ଏବେ ଯେ କେହି ଚାହିଲେ ନିଜ ସ୍ମାର୍ଟଫୋନ ମାଧ୍ୟମରେ ଅସତ୍ୟ ଏବଂ ଅର୍ଦ୍ଧ ସତ୍ୟକୁ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଇ ଭୁଲ୍ ବୁଝାମଣା, ଅଶାନ୍ତି, ବିଭ୍ରାନ୍ତି ଏବଂ ଅସ୍ଥିରତା ସୃଷ୍ଟି କରି ପାରୁଛନ୍ତି। ଏମାନଙ୍କ ଦାୟିତ୍ବହୀନତା ଚିନ୍ତାର କାରଣ ହେଲାଣି। ଏମାନେ ଭୁଲି ଯାଉଛନ୍ତି ଯେ କୌଣସି ଅପରାଧ ବା ଅପକର୍ମରେ ଅାରୋପିତ ବ୍ୟକ୍ତ ପ୍ରକୃତ ଅପରାଧୀ ହୋଇ ନ ଥାଇ ପାରନ୍ତି। କିନ୍ତୁ ଏମାନେ ସବୁ ଅଭିଯୁକ୍ତଙ୍କୁ ଅପରାଧୀରେ ପରିଣତ କରିବା ସହିତ ସେମାନଙ୍କ ନିମ୍ନତମ ସମ୍ମାନବୋଧକୁ ମଧ୍ୟ ଚୂରମାର କରି ଦେଉଛନ୍ତି। ଅନେକ ସମୟରେ ଭାଷାରେ ଶାଳୀନତା ରହୁନି।
ଅତ୍ୟନ୍ତ ଅରୁଚିକର କଥାକୁ ଏମିତି ପ୍ରସାର କରାଯାଉଛି, ସତେ ଯେମିତି ତାହା ହିଁ ସବୁଠାରୁ ବଡ଼ ଖବର। ଏବେ ଟୁଙ୍ଗୁରୁ ଭୋଳ ନାମକ ଅଟୋ ଡ୍ରାଇଭରକୁ ନେଇ ପ୍ରସାରିତ ଖବରର ଝଡ଼ ଏହାର ଉଦାହରଣ। ଏହା କେବଳ ନିମ୍ନ ସ୍ତରୀୟ ରୁଚି ସଂପନ୍ନ ଲୋକଙ୍କୁ ଅବା ଆନନ୍ଦ ଦେଉଥିବ, କିନ୍ତୁ ଅଧିକାଂଶ ଏଭଳି ଖବରର ଆକ୍ରମଣରେ ତ୍ରାହି ତ୍ରାହି ଡାକିଲେଣି। କେବଳ ସେତିକି ନୁହେଁ, ସାମାଜିକ ଗଣମାଧ୍ୟମରେ ହିଂସା ଓ ଘୃଣାର ଭରପୂର ପ୍ରସାର କରାଯାଉଛି। ଏହା ଉପରେ ନିୟନ୍ତ୍ରଣ ଲାଗିବା ଅତ୍ୟନ୍ତ ଜରୁରୀ। ତାହା ନ ହେଲେ ସାମାଜିକ ଗଣମାଧ୍ୟମ ଦ୍ବାରା ଦେଶରେ କେବଳ ଅରାଜକତା ବ୍ୟାପିବା ସାର ହେବ।
ବିଷ୍ଣୁପ୍ରସାଦ ମହାରଣା
ବାଜିଚୌକ, ଢେଙ୍କାନାଳ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/5-4.jpg)