ଜୈବ-ଯୁଦ୍ଧ!

ମାନବ ଜାତିର ବିଲୋପ ସାଧନ କରିବା କ୍ଷମତା ବହନ କରୁଥିବା କୌଣସି ପ୍ରଳୟଙ୍କରୀ ଘଟଣା ସମ୍ବନ୍ଧରେ ଅତୀତରେ ଯେତେବେଳେ ଚିନ୍ତା କରା ହୋଇଛି, ସେତେବେଳେ ଯେ କେବଳ ଏକ ବିଶ୍ବଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ କଥା ଚିନ୍ତା କରାଯାଇଛି, ଏପରି ନୁହେଁ। ଜୈବ ବିଜ୍ଞାନୀ, ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କଠାରୁ ଆରମ୍ଭ କରି ନିରାପତ୍ତା ନୀତି ନିର୍ଦ୍ଧାରକମାନଙ୍କ ପର୍ଯ୍ୟନ୍ତ ବର୍ତ୍ତମାନର ଚୀନା କରୋନା ମହାମାରୀ ପରି ପ୍ରଳୟଙ୍କରୀ ବିପଦର ସମ୍ଭାବନା ସମ୍ବନ୍ଧରେ ମଧୢ ସଚେତନ ରହି ଆସିଛନ୍ତି। ଆଉ ଯେଉଁ ନିର୍ଦ୍ଦିଷ୍ଟ ଘଟଣାଟି ସେମାନଙ୍କୁ ଏ ସମ୍ବନ୍ଧରେ ସଚେତନ ହେବାକୁ ବାଧୢ କରିଛି ତାହା ହେଉଛି ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ହେଉଥିବା ୧୯୧୮-୨୦ର ‘ସ୍ପାନିସ୍‌ ଫ୍ଲୁ’। ୧୯୧୮ରେ ପୃଥିବୀର ମୋଟ ଜନସ˚ଖ୍ୟା ଥିଲା ମାତ୍ର ୧୮୪ କୋଟି। ଆମେରିକାର ସର୍ବୋଚ୍ଚ ସ˚କ୍ରାମକ ରୋଗ ନିୟନ୍ତ୍ରଣ ସ˚ସ୍ଥା ‘ସେଣ୍ଟର‌୍‌ସ ଫର‌୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ତ୍‌ ପ୍ରିଭେନ୍‌ସନ୍‌ (‘ସିଡିସି’) ସ୍ବୀକୃତି ପ୍ରଦାନ କରିଥିବା ପରିସ˚ଖ୍ୟାନ ଅନୁସାରେ ସେ ସମୟରେ ସ୍ପାନିସ୍‌ ଫ୍ଲୁ ଯୋଗୁଁ ପୃଥିବୀରେ ଘଟିଥିବା ମୋଟ ମୃତ୍ୟୁ ସ˚ଖ୍ୟା ହୋଇଥିଲା ୫ କୋଟି, ଅର୍ଥାତ୍‌ ଏଥିଯୋଗୁଁ ପୃଥିବୀର ଲୋକସ˚ଖ୍ୟାର ୨.୭ ଶତା˚ଶ ପୋଛି ହୋଇ ଯାଇଥିଲା। ସ୍ପାନିସ୍‌ ଫ୍ଲୁ ଦ୍ବାରା ସ˚କ୍ରମିତ ହୋଇଥିବା ଲୋକସ˚ଖ୍ୟା ଥିଲା ୫୦ କୋଟି, ଅର୍ଥାତ୍‌ ଏକ ଦଶମା˚ଶ ସ˚କ୍ରମିତ ମୃତ୍ୟୁ ମୁଖରେ ପଡ଼ିଥିଲେ। ବର୍ତ୍ତମାନ ବ୍ୟାପିଥିବା ଚୀନା କରୋନା ଭାଇରସ୍‌ ଦ୍ବାରା ପୃଥିବୀରେ ଏ ପର୍ଯ୍ୟନ୍ତ ପ୍ରାୟ ୧୩,୫୦,୦୦୦ ଲୋକ ସ˚କ୍ରମିତ ହୋଇଛନ୍ତି ଓ ପ୍ରାୟ ୭୫,୦୦୦ ଲୋକ ମୃତ୍ୟୁ ମୁଖରେ ପଡ଼ି ସାରିଲେଣି। ତଥାପି ୧୯୧୮-୨୦ର ସ୍ପାନିସ୍‌ ଫ୍ଲୁ ସହିତ ଏହାକୁ ତୁଳନା କରି ଏବ˚ ବର୍ତ୍ତମାନର ପୃଥିବୀର ପ୍ରାୟ ୭୫୦ କୋଟି ଜନସ˚ଖ୍ୟାକୁ ବିଚାରକୁ ନେଇ ବିଶେଷଜ୍ଞମାନେ ଏହାର ଧ୍ବ˚ସ ଲୀଳା କେବେ ହେଲେ ଶହେ ବର୍ଷ ତଳର ସେ ବିଭୀଷିକା ସ୍ତରରେ ପହଞ୍ଚି ପାରିବ ନାହିଁ ବୋଲି ଦୃଢ଼ ମତ ପ୍ରକାଶ କରୁଛନ୍ତି।

ସେମାନଙ୍କର ଏଭଳି ଆତ୍ମବିଶ୍ବାସର କାରଣ ହେଉଛି ବିଗତ ଏକ ଶତାବ୍ଦୀ ମଧୢରେ ହାସଲ ହୋଇଥିବା ଗବେଷଣାଲବ୍‌ଧ ଚିକିତ୍ସା ବିଜ୍ଞାନରେ ଉନ୍ନତି। ଏ ପର୍ଯ୍ୟନ୍ତ କିନ୍ତୁ ବିକଶିତ ଦେଶମାନଙ୍କରେ ଥିବା ନୀତି ନିର୍ଦ୍ଧାରକମାନେ ଏକ ସମ୍ଭାବ୍ୟ ସ୍ପାନିସ୍‌ ଫ୍ଲୁ ଭଳି ଅତିମାରୀକୁ ନେଇ ଯେଉଁ ଚିନ୍ତା ପ୍ରକଟ କରି ଆସୁଥିଲେ, ତାହା ଥିଲା ଏସିଆ, ଆଫ୍ରିକା ଆଦି ଅଞ୍ଚଳରେ ଅବସ୍ଥିତ ଭାରତ ଭଳି ବିକାଶଶୀଳ ଦେଶମାନଙ୍କୁ କେନ୍ଦ୍ର କରି। ଚୀନ୍‌ରୁ ବାହାରିଥିବା କରୋନା କିନ୍ତୁ ସେମାନଙ୍କର ଏହି ଧାରଣାକୁ ଏବେ ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଇଛି। ଉପରେ ଉଦ୍ଧାର କରାଯାଇଥିବା ପୃଥିବୀର ମୋଟ କରୋନାଜନିତ ମୃତ୍ୟୁ ସ˚ଖ୍ୟାର ମୁଖ୍ୟ ଭାଗୀଦାର ସେମାନେ ପୂର୍ବରୁ ଆଶଙ୍କା କରୁଥିବା ବିକାଶଶୀଳ ଦେଶମାନ ନୁହଁନ୍ତି, ସେମାନେ ହେଉଛନ୍ତି ଖୋଦ୍‌ ସେଇ ଆତ୍ମବିଶ୍ବାସ ସମ୍ପନ୍ନ ପାଶ୍ଚାତ୍ୟ ବିକଶିତ ଦେଶମାନ। ଉଦାହରଣ ସ୍ବରୂପ ସ˚କ୍ରମିତ ସ˚ଖ୍ୟା ଏକ ଲକ୍ଷରୁ ଅଧିକ ହୋଇଥିବା ଚାରିଟି ଯାକ ଦେଶ ହେଲେ ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍‌, ଇଟାଲି ଓ ଜର୍ମାନୀ। ସେହିପରି ମୃତ୍ୟୁ ସ˚ଖ୍ୟା ୧୦,୦୦୦ ଟପିଥିବା ଦେଶ ତିନିଟି ହେଲେ ଇଟାଲି, ସ୍ପେନ୍‌ ଏବ˚ ଯୁକ୍ତରାଷ୍ଟ୍ର ଆମେରିକା। ଫ୍ରାନ୍‌ସରେ ପ୍ରାୟ ୭୫,୦୦୦ ସ˚କ୍ରମିତ ହେଲେଣି ଏବ˚ ୯,୦୦୦ ମୃତ୍ୟୁ ମୁଖରେ ପଡ଼ିଲେଣି। ବ୍ରିଟେନ୍‌ ଅବସ୍ଥା ମଧୢ ବେଶ୍‌ ଶୋଚନୀୟ। ସେ ଦେଶର ଖୋଦ୍‌ ପ୍ରଧାନମନ୍ତ୍ରୀ ସ˚କ୍ରମିତ ହୋଇ ସ˚କଟାପନ୍ନ ଅବସ୍ଥାରେ ଥିବା ବେଳେ, ସ˚କ୍ରମିତଙ୍କ ସ˚ଖ୍ୟା ପ୍ରାୟ ୫୨,୦୦୦ ଏବ˚ ମୃତକଙ୍କ ସ˚ଖ୍ୟା ପ୍ରାୟ ୫,୫୦୦ ଛୁଇଁଲାଣି। ସେ ତୁଳନାରେ ପୃଥିବୀର ଦ୍ବିତୀୟ ସର୍ବାଧିକ ଜନବହୁଳ ଦେଶ ଭାରତରେ ଏ ପର୍ଯ୍ୟନ୍ତ ସ˚କ୍ରମିତ ସ˚ଖ୍ୟା ପ୍ରାୟ ୪,୫୦୦ ଓ ମୃତକ ସ˚ଖ୍ୟା ପ୍ରାୟ ୧୧୪ ମଧୢରେ ସୀମିତ ରହି ଉଭୟ ପୃଥିବୀ ମଧୢରେ ଏ ପର୍ଯ୍ୟନ୍ତ ଦେଖାଦେଇଥିବା ତାରତମ୍ୟର ବିଡ଼ମ୍ବନାକୁ ବେଶ୍‌ ଶାଣିତ କରୁଛି।
ଏଠାରେ ଯେଉଁ ପ୍ରଶ୍ନ ସ୍ବତଃ ସର୍ବପ୍ରଥମେ ମନକୁ ଆସେ, ତାହା ହେଲା, ପୃଥିବୀର ସର୍ବୋଚ୍ଚ ଶକ୍ତିକେନ୍ଦ୍ର ଆମେରିକା କିପରି ଏ ସମ୍ଭାବ୍ୟ ବିପଦ ପ୍ରତି ଏପରି ଉଦାସୀନତା ଅବଲମ୍ବନ କଲା? ଏହା ଗରିବ, ବିକାଶଶୀଳ ଦେଶମାନଙ୍କର ସମସ୍ୟା ରୂପେ ସେମାନେ ଯେଉଁ ଧାରଣାର ବଶବର୍ତ୍ତୀ ହୋଇ ରହିଥିଲେ, ତାହା ହିଁ ଏବେ ସେମାନଙ୍କର ସର୍ବନାଶର କାରଣ ରୂପେ ଉଭା ହେବା ପରି ମନେ ହୋଇଥାଏ। କେବଳ ଆମେରିକା ନୁହେଁ, ଉପରୋକ୍ତ ସମସ୍ତ ପାଶ୍ଚାତ୍ୟ ଦେଶମାନଙ୍କର ଶୋଚନୀୟ ଅବସ୍ଥା ଦେଖିଲେ ଅନ୍ୟ ଏକ ଅତ୍ୟନ୍ତ ଭୟାନକ ଅନୁଭବ ଜାତ ହୋଇଥାଏ: ଯଦି ବର୍ତ୍ତମାନର ଚୀନା କରୋନା ସ˚କ୍ରମଣ ଏକ ଜୈବ-ଯୁଦ୍ଧର ଅ˚ଶ ବିଶେଷ ହୋଇଥାନ୍ତା (କେହି କେହି ଏହା ହିଁ ସତ୍ୟ ବୋଲି କହୁଛନ୍ତି), ତେବେ ସମଗ୍ର ପାଶ୍ଚାତ୍ୟ ଜଗତ୍‌ ସେ ଆକ୍ରମଣର ମୁକାବିଲା କରି ନପାରି ସମ୍ପୂର୍ଣ୍ଣ ଧରାଶାୟୀ ହୋଇଯାଇଛି ବୋଲି କୁହା ଯାଆନ୍ତା। ଏ ଦେଶମାନେ ଏ ଭଳି ଆକ୍ରମଣର ମୁକାବିଲା ପାଇଁ ଏପରି ଅପ୍ରସ୍ତୁତ ଅବସ୍ଥାରେ ଅଛନ୍ତି ଯେ ମହାଶକ୍ତି ଆମେରିକା ସାମାନ୍ୟ କ୍ଲୋରୋକୁଇନ୍‌ ବଟିକା ପାଇଁ ଭାରତକୁ ଧମକ ଦେବାକୁ ଆଗେଇ ଆସୁଛି।

ଚୀନ୍‌ ଯେ ନିଶ୍ଚିତ ରୂପେ ଏହାର ଟିକିନିଖି ଅନୁଧୢାନ କରୁଥିବ ଏବ˚ ଭବିଷ୍ୟତରେ ପାଶ୍ଚାତ୍ୟ ଶକ୍ତିକୁ ପରାସ୍ତ କରିବା ପାଇଁ ଜୈବଯୁଦ୍ଧ ହିଁ ସବୁଠାରୁ ଫଳପ୍ରଦ କୌଶଳ, ତାହା ହୃଦୟଙ୍ଗମ କରିସାରିଥିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। କେବଳ ଆମେରିକା ବା ଇଉରୋପ ନୁହେଁ, ଭାରତ ଭଳି ଦେଶମାନେ ମଧୢ ଭବିଷ୍ୟତରେ ନିଜର ନିରାପତ୍ତା ନିଶ୍ଚିତ କରିବା ପାଇଁ ସ˚କ୍ରାମକ ଅତିମାରୀ ସବୁର ମୁକାବିଲା ପାଇଁ ନିଜର ସ୍ବାସ୍ଥ୍ୟସେବା, ଚିକିତ୍ସା ଓ ଗବେଷଣା କ୍ଷମତାକୁ ସୁଦୃଢ଼ କରିବା ଯେ ଜରୁରୀ ହୋଇପଡ଼ିଛି- ଚୀନା କରୋନା ଆତଙ୍କ ଏହି ଚେତାବନୀ ଦେଇ ଚାଲିଛି।

ସମ୍ବନ୍ଧିତ ଖବର