ସୋସିଆଲ୍ ମିଡ଼ିଆରେ ସବୁଦିନ ହୋଟେଲ୍ ସମ୍ପର୍କରେ ବହୁତ କିଛି ଚର୍ଚ୍ଚା ହେଉଛି। କେଉଁଠି ଦୁଇଟି ଅଣ୍ଡାର ଦାମ୍ ୨୦୦ ଟଙ୍କା ଥିବା ବେଳେ ସାଲାଟ୍ର ଦାମ୍ ୫୦୦ ଟଙ୍କା ରହୁଛି। ଦାମୀ ହୋଟେଲ୍ ବା ଫାଇବ୍ ଷ୍ଟାର୍ ହୋଟେଲ୍ମାନଙ୍କରେ ଏହା କିନ୍ତୁ ନୂଆ ନୁହେଁ। ବର୍ତ୍ତମାନ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଚୀନର ଏକ ହୋଟେଲ୍ରେ ୮ ଜଣ ଲୋକଙ୍କ ଡିନର ପାଇଁ ୪୧୮, ୨୪୫ ୟୁଆନ୍ ବା ୪୪ ଲକ୍ଷ ୨୬ ହଜାର ଟଙ୍କା ବିଲ୍ ହୋଇଛି। ଏହି ବିଲ୍ ପାଇଁ ବର୍ତ୍ତମାନ ହୋଟେଲ୍ଟି ଚର୍ଚ୍ଚାରେ ରହିଛି। ମାତ୍ର ୨୦ ଟି ଆଇଟମ୍ ଖାଦ୍ୟ ପାଇଁ ୪୪ ଲକ୍ଷ ଦେବା ଗ୍ରାହକଙ୍କୁ ଭାରି କଷ୍ଟ। ସୂଚନା ଅନୁଯାୟୀ, ଗୋଟିଏ ହୋଟେଲ୍ରେ ଡିନ୍ର କରିବାକୁ ୮ ଜଣ ଲୋକ ପହଞ୍ଚିଥିଲେ। ଖାଦ୍ୟ ଖାଇବା ପରେ ବିଲ୍ ଦେଖି ତାଙ୍କର ହୋସ ଉଡ଼ି ଯାଇଥିଲା। ତେବେ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ହୋଟେଲ୍ କର୍ମଚାରୀ ଏହି ବିଲ୍କୁ ମିଛ କହିବା ସହିତ ନିଜ ଦୋଷ ସ୍ୱୀକାର କରି ନଥିଲେ।ଏହି ବିଲ୍ଟି ଫଟୋସପ୍ରେ ଏଡିଟ୍ ହୋଇଛି ବୋଲି କହିଥିଲେ। ପରେ ହୋଟେଲ୍ର ସେଫ୍ ଏହାକୁ ମାନିବା ସହ ଏହା ଏକ ଦାମୀ ଡିନର୍ ବୋଲି କହିଥିଲେ। ସେ କହିଥିଲେ ଯେ ଏହାକୁ ପ୍ରସ୍ତତ କରିବା ପାଇଁ ୨୦୦୦ ବର୍ଷ ପୁରୁଣା ସଲ୍ଟ୍ ପ୍ଲେଟ୍ର ବ୍ୟବହାର କରାଯାଇଛି। ଯେଉଁଥିପାଇଁ ଏହି ଡିନର୍ର ଦାମ୍ ଏତେ ରହିଛି। ଏହି ଡିନର୍ ବିଲ୍ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। କିନ୍ତୁ ଚୀନ୍ର ବଜାର ନିୟମ ଅନୁଯାୟୀ ଏହା ନିୟମର ଉଲ୍ଲଙ୍ଘନ।
ସ୍କାଏ ଲାଇଟ୍ : ମହଙ୍ଗା ଡିନର୍
/sambad/media/post_attachments/wp-content/uploads/2020/01/chinese-restaurant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)