୧୯୪୫ ଅଗଷ୍ଟ ମାସରେ ଜାପାନର ହିରୋସୀମା ଏବ˚ ନାଗାସାକୀ ଉପରେ ପତିତ ପରମାଣୁ ବୋମା ଦ୍ବୟର କ୍ଷମତା ଥିଲା ଯଥାକ୍ରମେ ୧୫ ଏବ˚ ୨୦ କିଲୋଟନ୍‌ ଅର୍ଥାତ୍‌ ୧୫,୦୦୦ ଏବ˚ ୨୦,୦୦୦ କିଲୋଗ୍ରାମ ଟି.ଏନ୍‌.ଟି. ଦ୍ବାରା ସ˚ଘଟିତ ବିସ୍ଫୋରଣ ସହ ସମାନ। ଏହି ଦ୍ବାରା ସୃଷ୍ଟ କଳ୍ପନାତୀତ ବିଭୀଷିକା କାରଣରୁ ସମସ୍ତେ ଏକମତ ହୋଇଥିଲେ ଯେ ଭବିଷ୍ୟତ୍‌ରେ ଆଉ ଥରେ ଏଭଳି ଭୟାବହତାକୁ ସାମନା କରିବା ମାନବ ଜାତି ପକ୍ଷରେ ସମ୍ଭବପର ନୁହେଁ; ତହିଁରୁ ପରମାଣୁ ଅସ୍ତ୍ର ବିକାଶକୁ ନିରୁତ୍ସାହିତ କରିବା ଦିଗରେ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର ମନୁଷ୍ୟର ବିଚକ୍ଷଣ ଅଥଚ କ୍ଷୁଦ୍ର ବୁଦ୍ଧି କାରଣରୁ ଅନେକ ରାଷ୍ଟ୍ର ସନ୍ତର୍ପଣରେ ଆଣବିକ ଅସ୍ତ୍ର କ୍ଷମତା ଲାଭ କରିବାରେ ଲାଗିଲେ; ଯାହାର ମୂଳ କାରଣ ଥିଲା ରାଷ୍ଟ୍ରଗୁଡ଼ିକ ମଧୢରେ ପାରସ୍ପରିକ ଅବିଶ୍ବାସ ଏବ˚ ସେହି କାରଣରୁ କୌଣସି ଆଣବିକ ରାଷ୍ଟ୍ରର ଧମକ ବା ଆକ୍ରମଣ ଆଶଙ୍କା ଉପୁଜିଲେ, ନିଜର ସାମର୍ଥ୍ୟ ଦ୍ବାରା ସୁରକ୍ଷିତ ରହିବାର ଆବଶ୍ୟକତା। କିନ୍ତୁ ଉଲ୍ଲେଖଯୋଗ୍ୟ ଭାବେ ଅଧିକରୁ ଅଧିକ ରାଷ୍ଟ୍ର ଆଣବିକ ଅସ୍ତ୍ର ସ˚ପନ୍ନ ହୋଇଯିବା ପ୍ରକାରାନ୍ତରେ ପରମାଣୁ ଯୁଦ୍ଧର ସମ୍ଭାବାନାକୁ ହ୍ରାସ କରିବାରେ ଲାଗିଥିଲା; କାରଣ ସ୍ବାଭାବିକ ଭାବେ କୌଣସି ପରମାଣୁ ରାଷ୍ଟ୍ର ଏକ ସମତୁଲ ପ୍ରତିକ୍ରିୟାର ଆଶଙ୍କାରେ ଅନ୍ୟ ଏକ ପରମାଣୁ ରାଷ୍ଟ୍ର ଉପରେ ଆକ୍ରମଣ କରିବାକୁ ସାହସ କରନ୍ତା ନାହିଁ। ସୁତରା˚, ସେହି ଦୃଷ୍ଟିରୁ ପ୍ରଶ୍ନ ଉଠେ ତାହା ହେଲେ, ବର୍ତ୍ତମାନ ପୁଣି କାହିଁକି ପୃଥିବୀ ସମ୍ମୁଖରେ ଏକ ପରମାଣୁ ଯୁଦ୍ଧର ପ୍ରେତଛାୟା ଅଦୂରରେ ଦିଶିଥାଏ କାହିଁକି?

Advertisment

ଏହାର କାରଣ ମଧୢ ମନୁଷ୍ୟର ‘ବିଚକ୍ଷଣ ଅଥଚ କ୍ଷୁଦ୍ର ବୁଦ୍ଧି’, ଯହିଁରୁ ସଂଭୂତ ହୋଇଛି ସ୍ବଳ୍ପ କ୍ଷମତା ସ˚ପନ୍ନ କ୍ଷୁଦ୍ର ପରମାଣୁ ବୋମା ଏବ˚ ଯାହା ବଳରେ ପରମାଣୁ ଆକ୍ରମଣର ଧମକ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଠାରୁ ଶୁଣିବାକୁ ମିଳୁଛି ଏବ˚ ଯାହାକୁ ଏକ ବୃଥା ଆସ୍ଫାଳନ ବୋଲି କହି ଏଡ଼ାଇ ଦେଇ ହେଉନାହିଁ। ସମର ଓ ପ୍ରତିରକ୍ଷା ବିଶେଷଜ୍ଞମାନେ କହିଥାଆନ୍ତି ଯେ ରୁଷିଆ ନିକଟରେ ଅତ୍ୟନ୍ତ ସ୍ବଳ୍ପ ଅର୍ଥାତ୍‌ ମାତ୍ର ୦ .୩ କିଲୋଟନ କ୍ଷମତା ବିଶିଷ୍ଟ ପରମାଣୁ ବୋମା ରହିଛି, ଯାହାକୁ ରୁଷିଆ ହୁଏ’ତ ବିନା ବିବେକ ଦ˚ଶନରେ ପ୍ରୟୋଗ କରି ଦେଇପାରିବ; ଅଥଚ ବାସ୍ତବତା ହେଲା ଏଭଳି କ୍ଷୁଦ୍ର ପରମାଣୁ ବୋମାଗୁଡ଼ିକ ମଧୢ ସା˚ଘାତିକ ଭାବେ ଗଣବିଧ୍ବ˚ସୀ ଏବ˚ ଏହା ଦ୍ବାରା ସୃଷ୍ଟ ବିକିରଣର ପ୍ରଭାବ ମଧୢ ଅତ୍ୟନ୍ତ ଉଦ୍‌ବେଗଜନକ ହୋଇପାରେ। ଉଲ୍ଲେଖ ଥାଉ ଯେ ୟୁକ୍ରେନ ଉପରେ ଏକ ସହଜ ବିଜୟର ଆଶା ରଖିଥିବା ପୁଟିନ ବର୍ତ୍ତମାନ ଅତ୍ୟନ୍ତ ହତାଶାଜନକ ପରିସ୍ଥିତି ମଧୢ ଦେଇ ଗତି କରୁଥିବାରୁ ନିଜ ମାନ ରକ୍ଷାର ଅନ୍ତିମ ପ୍ରୟାସରେ ପରମାଣୁ ଅସ୍ତ୍ର ବ୍ୟବହାର କରିବା ଖୁବ୍‌ ସମ୍ଭବ ଏବ˚ ଏଭଳି ସ୍ଥଳେ ଯୁଦ୍ଧର ଚରିତ୍ରରେ ପରିବର୍ତ୍ତନ ଆସିବା ସହିତ ତାହା ଯେଉଁ ତୀବ୍ର ପ୍ରତିକ୍ରିୟାକୁ ଜନ୍ମ ଦେବ, ତହିଁରେ ପୃଥିବୀର ଭବିଷ୍ୟତ୍‌ର ରୂପରେଖ ଯେ ଅତ୍ୟନ୍ତ କରୁଣ ଭାବେ ବଦଳି ଯାଇପାରେ, ତାହା ବୁଝାଇ କହିବା ଅନାବଶ୍ୟକ।

ସୁତରାଂ, ଏହି ସଂଦର୍ଭରେ ଯାହା ମନକୁ ଆନ୍ଦୋଳିତ କରିଥାଏ, ତାହା ହେଲା ବିଚାର-ବୁଦ୍ଧିର ସ˚କୀର୍ଣ୍ଣତା, ଯେଉଁ କାରଣରୁ ସ˚ପ୍ରତି ପୃଥିବୀର ଅନେକ ପ୍ରାନ୍ତରେ ଯୁଦ୍ଧର ଆଶଙ୍କା ଉଜ୍ଜୀବିତ ହୋଇଛି; ଯହିଁରେ ସଦ୍ୟ ଯୋଡ଼ି ହୋଇଛନ୍ତି ତୁର୍କୀ ଏବ˚ ଗ୍ରୀସ। ଉଭୟ ଦେଶ ମଧୢରେ ସମୁଦ୍ର ବ୍ୟବହାରକୁ ନେଇ ରହି ଆସିଥିବା ମତ ଭେଦ ଏବେ ଏକ ସ˚ଘାତମୟ ପରିସ୍ଥିତି ସୃଷ୍ଟି କରିଛି। ଗତ ଅଗଷ୍ଟ ମାସରେ ତାଇଵାନ ଉପରେ ଚୀନର ଆକ୍ରମଣ ଏକ ବାସ୍ତବତାରେ ପରିଣତ ହେଉ ହେଉ ଅଗତ୍ୟା ଅଟକି ଯାଇଥିଲେ ସୁଦ୍ଧା ଏ ଯାବତ୍‌ ଉତ୍ତେଜନା ବଳବତ୍ତର ରହିଛି। କହିବା ବାହୁଲ୍ୟ, ଏହି ଯୁଦ୍ଧ ଯଦି କେବେ ସ˚ଘଟିତ ହୁଏ, ତେବେ ତାଇଵାନ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତ୍ୟକ୍ଷ ସ˚ପୃକ୍ତି ଦେଖିବାକୁ ମିଳିବ, ଯହିଁରେ ଯୁଦ୍ଧର ଘନଘଟା ଅତ୍ୟନ୍ତ ତୀବ୍ର ହେବାର ଆଶଙ୍କା ଅଧିକ। ଏଣେ, ଇତି ମଧୢରେ ଶତ୍ରୁ ମନୋଭାବ ସ˚ପନ୍ନ ଦୁଇ ପଡେ଼ାଶୀ ରାଷ୍ଟ୍ର ଆଜରବାଇଜାନ ଏବ˚ ଆର୍ମେନିଆ ମଧୢରେ ଯୁଦ୍ଧ ଆରମ୍ଭ ହୋଇସାରିଛି; ଏକ ଦୁଷ୍ଟ ରାଷ୍ଟ୍ର ରୂପେ ଅପଖ୍ୟାତ ଉତ୍ତର କୋରିଆ ଦ୍ବାରା ପ୍ରକ୍ଷେପିତ ଏକ ‘ବାଲିଷ୍ଟିକ୍‌ ମିସାଇଲ୍‌’ ଜାପାନ ଉପରେ ଗତି କରି ସନ୍ନିକଟ ପ୍ରଶାନ୍ତ ମହାସାଗରରେ ପତିତ ହେବା ପରେ ଜାପାନ ଭଳି ଏକ ଶାନ୍ତିକାମୀ ରାଷ୍ଟ୍ର ମଧୢ ରଣହୁଙ୍କାର ଦେବାକୁ ପଶ୍ଚାତ୍‌ପଦ ହୋଇନାହିଁ ଏବ˚ ଉତ୍ତର କୋରିଆ ଠାରୁ ଆକ୍ରମଣ ଆଶଙ୍କାରେ ଦକ୍ଷିଣ କୋରିଆ ମଧୢ ସମରାଭ୍ୟାସ ଆରମ୍ଭ କରି ଦେଇଛି।

ଏଭଳି ଏକ ଉତ୍ତେଜନାପୂର୍ଣ୍ଣ ପରିବେଶରେ ଏହା ମଧୢ ଦେଖିବାକୁ ମିଳିଛି ଯେ ଅଣୁ ଅସ୍ତ୍ର ସାମର୍ଥ୍ୟ ହାସଲ କରି ପାରି ନ ଥିବା ପୋଲାଣ୍ତ କିଛି ପରମାଣୁ ‘ଵାର ହେଡ୍‌’(ଯୁଦ୍ଧାସ୍ତ୍ର) ଯୋଗାଇ ଦେବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାକୁ ଅନୁରୋଧ କରିଛି। ଏଭଳି ଅନୁରୋଧ ପଛରେ ଥିବା କାରଣଟି ହେଉଛି ତାର ପଡ଼ୋଶୀ ରାଷ୍ଟ୍ର ବେଲାରୁସ ଦ୍ବାରା କିଛି ରୁଷୀୟ ପରମାଣୁ ‘ଵାର ହେଡ୍‌’ ଲାଭ କରିଥିବା ଭଳି ଘଟଣା। ଏହା ସ୍ପଷ୍ଟ କରିଛି ଯେ ଏଣିକି ପରମାଣୁ ବୋମା ନିର୍ମାଣ କରି ପାରି ନ ଥିବା ରାଷ୍ଟ୍ର ମଧୢ ଆଣବିକ ଅସ୍ତ୍ର ସ˚ପନ୍ନ ହୋଇପାରିବେ। ତେବେ ପୋଲାଣ୍ତର ଏଭଳି ଆଗ୍ରହ ରୁଷିଆ-ପୋଲାଣ୍ତ ସୀମାରେ ଆଉ ଏକ ଯୁଦ୍ଧର ଆଶଙ୍କାକୁ ତେଜି ଦେଇଛି; କାରଣ ଏକଦା ସୋଭିଏତ୍‌ର ବନ୍ଧୁ ଥିବା ରୁଷିଆର ଏହି ପଡ଼ୋଶୀ ରାଷ୍ଟ୍ର ଦ୍ବାରା ଆମେରିକା ପ୍ରତି ପ୍ରକଟିତ ବିଶ୍ବାସ ପୁଟିନଙ୍କ ଲାଗି ବରଦାସ୍ତଯୋଗ୍ୟ ହେବା ସମ୍ଭବ ନୁହେଁ। ଏଭଳି ସ୍ଥଳେ ନିକଟ ଭବିଷ୍ୟତ୍‌ରେ ଅଧିକ ଯୁଦ୍ଧ ଏବ˚ ପରମାଣୁ ଆକ୍ରମଣର ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ନ ପାରେ। ପ୍ରକାଶ ଥାଉ କି, ଏହି ଆଶଙ୍କା କାରଣରୁ ପୃଥିବୀର ଅନେକ ରାଷ୍ଟ୍ର ପୋଟାସିଅମ୍‌ ଆଇଓଡାଇଡ୍‌ ଔଷଧ ଗଚ୍ଛିତ ରଖିବା ଆରମ୍ଭ କଲେଣି; ଯାହା ଶରୀର ଉପରେ ଆଣବିକ ବିକିରଣର ପ୍ରଭାବ ହ୍ରାସ କରିବାରେ ସାହାଯ୍ୟ କରିବ। କିନ୍ତୁ ଯାହା ଚିନ୍ତାର ବିଷୟ, ତାହା ହେଲା ରୁଷିଆ ଦ୍ବାରା କୌଣସି ପରମାଣୁ ଆକ୍ରମଣ ଅଚିରେ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ଏକ ସମତୁଲ ପ୍ରତିକ୍ରିୟା ମଧୢ ଆହ୍ବାନ କରିବ; ଯାହାର ବିଷମୟ ପରିଣାମକୁ ସମଗ୍ର ବିଶ୍ବ ଭୋଗିବାକୁ ବାଧୢ ହେବ।

୧୯୧୯ ମସିହାରେ ଲଣ୍ତନରୁ ପ୍ୟାରିସ ଯାଏ ପ୍ରଥମ ବିମାନ ଚଳାଚଳ ଆରମ୍ଭ ହେବା ପରେ ଯେଉଁମାନେ ଅନ୍ଦାଜ ଲଗାଇଥିବେ ଯେ ଏଣିକି ରାଷ୍ଟ୍ର-ରାଷ୍ଟ୍ର ମଧୢରେ ଦୂରତାର ଅବସାନ ଘଟି ପୃଥିବୀ କ୍ରମେ କ୍ଷୁଦ୍ରରୁ କ୍ଷୁଦ୍ରତର ହୋଇଚାଲିବ, ସେମାନେ ସମସ୍ତେ ସତ୍ୟ ବୋଲି ପ୍ରମାଣିତ ହୋଇଛନ୍ତି। କେବଳ ସେତିକି ନୁହେଁ; ବୈଷୟିକ ଜ୍ଞାନ, ସୂଚନା-ପ୍ରଯୁକ୍ତିର ବିକାଶ ତଥା ଉଦାର ବଜାରର ପ୍ରସାଦରୁ ପୃଥିବୀ ଏକ ଗ୍ରାମ ତୁଲ୍ୟ କ୍ଷୁଦ୍ରତା ଲାଭ କରିଛି। କିନ୍ତୁ ବିଡ଼ମ୍ବନାଟି ହେଲା, ରାଷ୍ଟ୍ର-ରାଷ୍ଟ୍ର ମଧୢରେ ଦୂରତା କେବଳ ବିମାନ ସ˚ଯୋଗ ବା ଇଣ୍ଟରନେଟ୍‌ର ଜାଲ ଦ୍ବାରା ହ୍ରାସ ପାଇ ନାହିଁ; ଶବ୍ଦ ବେଗ ଅତିକ୍ରମୀ ଅତ୍ୟନ୍ତ ଦୂରଗାମୀ ମାରାତ୍ମକ କ୍ଷେପଣାସ୍ତ୍ରଗୁଡ଼ିକ ଦ୍ବାରା ମଧୢ ରାଷ୍ଟ୍ର-ରାଷ୍ଟ୍ର ମଧୢରେ ଥିବା ଦୂରତା ସ˚କୁଚିତ ହୋଇଛି। ସୁତରା˚ ଆଜିର ବିଶ୍ବ-ଗ୍ରାମରେ ପାରସ୍ପରିକ ସାମୀପ୍ୟ ଆଲିଙ୍ଗନ ଲାଗି ଯେତିକି ସୁଯୋଗ ସୃଷ୍ଟି କରିଛି, ଘାତକ ପ୍ରହାର ଲାଗି ମଧୢ ସେତିକି ସୁବିଧା ଯୋଗାଇଛି। ତେବେ ବିଡ଼ମ୍ବନାଟି ହେଲା, ଯେଉଁ ଉଦାର ଭାବ ପୃଥିବୀକୁ ଏକ କ୍ଷୁଦ୍ର ଗ୍ରାମରେ ପରିଣତ କରିବାର ସମ୍ଭାବନା ସୃଷ୍ଟି କରିଥିଲା, ଏବେ ତା’ ବଦଳରେ ଅଧିକ ଦୃଷ୍ଟିଗୋଚର ହେଉଛି ‘କ୍ଷୁଦ୍ରତା’ ଏବଂ ସଂକୀର୍ଣ୍ଣତା, ଯାହା ସାଧାରଣ ମନୁଷ୍ୟଙ୍କ ଲାଗି ଏହି ପୃଥିବୀକୁ କ୍ରମେ ଏକ ଦୁର୍ବିଷହ ଅଞ୍ଚଳରେ ପରିଣତ କରିବାରେ ଲାଗିଛି!