ଯେଉଁ ରାଜ୍ୟମାନଙ୍କରେ ବିଜେପିର ବିକଳ୍ପ ଭାବରେ କ˚ଗ୍ରେସ ରହିଛି, ସେଠାରେ ତୃତୀୟ ଶକ୍ତି ହିଁ ଅନୁପସ୍ଥିତ। ସେହିସବୁ ରାଜ୍ୟରେ ମଧ୍ୟ କ˚ଗ୍ରେସ ସ˚ଗଠନ ମୁମୂର୍ଷୁ। ତୃଣମୂଳ ସ୍ତରରେ ସା˚ଗଠନିକ କର୍ମୀ ଓ କର୍ମକର୍ତ୍ତା ସେମାନଙ୍କ ଉତ୍ସାହ ହରାଇ ବସିଛନ୍ତି। ତୃଣମୂଳ ସ୍ତରରେ ସା˚ଗଠନିକ ପ୍ରଭାବ ନିଷ୍ପ୍ରଭ ହୋଇ ପଡ଼ିଥିବାରୁ କ˚ଗ୍ରେସ ଲୋକମାନଙ୍କର ଆସ୍ଥାଭାଜନ ହୋଇପାରୁନାହିଁ। ସ˚ଜୟ ଝା ତାଙ୍କ ପ୍ରବନ୍ଧରେ ଦଳର ନେତୃତ୍ବ ଓ ସା˚ଗଠନିକ ଢାଞ୍ଚାକୁ ନେଇ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହା ଯଥାର୍ଥ।

Advertisment

କ˚ଗ୍ରେସର ଜାତୀୟ ମୁଖପାତ୍ର ଥିବା ସଞ୍ଜୟ ଝା ଗତ ୭ ତାରିଖରେ ଏକ ଖବରକାଗଜ ପ୍ରବନ୍ଧରେ ଲେଖିଛନ୍ତି ଯେ କ˚ଗ୍ରେସ ଧୀରେ ଧୀରେ ଏହାର ତେଜ ହରାଉଥିବା ବେଳେ କ˚ଗ୍ରେସ ଲୋକମାନେ ନିରବର ସହିତ ଦେଖିବା ବ୍ୟତୀତ ଆଉ କିଛି କରିପାରୁନାହାନ୍ତି। ସଞ୍ଜୟ ଝାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ତାଙ୍କ ବିଦ୍ୟା ବୁଦ୍ଧି ଯୋଗୁ ସେ କ˚ଗ୍ରେସ ମୁଖପାତ୍ର ଭାବରେ ପ୍ରଶ˚ସା ମଧୢ ପାଇଥାନ୍ତି। କ˚ଗ୍ରେସ ଦଳର ନେତୃତ୍ବ ଓ ଆଭ୍ୟନ୍ତରୀଣ ରାଜନୈତିକ ପରିଚାଳନା ବ୍ୟବସ୍ଥା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ପୂର୍ବରୁ ସ୍ବାତୀ ଚର୍ତୁବେଦୀ ଓ ଅନ୍ୟ କେତେକ ମୁଖପାତ୍ର ଦଳ ଛାଡ଼ି ଯାଇଛନ୍ତି। ରାହୁଳ ଗାନ୍ଧୀଙ୍କର ଘନିଷ୍ଠ କ˚ଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ସମର୍ଥକ ବିଧାୟକମାନଙ୍କ ସହିତ ଦଳ ଛାଡ଼ି ଚାଲିଯିବା ପରେ ବହୁ ବର୍ଷ ପରେ ମଧ୍ୟପ୍ରଦେଶରେ କ୍ଷମତାକୁ ଫେରିଥିବା କ˚ଗ୍ରେସ କ୍ଷମତାଚ୍ୟୁତ ହୋଇଗଲା। ପୂର୍ବରୁ କର୍ଣ୍ଣାଟକରେ କ˚ଗ୍ରେସ ବିଧାୟକମାନେ ଇସ୍ତଫା ଦେଇ କୁମାରସ୍ବାମୀ ସରକାରଙ୍କୁ ଗାଦିଚ୍ୟୁତ କଲେ ଓ ପରେ ଉପନିର୍ବାଚନରେ ଏହି ଦଳବଦଳକାରୀ ବିଧାୟକମାନେ ନିର୍ବାଚିତ ମଧ୍ୟ ହେଲେ। ଗୁଜୁରାଟ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସେଠାରେ ମଧୢ କ˚ଗ୍ରେସ ବିଧାୟକ ଇସ୍ତଫା ଦେବା ନେଇ ବିବାଦ ଆରମ୍ଭ ହୋଇଛି। ଏହା ସମସ୍ତେ ସ୍ବୀକାର କରୁଛନ୍ତି ଯେ କ˚ଗ୍ରେସ ନେତୃତ୍ବ ଓ ସ˚ଗଠନର ଆକର୍ଷଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ତେଣୁ ସଞ୍ଜୟ ଝା ଉଠାଇଥିବା ପ୍ରଶ୍ନକୁ ଏଡ଼ାଇ ଯାଇ ହେବନାହିଁ, ଏବ˚ ତାହା ମଧୢ କ˚ଗ୍ରେସର ଲାଭ କରିବ ନାହିଁ। କେନ୍ଦ୍ରରେ ମୋଦୀ ସରକାରଙ୍କର ଏକ ଗଣତାନ୍ତ୍ରିକ ବିକଳ୍ପର ଆବଶ୍ୟକତା ଲୋଡ଼ା ପଡୁଥିବା ଦୃଷ୍ଟିରୁ ଦେଶକୁ ଦୀର୍ଘ ୫୦ ବର୍ଷ କାଳ ଶାସନ କରିଥିବା ସର୍ବପୁରାତନ କ˚ଗ୍ରେସ ଦଳ ତାର ହୃତ ତେଜ ଫେରି ପାଇବା ଗଣତନ୍ତ୍ର ପାଇଁ ଶୁଭଙ୍କର ହେବ। ନେତୃତ୍ବ ସ˚କଟରେ ପଡ଼ି ୧୩୫ ବର୍ଷର ପୁରୁଣା ଦଳ କ˚ଗ୍ରେସ ଗୋଟିଏ ପରିବାର ନିକଟରେ ଛନ୍ଦି ହୋଇ ପଡ଼ିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା କ˚ଗ୍ରେସର ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଠାରୁ। ୧୯୬୯ର କ˚ଗ୍ରେସ ବିଭାଜନ ପରେ ୧୯୭୧ରେ ଇନ୍ଦିରା ଗାନ୍ଧୀଙ୍କର ନେତୃତ୍ବରେ ଥିବା କ˚ଗ୍ରେସର ବିପୁଳ ବିଜୟ ପରେ ସେ ନିଜ ଦଳର ସର୍ବମୟ କର୍ତ୍ତ୍ରୀ ହୋଇଯାଇଥିଲେ। ମନେ ରଖିବାକୁ ହେବ ଯେ କ˚ଗ୍ରେସ ଏକାଧିକ ବାର ବିଭାଜିତ ହୋଇଥିବା ସତ୍ତ୍ବେ ତାର ଯେଉଁ ଅ˚ଶ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବ ଅଧୀନରେ ଥିଲା, ତାହା ଏବେ ଜାତୀୟ କ˚ଗ୍ରେସ ରୂପେ ବିଦ୍ୟମାନ।

୧୯୬୯ରେ କ˚ଗ୍ରେସ ବିଭାଜିତ ହେବା ପୂର୍ବରୁ କ˚ଗ୍ରେସର କାର୍ଯ୍ୟକାରୀ କମିଟିର ଅର୍ଧେକ ଆସନ ପାଇଁ ନିର୍ବାଚନ କରାଯାଉଥିଲା, ଯାହାକି କ˚ଗ୍ରେସର ନୀତି ନିର୍ଦ୍ଧାରଣରେ ମୁଖ୍ୟ ଭୂମିକା ନେଉଥିଲା। କିନ୍ତୁ କ˚ଗ୍ରେସର ବିଭିନ୍ନ ରାଜ୍ୟରେ ନେତା ମନୋନୟନ ବା ଗୁରୁତ୍ବପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି କ˚ଗ୍ରେସ ସ˚ସଦୀୟ ବୋର୍ଡ ଗ୍ରହଣ କରୁଥିଲା। ସ˚ସଦୀୟ ବୋର୍ଡରେ ସଭାପତିଙ୍କୁ ମିଶାଇ ୮ ଜଣ ସଦସ୍ୟ ରହୁଥିଲେ। ବାସ୍ତବରେ କ˚ଗ୍ରେସ ହାଇକମାଣ୍ତ କହିଲେ ଏମାନଙ୍କୁ ବୁଝାଉଥିଲା। ଏହା ବ୍ୟକ୍ତିକୈନ୍ଦ୍ରିକ ନ ଥିଲା। କିନ୍ତୁ ଇନ୍ଦିରା କ˚ଗ୍ରେସରେ ଏହି ଗଣତାନ୍ତ୍ରିକ ଧାରାକୁ ଭାଙ୍ଗିବାର ଉଦ୍ୟମ ହେଲା। ଅବଶ୍ୟ ପ୍ରଥମେ ଦଳ ଭିତରେ ଇନ୍ଦିରା ଗାନ୍ଧୀ କିଛି ବିରୋଧର ସାମନା କରିଥିଲେ; ସେମାନଙ୍କ ଭିତରେ ଚନ୍ଦ୍ରଶେଖରଙ୍କ ନାମ ସ୍ମରଣଯୋଗ୍ୟ। କିନ୍ତୁ ଏ ସବୁ ସତ୍ତ୍ବେ ଇନ୍ଦିରା ଗାନ୍ଧୀଙ୍କ ଲୋକପ୍ରିୟତା ହ୍ରାସ ନ ପାଇବା ଏବ˚ ୧୯୭୧ ମସିହାର ଶେଷ ଭାଗରେ ପାକିସ୍ତାନ ସହିତ ଯୁଦ୍ଧରେ ଭାରତର ବିପୁଳ ବିଜୟ ପରେ ଏହା ଶୀର୍ଷତମ ସୋପାନରେ ପହଞ୍ଚିବା ତାଙ୍କୁ ଜଣେ ଏକଛତ୍ରବାଦୀ ନେତ୍ରୀରେ ପରିଣତ କରି ଦେଇଥିଲା, ଯାହା କେବଳ ଦଳ ଭିତରେ ନୁହେଁ ପ୍ରଧାନମନ୍ତ୍ରୀ ଭାବେ ଗଣତାନ୍ତ୍ରିକ ଅନୁଷ୍ଠାନ ପ୍ରତି ଅବଜ୍ଞାରେ ଦେଖିବାକୁ ମିଳିଥିଲା। ସପ୍ତମ ଦଶକରେ ତାଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀ ପରିସ୍ଥିତି ହେଉଛି ତାର ଏକ ପ୍ରମାଣ। ଯଦିଓ ଜରୁରୀ ପରିସ୍ଥିତି ପରେ ହୋଇଥିବା ୧୯୭୭ ମସିହାର ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବାଧୀନ କ˚ଗ୍ରେସ ପରାଜିତ ହୋଇଥିଲା, ସରକାର ଗଢ଼ିଥିବା ଜନତା ଦଳ ମାତ୍ର ଦୁଇ ବର୍ଷର ଶାସନ ପରେ ଟଳି ପଡ଼ିଥିଲା। ତେଣୁ ୧୯୮୦ ନିର୍ବାଚନରେ ପୁଣି ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ କ˚ଗ୍ରେସ ବିପୁଳ ବିଜୟ ଲାଭ କଲା। ତାଙ୍କ ଲୋକପ୍ରିୟତା ଓ କର୍ତ୍ତୃତ୍ବ ପୁଣି ଥରେ ସିଦ୍ଧ ହେଲା। କ˚ଗ୍ରେସ ଦଳରେ ଜଗଜ୍ଜୀବନ ରାମ ଓ ଵାଇ.ବି. ଚଭନଙ୍କ ପରି ବିଶିଷ୍ଟ ଓ ବରିଷ୍ଠ ନେତା ଥିବା ସତ୍ତ୍ବେ ଇନ୍ଦିରା ଗାନ୍ଧୀଙ୍କ ବାକ୍ୟ ହିଁ ଦଳ ଭିତରେ ପ୍ରଥମ ଓ ଅନ୍ତିମ ବାକ୍ୟ ଥିଲା। ଏଣିକି ଦଳ ମଧୢରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସ˚କୁଚିତ କରିବାର ପ୍ରକ୍ରିୟା ଚୂଡ଼ାନ୍ତ ରୂପ ପାଇଲା। ଇନ୍ଦିରା ଗାନ୍ଧୀ କ˚ଗ୍ରେସର ସଭାନେତ୍ରୀ ଓ ପ୍ରଧାନମନ୍ତ୍ରୀ ଦୁଇଟି ଯାକ ଆସନ ନିଜ ହାତରେ ରଖିଥିଲେ।

୧୯୮୪ରେ ତାଙ୍କର ହତ୍ୟା ପରେ ରାଜନୀତିର ପରିସର ଭିତରେ ଆଦୌ ନ ଥିବା ରାଜୀବ ଗାନ୍ଧୀଙ୍କୁ ଏକା ଥରକେ କ˚ଗ୍ରେସ ସଭାପତି ଓ ପ୍ରଧାନମନ୍ତ୍ରୀ ରୂପେ ମନୋନୀତ କରାଗଲା। ଏଥି ଲାଗି କୌଣସି ସ˚ସଦୀୟ ଦଳ ବୈଠକ ହୋଇ ନ ଥିଲା। ଏହା ହିଁ ଥିଲା କ˚ଗ୍ରେସ ଭଳି ଏକ ବିଶାଳ ଓ ପୁରୁଖା ନେତାଙ୍କ ଦ୍ବାରା ଭରା ଦଳର ଗୋଟିଏ ପରିବାର ପ୍ରତି ନିର୍ଭରଶୀଳ ହୋଇ ପଡ଼ିବାର ପ୍ରଥମ ଦୃଷ୍ଟାନ୍ତ। ୧୯୮୪ ଲୋକସଭା ନିର୍ବାଚନରେ ରାଜୀବ ଗାନ୍ଧୀଙ୍କ ନେତୃତ୍ବାଧୀନ କ˚ଗ୍ରେସ ମଧୢ ବିପୁଳ ବିଜୟ ଲାଭ କଲା। କିନ୍ତୁ ପରେ ପରେ ସାହାବାନୁ ଓ ବୋଫର୍ସ ମାମଲା ଭଳି କେତେକ ପ୍ରସଙ୍ଗରେ କ˚ଗ୍ରେସ ଦଳରେ ଅସନ୍ତୋଷ ବଢ଼ିଲା ଏବ˚ ଭି.ପି. ସି˚ହ କ˚ଗ୍ରେସ ଛାଡ଼ିଲେ। ପରେ ତାଙ୍କ ନେତୃତ୍ବରେ ବିରୋଧୀ ମହାମେଣ୍ଟ କ˚ଗ୍ରେସକୁ କ୍ଷମତାଚ୍ୟୁତ କରିବାରେ ସଫଳ ହେଲା। ତା’ ପରେ ଆସିଥିବା ରାଜନୈତିକ ପରିବର୍ତ୍ତନରେ ମଣ୍ତଳ ଓ ମନ୍ଦିର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆରମ୍ଭ କଲେ। ଭାରତରେ ଦକ୍ଷିଣ ପନ୍ଥୀ ରାଜନୀତି ବଳଶାଳୀ ହୋଇ ଉଠିଲା।

୧୯୯୧ରେ ଆତତାୟୀଙ୍କ ଦ୍ବାରା ରାଜୀବ ଗାନ୍ଧୀ ନିହତ ହେବା ପରେ ୧୯୯୧ ନିର୍ବାଚନରେ କ˚ଗ୍ରେସ ଦଳ ନରସି˚ହ ରାଓଙ୍କ ନେତୃତ୍ବରେ ପୁଣି କ୍ଷମତାକୁ ଆସିଲା। କିନ୍ତୁ କ˚ଗ୍ରେସ ସ˚ଗଠନକୁ ସେ ଉତ୍ତର ଭାରତରେ ସୁଦୃଢ଼ କରିପାରିଲେ ନାହିଁ। ତା ସହିତ ହିନ୍ଦୁତ୍ବ ରାଜନୀତିର ପ୍ରଭାବରେ ତୃଣମୂଳ ସ୍ତରରେ କ˚ଗ୍ରେସ ତାର ତେଜ ହରାଇବାରେ ଲାଗିଥିଲା। ୧୯୯୬, ୧୯୯୮ରେ କ˚ଗ୍ରେସର ପରାଜୟ ପରେ ସୀତାରାମ କେଶରୀଙ୍କୁ କ˚ଗ୍ରେସର ମୁଖିଆ ଦାୟିତ୍ବରୁ ହଟାଇ ଦିଆଯାଇ ସୋନିଆ ଗାନ୍ଧୀଙ୍କୁ କ˚ଗ୍ରେସ ସଭାପତି କରିବା ପାଇଁ ଉଦ୍ୟମ ହେଲା। ସେ ସଭାପତି ହେଲେ। ତାଙ୍କ ନେତୃତ୍ବରେ ଯଦିଓ ୧୯୯୯ରେ କ˚ଗ୍ରେସ ପରାଜିତ ହେଲା, କିନ୍ତୁ ୨୦୦୪ ନିର୍ବାଚନ ପରେ ସୋନିଆ ଗାନ୍ଧୀଙ୍କ କ˚ଗ୍ରେସ ଆବଶ୍ୟକ ସ˚ଖ୍ୟା ନ ଥିବା ସତ୍ତ୍ବେ ବାମପନ୍ଥୀ ସାମ୍ମୁଖ୍ୟ ଓ ଅନ୍ୟ ଦଳମାନଙ୍କ ସାହାଯ୍ୟରେ ଡକ୍ଟର ମନମୋହନ ସି˚ହଙ୍କ ନେତୃତ୍ବରେ ପ୍ରଥମ ୟୁପିଏ ସରକାର ଗଠନ କଲେ। ପର ନିର୍ବାଚନରେ ପୁଣି କ˚ଗ୍ରେସ ନେତୃତ୍ବରେ ୟୁପିଏ ମେଣ୍ଟ ସରକାର ଦ୍ବିତୀୟ ଥର ଲାଗି ସରକାର ଗଢ଼ିଲା। ଯଦିଓ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ କ˚ଗ୍ରେସ କିଛିଟା ସଫଳ ହୋଇଥିଲା, କିନ୍ତୁ ଦଳ ସ˚ପୂର୍ଣ୍ଣ ରୂପେ ଗୋଟିଏ ପରିବାରର ନିୟନ୍ତ୍ରଣକୁ ଆସିଗଲା। କିନ୍ତୁ ତାହା ମଧୢ ଥିଲା ଦକ୍ଷିଣ ପନ୍ଥୀ ଦଳ ବିଜେପି ନିଜକୁ ଶକ୍ତିଶାଳୀ କରିବାର ସମୟ। ସେହି ସମୟରେ ତାର ସମ୍ମୁଖୀନ ହେବାକୁ କ˚ଗ୍ରେସ ଠାରେ ଯେଉଁଭଳି ନେତୃତ୍ବ ଓ ଉତ୍ସାହର ଆବଶ୍ୟକତା ଥିଲା ତାହା ଦେଖିବାକୁ ମିଳିଲା ନାହିଁ। ସୁତରା˚, କ୍ରମେ କ˚ଗ୍ରେସର ପ୍ରଭାବ ନିଷ୍ପ୍ରଭ ପଡ଼ିବା ଆରମ୍ଭ କରିଥିଲା।

ଏହି ସମୟରେ ରାଜ୍ୟମାନଙ୍କରେ କ˚ଗ୍ରେସର ଦୁର୍ବଳ ପଡୁଥିବା ସ୍ଥିତିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ହେଲାନାହିଁ। ସୋନିଆ ଗାନ୍ଧୀ ଲଗାତର ଭାବରେ ୧୮ ବର୍ଷ ଧରି କ˚ଗ୍ରେସ ସଭାପତି ଭାବେ ରହିଲେ। ଏହି ସମୟ ଭିତରେ କ˚ଗ୍ରେସକୁ ଗଣତାନ୍ତ୍ରିକ ଧାରାକୁ ଫେରାଇବା, ବିଧିବଦ୍ଧ ସା˚ଗଠନିକ ନିର୍ବାଚନ କରିବା, କାର୍ଯ୍ୟକାରୀ କମିଟିକୁ ନିର୍ବାଚନ କରାଇବା ଓ ପୂର୍ବରୁ ଭାଙ୍ଗି ଦିଆଯାଇଥିବା କ˚ଗ୍ରେସ ସ˚ସଦୀୟ ବୋର୍ଡକୁ ପୁନର୍ଜୀବିତ କରିବା ପାଇଁ କୌଣସି ଉଦ୍ୟମ ହେଲାନାହିଁ। କ˚ଗ୍ରେସ ହାଇକମାଣ୍ତ କହିଲେ କେବଳ ସୋନିଆ ଗାନ୍ଧୀ ବୋଲି ଧରିନିଆଗଲା ଏବ˚ ନେତୃତ୍ବର ଡୋରି ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କ ଭିତରେ ଅଦଳବଦଳ ହୋଇ ରହିଲା। ଅଠର ବର୍ଷ ପରେ ସୋନିଆ ଗାନ୍ଧୀ କ୍ଷମତା ଛାଡ଼ିବା ପରେ ସ୍ବାଭାବିକ ଭାବେ ରାହୁଳ ଗାନ୍ଧୀ ସଭାପତି ହେଲେ। କ˚ଗ୍ରେସ ଦଳ ଭିତରେ ଏଥି ପ୍ରତି କୌଣସି ବିରୋଧ ବା ଆହ୍ବାନର ଆଭାସ ମଧୢ ଦେଖିବାକୁ ମିଳିଲା ନାହିଁ। ଏପରିକି ୨୦୧୯ ନିର୍ବାଚନରେ କ˚ଗ୍ରେସର ବିପର୍ଯ୍ୟୟ ପରେ ରାହୁଳ ଗାନ୍ଧୀ ଦାୟିତ୍ବ ମୁଣ୍ତାଇ ଇସ୍ତଫା ଦେବା ପରେ ମଧ୍ୟ କ˚ଗ୍ରେସ ଦଳ ଜଣେ ନୂଆ ନେତା ସ୍ଥିର କରି ନ ପାରି ପୁଣି ସୋନିଆ ଗାନ୍ଧୀଙ୍କ ପାଖକୁ ଫେରିଲେ।

ଇତି ମଧୢରେ କ˚ଗ୍ରେସ ଏକ ପାରିବାରିକ ଦଳ ହୋଇଯାଇଛି। କାର୍ଯ୍ୟକାରୀ କମିଟିରେ ଅଧିକା˚ଶ ସଦସ୍ୟ ଗତ ୧୫ ବର୍ଷରୁ ଅଧିକ କାଳ ହେଲାଣି ସେହିପରି ରହିଛନ୍ତି। ରାଜ୍ୟମାନଙ୍କରେ ନୂଆ ନେତୃତ୍ବ ପାଇଁ ସୁଯୋଗ ସୃଷ୍ଟି ହେଉନାହିଁ। ରାଜ୍ୟ ପାଇଁ ସବୁ ନିଷ୍ପତ୍ତି ଦିଲ୍ଲୀରୁ ହେଉଛି। ସବୁ କଥାରେ କେନ୍ଦ୍ରୀୟ ନେତୃତ୍ବର ଅନୁମୋଦନକୁ ଅପେକ୍ଷା କରି ରାଜ୍ୟରେ ଠିକଣା ଭାବରେ ସା˚ଗଠନିକ କାର୍ଯ୍ୟ କରାଯାଉନାହିଁ। କେନ୍ଦ୍ରୀୟ ନେତୃତ୍ବ ଓ ରାଜ୍ୟ ନେତୃତ୍ବ ଭିତରେ ସମନ୍ବୟ କମିଛି। ଯେଉଁ ରାଜ୍ୟମାନଙ୍କରେ ବିଜେପିର ବିକଳ୍ପ ଭାବରେ କ˚ଗ୍ରେସ ରହିଛି, ସେଠାରେ ତୃତୀୟ ଶକ୍ତି ହିଁ ଅନୁପସ୍ଥିତ। ସେହିସବୁ ରାଜ୍ୟରେ ମଧ୍ୟ କ˚ଗ୍ରେସ ସ˚ଗଠନ ମୁମୂର୍ଷୁ। ତୃଣମୂଳ ସ୍ତରରେ ସା˚ଗଠନିକ କର୍ମୀ ଓ କର୍ମକର୍ତ୍ତା ସେମାନଙ୍କ ଉତ୍ସାହ ହରାଇ ବସିଛନ୍ତି। ତୃଣମୂଳ ସ୍ତରରେ ସା˚ଗଠନିକ ପ୍ରଭାବ ନିଷ୍ପ୍ରଭ ହୋଇ ପଡ଼ିଥିବାରୁ କ˚ଗ୍ରେସ ଲୋକମାନଙ୍କର ଆସ୍ଥାଭାଜନ ହୋଇପାରୁନାହିଁ। ସ˚ଜୟ ଝା ତାଙ୍କ ପ୍ରବନ୍ଧରେ ଦଳର ନେତୃତ୍ବ ଓ ସା˚ଗଠନିକ ଢାଞ୍ଚାକୁ ନେଇ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହା ଯଥାର୍ଥ।

ମୋ- ୯୪୩୭୪୦୪୪୫୫