କଂଗ୍ରେସ-ଆଗ୍ରହ

ନିକଟରେ ଇ˚ରେଜୀ ଦୈନିକ ‘ଦ ଇଣ୍ତିଆନ ଏକ୍‌ସପ୍ରେସ୍‌’ରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ଦ୍ବାରା ଲିଖିତ ଏକ ସୁଖପାଠ୍ୟ ନିବନ୍ଧ ପ୍ରକାଶିତ ହୋଇଛି, ଯାହାର ଉପକ୍ରମଣିକାର ସାରା˚ଶ ହେଲା, ଦୁଇ ବର୍ଷ ତଳେ ଦେଶର ବୃହତ୍ତମ ରାଜନୈତିକ ଦଳ ବୋଲି ଦାବି କରୁଥିବା ବିଜେପିର ଅଧୢକ୍ଷ ନିର୍ବାଚନ ଦେଶରେ ବା ବିରୋଧୀ ଦଳଗୁଡ଼ିକରେ ଏପରି କି ସେହି ଦଳ ମଧୢରେ କୌଣସି ଆଲୋଡ଼ନ ସୃଷ୍ଟି କରି ନ ଥିବା ବେଳେ କ˚ଗ୍ରେସରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଧୢକ୍ଷ ନିର୍ବାଚନ ନେଇ ବିଜେପି ଏବ˚ ଗଣମାଧୢମଗୁଡ଼ିକ ଦ୍ବାରା ପ୍ରଦର୍ଶିତ ଆଗ୍ରହ ଏବ˚ ଉତ୍କଣ୍ଠା ପ୍ରମାଣ କରିଥାଏ ଯେ ‘କ˚ଗ୍ରେସ-ମୁକ୍ତ ଭାରତ’ କେବଳ ଏକ ଭ୍ରାନ୍ତ ଧାରଣା ମାତ୍ର ନୁହେଁ, ଏହା ମରୀଚିକାତୁଲ୍ୟ ବିଭ୍ରାନ୍ତିକର ମଧୢ। ତେବେ, ଏହି ସ˚ଦର୍ଭରେ ମୂଳ ପ୍ରଶ୍ନ ହେଲା, କ˚ଗ୍ରେସ ଦଳର ଅଧୢକ୍ଷ ନିର୍ବାଚନ ଏକ ଦଳୀୟ ବ୍ୟାପାର ହୋଇଥିବା ସତ୍ତ୍ବେ ଏ ନେଇ ସର୍ବତ୍ର ପରିଲକ୍ଷିତ ହେଉଥିବା ଆଗ୍ରହର କାରଣ କ’ଣ? ଏବ˚ ଏଭଳି ବିପୁଳ ଆଗ୍ରହ ସୃଷ୍ଟି କ’ଣ କ˚ଗ୍ରେସର ଗୁରୁତ୍ବ ବୃଦ୍ଧିର ଏକ ପ୍ରମାଣ? ପ୍ରକାଶ ଥାଉ କି ୨୦୧୪ ମସିହା ପର ଠାରୁ ଏ ପର୍ଯ୍ୟନ୍ତ କ˚ଗ୍ରେସକୁ ନେଇ ବ୍ୟାପକ ଚିନ୍ତା, ଚିନ୍ତନ ଏବ˚ ମାନସ ମନ୍ଥନର କାରଣ ହେଉଛି ସର୍ବପୁରାତନ ଏବ˚ ସ୍ବାଧୀନତୋତ୍ତର ଭାରତରେ ସର୍ବାଧିକ କାଳ ଶାସନ କ୍ଷମତାର ରହିଥିବା ଦଳ ମାତ୍ର ଆଠ ବର୍ଷର ଅବଧି ମଧୢରେ ଏକ ଦ୍ରୁତ ଏବ˚ ମୁକ୍ତ ପତନ ଦେଇ ଗତି କରି ଖୁବ୍‌ ଶୀଘ୍ର ଅସ୍ତିତ୍ବହୀନ ହୋଇଯିବା ଭଳି ଏକ ଆଶଙ୍କାର ସୃଷ୍ଟି ଏବ˚ ଏଭଳି ସ୍ଥିତିରେ ବିଜେପି ଏକ ନିର୍ବିରୋଧ ନିରଙ୍କୁଶତା (ଯାହା ବିଜେପିର ‘କ˚ଗ୍ରେସ-ମୁକ୍ତ ଭାରତ’ ନାମକ ଏଜେଣ୍ତାର ଅ˚ଶ) ଲାଭ କରିବାର ସମ୍ଭାବନା ଜନିତ ଘୋର ଉଦ୍‌ବେଗ। ତେବେ, କଥା ହେଲା କ˚ଗ୍ରେସକୁ ନେଇ ଏଭଳି ଆଗ୍ରହ ବେଳେ ବେଳେ ତୀବ୍ର ହୋଇଥାଏ, ଯେତେବେଳେ ଦଳରେ ଅନାବଶ୍ୟକ ନାଟକୀୟ ଘଟଣାମାନ ଘଟି ଭୁଲ୍‌ କାରଣରୁ ଗଣମାଧୢମର ଶିରୋନାମା ମଣ୍ତନ କରନ୍ତି; ଯାହା ବର୍ତ୍ତମାନ ଘଟିଛି। କିନ୍ତୁ ଏହି କାରଣରୁ କ˚ଗ୍ରେସର ଦଳୀୟ ବ୍ୟାପାର ନେଇ ବିପୁଳ ଆଗ୍ରହ ସୃଷ୍ଟିରେ ଚିଦମ୍ବରମଙ୍କ ତୁଲ୍ୟ ସନ୍ତୋଷ ଲାଭ କରିବାର କୌଣସି କାରଣ ଅଛି କି?

ତେବେ,ଏହା ମଧ୍ୟ ସତ ଯେ ବର୍ତ୍ତମାନ କ˚ଗ୍ରେସ ଲାଗି ଏକ କଡ଼ ଲେଉଟାଇବାର ସମୟ ଉପନୀତ ହୋଇଥିବା ଭଳି ପ୍ରତୀତ ହୋଇଥାଏ। ସ˚ପ୍ରତି ଗାନ୍ଧୀ ପରିବାର ବହିର୍ଭୂତ ଜଣେ ନେତାଙ୍କ ହସ୍ତରେ ଦଳର ଅଧୢକ୍ଷ ଦାୟିତ୍ବ ଅର୍ପଣ କରାଯିବାର ଉଦ୍ୟମକୁ କ˚ଗ୍ରେସର ବହୁ ପ୍ରତୀକ୍ଷିତ ସ˚ସ୍କାର ଦିଗରେ ଏକ ପଦକ୍ଷେପ ବୋଲି ଦେଖାଯାଇଥାଏ। ଏଭଳି ଏକ ସମୟରେ ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ‘ଭାରତ ଯୋଡ଼’ ଯାତ୍ରା ଉଭୟ କ˚ଗ୍ରେସ ଏବ˚ ରାହୁଳ ଗାନ୍ଧୀଙ୍କ ସକାଶେ ଭାବମୂର୍ତ୍ତି ଓ ପ୍ରତିଷ୍ଠାର ପୁନଃ ସ˚ସ୍ଥାପନ ଦିଗରେ ଏକ ବିବେଚନାପୂର୍ଣ୍ଣ ପ୍ରୟାସ ରୂପେ ମଧୢ ଅନେକ ରାଜନୈତିକ ବିଶେଷଜ୍ଞଙ୍କ ଦ୍ବାରା ପରିଗଣିତ ହେଉଛି। ତେଣୁ, ଏଭଳି ଏକ ସମୟରେ ଦଳୀୟ ଅଧୢକ୍ଷ ନିର୍ବାଚନକୁ କେନ୍ଦ୍ର କରି ଏକ ଅଭାବନୀୟ ନାଟକ ପୁନର୍ବାର ଦଳକୁ ଏକ ହାସ୍ୟାସ୍ପଦ ସ୍ଥିତିର ସମ୍ମୁଖୀନ ହେବାକୁ ବାଧୢ କରଛି। କିନ୍ତୁ, କହିବା ବାହୁଲ୍ୟ ଯେ ଏଭଳି କାରଣରୁ କଂଗ୍ରେସ ଆଲୋଚନାର କେନ୍ଦ୍ରକୁ ଆସିବା ଆଦୌ ଉତ୍ସାହଜନକ ନୁହେଁ।

ପ୍ରକାଶ ଥାଉ କି ଅଶୋକ ଗେହଲୋଟଙ୍କୁ କ˚ଗ୍ରେସର ଅଧୢକ୍ଷ ପଦ ଲାଗି ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହେବା ସକାଶେ ‘ହାଇକମାଣ୍ତ’ଙ୍କ ନିର୍ଦ୍ଦେଶ ପରେ ରାଜସ୍ଥାନରେ ଏକ ଦଳୀୟ ବିଦ୍ରୋହର ସୂତ୍ରପାତ ହେଲା। କିନ୍ତୁ ବିଡ଼ମ୍ବନାଟି ହେଲା, ତାର ପ୍ରଚ୍ଛଦପଟରେ ଥିଲେ ସ୍ବୟ˚ ଗେହଲୋଟ, ଯା‌ହା ଏବେ ସ୍ପଷ୍ଟ ହୋଇସାରିଛି। ସ୍ବାଭାବିକ ଭାବେ ଏହା ଦଳୀୟ ହାଇକମାଣ୍ତଙ୍କୁ ଅତ୍ୟନ୍ତ କ୍ଷୁବ୍‌ଧ କରିଛି। କହିବାରେ ଦ୍ବିଧା ନାହିଁ ଯେ ଅଶୋକ ଗେହଲୋଟ ହାଇକମାଣ୍ତ (ଗାନ୍ଧୀ ପରିବାର)ଙ୍କ ସମର୍ଥିତ ପ୍ରାର୍ଥୀ ହୋଇଥିବାରୁ ପ୍ରତିଦ୍ବନ୍ଦ୍ବିତାରେ ଜିଣି ସେ ଅଧୢକ୍ଷ ହେବା ନିଶ୍ଚିତ ଥିଲା। କିନ୍ତୁ ଏହି କାରଣରୁ ମୁଖ୍ୟମନ୍ତ୍ରୀ ରୂପେ ତାଙ୍କ କ୍ଷମତା ହସ୍ତାନ୍ତର କରିବା ଅନିବାର୍ଯ୍ୟ ହୁଅନ୍ତା। ଏଭଳି ସ୍ଥଳେ ମୁଖ୍ୟମନ୍ତ୍ରୀ ପଦଟି ତାଙ୍କର ପ୍ରତିଦ୍ବନ୍ଦ୍ବୀ ତଥା ବିରୋଧୀ ସଚିନ ପାଇଲଟ୍‌ଙ୍କ ହାତକୁ ଚାଲିଯିବାର ସମ୍ଭାବନା ଥିବାରୁ ସେ ଏ ନେଇ ସମ୍ଭବତଃ କୁଣ୍ଠିତ ଥିଲେ। କହିବା ଅନାବଶ୍ୟକ ଯେ ବର୍ତ୍ତମାନ କଂଗ୍ରେସ ଭଳି ଏକ ପରାହତ, ଭଙ୍ଗୁରଶୀଳ ଏବ˚ ଅବକ୍ଷୟମାନ ଦଳର ଅଧୢକ୍ଷ ହେବା ଭଳି ଧନ୍ୟବାଦ-ବିବର୍ଜିତ ଦାୟିତ୍ବ ସ˚ପାଦନ ଲାଗି ମୁଖ୍ୟମନ୍ତ୍ରିତ୍ବ ପରିତ୍ୟାଗ କରିବା ତାଙ୍କ ଧାରଣାରେ ଏକ ଯୁକ୍ତିଯୁକ୍ତ ‘ଡିଲ୍‌’ ହୁଅନ୍ତା ନାହିଁ। କିନ୍ତୁ ଏଥିରେ ନିହିତ ଅସ˚ଗତିଟି ହେଲା ଅଶୋକ ଗେହଲୋଟଙ୍କୁ କ˚ଗ୍ରେସ ହାଇକମାଣ୍ତଙ୍କ ଅତ୍ୟନ୍ତ ନିକଟତମ ତଥା ପରମ ଆଜ୍ଞାକାରୀ ରୂପେ ଦେଖାଯାଇଥାଏ ଏବ˚ ଯୁବ ନେତା ସଚିନ ପାଇଲଟଙ୍କ ସ୍ଥାନରେ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇ ପାରିଥିବା ପଛରେ ରହିଛି କ˚ଗ୍ରେସ ହାଇକମାଣ୍ତଙ୍କ ଆଶୀର୍ବାଦ। ତେଣୁ ଦଳର ସ୍ବାର୍ଥ ସକାଶେ ଗେହଲୋଟ କ୍ଷମତା ଜଳାଞ୍ଜଳି ଦେବେ ବୋଲି ଏକ ସ୍ବାଭାବିକ ଧାରଣା ହାଇକମାଣ୍ତ ପୋଷଣ କରିଥିବେ, ଯାହା ଫଳବତୀ ହେଲା ନାହିଁ। ଅବଶ୍ୟ ଗେହଲୋଟ ବର୍ତ୍ତମାନ ଅନୁତପ୍ତ; କିନ୍ତୁ ଅବସୋସ, ସେ ହାଇକମାଣ୍ତଙ୍କ କୃପା ଦୃଷ୍ଟିରୁ ଅନ୍ତର ହୋଇ ସାରିଛନ୍ତି।

ତେବେ ପ୍ରଶ୍ନ ଉଠେ ହାଇକମାଣ୍ତଙ୍କୁ ଅମାନ୍ୟ କଲା ଭଳି ସାହସ ଅଶୋକ ଗେହଲୋଟ ଜୁଟାଇ ପାରିଲେ କେମିତି? ଏହାର ଉତ୍ତର ପାଇବା ଲାଗି ଉପକ୍ରମରେ ବର୍ଣ୍ଣିତ ପି. ଚିଦମ୍ବରମଙ୍କ ଆଲେଖ୍ୟ ମଧୢ କିଛି ସହାୟତା ପ୍ରଦାନ କରିପାରେ। ତହିଁରେ ଚିଦମ୍ବରମ ଲେଖିଛନ୍ତିି ଯେ କ˚ଗ୍ରେସର ଇତିହାସରେ ହାଇକମାଣ୍ତ (‘ପ୍ରଶ୍ନାତୀତ ନେତୃତ୍ବ’ର ଅଧିକାରୀ)ମାନେ ସର୍ବଦା ପ୍ରେରଣାର ଉତ୍ସ ପାଲଟି ଦଳ ଲାଗି ଆଦର୍ଶ ଏବ˚ ସ୍ବପ୍ନ ସ୍ଥାପନ କରିବା ସହିତ ଅସ˚ଖ୍ୟ ଅନୁଗାମୀଙ୍କୁ ଆକର୍ଷିତ କରି ଜନାଧାର ସୃଷ୍ଟି କରି ଆସିଛନ୍ତି; ଅପର ପକ୍ଷରେ କ˚ଗ୍ରେସର ଅଧୢକ୍ଷମାନେ ‘ନଟ୍‌ ବୋଲ୍‌ଟ ଟାଇଟ୍‌’ କଲା ଭଳି ମରାମତି କାର୍ଯ୍ୟ ଉପରେ ଧୢାନ ଦେଇ ଦଳକୁ ନିର୍ବାଚନ ଦୌଡ଼ ଲାଗି ପ୍ରସ୍ତୁତ କରି ରଖନ୍ତି। ସେହି ଦୃଷ୍ଟିରୁ ୧୯୨୧ ମସିହାରୁ ୧୯୪୮ ମସିହା ମଧୢରେ ଦଳର ‘ହାଇକମାଣ୍ତ’ ଥିଲେ ମହାତ୍ମା ଗାନ୍ଧୀ, ଯେଉଁ ସମୟ ଖଣ୍ତରେ ଦଳ ୧୪ ଜଣ ଅଧୢକ୍ଷଙ୍କୁ ଦେଖିଥିଲା। ତାଙ୍କ ପରେ ଜଵାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଏବ˚ ରାଜୀବ ଗାନ୍ଧୀଙ୍କ ଦେଇ ‘ହାଇକମାଣ୍ତ’ର ଭୂମିକା ଏବେ ପହଞ୍ଚିଛି ସୋନିଆ ଏବ˚ ରାହୁଳ ଗାନ୍ଧୀଙ୍କ ନିକଟରେ। ଚିଦମ୍ବରମଙ୍କ ଏହି ପର୍ଯ୍ୟବେକ୍ଷଣ ପରିପ୍ରେକ୍ଷୀରେ ସ୍ବୀକାର କରିବାରେ ଦ୍ବିଧା ନାହିଁ ଯେ ମହାତ୍ମା ଗାନ୍ଧୀଙ୍କ ଭଳି ଅନତିକ୍ରମ୍ୟ ନେତୃତ୍ବ ପ୍ରଦାନର ପରାକାଷ୍ଠା ପରବର୍ତ୍ତୀ କାଳରେ ମଳିନ ପଡ଼ିଥିଲେ ସୁଦ୍ଧା ନେହରୁ ବା ଇନ୍ଦିରା ଗାନ୍ଧୀ ଏପରିକି ରାଜୀବ ଗାନ୍ଧୀଙ୍କ ଠାରେ ତାହାର ଝଲକ ବିଦ୍ୟମାନ ଥିଲା, ଯାହା କ˚ଗ୍ରେସ ଲାଗି ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରି ନିର୍ବାଚନରେ ଦଳର ବିଜୟ ଯାତ୍ରାକୁ ପ୍ରାୟତଃ ଅବ୍ୟାହତ ରଖିଥିଲା। କହିବା ବାହୁଲ୍ୟ, କ˚ଗ୍ରେସର ତତ୍କାଳୀନ ଅଧୢକ୍ଷଗଣ ‘ନଟ୍‌ ବୋଲ୍‌ଟ ଟାଇଟ୍‌’ କଲା ଭଳି କାର୍ଯ୍ୟରେ ନିୟୋଜିତ ଥିଲେ ସୁଦ୍ଧା ଏକ ବିଜୟୀ ଦଳ ଲାଭ କରୁଥିବା କ୍ଷମତାର ଆଲୋକରେ ଉଦ୍‌ଭାସିତ ମଧୢ ହେଉଥିଲେ। କିନ୍ତୁ ୨୦୧୪ ମସିହା ପର ଠାରୁ କ˚ଗ୍ରେସ ଭୋଗି ଚାଲିଥିବା କ୍ରମାଗତ ନିର୍ବାଚନ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ‘ହାଇକମାଣ୍ତ’ଙ୍କ ଚୁମ୍ବକୀୟ ଆକର୍ଷଣ ପ୍ରାୟ ନିଷ୍ପ୍ରଭ ବୋଲି ପ୍ରମାଣିତ ହେବାରେ ଲାଗିଛି। ସୁତରା˚, ଅଶୋକ ଗେହଲୋଟଙ୍କ ଭଳି ସ୍ଥାନୀୟ ସମର୍ଥନ ଓ ସ˚ଗଠନ ସୃଷ୍ଟି କରି ପାରିଥିବା ନେତା ହାଇକମାଣ୍ତଙ୍କ ଆଦେଶକୁ ଅମାନ୍ୟ କରିବା ଭଳି ସାହସ ଜୁଟାଇବାରେ ବିସ୍ମିତ ହେବାର କାରଣ ମଧୢ ନାହିଁ।

ଗଲା ବର୍ଷ ନଭେମ୍ବର ମାସରେ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସି˚ହ କ˚ଗ୍ରେସ ହାଇକମାଣ୍ତଙ୍କ ସହ ମୁହାଁମୁହିଁ ହେବା ସହିତ ଦଳ ତ୍ୟାଗ କରି ପରବର୍ତ୍ତୀ ନିର୍ବାଚନରେ କ˚ଗ୍ରେସର ବିଧ୍ବ˚ସର କାରଣ ହୋଇଥିଲେ। ସୁତରା˚, ଅଶୋକ ଗେହଲୋଟଙ୍କୁ ନେଇ ଦଳର ନିଷ୍ପତ୍ତି କିଭଳି ହେବ, ତାହା ଗୁରୁତ୍ବପୂର୍ଣ୍ଣ। ଏହା ରାଜସ୍ଥାନରେ ପଞ୍ଜାବର ପୁନରାବୃତ୍ତି ନ ଘଟାଉ। ତେବେ, ଏଭଳି ବିବାଦମାନ ଲାଗି ରହିଲେ ଭବିଷ୍ୟତ୍‌ରେ ଆହୁରି ଅନେକ ନାଟକୀୟ କ୍ଷଣ ସୃଷ୍ଟି ହୋଇ କ˚ଗ୍ରେସର ଦଳୀୟ ବ୍ୟାପାର ନେଇ ବିପୁଳ ଆଗ୍ରହ ସୃଷ୍ଟିର କାରଣ ମଧୢ ହୋଇପାରେ। କିନ୍ତୁ ତାହା ଦଳ ଲାଗି ଉତ୍ସାହପ୍ରଦ ହେବ ନାହିଁ।

ସମ୍ବନ୍ଧିତ ଖବର