ପ୍ରଦୂଷଣ ହ୍ରାସ ପାଇଁ ନିୟମିତ ଯାଞ୍ଚ ହେଉ

ଦିନକୁ ଦିନ ଯାନବାହନ ସ˚ଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସେଥି ଲାଗି ଦଶ ବର୍ଷ ତଳେ ଭୁବନେଶ୍ବରର ବାୟୁ ମଣ୍ତଳ ଯେମିତି ଥିଲା, ଆଜି ସେମିତି ନାହିଁ। ଆମେ ଏବେ ସତର୍କତାମୂଳକ ପଦକ୍ଷେପ ନ ନେଲେ ଆଉ ଦଶ ବର୍ଷ ପରେ ଏହା ଆହୁରି ପ୍ରଦୂଷିତ ଓ ବିଷାକ୍ତ ହୋଇ ଉଠିବ। ଏଇ ମର୍ମରେ ମୋର କହିବାର କଥା ହେଲା, ବେଳ ଥାଉଁ ଥାଉଁ ସାବଧାନ ହେବା ବୁଦ୍ଧିମାନର କାର୍ଯ୍ୟ। ଯଦି ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ଲାଗି କୋଡ଼ିଏ ବର୍ଷ ତଳୁ ସୁଚିନ୍ତିିତ ତଥା ଟାଣୁଆ ପଦକ୍ଷେପ ନିଆଯାଇ ଥାଆନ୍ତା, ତେବେ ସେଠାରେ ଆଜିକା ଭଳି ବିପଜ୍ଜନକ ଅବସ୍ଥା ହୋଇ ନ ଥାଆନ୍ତା।

ତେଣୁ ଆମ ରାଜ୍ୟର ସହର ମାନଙ୍କରେ ବାୟୁମଣ୍ତଳର ପ୍ରଦୂଷଣ ନିୟନ୍ତ୍ରଣର ବାହାରକୁ ଚାଲି ଯିବା ପୂର୍ବରୁ ଗାଡ଼ି ମଟରର ପ୍ରଦୂଷଣର କଡ଼ାକଡ଼ି ଯାଞ୍ଚ କରାଯାଉ। ଅଧିକ ପ୍ରଦୂଷଣ କରୁଥିବା ଗାଡ଼ିକୁ ନିୟମ ଅନୁଯାୟୀ ରାସ୍ତାରୁ ହଟାଇ ଦିଆଯାଉ। ଏବେ ଠାରୁ ଆମେ ସାବଧାନ ହେଲେ ଭବିଷ୍ୟତ ପିଢ଼ି ଆମକୁ ଧନ୍ୟବାଦ ଦେବେ।
ନରେନ୍ଦ୍ର ବେହେରା
ରସୁଲଗଡ଼, ଭୁବନେଶ୍ବର

ସମ୍ବନ୍ଧିତ ଖବର