ନିଖୁଣ ବଜାର

ବିଭିନ୍ନ କିସମର ବଜାରମାନଙ୍କ ମଧୢରେ ଯେଉଁଟି ସର୍ବୋତ୍ତମ, ତାହା ଅବାଧ ପ୍ରତିଯୋଗିତା ମୂଳକ ବଜାର ବା ‘ନିଖୁଣ ପ୍ରତିଯୋଗିତା’ ବୋଲି ଅର୍ଥଶାସ୍ତ୍ରର ପ୍ରତ୍ୟେକ ଛାତ୍ରକୁ ଜଣା। ସେମାନେ ମଧୢ ଜାଣନ୍ତି ବାସ୍ତବ ଦୁନିଆରେ ଯଦି କେଉଁ କ୍ଷେତ୍ରରେ ଏପରି ନିଖୁଣ ବଜାର ଦେଖାଯାଇଥାଏ, ତାହା ହେଉଛି କୃଷି। ଭାରତରେ ବର୍ତ୍ତମାନ ପ୍ରଣୟନ କରାଯାଇଥିବା କେତେକ କୃଷି ସ˚ସ୍କାର ଆଇନକୁ ବିରୋଧ କରି ଯେଉଁ ଆନ୍ଦୋଳନ ଆୟୋଜନ କରାଯାଇଛି, ତାହା କୃଷିର ଏହି ସ୍ବାଭାବିକ ଚରିତ୍ର ଫେରାଇ ଆଣିବା ପାଇଁ ହୋଇଥିବା ଉଦ୍ୟମ ବିରୋଧରେ ଏକ କ୍ଷୁଦ୍ର ଗୋଷ୍ଠୀର ପାଲଟା ଆକ୍ରମଣ ହୋଇଥିଲେ ବି ଅପପ୍ରଚାର କୌଶଳ ଅବଲମ୍ବନ ଦ୍ବାରା ତାହାକୁ କୃଷକ-ସ୍ବାର୍ଥବିରୋଧୀ ବୋଲି ପ୍ରତିପାଦନ କରିବାକୁ ଉଦ୍ୟମ କରାହୋଇ ଚାଲିଛି।

ଏହା ଏକ ପୁନରାବୃତ୍ତି ହୋଇଥିଲେ ହେଁ ସେପ୍ଟେମ୍ବରରେ ଆଇନରେ ପରିଣତ ହୋଇଥିବା ଏହି ତିନିଟି ସ˚ସ୍କାର କିପରି କୃଷି ବଜାରରୁ ମଇଳା ସଫା କରି କୃଷକଙ୍କ ସ୍ବାର୍ଥରକ୍ଷା କରିବା ପାଇଁ ଉଦ୍ଦିଷ୍ଟ, ତାହା ଉପରେ ଆଉ ଥରେ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଇ ପାରେ। ଗୋଟିଏ ହେଲା, ବହୁଚର୍ଚ୍ଚିତ ‘ଏଗ୍ରିକଲ୍‌ଚରାଲ୍‌ ପ୍ରଡ୍ୟୁସ୍‌ ମାର୍କେଟ୍‌ କମିଟି’ (‘ଏପିଏମ୍‌ସି’)ରେ ସ˚ସ୍କାର। ଏଗୁଡ଼ିକ ହେଉଛନ୍ତି କୃଷିଜାତ ଦ୍ରବ୍ୟର ବିକ୍ରୟ ଉପରେ କଠୋର ନିୟନ୍ତ୍ରଣ ଜାରି କରୁଥିବା ସରକାର ନିୟନ୍ତ୍ରଣାଧୀନ ସ˚ସ୍ଥାମାନ। ନୂତନ ଆଇନ କୃଷକଙ୍କୁ ‘ଏପିଏମ୍‌ସି’ ପ୍ରାଙ୍ଗଣ ବା ‘ମଣ୍ତି’ ବାହାରେ ଅଧିକ ଲାଭଜନକ ମୂଲ୍ୟ ମିଳିଲେ ନିଜର ଉତ୍ପନ୍ନ ଫସଲ ବିକ୍ରିୟ କରିବାର ସ୍ବାଧୀନତା ପ୍ରଦାନ କରି ପୂର୍ବୋକ୍ତ ନିଖୁଣ ପ୍ରତିଯୋଗିତା ନିଶ୍ଚିତ କରିଥାଏ। ଏହି ସ˚ସ୍କାର ରାଜ୍ୟ-ରାଜ୍ୟ ମଧୢରେ କୃଷିଜାତ ଦ୍ରବ୍ୟ ବାଣିଜ୍ୟରେ ଥିବା ପ୍ରତିବନ୍ଧ ସବୁର ଉଚ୍ଛେଦ ସାଧନ କରିବା ସଙ୍ଗେ ସଙ୍ଗେ ଇ-ଟ୍ରେଡିଙ୍ଗ୍‌ ସମ୍ଭବ କରାଇ ଥାଏ। ଅନ୍ୟ ଭାଷାରେ କହିଲେ ଏହା ଦ୍ବାରା କୃଷକ ବନ୍ଧନମୁକ୍ତ ହୋଇଥାଏ।

କୃଷିର ଅନ୍ତର୍ନିହିତ ଅନିଶ୍ଚିତତାରୁ କୃଷକଙ୍କୁ ସୁରକ୍ଷା ପ୍ରଦାନ ନିମିତ୍ତ ପ୍ରବର୍ତ୍ତନ କରାଯାଇଥିବା ଅନ୍ୟ ଏକ ସ˚ସ୍କାର ହେଉଛି ଚୁକ୍ତିବଦ୍ଧ କୃଷି ସମ୍ଭବ କରିବା ପାଇଁ ଏକ ଆଇନଗତ ଢାଞ୍ଚାର ସୃଷ୍ଟି। ଦର ଓ ପରିମାଣ ସମ୍ପର୍କରେ ଚାଷ ଆରମ୍ଭ ପୂର୍ବରୁ କ୍ରେତାଙ୍କ ସହିତ ଏକ ଆଇନଗତ ଚୁକ୍ତି କୃଷକଙ୍କୁ ଲାଭବାନ କରିବା ସଙ୍ଗେ ସଙ୍ଗେ ଅନିଶ୍ଚିତତାରୁ ସୁରକ୍ଷା ପ୍ରଦାନ କରିବ। ତୃତୀୟଟି ହେଲା ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନର ପହୁଞ୍ଚକୁ ସୀମିତ କରିବା ପାଇଁ ଉଦ୍ଦିଷ୍ଟ ସ˚ସ୍କାର। ଏହି ଆଇନ ବଳରେ ସରକାର କେତେକ କୃଷିଜାତ ଦ୍ରବ୍ୟ ମହଜୁଦର ପରିମାଣ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରୁଥିବା ସହିତ ସେଗୁଡ଼ିକର ଦର ମଧୢ ନିୟନ୍ତ୍ରଣ କରୁଥିଲେ। ଏହା ଯେ ନିଖୁଣ ପ୍ରତିଯୋଗିତାର ସମ୍ପୂର୍ଣ୍ଣ କଣ୍ଠରୋଧ, ଏହା ସୂଚାଇବା ଅନାବଶ୍ୟକ। ଏବେ ଖାଦ୍ୟଶସ୍ୟ, ତୈଳବୀଜ, ଡାଲି, ଆଳୁ, ପିଆଜ ଭଳି ଗୁରୁତ୍ବପୂର୍ଣ୍ଣ କୃଷିଜାତ ପଦାର୍ଥମାନ ଏହି ଶ୍ବାସରୁଦ୍ଧକାରୀ ଆଇନ ମୁଠାରୁ ମୁକୁଳି ନିଜ ପାଇଁ ସର୍ବୋଚ୍ଚ ଦାମ ଓ ସର୍ବାଧିକ ସମ୍ଭବ ଲାଭ ଅନ୍ବେଷଣ କରିପାରିବେ। କେବଳ ଜରୁରୀ ପରିସ୍ଥିତିରେ ଏଥିରେ ଯାହା ବ୍ୟତିକ୍ରମ ଘଟିପାରେ।
‘ଏପିଏମ୍‌ସି’ ହେଉଛି ଏକ ବଜାର-ବିକୃତକାରୀ ଶୋଷଣମୂଳକ ବ୍ୟବସ୍ଥା, ଯେଉଁଠି କାରବାର ହେଉଥିବା ଦ୍ରବ୍ୟର ଉତ୍ପନ୍ନକାରୀ କୃଷକ ମୁଖ୍ୟ ଚରିତ୍ର ନ ହୋଇ ଯେଉଁମାନେ ମୁଖ୍ୟ ଚରିତ୍ର ରୂପେ ଆଧିପତ୍ୟ ବିସ୍ତାର କରିଥାନ୍ତି, ସେମାନେ ହେଲେ ଦଲାଲ, ବେପାରୀ ଓ ରାଜନେତା। ଦଲାଲ ଓ ବେପାରୀ ହାତ ମିଳାଇ ଏକଚାଟିଆ ଗୋଷ୍ଠୀ ସୃଷ୍ଟି କରି ଅବାଧ ପ୍ରତିଯୋଗିତାକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରି ଦେଇଥାନ୍ତି, ଯାହା ଫଳରେ ଉତ୍ପନ୍ନକାରୀ କୃଷକର ତା’ର ଉତ୍ପାଦିତ ଫସଲର ବଜାର ଦର ଉପରେ କୌଣସି ନିୟନ୍ତ୍ରଣ ରହେ ନାହିଁ। ମଣ୍ତି ମଧୢ ଟିକସ ଓ କମିସନ୍‌ ଆଦାୟ କରିଥାଏ ଏବ˚ ଏହା ବାଦ୍‌ ରାଜ୍ୟ ସରକାର ମଧୢ ନିଜର ଟିକସ ଆଦାୟ କରିଥାନ୍ତି। ନୂତନ ଆଇନ ‘ଏପିଏମ୍‌ସି’ର କ୍ଷମତା ପରିସରକୁ କେବଳ ବଜାର ପ୍ରାଙ୍ଗଣ ମଧୢରେ ସୀମିତ କରି ଦେଇଛି। ଏହି ପ୍ରାଙ୍ଗଣ ବାହାରେ କୃଷକମାନେ ସେମାନଙ୍କର ଉତ୍ପନ୍ନ ଦ୍ରବ୍ୟକୁ ଯେ କୌଣସି ପାଇକାରୀ ବେପାରୀ, ଖାଉଟି, ପ୍ରକ୍ରିୟାକାରୀ କିମ୍ବା ରପ୍ତାନିକାରୀଙ୍କୁ ସିଧାସଳଖ ବିକ୍ରୟ କରି ପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ‘ଏପିଏମ୍‌ସି’ ମାହାସୁଲ କିମ୍ବା ସରକାରୀ ଟିକସ ଦେବାକୁ ପଡ଼ିବ ନାହିଁ। କୃଷକମାନଙ୍କର ଫସଲର କ୍ରେତାମାନେ ଏଥର ମଣ୍ତି ଏବ˚ ସରକାରଙ୍କୁ ଯେଉଁ ପାଉଣା ଦେଉଥିଲେ, ତାହାକୁ କୃଷକଙ୍କ ପକେଟ୍‌ରେ ଭର୍ତ୍ତି କରି ପାରିବେ। ଏହି କ୍ରେତାମାନେ ସେମାନଙ୍କର ନୂତନ କାରବାର-ସ୍ବାଧୀନତାର ଉପଯୋଗ କରି ସେମାନଙ୍କ କାରବାରରେ ସହାୟକ ହେବା ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟିରେ ନିବେଶ କରିବାକୁ ଉତ୍ସାହିତ ହେବେ।

‘ଚୁକ୍ତିବଦ୍ଧ କୃଷି’ ବା ‘କଣ୍ଟ୍ରାକ୍ଟ ଫାର୍ମିଙ୍ଗ୍‌’ ଆଇନ ଅନୁସାରେ କୃଷି ଉତ୍ପାଦନକାରୀମାନେ ଏଥର ଫସଲ ଏକତ୍ରକାରୀ, ପାଇକାରୀ ବେପାରୀ, ବଡ଼ ବଡ଼ ଖୁଚୁରା ବେପାରୀ, ପ୍ରକ୍ରିୟାକାରୀ ଓ ରପ୍ତାନିକାରୀଙ୍କ ସହିତ ସହମତି ଭିତ୍ତିରେ ବିକ୍ରୟ ମୂଲ୍ୟ ସ୍ଥିର କରି ଚୁକ୍ତି ସ୍ବାକ୍ଷର କରିପାରିବେ। ଚୁକ୍ତି ସ୍ବାକ୍ଷରିତ ହେବାର ତିନି ଦିନ ମଧୢରେ କୃଷକଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରାଯିବ। ପ୍ରଣିଧାନଯୋଗ୍ୟ ବିରୋଧୀମାନେ ପ୍ରଚାର କରୁଛନ୍ତି ଯେ ଏହାଦ୍ବାରା କୃଷକମାନେ ସମ୍ପୂର୍ଣ୍ଣ ରୂପେ ବଡ଼ ବଡ଼ କମ୍ପାନିମାନଙ୍କ ଅକ୍ତିଆରକୁ ଚାଲିଯିବେ, କମ୍ପାନିମାନେ ଚାଷୀଙ୍କ ଜମି ଦଖଲ କରିନେବେ। ସତ କଥା ହେଲା ଜଣେ କୃଷକ ଯେ କୌଣସି ସମୟରେ ଚୁକ୍ତିରୁ ଓହରି ଯାଇ ପାରନ୍ତି ଏବ˚ ଏଥିପାଇଁ ତାଙ୍କୁ କୌଣସି ଜରିମାନା ଦେବାକୁ ପଡ଼ିବ ନାହିଁ। ଅପରପକ୍ଷେ କ୍ରେତା କମ୍ପାନି ଯଦି ଚୁକ୍ତି ଉଲ୍ଲ˚ଘନ କରେ ତାକୁ କୃଷକଙ୍କୁ ଚୁକ୍ତିବଦ୍ଧ ମୂଲ୍ୟ ଦେବା ସହିତ ଜରିମାନା ମଧୢ ଦାଖଲ କରିବାକୁ ହେବ। ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧୢରେ ଉଭୟ ପକ୍ଷ ମଧୢରେ କୌଣସି ବିବାଦର ସମାଧାନ ନିମିତ୍ତ ଏକ ବିବାଦ ସମାଧାନ ବ୍ୟବସ୍ଥା ମଧୢ ଆଇନରେ ଅନ୍ତର୍ଭୁକ୍ତ ଅଛି। କ୍ରେତାମାନଙ୍କ ସହିତ ମୂଲଚାଲ କରିବାରେ ଅଧିକ ଶକ୍ତିଶାଳୀ ହେବା ପାଇଁ କ୍ଷୁଦ୍ର ଓ ମଧୢମ ଚାଷୀମାନେ ‘କୃଷକ ଉତ୍ପନ୍ନକାରୀ ସ˚ଗଠନ’ (‘ଏଫ୍‌ପିଓ’) ମାନ ଗଠନ କରିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ଏହି ସ˚ଗଠନମାନେ କେବଳ କୃଷିଜାତ ଦ୍ରବ୍ୟ ବିକ୍ରୟ ସମୟରେ ନୁହେଁ, କୃଷି କାର୍ଯ୍ୟରେ ବ୍ୟବହୃତ ଉପାଦାନ ଓ ଉପକରଣମାନ କ୍ରୟ କରିବା ସମୟରେ ମଧୢ କୃଷକମାନଙ୍କର ସ୍ବାର୍ଥ ରକ୍ଷା କରିବାରେ ସହାୟକ ହେବେ। ସରକାର ଏଥିପାଇଁ ଦେଶସାରା ୧୦,୦୦୦ ଏଫ୍‌ପିଓ ପ୍ରତିଷ୍ଠା କରିବା ପାଇଁ ଯୋଜନା ରଖିଛନ୍ତି।

୧୯୫୫ରେ ପ୍ରଣୀତ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନର ବିଭିନ୍ନ କ୍ଷତିକାରକ ପ୍ରଭାବ ମଧୢରୁ ଗୋଟିଏ ପ୍ରଧାନ ଥିଲା ଘରୋଇ କ୍ଷେତ୍ରରେ ଫସଲ ମହଜୁଦ କରିବା ପାଇଁ ଉପଯୁକ୍ତ ଭଣ୍ତାର ନିର୍ମାଣକୁ ନିରୁତ୍ସାହିତ କରିବା। ନୂତନ ଆଇନ ଅଧିକାଂଶ କୃଷିଜାତ ଦ୍ରବ୍ୟ ପ୍ରତି ଲାଗୁ ହେଉଥିବା ମହଜୁଦ ସୀମା ଉଠାଇ ଦେଇଥିବାରୁ ଏଥର ଉପଯୁକ୍ତ ଭଣ୍ତାର ଗୃହ ଓ ଶୀତଳଭଣ୍ତାର ଆଦି ନିର୍ମାଣରେ ଉଭୟ ଦେଶୀ ଓ ବିଦେଶୀ ପୁଞ୍ଜି ନିବେଶକାରୀମାନେ ଆଗ୍ରହୀ ହେବେ। ଏହା ସର୍ବଦା ଆଲୋଚନାର ବିଷୟବସ୍ତୁ ପାଲଟି ଆସିଛି ଯେ ଉପଯୁକ୍ତ ସାଇତିବା ବ୍ୟବସ୍ଥା ଅଭାବରୁ ଦେଶରେ ଉତ୍ପାଦିତ ଫସଲର ଏକ ବିଶେଷ ଅ˚ଶ ମୂଷା ଖାଇବାରେ ଏବ˚ ପଚିଶଢ଼ି ଯିବାରେ ନଷ୍ଟ ହୋଇଥାଏ। ଏ ସମସ୍ତ ସ˚ସ୍କାର କାର୍ଯ୍ୟକାରୀ ହେଲେ ୧୯୯୧ରେ ପ୍ରଧାନମନ୍ତ୍ରୀ ନରସି˚ହ ରାଓ ଦେଶର ଅଣ କୃଷି କ୍ଷେତ୍ରରେ ଆଣିଥିବା ବୈପ୍ଳବାତ୍ମକ ସ˚ସ୍କାର ଭଳି ଏଥର କୃଷି କ୍ଷେତ୍ରରେ ଏକ ଅନୁରୂପ ବିପ୍ଳବର ସୂତ୍ରପାତ ହେବ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସ˚କଳ୍ପରେ ଦୃଢ଼ ରହି କୃଷି ବଜାରକୁ ନିଖୁଣ କରି ତାର ଗୌରବ ରକ୍ଷା କରିପାରିବେ କି ନାହିଁ, ତାହା କେବଳ ସମୟ କହିବ।

ସମ୍ବନ୍ଧିତ ଖବର