ରାଷ୍ଟ୍ରପତି ନିର୍ବାଚନରେ ମାଟି ଓ ପାର୍ଟି

ବିକଳ୍ପ ବିଶ୍ବ - ଭଗବାନପ୍ରକାଶ

ଚଉଷଠି ବର୍ଷୀୟା ଆଦିବାସୀ ଓଡ଼ିଆଣୀ, ଝାଡ଼ଖଣ୍ତର ପୂର୍ବତନ ରାଜ୍ୟପାଳ ଏବ˚ ଓଡ଼ିଶା ବିଧାନସଭାର ଶ୍ରେଷ୍ଠତମ ବିଧାୟକ ଭାବରେ ସମ୍ମାନିତ (୨୦୦୭), ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲାପରେ ସାରା ଓଡ଼ିଶା ଓ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆଙ୍କ ମଧୢରେ ପ୍ରବଳ ଆନନ୍ଦ, ଉତ୍ସାହ ଓ ଆଶାର ଲହରି ଖେଳିଯାଇଛି। ତାଙ୍କୁ ହରାଇବା ପାଇଁ ବିପକ୍ଷ ଦଳମାନେ ୮୪ ବର୍ଷୀୟ ପୋଖତ ରାଜନୀତିଜ୍ଞ ଓ ପ୍ରାକ୍ତନ ପ୍ରଶାସକ ରାଞ୍ଚି, ଝାଡ଼ଖଣ୍ତବାସୀ ଯଶଵନ୍ତ ସିହ୍ନାଙ୍କୁ ପ୍ରତିଦ୍ବନ୍ଦ୍ବୀ ଭାବରେ ଠିଆ କରାଇଛନ୍ତି। ଏବେ ଉଭୟେ ସାରା ଦେଶ ବୁଲି ନିଜ ପାଇଁ ପ୍ରଚାର କରିବେ। ଜିତିଲେ ଦ୍ରୌପଦୀ ହେବେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ଉଭୟ ଗାନ୍ଧୀ ଓ ଆମ୍ବେଦକର ଦେଶର ଜଣେ ମହିଳା ଆଦିବାସୀ ବା ଦଳିତଙ୍କୁ ସର୍ବୋଚ୍ଚ ସାମ୍ବିଧାନିକ ମୁଖ୍ୟ ଭାବରେ ଦେଖିବାକୁ ଚାହୁଥିଲେ। ପ୍ରଥମେ ପତି ଓ ତା’ପରେ ଦୁଇ ପୁତ୍ରଙ୍କୁ ହରାଇଥିବା ଦ୍ରୌପଦୀଙ୍କ ସ˚ଘର୍ଷମୟ ଜୀବନ କାହାଣୀ ଏବେ ଚର୍ଚ୍ଚାର ବିଷୟ। କେହି କେହି ତାଙ୍କୁ ଆଦିବାସୀ ଅସ୍ମିତାର ପ୍ରତୀକ ଭାବରେ ପେସ୍‌ କରୁଥିବା ବେଳେ, ଆଉ କେତେକ କହୁଛନ୍ତି- ଦୈବାୟତ୍ତମ୍‌ କୁଳେ ଜନ୍ମ। କିଏ କେଉଁ କୁଳ, ଜାତି, ଧର୍ମ, ସ˚ପ୍ରଦାୟରେ ଜନ୍ମ ନେବ, ତାହା କାହା ହାତରେ ନାହିଁ। ତେଣୁ ପ୍ରାର୍ଥୀ ଚୟନ ଜାତି ନୁହେଁ, ଯୋଗ୍ୟତା ଆଧାରିତ ହେବା ଆବଶ୍ୟକ।

ଶେଷରେ ରାଞ୍ଚି ନା ରାଇରଙ୍ଗପୁର, କିଏ ରାଇସିନା ପାହାଡ଼ସ୍ଥ ରାଷ୍ଟ୍ରପତି ଭବନରେ ପହ˚ଚିବେ, ତାହା ନିର୍ବାଚନ ଗଣିତ ଓ ରଣନୀତି ନିର୍ଦ୍ଧାରଣ କରିବ। ମାଟି ଆଗ କି ପାର୍ଟି ଆଗ ବିତର୍କ ଆରମ୍ଭ ହେଇଚି। ଧର୍ମ ସ˚କଟରେ ଅନେକ ବିଧାୟକ ଓ ସା˚ସଦ।

ଜାନୁଆରି ୧୯୫୦ ମସିହାରୁ ଏପର୍ଯ୍ୟନ୍ତ ୧୪ ଜଣ ବିଶିଷ୍ଟ ବ୍ୟକ୍ତି ଭାରତର ରାଷ୍ଟ୍ରପତି ହେଲେଣି। ସେଥିରୁ ୩ ଜଣ ମୁସଲମାନ୍‌- ଡ. ଜାକିର ହୁସେନ, ଡକ୍ଟର ଫକ୍‌ରୁଦ୍ଦିନ୍‌ ଅଲୀ ଅହମଦ ଓ ଡକ୍ଟର ଏପିଜେ ଅବଦୁଲ୍‌ କଲାମ। ଜଣେ ଶିଖ୍‌-ଜ୍ଞାନୀ ଜୈଲ ସି˚, ଦୁଇଜଣ ଦଳିତ- ରାମନାଥ କୋବିନ୍ଦ, କେ ଆର‌୍‌ ନାରାୟଣନ୍‌ ଓ ଜଣେ ମହିଳା- ପ୍ରତିଭା ଦେବୀ ସି˚ ପାଟିଲ। ଏହା କେବଳ ଭାରତ ଭଳି ଏକ ଧର୍ମନିରପେକ୍ଷ ଗଣତନ୍ତ୍ରରେ ସମ୍ଭବପର। ସେମିତି ପଛୁଆବର୍ଗ ଓ ସ˚ଖ୍ୟାଲଘୁ ସ˚ପ୍ରଦାୟର ପ୍ରତିନିଧିମାନେ ମଧୢ ଭାରତର ପ୍ରଧାନମନ୍ତ୍ରୀ ହେଲେଣି। ସବୁଠାରୁ ଭଲ ହୁଅନ୍ତା ଯଦି ଏହି ସର୍ବୋଚ୍ଚ ଓ ଗରିମାମୟ ପଦବି ପାଇଁ ପ୍ରାର୍ଥୀ ସର୍ବସହମତି, ସର୍ବଦଳୀୟ ଭିତ୍ତିରେ ନିର୍ବାଚିତ ହୋଇପାରନ୍ତେ।

ଏହି କାରଣରୁ ନିଜ କାର୍ଯ୍ୟକାଳ ପାଞ୍ଚ ବର୍ଷ ପୂରିଲା ପରେ (୨୦୦୨-୨୦୦୭) ଅବ୍‌ଦୁଲ କଲାମ ପୁନର୍ବାର ପ୍ରାର୍ଥୀ ହେବା ପାଇଁ ତତ୍‌କାଳୀନ ଶାସକ ଦଳର ପ୍ରସ୍ତାବ ଗ୍ରହଣ ନ କରି କହିଥିଲେ ସେ କେବଳ ସର୍ବସହମତି ହେଲେ ପ୍ରାର୍ଥୀ ହେବେ। ଯଦିଓ ପ୍ରତିଦ୍ବନ୍ଦ୍ବିତାରେ ତାଙ୍କର ବିଜୟ ସମ୍ଭାବନା ବେଶ୍‌ ଉଜ୍ଜ୍ବଳ ଥିଲା। ଏବ˚ ସେ ଥିଲେ ଦେଶର ସବୁଠାରୁ ଜନପ୍ରିୟ ରାଷ୍ଟ୍ରପତି। କଲାମ, ରାଧାକ୍ରିଷ୍ଣନ ଓ ଜାକିର ହୁସେନ୍‌ଙ୍କୁ ଛାଡ଼ି ଦେଲେ ଆଉ ସବୁ ରାଷ୍ଟ୍ରପତି ରାଜନୈତିକ ଅଭିଜ୍ଞତା କ୍ଷେତ୍ରରୁ ଆସିଥିଲେ ଏବ˚ ବେଳେ ବେଳେ ରାଜନୈତିକ ଚାପ ଦ୍ବାରା ପ୍ରଭାବିତ ହେଉଥିଲେ।

ଉଦାହରଣ ସ୍ବରୂପ ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଜାରି ବେଳେ ଇନ୍ଦିରା ଗାନ୍ଧୀ ତତ୍‌କାଳୀନ ରାଷ୍ଟ୍ରପତି ଫକ୍‌ରୁଦ୍ଦିନ୍‌ ଅଲୀ ଅହମଦଙ୍କୁ ଏକ ରବର ଷ୍ଟାମ୍ପ ଭଳି ବ୍ୟବହାର କରିଥିଲେ। ଝାଡ଼ଖଣ୍ତ ରାଜ୍ୟପାଳ ଥିଲାବେଳେ ସରଳ, ଦୃଢ଼ମନା ଦ୍ରୌପଦୀ ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ମଧୢ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ଏବ˚ ବିବାଦୀୟ ଫାଇଲ୍‌ଟି ସରକାରଙ୍କୁ ଫେରାଇ ଦେଇଥିଲେ। ଉପରସ୍ତରରୁ ତାଙ୍କ ଉପରେ ଚାପ ଉଦ୍ୟମକୁ ମଧୢ ନ ଶୁଣି ଏଡ଼ାଇ ଦେଇଥିଲେ।

ଏବେ ସ୍ବୟ˚ ଦ୍ରୌପଦୀ ଏକ ସାକ୍ଷାତକାରରେ ରବର ଷ୍ଟାମ୍ପ ବା ସଖୀ କଣ୍ଢେଇ ରାଷ୍ଟ୍ରପତି ହେବେ ନାହିଁ ବୋଲି କହିଛନ୍ତି। ଏବ˚ ଅତୀତରେ ତାହା ପ୍ରମାଣ କରିଛନ୍ତି। ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ସାମ୍ବିଧାନିକ ଲକ୍ଷ୍ମଣରେଖା ଅତିକ୍ରମ କରିବେ ନାହିଁ ବୋଲି ଆଶା କରାଯାଏ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ମଧୢରେ ସହମତି, ବୁଝାମଣା ଦେଶପାଇଁ ମଙ୍ଗଳକର। ସେମିତି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧୢରେ ତିକ୍ତ ସ˚ପର୍କ ଅନାବଶ୍ୟକ ଉଷ୍ମତା ସୃଷ୍ଟି କରିଥାଏ। ଅପ୍ରତ୍ୟାଶିତ ଦଳବଦଳ ହେଲେ, ସରକାର ସ˚ଖ୍ୟାଗରିଷ୍ଠତା ହରାଇଲେ, ବାଚସ୍ପତି ସ୍ବୟ˚ ବିବାଦୀୟ ହୋଇପଡ଼ିଲେ ରାଜ୍ୟପାଳମାନେ ଧର୍ମସ˚କଟରେ ପଡ଼ିଥାନ୍ତି।

ଉଭୟ ଲୋକସଭା, ରାଜ୍ୟସଭା, ତଥା ବିଧାନସଭା ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କର ନିର୍ବାଚିତ ସଭ୍ୟ-ସଭ୍ୟାମାନେ ରାଷ୍ଟ୍ରପତିଙ୍କୁ ବାଛନ୍ତି। ମନୋନୀତ ସା˚ସଦ ଓ ବିଧାନ ପରିଷଦ ସଭ୍ୟଙ୍କର ଭୋଟ ଅଧିକାର ନ ଥାଏ। ଏଥର ପ୍ରତ୍ୟେକ ସା˚ସଦଙ୍କ ଭୋଟ ମୂଲ୍ୟ ୭୦୦। ଏ ସମସ୍ତଙ୍କୁ ନେଇ ଇଲେକ୍‌ଟରାଲ କଲେଜ ବା ନିର୍ବାଚକ ମଣ୍ତଳ ଗଠନ କରାଯାଏ। ନିର୍ବାଚକ ମଣ୍ତଳର ସଭ୍ୟମାନଙ୍କ ଭୋଟ୍‌ର ମୂଲ୍ୟ ରାଜ୍ୟମାନଙ୍କର ଜନସ˚ଖ୍ୟା (୧୯୭୧) ଉପରେ ଆଧାରିତ। ଏଥିପାଇଁ ଏକ ଫର୍ମୁଲା ରହିଚି ଏବ˚ ସେହି ଅନୁସାରେ ଭାରତ ନିର୍ବାଚନ ଆୟୋଗ ରାଷ୍ଟ୍ରପତି ନିର୍ବାଚନ ପରିଚାଳନା ଓ ଫଳାଫଳ ଘୋଷଣା କରିଥାନ୍ତି।

ପ୍ରଥମେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବା ଅପେକ୍ଷାକୃତ ସହଜ ଥିଲା। ୩୫ ବର୍ଷ ପୂରିଥିବା, ଅପରାଧ ଇତିହାସ ନ ଥିବା ଯେ କୌଣସି ବ୍ୟକ୍ତି ପ୍ରାର୍ଥୀ ହୋଇପାରୁଥିଲେ। ଉଦାହରଣ ସ୍ବରୂପ ହରିଆଣାର ଜଣେ ବ୍ୟକ୍ତି ଚୌଧୁରି ହରିରାମ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ସମେତ ପାଞ୍ଚଜଣ ପ୍ରାର୍ଥୀଙ୍କ ବିରୋଧରେ ପାଞ୍ଚଟି ରାଷ୍ଟ୍ରପତି ନିର୍ବାଚନ ଲଢ଼ି ସବୁଥର ହାରି ଯାଇଥିଲେ। ଏବେ ପରିବର୍ତ୍ତିତ ଆଇନ୍‌ ଅନୁସାରେ ଅତିକମ୍‌ରେ ୫୦ ଜଣ ନିର୍ବାଚିତ ପ୍ରତିନିଧି ପ୍ରସ୍ତାବକ ଏବ˚ ଆଉ ୫୦ ଜଣ ନିର୍ବାଚିତ ସା˚ସଦ ଓ ବିଧାୟକ ସମର୍ଥକ ନ ଥିଲେ ପ୍ରାର୍ଥୀପତ୍ର ନାକଚ ହୋଇଯିବ। ଏହାପରେ ମନଇଚ୍ଛା ପ୍ରାର୍ଥୀ ପ୍ରବୃତ୍ତିରେ ପୂର୍ଣ୍ଣଚ୍ଛେଦ ପଡ଼ିଲା।

ସମ୍ବିଧାନ ସଭାରେ ରାଷ୍ଟ୍ରପତି ପଦବି ସ˚ପର୍କରେ ଦୀର୍ଘ ଆଲୋଚନା ହୋଇଥିଲା। ଗୋଟିଏ ଗୋଷ୍ଠୀ ଲୋକପ୍ରିୟ ନିର୍ବାଚିତ ଶାସନ ମୁଖ୍ୟ ପ୍ରଣାଳୀର ସମର୍ଥକ ଥିଲାବେଳେ ଆଉ ଏକ ଗୋଷ୍ଠୀ ଆମେରିକୀୟ ରାଷ୍ଟ୍ରପତି ପ୍ରଣାଳୀ ଶାସନର ପକ୍ଷଧର ଥିଲେ। ସ୍ବୟ˚ ଆମ୍ବେଦକର ଓ ଜଵାହରଲାଲ ନେହରୁ ପାର୍ଲାମେଣ୍ଟାରି ମଡେଲର ସମର୍ଥକ ଥିଲେ। ଆମ୍ବେଦକର ଭାରତର ରାଷ୍ଟ୍ରପତିଙ୍କୁ ଇ˚ଲଣ୍ତର ମହାରାଣୀ, ମହାରାଜାଙ୍କ ସହ ତୁଳନା କରି କହୁଥିଲେ ସେ ରାଷ୍ଟ୍ରମୁଖ୍ୟ କିନ୍ତୁ ଶାସନାଧୢକ୍ଷ ନୁହନ୍ତି।

ଆଳଙ୍କାରିକ ଭାବରେ ସେ ଭାରତୀୟ ମହାଜାତିର ପ୍ରତୀକ ଓ ଭାରତୀୟ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ତାଙ୍କୁ ଦଳ ନୁହେଁ, ଦେଶ ବାଛେ। ସେ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିଥାନ୍ତି ଓ ମନ୍ତ୍ରିମଣ୍ତଳକୁ ପଦ ଓ ଗୋପନୀୟତା ଶପଥ ପାଠ କରାଇଥାନ୍ତି। ରାଜ୍ୟପାଳ ଓ ସାମ୍ବିଧାନିକ ମୁଖ୍ୟମାନଙ୍କୁ ନିଯୁକ୍ତ କରନ୍ତି ଏବ˚ ଶେଷରେ ଦେଶର ସମ୍ବିଧାନକୁ ସୁରକ୍ଷା ଦେଇଥାନ୍ତି। ସେହି ଦୃଷ୍ଟିରୁ ସେ ଦେଶ ଓ ଜାତିର ବିବେକ ଏବଂ ସରକାରଙ୍କ ଦିଗ୍‌ଦର୍ଶକ। ତାଙ୍କ ମୋହର ନ ଲାଗିଲେ ସରକାର ଇଞ୍ଚେ ଆଗକୁ ଯାଇପାରେ ନାହିଁ। ଦେଶ ଶାସନ ପାଇଁ ସେ ସ˚ଖ୍ୟାଗରିଷ୍ଠ ଦଳର ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଥାନ୍ତି।

ଏସବୁ ସତ୍ତ୍ବେ ରାଷ୍ଟ୍ରପତି ପଦବି ସ˚ପୂର୍ଣ୍ଣ ବିବାଦମୁକ୍ତ ରହିପାରିନାହିଁ। ଅତୀତରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କ୍ଷମତା ପରିସର ନେଇ ଜଵାହରଲାଲ ନେହରୁ ଓ ରାଜେନ୍ଦ୍ର ପ୍ରସାଦଙ୍କ ମଧୢରେ ମତଭେଦ ରହିଥିଲା। ଉଦାହରଣ ସ୍ବରୂପ ହିନ୍ଦୁ କୋଡ୍‌ ବିଲ୍‌ ସ˚ପର୍କରେ ନେହରୁ ରାଜେନ୍ଦ୍ର ପ୍ରସାଦଙ୍କ ମତାମତକୁ ଅଗ୍ରାହ୍ୟ କରିଥିଲା ବେଳେ, ନବନିର୍ମିତ ସୋମନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ନ ଦେବା ପାଇଁ ନେହରୁଙ୍କ ପରାମର୍ଶକୁ ରାଜେନ୍ଦ୍ର ପ୍ରସାଦ ଅବଜ୍ଞା କରିଥିଲେ। ୧୯୬୯ ମସିହାରେ ରାଷ୍ଟ୍ରପତି ନିର୍ବାଚନ ବେଳେ ଶାସକ କ˚ଗ୍ରେସ ଦଳ ଫାଟି ଦିଗଡ଼ ହୋଇଯାଇଥିଲା। ନୀଲମ୍‌ ସ˚ଜୀବ ରେଡ୍‌ଡିଙ୍କୁ ସର୍ବସମ୍ମତିକ୍ରମେ କ˚ଗ୍ରେସ ପାର୍ଟିର ଅଫିସିଆଲ୍‌ ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସ୍ତାବ ପାରିତ ହେଲାପରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମର୍ଥନରେ ଭି.ଭି. ଗିରିଙ୍କୁ ରେଡ୍‌ଡିଙ୍କ ବିପକ୍ଷରେ ପ୍ରାର୍ଥୀ କରାଯାଇଥିଲା।

ତାଙ୍କୁ ଜିତାଇବାକୁ ଇନ୍ଦିରା ନିଜ ଦଳର ସଭ୍ୟମାନଙ୍କୁ ବିବେକ ଅନୁସାରେ ଭୋଟ ଦେବାକୁ ଇଙ୍ଗିତ ଦେବାରୁ ତାଙ୍କ ନିଜ ଦଳ ପ୍ରସ୍ତାବିତ ପ୍ରାର୍ଥୀ ସ˚ଜୀବ ରେଡ୍‌ଡି ନିର୍ବାଚନ ହାରିଯାଇଥିଲେ। ଜ୍ଞାନୀ ଜୈଲ ସି˚ ଇନ୍ଦିରାଙ୍କ ସମର୍ଥନରେ ରାଷ୍ଟ୍ରପତି ହୋଇଥିଲେ- (୧୯୮୨-୧୯୮୭) ‘‘ଦରକାର ପଡ଼ିଲେ, ଇନ୍ଦିରାଙ୍କ ଘରେ ଝାଡୁ ପୋଛା ଲଗାଇବି’’ ଉକ୍ତି ଯୋଗୁଁ ବିବାଦୀୟ ହୋଇପଡ଼ିଥିଲେ। ପରବର୍ତ୍ତୀ କାଳରେ ସେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବରଖାସ୍ତ କରିବାକୁ ବିଚାର କରୁଥିଲେ। ପ୍ରଣବ ମୁଖାର୍ଜୀ ସରକାରଙ୍କ ପରାମର୍ଶ ନ ଶୁଣି ଚାରିଜଣ ବନ୍ଦୀଙ୍କୁ ଫାଶୀଦଣ୍ତରୁ ମୁକ୍ତ କରି ଦେଇଥିଲେ। ସେମିତି ଦୃଢ଼ମନା ଓ ସ୍ବାଧୀନଚେତା ଥିଲେ ରାଷ୍ଟ୍ରପତି କେ.ଆର‌୍‌.ନାରାୟଣନ୍‌। ତାଙ୍କ ଭାଷଣର ବିଷୟବସ୍ତୁକୁ ଅନୁମୋଦନ ପାଇଁ ଥିବା ପ୍ରଥା ନା ପ୍ରୋଟକଲ୍‌କୁ ମାନୁନଥିଲେ।

ଭାରତ ଗସ୍ତରେ ଥିବା ବିଲ୍‌ କ୍ଲିଣ୍ଟନଙ୍କ ଭୋଜିସଭାରେ ଆମେରିକା ଦାଦାଗିରି ସମ୍ପର୍କରେ ତାଙ୍କ ମନ୍ତବ୍ୟ ଓ କଟାକ୍ଷକୁ ନ୍ୟୁୟର୍କ ଟାଇମ୍‌ସ ହେଡ୍‌ଲାଇନ୍‌ କରି ଛାପିଥିଲେ। ଏହିପରି ଅନେକ କୁହାଅକୁହା କାହାଣୀ। ତା’ସହ ମାଟି, ପାର୍ଟି ଓ ଜାତିର କରାମତି। ଏଥର ମାୟାବତୀ ଓ ନବୀନ ପଟ୍ଟନାୟକଙ୍କ ଭଳି ଅତୀତରେ ମହାରାଷ୍ଟ୍ର ଶିବସେନା ଅଧୢକ୍ଷ ଉଦ୍ଧବ ଠାକ୍‌ରେ ପ୍ରତିଭା ପାଟିଲଙ୍କୁ ଓ ମମତା ବାନାର୍ଜୀ ତାଙ୍କ ବିରୋଧୀ କ˚ଗ୍ରେସ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁୁ ମାଟିର ସନ୍ତାନ ଭାବରେ ସମର୍ଥନ କରିଥିଲେ। ଏଥର ମହୁଲଡ଼ିହର ମହାକନ୍ୟା ମାନନୀୟା ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ଭାରତ ରାଜନୈତିକ ଇତିହାସରେ ଏକ ନୂଆ ଅଧୢାୟ ଯୋଡ଼ିବେ ବୋଲି ଅନେକଙ୍କର ଆଶା। ୧୮ ଜୁଲାଇରେ ଭୋଟ ଦାନ ଓ ୨୧ ଜୁଲାଇରେ ଭୋଟ ଗଣତିକୁ ଲୋକେ ଚାହିଁ ରହିଛନ୍ତି।
ମୋ-୯୯୩୭୦୨୭୦୧୭

ସମ୍ବନ୍ଧିତ ଖବର