କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ୨୦୧୯-୨୧ର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟକୁ ଆଧାର କରି କରାଯାଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ ଭାରତରେ ‘ଜିରୋ-ଫୁଡ୍’ ଶିଶୁମାନଙ୍କ ହାର ଦକ୍ଷିଣ ଆଫ୍ରିକୀୟ ଦେଶ ଗିନି, ବେନିନ୍, ଲାଇବେରିଆ ଓ ମାଲି ସହିତ ତୁଳନୀୟ। ‘ଜିରୋ-ଫୁଡ୍’ ଶିଶୁ ହେଉଛନ୍ତି ଛଅ ମାସରୁ ୨୪ ମାସ ବୟସର ସେହି ଶିଶୁ ଯେଉଁମାନେ ଲଗାତାର ୨୪ ଘଣ୍ଟା ଧରି କ୍ଷୀର ବା ଅର୍ଧତରଳ ବା କଠିନ ଖାଦ୍ୟ ଖାଇବାକୁ ପାଇନଥାନ୍ତି। ଉକ୍ତ ଅଧ୍ୟୟନ ଅନୁସାରେ ଭାରତରେ ‘ଜିରୋ-ଫୁଡ୍’ ଶିଶୁଙ୍କ ସଂଖ୍ୟା ହେଉଛି ୬୭ ଲକ୍ଷ। ‘ଜିରୋ-ଫୁଡ୍’ ଶିଶୁଙ୍କ ହାର ଦୃଷ୍ଟିରୁ ଗିନି ଓ ମାଲି ଯଥାକ୍ରମେ ୨୧.୮% ଓ ୨୦.୫% ହାର ସହ ପୃଥିବୀର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଭାରତ ୧୯.୩% ହାର ସହିତ ତୃତୀୟ ସ୍ଥାନରେ ଅଛି। ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶ ଓ ପାକିସ୍ତାନରେ ‘ଜିରୋ-ଫୁଡ୍’ ଶିଶୁମାନଙ୍କ ହାର ହେଉଛି ଯଥାକ୍ରମେ ୫.୬% ଓ ୯.୨%। ଶିଶୁ ପୋଷଣ ସହ ଜଡ଼ିତ ଭାରତୀୟ ବିଶେଷଜ୍ଞମାନେ କହନ୍ତି ଯେ ଶିଶୁମାନେ ‘ଜିରୋ-ଫୁଡ୍’ ସ୍ଥିତିର ସମ୍ମୁଖୀନ ହେବାର କାରଣ ପ୍ରକୃତରେ ଖାଦ୍ୟର ଅଭାବ ନୁହେଁ, ବରଂ ମାଆମାନେ ଶିଶୁମାନଙ୍କୁ ଖୁଆଇବା ଦିଗରେ ଯତ୍ନଶୀଳ ହେଉ ନ ଥିବାର ପ୍ରମାଣ।
ଦର୍ପଣ: ଭାରତର ‘ଜିରୋ-ଫୁଡ୍’ ଶିଶୁ
/sambad/media/post_attachments/wp-content/uploads/2024/03/dgjgjddgjgj.jpg)