରେ ଯେଉଁ ରାଜନୈତିକ, ଆଇନଗତ ଏବ˚ ସା˚ପ୍ରଦାୟିକ ଧାରଣାର ଆଭାସ ମିଳେ, ତାହା ଅସ˚ଖ୍ୟଙ୍କ ସକାଶେ ସାନ୍ତ୍ବନାପ୍ରଦାୟୀ ହୋଇପାରେ।
ଗଲା ମଙ୍ଗଳବାର ଦିନ ଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନୁରାଗ ଠାକୁରଙ୍କ ଦ୍ବାରା ପ୍ରଦତ୍ତ ବକ୍ତବ୍ୟ କହିଥିଲା ଯେ ମୁଖ୍ୟସ୍ରୋତୀୟ ଗଣମାଧୢମ ସକାଶେ ବାସ୍ତବ ବିପଦ ସାମାଜିକ ଗଣମାଧୢମ ଠାରେ ନାହିଁ; ବର˚ ମୁଖ୍ୟସ୍ରୋତୀୟ ଗଣମାଧୢମ ଆତ୍ମଘାତ ଦ୍ବାରା ବିନଷ୍ଟ ହେବ; ଯହିଁରେ ହି˚ସ୍ର ଉଚ୍ଚାଟ ଭରା ସାଂପ୍ରଦାୟିକ ଘୃଣା ପ୍ରସାରଣକାରୀ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ପ୍ରମୁଖ ଭୂମିକା ନିର୍ବାହ କରିବେ। ମନ୍ତ୍ରୀଙ୍କ ସ୍ପଷ୍ଟ ମନ୍ତବ୍ୟ ଥିଲା ଯେ ଜାତୀୟ ଚ୍ୟାନେଲ ଭାବେ ପରିଚୟ ପ୍ରଦାନ କରୁଥିବା ଅନେକ ହିନ୍ଦୀ ଏବ˚ ଇ˚ରେଜୀ ନ୍ୟୁଜ୍ ଚ୍ୟାନେଲର ‘ଆଙ୍କୋର୍’ମାନେ ସେମାନଙ୍କ ଦ୍ବାରା ଆୟୋଜିତ ଷ୍ଟୁଡିଓ ବିତର୍କ କାର୍ଯ୍ୟକ୍ରମକୁ ଯୋଜନାବଦ୍ଧ ଭାବେ ତୀବ୍ର ସା˚ପ୍ରଦାୟିକ ବିଦ୍ବେଷ ପ୍ରସାରଣକାରୀମାନଙ୍କୁ ଆମନ୍ତ୍ରଣ କରିଥାଆନ୍ତି। ଏହା ଯେ ସତ, ତାହା ସ୍ବୀକାର କରିବାରେ ଦ୍ବିଧା ନାହିଁ ଏବ˚ ଏହା ଦ୍ବାରା ସୃଷ୍ଟ ବାତାବରଣରେ ଅଗତ୍ୟା ଜିହ୍ବାର ସ୍ଖଳନ ଘଟି ‘ନୁପୂର ଶର୍ମା’ଙ୍କ ଭଳି ଅନାବଶ୍ୟକ, ଅପ୍ରତ୍ୟାଶିତ ଏବ˚ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାମାନ ଘଟିଥାଏ।
ଏହି ପରିପ୍ରେକ୍ଷୀରେ ଗଲା ବୁଧବାର ଦିନ ମାନ୍ୟବର ସୁପ୍ରିମ୍ କୋର୍ଟର ଏକ ଦୁଇ ଜଣିଆ ଖଣ୍ତପୀଠଙ୍କ ଦ୍ବାରା ପ୍ରଦତ୍ତ ମତ ମଧୢ ମନ୍ତ୍ରୀ ମହୋଦୟଙ୍କ ଧାରଣାର ପ୍ରତିଧ୍ବନି ଭଳି ଶୁଣାଯାଇଥାଏ। ବିଚାରପତିମାନେ ମଧୢ କହିଥିବା ଶୁୁଣାଯାଇଛି ଯେ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲର ‘ଆଙ୍କୋର’ମାନେ ଏକ ଦାୟିତ୍ବପୂର୍ଣ୍ଣ ମଧୢସ୍ଥି ଭଳି ଘୃଣା ବ୍ୟ˚ଜକ ବକ୍ତବ୍ୟ ପ୍ରଦାନକାରୀଙ୍କୁ ବାଧା ଦେବା କଥା; କିନ୍ତୁ ତା’ ପରିବର୍ତ୍ତେ ସେମାନେ ଅଂଶ ଗ୍ରହଣକାରୀମାନଙ୍କୁ ଉସୁକାଇ ତୀବ୍ର କ୍ରୁଦ୍ଧ କୋଳାହଳ ସୃଷ୍ଟି କରନ୍ତି ଯହିଁରେ ଅଭିବ୍ୟକ୍ତିର ସ୍ବାଧୀନତାକୁ ଆଳ ଭାବେ ବ୍ୟବହାର କରାଯାଇଥାଏ। ବିଚାରପତି ଦ୍ବୟ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଅତ୍ୟନ୍ତ ମୁକ୍ତ ଗଣତନ୍ତ୍ରର ଦୃଷ୍ଟାନ୍ତ ପ୍ରଦାନ କରି ସେଠାରେ ମଧୢ ଅପାର ନିରଙ୍କୁଶତାକୁ ପ୍ରଶ୍ରୟ ଦିଆ ଯାଉ ନ ଥିବା ବିଷୟ ଉଲ୍ଲେଖ କରିଛନ୍ତି ଏବ˚ ଏଠାରେ କଠୋର ଗାଇଡ୍ଲାଇନ୍ ପ୍ରବର୍ତ୍ତନ ସପକ୍ଷରେ ମତ ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ ଏ କ୍ଷେତ୍ରରେ ସରକାରଙ୍କ ନିରବତାକୁ ମଧୢ ବିଚାରପତି ଦ୍ବୟ ପ୍ରଶ୍ନ ଜର୍ଜର କରିଛନ୍ତି।
ଅଧିକ ‘ଟିଆର୍ପି’ ହାସଲ କରିବା ସକାଶେ ସ˚ପ୍ରତି ନ୍ୟୁଜ୍ ଚ୍ୟାନେଲଗୁଡ଼ିକ କିଭଳି ସୀମା ଲ˚ଘନକାରୀ ଚାଞ୍ଚଲ୍ୟ ସୃଷ୍ଟି କରିପାରନ୍ତି, ତାହା ଗଲା ୨୦୨୦ ମସିହାରେ ସୁଶାନ୍ତ ସି˚ହ ରାଜପୁତଙ୍କ ଅପମୃତ୍ୟୁ ମାମଲାରେ ଅତ୍ୟନ୍ତ ହାସ୍ୟାସ୍ପଦ ଭାବେ ପରିଦୃଷ୍ଟ ହୋଇଥିଲା, ଯହିଁରେ ଚ୍ୟାନେଲ ଷ୍ଟୁଡିଓମାନଙ୍କରେ ଗୁଣିଆ ଏବ˚ ତାନ୍ତ୍ରିକମାନଙ୍କୁ ମୃତ୍ୟୁ ରହସ୍ୟ ଭେଦ କରିବାର ଉଦ୍ୟମରେ ଦେଖିବାକୁ ମିଳିଥିଲା। କହିବା ଅନାବଶ୍ୟକ ଯେ ଏଭଳି ଚ୍ୟାନେଲଗୁଡ଼ିକ ଦ୍ବାରା ସା˚ପ୍ରଦାୟିକ ଧ୍ରୁବୀକରଣ ସୃଷ୍ଟି କରାଯିବା ପଛରେ ମଧୢ ସେହି ‘ଟିଆର୍ପି’ ହାସଲ କରିବାର ଉଦ୍ଦେଶ୍ୟ ନିହିତ। ୨୦୧୪ ମସିହାରେ ବିଜେପି ଶାସନ କ୍ଷମତା ଅଧିକାର କରିବା ପର ଠାରୁ ଅନେକ ନ୍ୟୁଜ୍ ଚ୍ୟାନେଲ ସରକାରଙ୍କ ସମର୍ଥକ ହୋଇ ‘ଗୋଦୀ’ ମିଡିଆ ଭାବେ ପରିହାସର ଶିକାର ହେଉଛନ୍ତି। କିନ୍ତୁ ଉଦ୍ବେଗର ବିଷୟ ହେଲା, ସରକାରୀ କାର୍ଯ୍ୟର ସମର୍ଥକ ହେବା ସହିତ ସେମାନେ ହିନ୍ଦୁ ଦକ୍ଷିଣପନ୍ଥୀ ରାଜନୀତିର ପ୍ରଚ୍ଛନ୍ନ ଏଜେଣ୍ତାକୁ ରୂପ ଦେବା ସକାଶେ ‘ସ˚ଖ୍ୟାଗରିଷ୍ଠ ସା˚ପଦାୟିକତାବାଦ’ର ପୃଷ୍ଠପୋଷକରେ ମଧୢ ପରିଣତ ହୋଇଛନ୍ତି।
ସୁତରା˚, ‘ଗୋଦୀ’ ମିଡିଆ ବା ‘କୋଳାଶ୍ରିତ’ ମିଡିଆ ଭଳି ଏକ ଅଭିବ୍ୟକ୍ତି ଦ୍ବାରା ମନରେ ଏକ ନିରୀହ ଶିଶୁ ତୁଲ୍ୟ ଚେହେରାର ଧାରଣା ଜନ୍ମିଥାଏ ସିନା, କିନ୍ତୁ ତାର ହି˚ସ୍ର ଆଚରଣ ସହସା ସେହି ଭ୍ରାନ୍ତି ଦୂର କରି ଦିଏ। ଏହି ପରିପ୍ରେକ୍ଷୀରେ ଉଭୟ ମନ୍ତ୍ରୀ ଏବ˚ ସର୍ବୋଚ୍ଚ ଅଦାଲତଙ୍କ ଉଦ୍ବେଗ ଏଥି ଲାଗି ଆଶା ସ˚ଚାରକାରୀ ଯେ ଏହା ଦ୍ବାରା ଘୃଣା ସୃଷ୍ଟିକାରୀ ଗଣମାଧୢମ ଉପରେ ଅଙ୍କୁଶ ଲଗାଯିବାର ସମ୍ଭାବନା ସୃଷ୍ଟି ହୋଇଛି।
ଏବେ ତୃତୀୟ ଘଟଣାକୁ ଆସିବା ଯହିଁରେ ‘ଆର.ଏସ୍.ଏସ୍.’ର ମୁଖ୍ୟ ମୋହନ ଭାଗବତ ମୁସଲିମ ସ˚ପ୍ରଦାୟର ପାଞ୍ଚ ଜଣ ବିଶିଷ୍ଟ ନାଗରିକଙ୍କୁ ବା ‘ଅଲ ଇଣ୍ତିଆ ଇମାମ ଅର୍ଗାନାଇଜେସନ୍’ର ମୁଖ୍ୟ ଉମର ମହମ୍ମଦ ଇଲିୟାସିଙ୍କୁ ସାକ୍ଷାତ ଦେଇ ଆଲୋଚନା କରିବା ଅଥବା ଏକ ମସଜିଦ୍ ଏବ˚ ମଦ୍ରାସାକୁ ପରିଦର୍ଶନ କରିବାକୁ ଯିବା ଅନ୍ତର୍ଭୁକ୍ତ। କେବଳ ସେତିକି ନୁହେଁ ଏହି ସାକ୍ଷାତ ଆଲୋଚନାଗୁଡ଼ିକ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ହୋଇଥିବା ସହିତ ଆଲୋଚନା କାଳରେ ‘ଆର.ଏସ୍.ଏସ୍.’ ମୁଖ୍ୟ ମୋହନ ଭାଗବତଙ୍କ ଦ୍ବାରା ପ୍ରକାଶିତ ଔଦାର୍ଯ୍ୟ ଏଭଳି ଏକ ସକାରାତ୍ମକତା ସୃଷ୍ଟି କରିଛି ଯେ ତହିଁରେ ଆହ୍ଲାଦିତ ଇମାମ ଇଲିୟାସି ଉଚ୍ଛ୍ବସିତ ଭାବେ ତାଙ୍କୁ ରାଷ୍ଟ୍ରପିତା ରୂପେ ସମ୍ବୋଧନ ମଧୢ କରିଛନ୍ତି। କହିବା ବାହୁଲ୍ୟ ଯେ ଏହା ‘ସ˚ଘ’ର ପାର˚ପରିକ ଆଭିମୁଖ୍ୟ ଠାରୁ ଭିନ୍ନ ଏବ˚ ସା˚ପ୍ରଦାୟିକ ସଦ୍ଭାବନା ସୃଷ୍ଟି ନେଇ ଏହା ଏକ ଅତୁଲ୍ୟ ଆଶା ସ˚ଚାର କରିଥାଏ।
ତେବେ, ଏ ସଂଦର୍ଭରେ କେହି କେହି କହନ୍ତି ଯେ ମୋହନ ଭାଗବତ ବା ଇମାମ ଇଲିୟାସି ଅଥବା ମୋହନ ଭାଗବତଙ୍କୁ ଭେଟିଥିବା ସ˚ଖ୍ୟାଲଘୁ ମୁସଲିମ ସ˚ପ୍ରଦାୟର ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତି; ଏମାନଙ୍କ ଭିତରୁ କେହି ହେଲେ ନିଜ ଜୀବନରେ ସା˚ପ୍ରଦାୟିକ ବିଦ୍ବେଷଜନିତ ଝ˚ଜାର ସାମନା କରିଥିବାର ସମ୍ଭାବନା ନ ଥିବାରୁ ସେମାନଙ୍କ ପକ୍ଷରେ ଏଭଳି ଉଦାରତାପୂର୍ଣ୍ଣ ଆଲୋଚନା ବା ଆଭିମୁଖ୍ୟ ପ୍ରଦର୍ଶନ ସହଜ ହୋଇଥାଏ। କିନ୍ତୁ ସମାଜର ତୃଣମୂଳ ସ୍ତରରେ ରହି ଯେଉଁମାନେ ପ୍ରତ୍ୟହ ସା˚ପ୍ରଦାୟିକ ଘୃଣାର ସମ୍ମୁୁଖୀନ ହେଉଛନ୍ତି, ସେମାନଙ୍କ ଜୀବନରେ ଏହା କୌଣସି ପରିବର୍ତ୍ତନ ଘଟାଇବାର ସମ୍ଭାବନା ଅଛି କି? ସୁତରା˚, ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା ‘ଆର.ଏସ୍.ଏସ୍’ର ଶୀର୍ଷତମ ସ୍ତରରୁ ତୃଣମୂଳ ସ୍ତରକୁ ଏଭଳି ସହନଶୀଳତା ଓ ଔଦାର୍ଯ୍ୟର ବିନ୍ଦୁ ଝରିବା ଓ ଭେଦି ଯିବା; ମୋହନ ଭାଗବତ ପ୍ରଦାନ କରିଥିବା ପରାମର୍ଶ ଅନୁସାରେ ରାଜନୈତିକ ଉଦ୍ଦେଶ୍ୟରୁ ମୁକ୍ତ ସ˚ଖ୍ୟାଲଘୁ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କ ଦଳ (ଯହିଁରେ ଦିଲ୍ଲୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ନର ନଜିବ ଜଙ୍ଗ ବା ପୂର୍ବତନ ନିର୍ବାଚନ କମିସନର ଏସ୍. ଵାଇ. କ୍ୟୁରେସି ଇତ୍ୟାଦି ଅନ୍ତର୍ଭୁକ୍ତ) ଦ୍ବାରା ସମ ମନୋଭାବାପନ୍ନ ବ୍ୟକ୍ତିବିଶେଷଙ୍କୁ ଏକତ୍ର କରାଯିବା ସହିତ ଉଭୟ ପକ୍ଷର ମୌଳବାଦୀ ନେତା ଓ ସଦସ୍ୟମାନଙ୍କ ସହିତ ନିରନ୍ତର ବାର୍ତ୍ତାଳାପ ଅବ୍ୟାହତ ରଖିବା ଏବ˚ ପରସ୍ପରକୁ ନେଇ ଜମାଟ ବାନ୍ଧିଥିବା କେତେକ ପୂର୍ବାଗ୍ରହକୁ ଦୂର କରିବା। ବୋଧହୁଏ, ଏବେ ସେ ଦିଗରେ ଏକ ଅତ୍ୟନ୍ତ କ୍ଷୁଦ୍ର ପଦପାତ ଆରମ୍ଭ ହୋଇଛି। ଭୋଟ ବ୍ୟାଙ୍କର ରାଜନୀତିର ରାହୁଗ୍ରାସରୁ ଏହା ଯଦି ରକ୍ଷା ପାଏ, ତେବେ ଏହା ଯେ ଏକ ସୁସ˚ହତ ଭାରତ ଗଢ଼ିବାରେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ।
‘ଆଙ୍କୋର’ ଏକ ଇ˚ରେଜୀ ଶବ୍ଦ, ଯାହାର ଓଡ଼ିଆ ଅର୍ଥ ହେଉଛି ‘ଲଙ୍ଗର’। ଜାହାଜରେ ମାସ୍ତୁଲ ଶୀର୍ଷତମ ସ୍ଥାନରେ ରହି ପାଲକୁ ଭିଡ଼ି ରଖି ଜାହାଜକୁ ସିନା ଦିଗ ଓ ବେଗ ଦିଏ, ଲଙ୍ଗର ପାଣି ତଳେ ଅଦୃଶ୍ୟ ରହି ତାକୁ ସ୍ଥିର ଆଶ୍ରୟ ପ୍ରଦାନ କରେ। ସର୍ବୋଚ୍ଚ ଅଦାଲତର ବିଚାରପତି ଦ୍ବୟ ‘ଆଙ୍କୋର’ମାନଙ୍କୁ ‘ଲଙ୍ଗର’ ତୁଲ୍ୟ ସ୍ଥିରତା ପ୍ରଦାନକାରୀ ଭୂମିକା ନିର୍ବାହ କରିବା ଲାଗି ପରାମର୍ଶ ଦେଇଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ମୋହନ ଭାଗବତ ହୁଅନ୍ତୁ ବା ଇମାମ ଇଲିୟାସି ବା ସେହି ବିଶିଷ୍ଟ ଦଳର ସଦସ୍ୟ; ସେମାନଙ୍କୁ ଆମେ ଭାରତ ରୂପକ ଜାହାଜର ମାସ୍ତୁଲ ରୂପେ ଦେଖିପାରନ୍ତି; କିନ୍ତୁ ଏକ ବିକ୍ଷୁବ୍ଧ ସାଗରରେ ଲକ୍ଷ୍ୟହୀନ ଭାବେ ଭାସମାନ ଜାହାଜକୁ ସ୍ଥିର ଆଶ୍ରୟ ପ୍ରଦାନ କରିପାରିବେ ସାଧାରଣ ଜନତା; ସୁତରା˚, ସେହି ଅର୍ଥରେ ସେମାନେ ମଧୢ ଦେଶର ଲଙ୍ଗର ବା ‘ଆଙ୍କୋର’। ଏବେ ସେହି ଲଙ୍ଗରମାନଙ୍କ ଲୋଡ଼ା ଯେଉଁମାନେ ରାଷ୍ଟ୍ରକୁ ସ୍ଥିରତା ପ୍ରଦାନ କରିବେ।