ଜଣେ ପ୍ରସିଦ୍ଧ ଗୁରୁ ଥିଲେ। ତାଙ୍କ ଶିକ୍ଷା, ପ୍ରବଚନ ଓ ବାଣୀ ସମସ୍ତଙ୍କ ଆଖି ଖୋଲି ଦେଉଥିଲା। ତାଙ୍କର ଥିଲେ ଅସ˚ଖ୍ୟ ପ୍ରଶ˚ସକ ଏବ˚ ଅଗଣିତ ଶିଷ୍ୟ। ସେ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ମତ ଦେଉଥିଲେ ଏବ˚ ତାଙ୍କ ମତ ଯେ କେତେ ଯୁକ୍ତିଯୁକ୍ତ, ତାହା ସେ ତାଙ୍କ ତର୍କ ଦ୍ବାରା ପ୍ରମାଣିତ ମଧୢ କରିପାରୁଥିଲେ। ତାଙ୍କ ତର୍କର ପ୍ରତିଯୁକ୍ତି କିଛି ହିଁ ନ ଥିଲା। ପୁଣି ତାଙ୍କ ତର୍କ ଶୁଣିବା ପରେ ଲୋକେ ମନେ ମନେ କହୁଥିଲେ- ହେ ପ୍ରଭୁ, ଆମେ ଏତେ ଦିନ ଯାଏ ଅନ୍ଧ ଭଳି ଥିଲୁ। ଭୁଲ୍ କଥାକୁ ବିଶ୍ବାସ କରି ରହିଥିଲୁ। ଗୁରୁ ଆମର ଆଖି ଖୋଲିଦେଲେ।
ଦିନକର କଥା। ଗୁରୁ ତାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ। ସେ କହୁଥିଲେ- ଶାସ୍ତ୍ରକୁ ଛାଡ଼। କାରଣ ଶାସ୍ତ୍ରର ଜ୍ଞାନ ତୁମକୁ ପରାଧୀନ କରିବ। ଶାସ୍ତ୍ରରୁ ମିଳୁଥିବା ଜ୍ଞାନ ତୁମର ନୁହେଁ। ତାହା ଅନ୍ୟର। ତେଣୁ ଶାସ୍ତ୍ର ଜ୍ଞାନକୁ ମାନି ନେବା ଅର୍ଥ ତୁମେ ଅନ୍ୟର ଜ୍ଞାନ ଦ୍ବାରା ପରିଚାଳିତ ହେବା। ତେଣୁ ତୁମେମାନେ ସବୁ କିଛି ମାନି ନିଅ ନାହିଁ। ସବୁ କିଛି ଗ୍ରହଣ କରି ନିଅନାହିଁ। ମନରେ ଅବିରତ ଜିଜ୍ଞାସା ରଖ। ପ୍ରଶ୍ନ ପଚାର। ଅନ୍ବେଷଣ କର। ଉତ୍ତର ନ ପାଇଲା ଯାଏ ଅନୁସନ୍ଧାନରେ ଲାଗି ରହ, ଥକି ଯାଅନାହିଁ। ମୂଳ କଥା ହେଲା- ସବୁ କିଛି ମାନି ନିଅ ନାହିଁ, ଗ୍ରହଣ କରି ନିଅ ନାହିଁ। ପ୍ରଥମେ ଜାଣ ତା ପରେ ଯାଇ ମାନ।
ଏଭଳି ଉପଦେଶାତ୍ମକ ପ୍ରବଚନ ଚାଲିଥିବା ବେଳେ ଜଣେ ନୂଆ ଶିଷ୍ୟ ପଚାରିଲା- ତେବେ ମୁଁ ଆପଣ କହୁଥିବା ଏ କଥାକୁ ମାନିବି କିଆଁ?
ଗୁରୁ ଟିକିଏ ରହିଗଲେ। ତା’ ପରେ ମୃଦୁ ଭାବେ କହିଲେ- ମୋତେ ମାନି ନିଅ ବୋଲି ମଧୢ ମୁଁ କହୁନାହିଁ। ମୋର କଥାକୁ ବି କାଠଗଡ଼ାରେ ଛିଡ଼ା କରାଅ। ତାକୁ ବି ପ୍ରଶ୍ନ କର।
ଯୁବକ କହିଲା- ଆପଣଙ୍କ କଥାନୁସାରେ ତାକୁ ବି ମାନିବି କିଆଁ?
ଗୁରୁ କ’ଣ କହିବେ ବୁଝିପାରିଲେ ନାହିଁ। କିନ୍ତୁ ମନେ ମନେ ଭାବିଲେ- ମୂର୍ଖଙ୍କ ପ୍ରଶ୍ନ ବି ଅସଲ ଛିଦ୍ରଟି ଖୋଜି ପାଏ।