୨୦୧୨ ମସିହାରୁ ଭାରତରେ ସବୁ ପ୍ରକାର ଧୂମବିହୀନ ତମାଖୁ ନିଷେଧ କରାଯାଇଛି। ତଥାପି ଗୁଟ୍ଖାର ଉତ୍ପାଦନ, ବିକ୍ରୟ ଓ ବ୍ୟବହାର ଚାଲୁ ରହିଛି।
‘ଲୋକାଲସର୍କଲ୍ସ’ ନାମକ ସଂଗଠନ ଦ୍ବାରା ଦେଶର ୩୧୮ଟି ଜିଲ୍ଲାରେ କରାଯାଇଥିବା ଏକ ସର୍ଭେରୁ ଗୁଟ୍ଖାର ଉପଲବ୍ଧତା ଓ ବ୍ୟବହାର ସମ୍ପର୍କରେ ଏକ ଚିନ୍ତାଜନକ ଚିତ୍ର ମିଳିଥାଏ। ଏହାର ଦୁଇ-ତୃତୀୟାଂଶ ଅଂଶଗ୍ରହଣକାରୀ କହିଛନ୍ତି ଯେ ସେମାନଙ୍କ ଜିଲ୍ଲାର ସବୁ ଅଞ୍ଚଳରେ ଗୁଟ୍ଖା ଉତ୍ପାଦମାନ ସହଜରେ ମିଳିଥାଏ। ୧୮% ଜିଲ୍ଲାର ଲୋକଙ୍କ ଅନୁଯାୟୀ ସେମାନଙ୍କ ଜିଲ୍ଲାର ଅନେକ ସ୍ଥାନରେ ଓ ୯% ଜିଲ୍ଲାର ଲୋକଙ୍କ ଅନୁଯାୟୀ ସେମାନଙ୍କ ଜିଲ୍ଲାର କେବଳ କିଛି ମାତ୍ର ସ୍ଥାନରେ ଗୁଟ୍ଖା ମିଳିଥାଏ। ତେବେ, ମାତ୍ର ୫ ପ୍ରତିଶତ ଜିଲ୍ଲାର ଅଂଶଗ୍ରହଣକାରୀଙ୍କ ଅନୁସାରେ ସେମାନଙ୍କ ଜିଲ୍ଲାରେ ଗୁଟ୍ଖା ମିଳିବା କଷ୍ଟ।
ଗୁଟ୍ଖା ଖାଇବାର ଅଭ୍ୟାସ ସଂପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି ଯେ ୮୩ ପ୍ରତିଶତ ଲୋକଙ୍କ ପରିବାରରେ କେହି ଗୁଟ୍ଖା ଖାଆନ୍ତି ନାହିଁ। କିନ୍ତୁ ୧୦% କହିଥିଲେ ଯେ ପରିବାରର ଅନ୍ୟୂନ ଜଣେ, ୪% କହିଥିଲେ ଯେ ପରିବାରର ୨ରୁ ୩ ଜଣ ଓ ୩% କହିଥିଲେ ଯେ ୪ ଜଣରୁ ଅଧିକ ଲୋକ ଗୁଟ୍ଖା ଖାଆନ୍ତି। ତେଣୁ ପ୍ରତି ଛଅଟି ପରିବାରରୁ ଗୋଟିଏ ପରିବାରର ଅନ୍ୟୂନ ଜଣେ ସଦସ୍ୟ ଗୁଟ୍ଖା ଖାଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ଗୁଟ୍ଖା ଉତ୍ପାଦନ ଓ ବିକ୍ରିକୁ କଡ଼ାକଡ଼ି ଭାବେ ନିଷେଧ କରିବାର ଔଚିତ୍ୟକୁ ୮୧% ଅଂଶଗ୍ରହଣକାରୀ ସମର୍ଥନ କରିଥିବା ବେଳେ ୧୯% ଏହାକୁ ବିରୋଧ କରିଥିଲେ। ଏହି ସର୍ବେକ୍ଷଣରେ ୩୪,୦୦୦ ଲୋକ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୬% ପୁରୁଷ ଓ ୩୪% ମହିଳା ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp