ଇଣ୍ଟରନେଟ୍େର ମାଳ ମାଳ ‘ଲୋନ୍ ଆପ୍ସ୍’ (ଋଣ ଆପ୍ଲିକେସନ୍ସ) ଉପଲବ୍ଧ ହେଉଛି। ସେଥି ମଧ୍ୟରୁ କିଏ ଅସଲି, କିଏ ନକଲି, ଚିହ୍ନିବା କଷ୍ଟକର। ନକଲି ଋଣ ପ୍ରଦାନକାରୀ ସଂସ୍ଥା ଲୋକଙ୍କ ଫଟୋ, ବ୍ୟାଙ୍କ ଆକାଉଣ୍ଟ୍ର ସମସ୍ତ ତଥ୍ୟ ନେଇ ‘ବ୍ଲାକ୍ମେଲିଂ’ କରୁଥିବାର ଅଭିଯୋଗ ହେଉଛି। ସେମାନେ ଦାବି କରୁଥିବା ମୁତାବକ ସୁଧ ନ ପାଇଲେ ଏଭଳି ହଇରାଣ କରାଯାଉଛି ଯେ କେଉଁଠି କେଉଁଠି ଋଣ ଗ୍ରହୀତା ଗଭୀର ମାନସିକ ଚାପରେ ରହି ଆତ୍ମହତ୍ୟା କରୁଥିବା ଭଳି ଘଟଣା ଦେଖିବାକୁ ମିଳୁଛି।
କେତେକ ନକଲି ଆପ୍ ଜରିଆରେ ସାଇବର ଠକାମି ହେଉଥିବାର ଅଭିଯୋଗ ହେଉଛି। ତେଣୁ ସରକାରଙ୍କ ଦ୍ବାରା ଅସଲି ‘ଋଣ ଆପ୍ସ’ର ତାଲିକା ପ୍ରକାଶ ପାଉ। ନକଲି ‘ଋଣ ଆପ୍ସ’ଗୁଡ଼ିକ ବିରୋଧରେ ପଦକ୍ଷେପ ନିଆଯାଉ।
ଚିତ୍ତରଞ୍ଜନ କବି
ଶାସ୍ତ୍ରୀଘାଟ, ଚାନ୍ଦବାଲି, ଭଦ୍ରକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/9-4.jpg)
