ଦୃଷ୍ଟିପାତ, ଯୁଦ୍ଧ ହିରୋ

ଆବୁ ବକ୍‌ର ଆଲ ବାଗଦାଦିର ନିଧନ ଯେମିତି ହେବାର ଥିଲା ପ୍ରାୟ ସେମିତି ହେଲା। ଏକ ସଭ୍ୟ ପୃଥିବୀରେ ତାର ମୃତ୍ୟୁ ଏକ ସମ୍ମୁଖ ରଣରେ ହେବା ଉଚିତ ନ ଥିଲା। କାରଣ ସେଭଳି ଏକ ଯୁଦ୍ଧରେ ମୃତ୍ୟୁବରଣ କରିବାର ମର୍ଯ୍ୟାଦା ଲାଭ କରିବା ଲାଗି ସେ ଯୋଗ୍ୟ ନ ଥିଲା। ତେଣୁ ସେ ପଳାୟନ କରୁଥିବା ଅବସ୍ଥାରେ ଗୋଟିଏ ଟନେଲ ଭିତରେ ପଶିଗଲା ଏବ˚ ଆଉ କିଛି ବାଟ ନପାଇ ଆତ୍ମଘାତୀ ବିସ୍ଫୋରଣ ଘଟାଇ ନିଜେ ମଲା ଏବ˚ ସେଇ ପ୍ରକ୍ରିୟାରେ ତାର ତିନି ପିଲା ମଧୢ ପ୍ରାଣ ହରାଇଲେ। ତେବେ, ବିଶ୍ବର ସବୁଠାରୁ ନିର୍ମମ ଆତଙ୍କବାଦୀ ବାଗଦାଦିର ମୃତ୍ୟୁରେ ଯେଉଁମାନଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି, ସେମାନଙ୍କ ଭିତରେ ଅଛି ଗୋଟିଏ ‘ବେଲଜିଆନ୍‌ ମେଲିନୋଇସ୍‌’ ଜାତିର ତାଲିମପ୍ରାପ୍ତ ତଥା ମାର୍କିନ ସେନାବାହିନୀରେ କାର୍ଯ୍ୟରତ କୁକୁର, ଯିଏ ବାଗଦାଦିର ଅନୁଧାବନ କରି ଶେଷ ପର୍ଯ୍ୟନ୍ତ ଯାଇଥିଲା। ବାଗଦାଦିର ଆତ୍ମଘାତୀ ବୋମା ବିସ୍ଫୋରଣରେ ସେ ମଧୢ ଆହତ ହୋଇଛି।

ଏବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସେହି କୁକୁରର ଫଟୋକୁ ଟ୍ବିଟ୍‌ କରିଛନ୍ତି ଏବ˚ ଆମେରିକୀୟ ସୈନିକମାନଙ୍କ ସମ୍ମୁଖ ଭାଗରେ ରହି ସେମାନଙ୍କୁ ବାଗଦାଦି ପାଖକୁ ବାଟ କଢେଇ ନେଇଥିବାରୁ ତାକୁ ଅଜସ୍ର ଧନ୍ୟବାଦ ଦେଇଛନ୍ତି। ସେ ଏବେ ଏକ ‘ଵାର‌୍‌ ହିରୋ’। କୁକୁରମାନେ ମଣିଷର ପ୍ରକୃତ ବନ୍ଧୁ ବୋଲି ସବୁବେଳେ କୁହାଯାଇଥାଏ ଏବ˚ ସେମାନେ ମଧୢ ଏହାକୁ ବାରମ୍ବାର ପ୍ରମାଣିତ କରି ଆସିଛନ୍ତି। ମଣିଷ ଓ କୁକୁର ମଧୢରେ ଥିବା ସୁନ୍ଦର ସମ୍ବନ୍ଧ ବାବଦରେ ବୈଜ୍ଞାନିକ ନିଉଟନଙ୍କ ଜୀବନର ଏକ ଘଟଣାକୁ ଅନେକ ସମୟରେ ଅବତାରଣା କରାଯାଏ। ତାଙ୍କର ପ୍ରିୟ କୁକୁର ଡାଇମଣ୍ତ ଥରେ ଡିଆଁଡେଇଁ କରୁଥିବା ବେଳେ ତା ଦେହ ବାଜି ମହମବତି ଖସିପଡ଼ିଲା ଓ ତାର ନିଆଁରେ ନିଉଟନଙ୍କ ଅଗାଧ ପରିଶ୍ରମପ୍ରସୂତ ମହାର୍ଘ ‘ପ୍ରିନସିପିଆ ମାଥମେଟିକା’ର ପାଣ୍ତୁଲିପିଟି ଜଳି ପାଉଁଶ ହୋଇଗଲା। ଏହାର ପ୍ରତିକ୍ରିୟାରେ କୁଆଡେ଼ ନିଉଟନ କେବଳ କହିଥିଲେ- ଉଃ, କ’ଣ କଲୁ! ତା ପରେ ସେ ପୁଣି ଥରେ ‘ପ୍ରିନସିପିଆ ମାଥମେଟିକା’ର ବିଶାଳ ପାଣ୍ତୁଲିପି ପ୍ରସ୍ତୁତ କରିଥିଲେ। କିନ୍ତୁ ତାର ଅପର ଦିଗଟି ହେଉଛି ପୃଥିବୀ ବ୍ୟାପୀ ସର୍ବତ୍ର ବହୁ ପ୍ରଚଳିତ ସବୁଠାରୁ ସାଧାରଣ ଗାଳି ହେଉଛି କୁକୁରକୁ ନେଇ- ଇ˚ରେଜୀରେ ‘ସନ୍‌ ଅଫ୍‌ ଏ ବିଚ୍‌’ରୁ ଆରମ୍ଭ କରି ଆମର ହିନ୍ଦୀରେ ‘କୁତ୍ତେ, କମିନେ’ ପର୍ଯ୍ୟନ୍ତରେ ଏହା ବ୍ୟାପ୍ତ। ଏହା ଏକ ବିଡ଼ମ୍ବନା ନୁହେଁ କି?

ସମ୍ବନ୍ଧିତ ଖବର